Brain Cancer: ମସ୍ତିସ୍କ କର୍କଟ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ
Advertisement
Article Detail0/zeeodisha/odisha2584668

Brain Cancer: ମସ୍ତିସ୍କ କର୍କଟ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ

Brain Cancer: କ୍ୟାନସର ବା କର୍କଟ ହେଉଛି ଏମିତି ଏକ ରୋଗ ଯେଉଁଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି। ଆଉ ଏହାର ଚିକିତ୍ସା ଏତେ ମହଙ୍ଗା ଯେ, ସମସ୍ତଙ୍କ ପାଇଁ ଏହା ସମ୍ଭବ ହୋଇ ନ ଥାଏ। କ୍ୟାନସର ଅନେକ ପ୍ରକାରର ଯେମିତିକି,  ସ୍ତନ କର୍କଟ, ଫୁସଫୁସ୍ କର୍କଟ, ପେଟ କର୍କଟ, ଓଭାରି କର୍କଟ ଓ ମସ୍ତିସ୍କ କର୍କଟ। ଆଜି ଆମେ ମସ୍ତିସ୍କ କର୍କଟ ବିଷୟରେ ଜାଣିବା।  ପ୍ରାରମ୍ଭିକ ପର୍ଯ୍ୟାୟରେ ମସ୍ତିସ୍କ କର୍କଟକୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ...

ALSO READ: Rahu Ketu Gochar 2025: କୃପା କରିବେ ରାହୁ-କେତୁ; ୨୦୨୫ ଏହି ୪ ରାଶିର ଲୋକଙ୍କ ପାଇଁ ରହିବ ଭାରି ଭଲ, ପୂରଣ ହେବ ସବୁ ସ୍ବପ୍ନ

ALSO READ: Gratuity Hike: ଶିକ୍ଷକଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର, ବଢିଲା ଗ୍ରାଚୁଇଟି; ଅବସର ପରେ ମିଳିବ ଏତେ ଲକ୍ଷ ଟଙ୍କା

ଆଜିକାଲି ମୁଣ୍ତ ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣୀ। ଟେନସନ୍ ରହିଲେ କିମ୍ବା ଖାଦ୍ୟପେୟରେ ଠିକ୍ ଭାବରେ ନ କଲେ ପେଟରେ ଗ୍ୟାସ୍ ହୋଇଥାଏ। ଯାହା ଫଳରେ ମୁଣ୍ତ ବିନ୍ଧା ହୋଇଥାଏ। ତେବେ, ମୁଣ୍ତିବନ୍ଧା ଲଗାତର ହେଲେ ତାହାକୁ ମାଇଗ୍ରେନ୍ ବୋଲି କୁହାଯାଏ। ଏହି ମାଇଗ୍ରେନ୍ ରୋଗ ଏତେ ଭୟଙ୍କର ହୋଇଥାଏ ଯେ, ତାହା ଜୀବନ ନେବାକୁ ପଛାଇ ନ ଥାଏ। ତେବେ, ଏକଥା ଆମେ କହୁନୁ ବିଦେଶର ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ବା ଡାକ୍ତର ବିଚ୍-ଗେମ୍ (Dr.Beachgem10)ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଲଗାତର ମୁଣ୍ତବିନ୍ଧା ମସ୍ତିସ୍କ କ୍ୟାନସରର (ବ୍ରେନ୍ କ୍ୟାନସର)  କାରଣ ବି ହୋଇପାରେ।  
 
ମସ୍ତିସ୍କ କର୍କଟର ଲକ୍ଷଣ:

-ସକାଳୁ ଲଗାତର ବିନା କାରଣରେ ମୁଣ୍ତ ବିନ୍ଧା ହେବା। 
-ବାନ୍ତି ଲାଗିବା
-ଦୃଷ୍ଟିଶକ୍ତି ହ୍ରାସ ହେବା।
-ଅଳ୍ପ ଚାଲିଲେ ଧକ୍କା ଲାଗିବା। 
-ଯଦି ଏହିସବୁ ଲକ୍ଷଣ ଦେଖାଦିଏ, ତେବେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

ଏହିମାନଙ୍କ ଠାରେ ଅଧିକ ଦେଖାଦିଏ ମସ୍ତିସ୍କ କର୍କଟ:
ମହିଳା ମାନଙ୍କୁ ଅଧିକ ମସ୍ତିସ୍କ କର୍କଟ ହେବାର ଆଶଙ୍କା ଥାଏ। କେବଳ ସେତିକି ନୁହେଁ, ଫୁସଫୁସ୍ କର୍କଟ ରୋଗରେ ପୀଡିତ ଲୋକଙ୍କୁ ମଧ୍ୟ ମସ୍ତିସ୍କ କର୍କଟ ହେବାର ଭୟ ଅଧିକ ଥାଏ। 

ଚିକିତ୍ସା:
ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ୍(ସର୍ଜରୀ) ହୋଇଥାଏ। ରାଡିଏସନ୍ ଥେରାପି (radiation therapy), କେମୋ ଥେରାପି (Chemotherapy ) ମାଧ୍ୟମରେ ଏହାର ଚିକିତ୍ସା ହୋଇଥାଏ। 

(Disclaimer: ଉପରୋକ୍ତ ସୂଚନା କାର୍ଯ୍ୟକାରୀ କରିବା ପୂର୍ବରୁ, ଦୟାକରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ। Zee Odisha  News ଏହି ସୂଚନାକୁ ନିଶ୍ଚିତ କରେ ନାହିଁ।)