Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2248739

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Shah to address public in Aska:  ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ପାଇଁ ସରଗରମ ହୋଇଛି ରାଜ୍ୟ ନିର୍ବାଚନୀ ପରିବେଶ। ଆଜି ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଉଦବୋଧନ ଦେବେ ଗୃହମନ୍ତ୍ରୀ ଅମିତ ଶାହ। ଏଥିଲାଗି ଏକ ବିଜୟ ସଂକଳ୍ପ ସମାବେଶ ଆୟୋଜନ କରାଯାଇଛି। ଏହା ସହ ସନ୍ଧ୍ୟାରେ କଟକଠାରେ ଗୃହମନ୍ତ୍ରୀ ଏକ ରୋଡ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

2.Nadda to Address Party workers: ଗୃହମନ୍ତ୍ରୀଙ୍କ ଗସ୍ତ ଶେଷ ହେଉ ହେଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ସନ୍ଧ୍ୟାରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବେ। ପରେ ଗୁରୁବାରଦିନ ବରଗଡ଼ର ପଦ୍ମପୁର ଏବଂ ସୁନ୍ଦରଗଡ଼ଠାରେ ଆୟୋଜିତ ସଭାରେ ଯୋଗ ଦେବେ। 

3.Rahul to Join Bike Rally in Bolangir: ବଲାଙ୍ଗୀରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରଚାରରେ ଯୋଗ ଦେବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ୨୦ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ। ସେ ବଲାଙ୍ଗୀରଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେବେ। ଏହାପରେ ବାଇକ ଶୋଭାଯାତ୍ରାରେ ସହରର ଭୋଟରଙ୍କୁ କଂଗ୍ରେସ ପକ୍ଷରେ ଭୋଟ ଦେବାଲାଗି ଉତ୍ସାହିତ କରିବେ। 

4.Temperature to Rise 5 Degree, Monsoon to hit earlier: ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା। ୪ରୁ ୫ ଦିନ ଭିତରେ ୫ ଡିଗ୍ରୀ ଯାଏ ତାପମାତ୍ରା ବଢ଼ିବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଗଲା କିଛିଦିନ ହେଲା କାଳ ବୈଶାଖୀ ପ୍ରଭାବରେ ତାପମାତ୍ରା କମିଥିଲା। ଏହି ସମୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ ତାପମାତ୍ରାର ପ୍ରଭାବ ନିର୍ବାଚନରେ ପଡ଼ିପାରେ ବୋଲି କୁହାଯାଉଛି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ଆସ୍କା ଏବଂ କନ୍ଧମାଳରେ ତାପମାତ୍ରା ବୃଦ୍ଧି ଆଶଙ୍କା ରହିଛି। 

5.BJP Changes Candidate: ବିଜେପି ପୁଣିଥରେ ଏହାର ସୋର  ବିଧାନସଭା ପାଇଁ ପ୍ରାର୍ଥୀ କରିଛି। ପ୍ରଥମେ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲେ। ସେ ଭଣ୍ଡାରୀ ପୋଖରୀରୁ ଥରେ ନିର୍ବାଚନ ଜିତିଥିଲେ। ସେ ବିଜେପି ଟିକଟରେ ନାମାଙ୍କନ ବି ଦାଖଲ କରିଥିଲେ। କିନ୍ତୁ ଶେଷ ଦିନରେ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ପର୍ଶୁରାମ ଧଡ଼ାଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାଦ୍ୱାରା ଦଳ ଭିତରେ ବିବାଦ ପଦାକୁ ଆସିଛି। ବରିଷ୍ଠ ନେତୃତ୍ୱ ଏହାର ସମାଧାନ କରାଯାଉଛି ବୋଲି ସୂଚନା ଦେବା ସହ ପର୍ଶୁରାମ ଧଡ଼ା ହିଁ ଦଳୀୟ ପ୍ରାର୍ଥୀ ବୋଲି କହିଛନ୍ତି। 

6.Don’t share your Adhaar or Mobile number to candidates: ଆଧାର କାର୍ଡ ନମ୍ବର ବା ନିଜର ମୋବାଇଲ୍‍ ନମ୍ବର କୌଣସି ବ୍ୟକ୍ତି ବା ନେତାଙ୍କୁ ପ୍ରଦାନ ନକରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜବିହାରୀ ଧଳ ଚେତାବନୀ ଦେଇଛନ୍ତି। ସେମାନେ ଏହାର ଅପବ୍ୟବହାର କରିପାରନ୍ତି ବୋଲି ସନ୍ଦେହ କରାଯାଉଛି। କିଛି ସ୍ଥାନରେ ନେତାମାନେ ଭୋଟରଙ୍କ ଆଧାର କାର୍ଡ କପି ନେଇ ତା ଉପରେ ତାଙ୍କ ଦସ୍ତଖତ କରାଉଥିବା ନଜରକୁ ଆସିଛି। 

