ଆସନ୍ତା ୬ରୁ ଓଡ଼ିଶାରେ ଚାଲିବ ଡବଲ ଟେକ୍ ବସ
Advertisement
Article Detail0/zeeodisha/odisha2584596

ଆସନ୍ତା ୬ରୁ ଓଡ଼ିଶାରେ ଚାଲିବ ଡବଲ ଟେକ୍ ବସ

Double tech buses: ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ତିଭେଶନ କାର୍ଯ୍ୟକ୍ରମ ହେବ। ନିଜର ପରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ ୫ଟି ଡବଲ ଡେକର ବସ ଆସି ପହଁଚିବା ପରେ ୬ରୁ ଚାଲିବ ବସ। 

ଆସନ୍ତା ୬ରୁ ଓଡ଼ିଶାରେ ଚାଲିବ ଡବଲ ଟେକ୍ ବସ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଓଡ଼ିଶାରେ ଡବଲ ଡେକର ବସ ଲୋକାର୍ପଣ ହେବ ବୋଲି ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗା କୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ। ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଲେ ବିଭାଗୀୟ ମନ୍ତ୍ରୀ।  

ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ। ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ତିଭେଶନ କାର୍ଯ୍ୟକ୍ରମ ହେବ। ନିଜର ପରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ ୫ଟି ଡବଲ ଡେକର ବସ ଆସି ପହଁଚିବା ପରେ ୬ରୁ ଚାଲିବ ବସ।