Odisha News: ମାତୃଭାଷାରେ ସର୍ବାଧିକ ନମ୍ବର ରଖିଲେ ମିଳିବ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’
Advertisement
Article Detail0/zeeodisha/odisha2160660

Odisha News: ମାତୃଭାଷାରେ ସର୍ବାଧିକ ନମ୍ବର ରଖିଲେ ମିଳିବ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’

Odisha News: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା ମାଟ୍ରିକ୍ ପରୀକ୍ଷାରେ ମାତୃଭାଷା ( ଓଡ଼ିଆ)ରେ ସର୍ବାଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ଏହି ବୃତ୍ତି ପ୍ରଦାନ ନେଇ ଚୟନ କରାଯିବ । ଓଡ଼ିଆ ଭାଷା ପ୍ରତି ପିଲାମାନଙ୍କର ଆଦର ବୃଦ୍ଧି କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Odisha News: ମାତୃଭାଷାରେ ସର୍ବାଧିକ ନମ୍ବର ରଖିଲେ ମିଳିବ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’

Odisha News: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା ମାଟ୍ରିକ୍ ପରୀକ୍ଷାରେ ମାତୃଭାଷା ( ଓଡ଼ିଆ)ରେ ସର୍ବାଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ଏହି ବୃତ୍ତି ପ୍ରଦାନ ନେଇ ଚୟନ କରାଯିବ । ଓଡ଼ିଆ ଭାଷା ପ୍ରତି ପିଲାମାନଙ୍କର ଆଦର ବୃଦ୍ଧି କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ମାଟ୍ରିକ୍ ପରୀକ୍ଷାରେ ମାତୃଭାଷାରେ ସର୍ବାଧିକ ନମ୍ବର ରଖିବା ପ୍ରତି ବ୍ଲକ୍, ମହାନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ । ଏହାକୁ ଏକ ସ୍ବତନ୍ତ୍ର ବୃତ୍ତି ରୂପେ ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂକଳ୍ପ ପ୍ରକାଶ ପାଇଛି । ବିଶେଷ କରି, ଏହି ଭାଷାବୃତ୍ତି ଦ୍ବାରା ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଓଡ଼ିଆ ପିଲାଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଗୁରୁତ୍ବ ବୃଦ୍ଧି ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ତେଣୁ ଏହି ଛାତ୍ରବୃତ୍ତିକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Also Read- Matric 2024: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଡ଼ିଜିଟାଲ ସାର୍ଟିଫିକେଟ୍

Also Read- Lingaraj Temple: ଏଥର ବି ହେଲା ନାହିଁ ହାଣ୍ତିଭଙ୍ଗା ଯାତ୍ରା, ଓପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

ମାଟ୍ରିକ ପରୀକ୍ଷାରେ ମାତୃଭାଷା ଓଡ଼ିଆରେ ସର୍ବାଧିକ ନମ୍ବର ରଖିଥିବା ପ୍ରତି ବ୍ଲକ୍ ଓ ମହାନଗର ନିଗମର ୨୦ ଜଣ, ପୌରପାଳିକାର ୧୦ ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରେଷ୍ଠ ୫ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ଦିଆଯିବ । ଯଦି ଓଡିଆରେ ସମାନ ନମ୍ବର ରଖିଥିବା ଏକାଧିକ ଛାତ୍ରଛାତ୍ରୀ ଥାଆନ୍ତି ତାହାଲେ ସେ କ୍ଷେତ୍ରରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ହିଁ ଏହି ବୃତ୍ତି ଦିଆଯିବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୭ ହଜାର ୫୦୦ ଟଙ୍କା ଦିଆଯିବ । ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ନାହିଁ । ଏହି ବୃତ୍ତି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ଲାଗୁ କରାଯିବ । ୨୦୨୪ ମସିହା ମାଟ୍ରିକ ପରୀକ୍ଷା ଫଳ ଅନୁଯାୟୀ ହାଇସ୍କୁଲ ପରୀକ୍ଷା ପରଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ।