Virat Kohli T20 World Cup 2022: ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଲେ ଚେତାବନୀ! କହିଲେ-ୟାର୍ ଅଭ୍ୟାସ ସମୟରେ...
Advertisement
Article Detail0/zeeodisha/odisha1407104

Virat Kohli T20 World Cup 2022: ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଲେ ଚେତାବନୀ! କହିଲେ-ୟାର୍ ଅଭ୍ୟାସ ସମୟରେ...

Virat Kohli: ଆଜି ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା (India vs Pakistan Match) ହେବାର ଅଛି । ଏହି ମ୍ୟାଚକୁ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିବସିଛନ୍ତି ।  'ମେନ ଇନ୍ ବ୍ଲୁ' (Team India) ପଡ଼ିଆରେ ପହଞ୍ଚି ସାରିଛି ଓ ଖେଳାଳିମାନେ ନେଟରେ ବହୁତ ଝାଳ ବୁହାଉଛନ୍ତି । 

Virat Kohli T20 World Cup 2022: ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଲେ ଚେତାବନୀ! କହିଲେ-ୟାର୍ ଅଭ୍ୟାସ ସମୟରେ...

Virat Kohli T20 World Cup 2022: ଆଇସିସି ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସୁପର ୧୨ ରାଉଣ୍ଡ ଆରମ୍ଭ ହୋଇସାରିଛି । ଗତକାଲି ଅର୍ଥାତ ଅକ୍ଟୋବର ୨୨ରେ ସୁପର ୧୨ ରାଉଣ୍ଡର ୨ଟି ମ୍ୟାଚ୍ ହୋଇସାରିଛି । ଆଜି (ରବିବାର) ଅର୍ଥାତ ଅକ୍ଟୋବର ୨୩ରେ ମଧ୍ୟ ସୁପର ୧୨ର ୨ଟି ମ୍ୟାଚ୍ ହେବାର ଅଛି । ଆଜି ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା (India vs Pakistan Match) ହେବାର ଅଛି । ଏହି ମ୍ୟାଚକୁ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିବସିଛନ୍ତି ।  'ମେନ ଇନ୍ ବ୍ଲୁ' (Team India) ପଡ଼ିଆରେ ପହଞ୍ଚି ସାରିଛି ଓ ଖେଳାଳିମାନେ ନେଟରେ ବହୁତ ଝାଳ ବୁହାଉଛନ୍ତି । ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (virat Kohli) ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଅଭ୍ୟାସ କରୁଛନ୍ତି । ବିରାଟ ଅଭ୍ୟାସରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେ ପ୍ରଶଂସକଙ୍କ ଡିଷ୍ଟର୍ବ କରିବା ମଧ୍ୟ ପସନ୍ଦ ଆସୁ ନାହିଁ । ଏଭଳି ପରିସ୍ଥିତିରେ ବିରାଟ କୋହଲି ଅଭ୍ୟାସ ସମୟରେ ପ୍ରଶଂସକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ବାସ୍ତବରେ ବିରାଟ କୋହଲି ନେଟ୍ସରେ ନିଜର ଥ୍ରୋ-ଡାଉନ୍ ସେଶନ୍ କରୁଥିଲେ । ସେହି ସମୟରେ ଜଣେ ଫ୍ୟାନ୍ସ ନେଟ୍ସ ପଛରୁ "ଷ୍ଟାଡିୟମରୁ ବାହାର" କହି ଚିତ୍କାର କରିଥିଲେ । ୩୩ ବର୍ଷୀୟ କୋହଲିଙ୍କୁ ଫ୍ୟାନ୍ସଙ୍କ ଏହିପରି ଚିତ୍କାର କରିବା ପସନ୍ଦ ଆସି ନଥିଲା ଓ ଅଭ୍ୟାସ ସମୟରେ ପ୍ରଶଂସକଙ୍କୁ କଥାବାର୍ତ୍ତା କିମ୍ବା ଚିତ୍କାର ନକରିବାକୁ କହିଥିଲେ । କାରଣ ଏହା ତାଙ୍କ ଧ୍ୟାନ ଭଙ୍ଗ କରୁଥିଲା । ବିରାଟ କୋହଲିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ବିରାଟ କୋହଲି ପ୍ରଶଂସକଙ୍କୁ କହୁଛନ୍ତି ଯେ, "ୟାର୍, ପ୍ର୍ୟାକ୍ଟିସ ସମୟରେ କିଛି କୁହ ନାହିଁ, ଡିସ୍ଟେକଶନ୍ ହୋଇଥାଏ ।" ବିରାଟ କୋହଲିଙ୍କ ଚେତାବନୀ ପରେ ପ୍ରଶଂସକ କହୁଥିବାର ଶୁଣିବାକୁ ପାଇବେ ଯେ, "ଯେତେବେଳେ ରିଲେକ୍ସ ହେବେ ସେତେବେଳେ ଆମେ କହିବୁ । କିଙ୍ଗଙ୍କ ପାଇଁ ତ କହିବି । ସେ ହେଉଛନ୍ତି କିଙ୍ଗ୍ ।"

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଅଧିକ ପଢ଼ନ୍ତୁ:-ଆପଣଙ୍କର କୌଣସି LIC ପଲିସି ଅଛି କି? ତେବେ ଏପରି ଚେକ୍ କରନ୍ତୁ ମ୍ୟାଚୁରିଟି ଓ ପ୍ରିମିୟମର ଷ୍ଟେଟସ୍

ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାଣନ୍ତୁ ଏଥର କାହା ପଲା ଭାରି

ଅଧିକ ପଢ଼ନ୍ତୁ:-ସକାଳୁ ଉଠିବା ମାତ୍ରେ କରନ୍ତୁ ଏସବୁ କାମ, ଦିନସାରା ହେବ ନାହିଁ କୌଣସି ଅସୁବିଧା

 

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।