Jewels of Odishaର ନାଗରିକ ଭାବନା ସର୍ବେକ୍ଷଣ
Advertisement
Article Detail0/zeeodisha/odisha2190152

Jewels of Odishaର ନାଗରିକ ଭାବନା ସର୍ବେକ୍ଷଣ

ପ୍ରାୟ ୭୦ % ରୁ ଅଧିକ ଓଡ଼ିଶାବାସୀ ସରକାରୀ ସେବାରେ ସନ୍ତୁଷ୍ଟ , ୬୬ % ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖ‌ିବାକୁ ଚାହୁଁଛନ୍ତି ।

Jewels of Odishaର ନାଗରିକ ଭାବନା ସର୍ବେକ୍ଷଣ

ଭୁବନେଶ୍ବର :- ଓଡ଼ିଶାର ପ୍ରତି ନାଗରିକ ସୂଚନାରେ ସମୃଦ୍ଧ ହେବା ପାଇଁ ପକ୍ଷ ରଖୁଥ‌ିବା ଏକ ଅଶୁଣୀ ମିଡିଆ ପ୍ଲାଟଫର୍ମ ଜୁଏଲସ ଅଫ ଓଡ଼ିଶା , ଏହି ନିକଟରେ ସମାପ୍ତ କରିଥିବା ନିଜର ରାଜ୍ୟସ୍ତରୀୟ ନାଗରିକ ଭାବନା ସର୍ବେକ୍ଷଣର ଚମତ୍କାର ଫଳାଫଳକୁ ଉନ୍ମୋଚନ କରିଛି । 10,400 ଭରରଦାତାଙ୍କର ଏକ ଦୃଷ୍ଟି ଆକର୍ଷଣ କରୁଥିବା ନମୁନା ଆକାର ସହିତ , ଏହି ସର୍ଭେ ହେଉଛି ଏହି ଶ୍ରେଣୀର ସର୍ବ ବୃହତ , ଯାହା ଓଡିଶାର ଜନସଂଖ୍ୟାର ମନୋଭାବ ଉପରେ ଅଦ୍ବିତୀୟ ସୂଚନା ପ୍ରଦାନ କରୁଛି । 'Governance Dynamics of Odisha' ଶୀର୍ଷକ ନାଗରିକ ଭାବନା ସର୍ଭେର ଏକ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଅତ୍ୟଧିକ ସମର୍ଥନ ଜଣାଯାଇଛି ଏବଂ ବିଜେଡି ନେତୃତ୍ବାଧୀନ ସରକାରୀ ସେବାରେ ନାଗରିକ ମାନେ ଅତ୍ୟନ୍ତ ସନ୍ତୋଷ ପ୍ରଦର୍ଶନ କରିଛନ୍ତି ।

ଏକ ଉଲ୍ଲେଖନୀୟ 72.7 % ସଂଖ୍ୟକ ଉତ୍ତରଦାତା ବର୍ତ୍ତମାନର ସରକାରଙ୍କ କାର୍ଯ୍ୟଦକ୍ଷତାରେ ସନ୍ତୁଷ୍ଟ ଥ‌ିବା ଦର୍ଶାଇ ଥ‌ିବା ବେଳେ ପ୍ରାୟ ଅଧା ( 45.5 % ) ପ୍ରଶାସନିକ କାର୍ଯ୍ୟକଳାପରେ ' ଅତ୍ୟନ୍ତ ସନ୍ତୁଷ୍ଟ ' ଥିବା ଦର୍ଶାଇଛନ୍ତି । ସେହିଭଳି ଏକ ଉଲ୍ଲେଖନୀୟ 65.2 % ଭାଗ ଉତ୍ତରଦାଟା ନବୀନ ପଟ୍ଟନାୟକଙ୍କୁ ପରବର୍ତ୍ତୀ ସରକାରର ନେତୃତ୍ବ ନିଅନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । " ଏହି ଫଳାଫଳ ଓଡ଼ିଶାବାସୀଙ୍କ ସାମୂହିକ ସ୍ୱରର ଏକ ପ୍ରମାଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଏବଂ ସରକାରୀ ସେବାରେ ଅତ୍ୟଧିକ ସନ୍ତୁଷ୍ଟତା ଶାସନର ପଥ ଗଠନ କରିବାରେ ନାଗରିକଙ୍କ ଯୋଗଦାନର ଶକ୍ତି ଦର୍ଶାଉଛି ବୋଲି କନସଙ୍ଗ ଏଡିଟର ଜୁଏଲ୍ସ ଅଫ ଓଡ଼ିଶା ଏବଂ ଉକ୍ତ ରିପୋର୍ଟର ମୁଖ୍ୟ ଲେଖକ ଜ୍ଞାନ ସ୍ବାଇଁ ମତବ୍ୟକ୍ତ କରିଛନ୍ତି । " ଜନମତର ସଂରକ୍ଷକ ଭାବରେ , ଲୋକଙ୍କ ସ୍ଵର ଏବଂ ବିଚାରଧାରାକୁ ସଞ୍ଚାର କରିବା ଆମର ଏକମାତ୍ର । କଠୋର ଅନୁସନ୍ଧାନ ଏବଂ ବିଶ୍ଳେଷଣ ମାଧ୍ୟମରେ ଆମେ ନାଗରିକମାନଙ୍କୁ ସଶକ୍ତିକରଣ କରିବା , ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ପ୍ରଶାସନ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖୁଛୁ । "

