ଭରତପୁର ଥାନାରେ ମେଜରଙ୍କୁ ମାଡ଼ମରା ମାମଲା; ପୂର୍ବତନ ସେନା କର୍ମଚାରୀଙ୍କ ଧାରଣା
Advertisement
Article Detail0/zeeodisha/odisha2435540

ଭରତପୁର ଥାନାରେ ମେଜରଙ୍କୁ ମାଡ଼ମରା ମାମଲା; ପୂର୍ବତନ ସେନା କର୍ମଚାରୀଙ୍କ ଧାରଣା

Bharatapur police station: ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯ୍ୟାତନାର ଅଭିଯୋଗ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ପରେ ସେମାନଙ୍କୁ ଏବେ ବଦଳି କରାଯାଇଛି।  

ଭରତପୁର ଥାନାରେ ମେଜରଙ୍କୁ ମାଡ଼ମରା ମାମଲା; ପୂର୍ବତନ ସେନା କର୍ମଚାରୀଙ୍କ ଧାରଣା

ଭୁବନେଶ୍ଵର: ଭରତପୁର ଥାନାରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଅଭିଯୋଗ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ସେନା କର୍ମଚାରୀଙ୍କ ପକ୍ଷରୁ ଭରତପୂର ଥାନା ସାମ୍ନାରେ ଧାରଣା ଦିଆଯାଇଛି। ଅଧିକାରୀ ମାନେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଏଥିସହ ପୁଲିସ କମିଶନରଙ୍କୁ ଭେଟିଛନ୍ତି ପୂର୍ବତନ ସେନା କର୍ମଚାରୀ ସଂଘ। କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ଅନ୍ୟପଟେ ଭରତପୁର ଥାନାରେ ମେଜରଙ୍କୁ ମାଡ ଘଟଣାରେ ୫ ପୁଲିସ୍ ନିଲମ୍ବିତ। ୫ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର , ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳବୟୀ ସାହୁ ଓ ସାଗରିକା ରଥଙ୍କୁ ସସ୍‌ପେଣ୍ଡ କରାଯାଇଛି। କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।ଭରତପୁର ଥାନା ଅଧିକାରୀ ଏବଂ ମହିଳା ଏଏସଆଇଙ୍କୁ ଭୁବନେଶ୍ଵର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ଏବେ ନିଯୁକ୍ତି ମିଳିଛି। ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯ୍ୟାତନାର ଅଭିଯୋଗ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ପରେ ସେମାନଙ୍କୁ ଏବେ ବଦଳି କରାଯାଇଛି। ଭରତପୁର ପୁଲିସ ବିରୋଧରେ ନିଜ ବାନ୍ଧବୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ନେଇ ଜଣେ ସ୍ଥଳସେନା ଅଧିକାରୀ ସାଂଘାତିକ ଅଭିଯୋଗ ଆଣିଥିଲେ। ଯାହାର ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ କରୁଛି।