Yashasvi Jaiswal Fastest Fifty: ଯଶସ୍ୱୀ ଜୌସୱାଲ ରଚିଲେ ଇତିହାସ, ଆଇପିଏଲ ଇତିହାସରେ ଲଗାଇଲେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ
Advertisement
Article Detail0/zeeodisha/odisha1691091

Yashasvi Jaiswal Fastest Fifty: ଯଶସ୍ୱୀ ଜୌସୱାଲ ରଚିଲେ ଇତିହାସ, ଆଇପିଏଲ ଇତିହାସରେ ଲଗାଇଲେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ

Yashasvi Jaiswal Fastest Fifty: ରାଜସ୍ଥାନ ରୟାଲ୍ସର ଇନିଂସର ପ୍ରଥମ ଓଭରରେ ୨୧ ବର୍ଷୀୟ ବାମହାତୀ ଓପନର୍ ଯଶସ୍ୱୀ ଜୌସୱାଲ ନୀତୀଶ ରାଣାଙ୍କୁ ଟାର୍ଗେଟ କରିଥିଲେ । ସେ ଛକା ମାରି ନିଜ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ଯଯଶସ୍ୱୀ ୨୬ ରନ୍ ସଂଗ୍ରହ କରିଥିଲେ ।

ସୌ: ସୋସିଆଲ ମିଡିଆ

IPL 2023: KKR vs RR, ରାଜସ୍ଥାନ ରୟାଲ୍ସର ଓପନର୍ ଯଶସ୍ୱୀ ଜୌସୱାଲ (Yashasvi Jaiswal) ଆଇପିଏଲ୍ ୨୦୨୩ ରେ ଇତିହାସ ସୃଷ୍ଟି କରିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଜୌସୱାଲ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମାତ୍ର ୧୩ ବଲରେ ନିଜର ୫୦ ରନ୍ ପୂରଣ କରିଥିଲେ । ଆଇପିଏଲ୍ ଇତିହାସରେ ଏହା ଦ୍ରୁତତମ ଅର୍ଦ୍ଧଶତକ (Fastest Fifty) ଅଟେ । ଯଶସ୍ୱୀ ଜୌସୱାଲ ନିଜର ଏହି ଅର୍ଦ୍ଧଶତକୀୟ ଇନିଂସରେ ୫ଟି ଚୌକା ଓ ୩ ଟି ଛକା ମାରିଥିଲେ ।

ଏହାପୂର୍ବରୁ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କେ.ଏଲ୍ ରାହୁଲଙ୍କ ନାମରେ ଥିଲା । ରାହୁଲ ୨୦୧୮ ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ବେଳେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ୧୪ଟି ବଲରେ ଅର୍ଦ୍ଧଶତକ ମାରିଥିବାବେଳେ, ପ୍ୟାଟ୍ କମିନ୍ସ ୨୦୨୨ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳି ୧୪ଟି ବଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅର୍ଦ୍ଧଶତକ କରିଥିଲେ ।

ନିଜ ନାମରେ ଅନେକ ରେକର୍ଡ କରି ସାରିଛନ୍ତି ଜୌସୱାଲ 
ଆଇପିଏଲ ଇତିହାସରେ ଏକ ଓଭରରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ଯଶସ୍ୱି ଜୈସୱାଲ ହୋଇଯାଇଛନ୍ତି । ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଜୌସୱାଲ ପ୍ରଥମ ଶ୍ରେଣୀ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଲିଷ୍ଟ ଏ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବାବେଳେ ଅଣ୍ଡର-୧୯ ବିଶ୍ୱକପରେ ମଧ୍ୟ ସେ ଏକ ଶତକ ହାସଲ କରିଛନ୍ତି । ଜୌସୱାଲ ରଣଜୀ ଟ୍ରଫି, ଇରାନ କପ୍, ଡୁଲିପ୍ ଟ୍ରଫି, ବିଜୟ ହାଜାରେ, ଇଣ୍ଡିଆ ଏ ଓ ଆଇପିଏଲରେ ଶତକ ହାସଲ ମଧ୍ୟ କରିଛନ୍ତି ।

ଆଇପିଏଲର ୧୬ ତମ ସଂସ୍କରଣରେ ୫୦୦ ରନ୍ ସ୍କୋର କରିବାରେ ଯଶସ୍ୱୀ ଜୌସୱାଲ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଆଇପିଏଲର ଏହି ସିଜିନରେ ୫୦୦ରନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଫାଫ ଡୁପ୍ଲେସି ପ୍ରଥମେ କରିଥିଲେ । ଏହାପରେ ଯସଶ୍ୱି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ୫୦୦ ରନ୍ ପୂରା କରିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ପଚାଶ ସ୍କୋର କରିଛନ୍ତି ଯୁବରାଜ ସିଂ
ଯଦି ଆମେ ଟି-୨୦ ଇଣ୍ଟରନ୍ୟାସନାଲ ବିଷୟରେ କହିବା, ତେବେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଟିମ୍ ଇଣ୍ଡିଆର ଯୁବରାଜ ସିଂଙ୍କ ନାମରେ ଅଛି, ଯିଏ ୨୦୦୭7 ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୧୨ ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଏହି ଇନିଂସରେ ୬ଟି ବଲରେ ୬ଟି ଛକା ମାରିଥିଲେ । ଏହି ତାଲିକାରେ ଅଷ୍ଟ୍ରେଲିଆର ମିର୍ଜା ହାସନ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ୧୩ଟି ବଲରେ ପଚାଶ ସ୍କୋର କରିଥିଲେ । ତୃତୀୟ ନମ୍ବର ହେଉଛି ନ୍ୟୁଜିଲ୍ୟାଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋଙ୍କ ନାମରେ ରହିଛି, ଯିଏ ୧୪ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ବି ପଢ଼ନ୍ତୁ: IPL 2023: ୟୁଜବେନ୍ଦ୍ର ଚହଲ ରଚିଲେ ଇତିହାସ, ବ୍ରାଭୋଙ୍କ ରେକର୍ଡ ଭାଙ୍ଗି ଆଇପିଏଲର ହେଲେ ନମ୍ବର -1 ବୋଲର

ଏହା ବି ପଢ଼ନ୍ତୁ: ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆକୁ ଝଟକା, ଉପରକୁ ଉଠିଲା ପାକିସ୍ତାନ, ଦେଖନ୍ତୁ କିଏ ରହିଛି ନମ୍ବର ୱାନ?

ଏହା ବି ପଢ଼ନ୍ତୁ: ODI World Cup 2023: ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍; ଜାଣନ୍ତୁ କେଉଁ ଦିନ ଲଢ଼ିବେ ଭାରତ-ପାକିସ୍ତାନ