ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା
Advertisement
Article Detail0/zeeodisha/odisha2435619

ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା

woman drowned: ତେବେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟମାନେ ତାଙ୍କୁ ଲୁଗା ପକାଇ ଚେଷ୍ଟା କରିବା ବେଳେ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ। 

ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା

ଅନୁଗୁଳ: କେନାଲରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସିଗଲେ ମହିଳା। ଏପରି ଏକ ଅଘଟଣ ଆଜି ସକାଳେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ଘଟିଛି। ଭାସିଯାଇ ନିଖୋଜ ହୋଇଥିବା ମହିଳାଜଣକ ହେଲେ ବୁଢ଼ାପଙ୍କ ଗ୍ରାମ ଗଡ଼ସାହି ବାସିନ୍ଦା ଅଶୋକ ସାମଲଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣିମା ସାମଲ।ପୂର୍ଣ୍ଣିମା ନିଜ ସମ୍ପର୍କୀୟଙ୍କ ସହ ସକାଳେ ଗାଧୋଇବା ପାଇଁ କେନାଲକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟମାନେ ତାଙ୍କୁ ଲୁଗା ପକାଇ ଚେଷ୍ଟା କରିବା ବେଳେ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ। 

ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବଅଁରପାଳ ପୋଲିସ, ତହସିଲଦାର, ଆରଆଇ ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଛନ୍ତି। ପ୍ରାୟ ୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମହିଳାଙ୍କୁ ଉଦ୍ଧାର କରାଯାଇପାରି ନାହିଁ।