ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
Advertisement
Article Detail0/zeeodisha/odisha2403207

ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Subhadra Yojana: ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ସମସ୍ତ ଯୋଗ୍ୟ ମହିଳା ମହିଳା ସୁଭଦ୍ରାରେ ସାମିଲ ହେବେ।

ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ସୁଭଦ୍ରା ଯୋଜନା ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାରେ ପରିବାରର ସବୁ ମହିଳା ସାମିଲ କରାଯିବ। ସୁଭଦ୍ରା ଯୋଜନା ନେଇ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପରିବାରରେ ୩ କିମ୍ବା ୪ ମହିଳା ଥିଲେ ବି ପାଇବେ। ଏଥିସହ ବିଧବା କିମ୍ବା ଛାତ୍ରବୃତ୍ତି ପାଉଥିବା ଛାତ୍ରୀଙ୍କୁ ମଧ୍ୟ ମିଳିବ। ଯୋଜନାରେ ସାମିଲ ହେବେ ୧ କୋଟି ୮ ଲକ୍ଷ ମହିଳା।

ସୁଭଦ୍ରା ଯୋଜନାରେ ୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ବର୍ଷକୁ ଦୁଇଟି କିସ୍ତିରେ ମିଳିବ ସହାୟତା। ରାଖୀ ଓ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଅର୍ଥ। ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ସମସ୍ତ ଯୋଗ୍ୟ ମହିଳା ମହିଳା ସୁଭଦ୍ରାରେ ସାମିଲ ହେବେ।