Odisha News: ପୁଣି ଚର୍ଚ୍ଚାରେ କୋଟିଆ, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha2397988

Odisha News: ପୁଣି ଚର୍ଚ୍ଚାରେ କୋଟିଆ, ଜାଣନ୍ତୁ କାହିଁକି?

Odisha News: ଚର୍ଚ୍ଚାରେ କୋଟିଆ। ଆନ୍ଧ୍ର କୋଟିଆ ପ୍ରତି ଯେଉଁ ଲୋଲୁପ ଦୃଷ୍ଟି ପକାଇଛି। ତାହାକୁ ନେଇ ବାରମ୍ବାର କୋଟିଆ ଭିତରକୁ ପ୍ରବେଶ କରି କିଛି ନା କିଛି କାର୍ଯ୍ୟକ୍ରମ କରୁଛି। ଗତ ତିନିଦିନ ତଳେ ନେରେଡିବାଳସା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିବାବେଳେ ଏବେ ପୁଣି ଶୁକ୍ରବାର ଦିନ ଫାଟୁ ସିନେରି, ଫଗୁଣ ସିନେରୀ ଓ ଧୂଳି ପଦର ଠାରେ କରିଛି ଗ୍ରାମ ସଭା।

Odisha News: ପୁଣି ଚର୍ଚ୍ଚାରେ କୋଟିଆ, ଜାଣନ୍ତୁ କାହିଁକି?

( ନିରୋଜ ଶତପଥୀ, କୋରାପୁଟ) Odisha News: ଚର୍ଚ୍ଚାରେ କୋଟିଆ। ଆନ୍ଧ୍ର କୋଟିଆ ପ୍ରତି ଯେଉଁ ଲୋଲୁପ ଦୃଷ୍ଟି ପକାଇଛି। ତାହାକୁ ନେଇ ବାରମ୍ବାର କୋଟିଆ ଭିତରକୁ ପ୍ରବେଶ କରି କିଛି ନା କିଛି କାର୍ଯ୍ୟକ୍ରମ କରୁଛି। ଗତ ତିନିଦିନ ତଳେ ନେରେଡିବାଳସା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିବାବେଳେ ଏବେ ପୁଣି ଶୁକ୍ରବାର ଦିନ ଫାଟୁ ସିନେରି, ଫଗୁଣ ସିନେରୀ ଓ ଧୂଳି ପଦର ଠାରେ କରିଛି ଗ୍ରାମ ସଭା।

ବିଧାନସଭାରେ କୋଟିଆ କୁ ନେଇ ବିରୋଧୀଦଳ ଙ୍କ ପ୍ରଶ୍ନରେ ରାଜ୍ୟ ସରକାର କୋଟିଆ ପ୍ରତି ଗୁରୁତ୍ବ ଦେଉଥିବା ଏବଂ କୋଟିଆ ସମ୍ପର୍କିତ ରିପୋର୍ଟ ପ୍ରତି ୧୫ ଦିନରେ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ନେଇ ସରକାର କହିଛନ୍ତି। ଅନ୍ୟପଟେ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ଆନ୍ଧ୍ର ତାର କାର୍ଯ୍ୟକ୍ରମ ଜାରି ରଖିଛି। କୋଟିଆ ପଞ୍ଚାୟତ ର ତିନୋଟି ସ୍ଥାନରେ ଏକଦିନେ ଅନୁଷ୍ଠିତ ଗ୍ରାମସଭାରେ ସାଲୁରୁ ବ୍ଲକ ର ଅଧିକାରୀ ମାନେ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା, ଆନ୍ଧ୍ର ଅଧିକାରୀ ମାନେ ଓଡ଼ିଶା ତରଫରୁ ଯଦି ବିଦ୍ୟୁତ୍ ସେବା ଯୋଗାଇ ଦିଆ ଯାଏ ତେବେ ଓଡ଼ିଶା ବିଦ୍ୟୁତ୍ ବ୍ୟବହାର ନ କରି ଆନ୍ଧ୍ର ବିଦ୍ୟୁତ୍ ବ୍ୟବହାର କରିବାକୁ କହିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସମୋବାର ଦିନ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅଧିକାଂଶ ଲୋକେ ବିଦ୍ୟୁତ୍ ସେବା ଉପରେ ଅଭିଯୋଗ କରିଥିଲେ।

ଏହା ବ୍ୟତୀତ ଚନ୍ଦ୍ର ବାବୁ ନାଇଡୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଗ୍ରାମସଭାରେ ଲୋକଙ୍କ ଅଭିଯୋଗ ଓ ଦାବି ପାତ୍ର ଗ୍ରହଣ କରା ଯାଇଥିଲା। ଆନ୍ଧ୍ର ସରକାରଙ୍କ ଯୋଜନାରେ ଲୋକେ କିପରି ଉପକୃତ ହୋଇ ପାରିବେ ସେ ଦିଗ ପ୍ରତି ଗୁରୁତ୍ବ ଦିଆ ଯାଇଥିଲା।
କୋଟିଆ ରେ ବାରମ୍ବାର ଆନ୍ଧ୍ର ପ୍ରବେଶ କରିବା ଏବଂ ଲୋକଙ୍କୁ ନିଜ ରାଜ୍ୟ ଆଡ଼କୁ ଆକର୍ଷିତ କରିବାର ପ୍ରୟାସ କୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ର ପଦକ୍ଷେପ ଉପରେ ରହିଛି ସମସ୍ତ ଙ୍କ ନଜର।