" ଗୋଟିଏ ଅଧୂକ ସକ୍ରିୟ ଏବଂ ପ୍ରଭାବଶାଳୀ ଅର୍ଥବ୍ୟବସ୍ଥା ପାଇଁ ନିଯୁକ୍ତି ସୃଷ୍ଟି ଉପରେ ଅଧିକ ଗୁରୁତ୍ବ ଦିଆଯିବା ପାଇଁ ଅଧିକ ଓଡ଼ିଆ ନାଗରିକଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି । ଓଡ଼ିଶାର ପ୍ରଗତି ର ଧାରା କ୍ରମାଗତ ଭାବରେ ବଢିଚାଲିବାକୁ ତଥା ଜନସାଧାରଣଙ୍କ ବିଶ୍ୱାସକୁ ସୁନିଶ୍ଚିତ କରିବା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ପ୍ରାଥମିକତା ଦେବାକୁ ଆମେ ନୀତି ନିର୍ଣ୍ଣୟକାରୀଙ୍କୁ ଅନୁରୋଧ କରୁଛୁ " ଆସୋସିଏଟ୍ ଏଡିଟର୍‌ , ଜୁଏଲ୍ସ ଅଫ୍ ଓଡିଶା ଏବଂ ଏହି ରିପୋର୍ଟ ର ସହ - ଲେଖକ ସାଗର ରଥ କହିଛନ୍ତି ।

ପରିଣାମ ମୁଖ୍ୟଶ :ନାଗରିକଙ୍କ ଅତ୍ୟନ୍ତ ସନ୍ତୁଷ୍ଟତା ଓଡ଼ିଶାବାସୀ ଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ 72.1 % ଭାଗ ନାଗରିକ ସରକାର ପ୍ରଦାନ କରୁଥିବା ବିଭିନ୍ନ ନାଗରିକ - କେନ୍ଦ୍ରିକ ସେବାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯାହା ଆଶାଠାରୁ ଅଧିକ ।

ପ୍ରମୁଖ କ୍ଷେତ୍ରଗୁଡିକରେ ଅଗ୍ରଗତି : ଏହି ସର୍ଭେରେ ଏକ ଆଶାବାଦୀ ଭାବନା ପ୍ରକାଶ ପାଇଛି , ସ୍ବାସ୍ଥ୍ୟସେବା ( 69 % ) , ଶିକ୍ଷା ( 60.9 % ) , ଭିତିଭୂମି ( 59.8 % ) , ଏବଂ ସଡ଼କ ପରିବହନ ( 65.4 % ) ପରି କ୍ଷେତ୍ରରେ ବିଗତ ପାଞ୍ଚ ବର୍ଷରେ ଏକ ଉନ୍ନତିମୂଳକ ବିକାଶ ହୋଇଥବା, ଜନସାଧାରଣ ଉପଲବ୍ଧି କରୁଛନ୍ତି ।

Also Read- Shani Gochar 2024: ୫ଟି ରାଶି ଉପରେ ଶନିଙ୍କ କୋପ, ଭୁଲରେ ନିଅନ୍ତୁନି ଏହି ନିଷ୍ପତ୍ତି

Also Read- କଟକ, ଅନୁଗୁଳ ଏବଂ ରାଉରକେଲାରେ ନିଯୁକ୍ତ ହେଲେ ନୂଆ ଏସପି