7.Huge Gold & Cash seized in Odisha: ନିର୍ବାଚନ ସମୟରେ ଗାଡ଼ି ମୋଟର ଯାଞ୍ଚ ବେଳେ ବ୍ୟାପକ ଟଙ୍କା ଓ ସୁନା ଜବତ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରନ୍ତରେ ଏପରି ଘଟଣା ସବୁଦିନ ନଜରକୁ ଆସୁଛି। ଜଳେଶ୍ୱରର ଲକ୍ଷ୍ମଣନାଥ ଟୋଲ ଗେଟ୍‍ ନିକଟରେ ଏକ କାରରୁ ୧୧ଟି ପ୍ୟାକେଟରେ ଥିବା ଦେଢ଼କିଲୋ ସୁନା ଯାହାର ମୂଲ୍ୟ ୧ କୋଟି ଟଙ୍କା ହେବ ଏବଂ ୩ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଏକ ଲଜିଷ୍ଟିକ୍‍ କମ୍ପାନୀର କାର୍‍ରୁ ଏହା ଜବତ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଜଣେ ଠିକାଦାରଙ୍କ ଗାଡ଼ିରୁ ୫ କୋଟି ଟଙ୍କା ନଗଦ ଜବତ ହୋଇଛି। ଯାଜପୁର ଅଞ୍ଚଳର ଏହି ଠିକାଦାର ଅନେକ ସରକାରୀ କାର୍ଯ୍ୟ କରିଥିବାର ରେକର୍ଡ ରହିଛି। 

8.Acid Attack in Puri: ପୁରୀର ତାଳବଣିଆ ଥାନା ଅନ୍ତର୍ଗତ ଚମାରସାହିରେ ଏସିଡ୍‍ ମାଡ଼ ହେତୁ  ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସରକାରୀ ଜମି ଜବରଦଖଲ କୁ ନେଇ ଏପରି କାଣ୍ଡ ଘଟିଥିବା ଜଣାପଡ଼ିଛି। ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ ରହି ଆସୁଥିବା ବିଜୟ ବହେରାଙ୍କ ପାଚେରୀ ନିର୍ମାଣକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ସେ ସାହିର ଲୋକଙ୍କଉପରକୁ ଏସିଡ୍‍ ଫୋପାଡ଼ିବାରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨ଜଣଙ୍କ ଆଖି ପ୍ରଭାବିତ ହୋଇଥିବା ଜଣାପଡନିଛି। 

9.Traffic restrictions in Bhubaneswar: ଆସନ୍ତା କାଲି ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ଟ୍ରାଫିକ୍‍ କଟକଣା ହୋଇପାରେ। ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ କାରଣରୁ ପୁଲିସ ସାଧାରଣ ଟ୍ରାଫିକ୍‍ ଚଳାଚଳରେ କଟକଣା ଆଣିବା ସମ୍ଭାବନା ରହିଛି। ଯଦିଓ ଏ ନେଇ କମିଶନରେଟ୍‍ ପୁଲିସ ପକ୍ଷରୁ ଅଗ୍ରୀମ ସୂଚନା ଦିଆଯାଇ ନାହିଁ। କିନ୍ତୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଗଙ୍ଗନଗର ଛକରୁ ବାହାରି ଗୋପବନ୍ଧୁ ଛକ, ଡିଏଭି ଛକ, ଏଚ୍‍ଡିଏଫସି ବ୍ୟାଙ୍କ, ନୂଆସାହି, ବେହେରା ସାହି, ନିକୋ ପାର୍କ, ବାୟାବାବା ମଠ, ଦେଇ ରୂପାଲିଛକ ଯାଏ ଯିବ। 

10.5 Officers in copper Mines: ରାଜସ୍ଥାନର ହିନ୍ଦୁସ୍ତାନ କପର ଲିମିଟେଡ୍‍ ଖଣିରେ ୧୫ଜଣ ଖଣି ଅଧିକାରୀ ଫଶିଛନ୍ତି। ଖଣି ତଦାରଖରେ ଆସିଥିବା ସ୍ୱତନ୍ତ୍ର ଟିମ୍‍ର ସଦସ୍ୟମାନେ ୧୮୫୭ ଫୁଟ ଗଭୀରତାରେ ଲିଫ୍ଟ ଭିତରେ ଫସି ରହିଥିବା କୁହାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।