Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2341042

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Ratna Bhandar Shifting Today: ଆଜି ପୁଣିଥରେ ରତ୍ନ ଭଣ୍ଡାର ଖୋଲାଯିବ। ଏଥିଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉପରେ ସକାଳ ୮ଟାରୁ କଟକଣା ଲାଗୁ ହେବ। ଏପରିକି କେବଳ ଅଧିକୃତ ସେବାୟତ ବା ସେବା ଥିବା ସେବାୟତ ହିଁ ଭିତରକୁ ଯାଇପାରିବେ। ଅନ୍ୟ ସମସ୍ତ ଭକ୍ତ ଓ ସେବାୟତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ। ସକାଳ ୯ଟା ୧୫ରେ ୧୧ଜଣିଆ କମିଟି ସଦସ୍ୟ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ସେମାନେ ପ୍ରଥମ କବାଟ ଖୋଲି ଦ୍ୱିତୀୟ ଗେଟରେ ପଡ଼ିଥିବା ଚାବି ଖୋଲିବେ। ଏଥିଲାଗି ଜିଲ୍ଲା କୋଷାଗାରକୁ ଦିଆଯାଇଥିବା ଚାବି ଅଣାଯିବ। ଭଣ୍ଡାର ଖୋଲାଗଲାପରେ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ଯେମିତି ରହିଛି ସେମିତି ନୂଆ ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତରିତ କରାଯିବ। ଏହିସବୁ ବିକଳ୍ପ ସିନ୍ଦୁକକୁ ଖଟଶେଯଘରେ ଅସ୍ଥାୟୀ ଭାବେ ନିର୍ମିତ ଭିତର ରତ୍ନ ଭଣ୍ଡାରରେ ରଖାଯିବ। 

2.Adhara Pana Neeti on Chariots: ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି। ତିନିରଥରେ ବିରାଜମାନ କରିଥିବା ୩ ମହାପ୍ରଭୁଙ୍କ ପାଖରେ ତାଙ୍କ ଅଧର ଉଚ୍ଚ ହାଣ୍ଡିରେ ପଣା କରାଯାଇ ଭୋଗ କରାଯାଇଥାଏ। ପରେ ତାହାକୁ ଭାଙ୍ଗି ଦିଆଯାଏ। ପରମ୍ପରା ଓ ବିଶ୍ୱଶସ ଅନୁସାରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଏହି ପଣାହାଣ୍ଡି ଭଙ୍ଗାଯାଇଥାଏ। ରାତି ୮ଟା ବେଳେ ଏହି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଓଡ଼ିଆ ମଠ ଏବଂ ରାଘବ ଦାସ ମଠ ପକ୍ଷରୁ ଏଥିଲାଗି ୩ଟି ଲେଖାଏଁ ଅଧର ହାଣ୍ଡି ଅଣାଯାଇଥାଏ। 

3.15 Lakhs Devotees got a glimpse of Suna Besha: ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ ରଥ ଉପରେ ଅନୁଷ୍ଠିତ ହୋଇଛି। ଏହି ଅନନ୍ୟ ବେଶକୁ ଦର୍ଶନ କରିବା ଲାଗି ପୁରୀରେ ୧୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଶୃଙ୍ଖଳିତ ଢଙ୍ଗରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ବେଶ ଦର୍ଶନ ଏବଂ ଟ୍ରାଫିକ ପରିଚାଳନା କରାଯାଇଥିଲା। 

4.Yojana Board Dissolved: ରାଜ୍ୟରେ ଅକାମୀ ହୋଇ ପଡ଼ିଥିବା ଯୋଜନା ବୋର୍ଡକୁ ସରକାର ଭଙ୍ଗ କରିଛନ୍ତି। ନୂଆ ସରକାର ଆସିବା ପରିପ୍ରେକ୍ଷୀରେ ଏହି ବୋର୍ଡକୁ ପୁନର୍ଗଠନ କରାଯାଇପାରେ। ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ ହାର ଅଧ୍ୟକ୍ଷ ରହୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ ପୁରୁଖା ନେତା ବା ଅର୍ଥନୀତିଜ୍ଞଙ୍କୁ ଏହି ବୋର୍ଡର ଉପାଧ୍ୟକ୍ଷ କରାଯାଇଥାଏ। 

5.House Surgeons called off the demonstration: କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜରେ ହାଉସ ସର୍ଜନଙ୍କ ଦ୍ୱାରା ଡାକରା ଦିଆଯାଇଥିବା କାମ ବର୍ଜନ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି। ସୁପରିଣ୍ଟେଣ୍ଡେଣ୍ଟଙ୍କ ହସ୍ତକ୍ଷେପ ଓ ଆଲୋଚନା ପରେ ଆନ୍ଦୋଳନ ଡାକରାକୁ ବାଜ୍ୟାପ୍ତ କରାଯାଇଥିବା କୁହାଯାଇଛି। ନର୍ସିଂ ବିଭାଗ ଏବଂ ହାଉସ୍‍ ସର୍ଜନଙ୍କ ଭିତରେ କଥା କଟାକଟିକୁ କେନ୍ଦ୍ର କରି ଏହା ହୋଇଥିବା ଜଣାପଡ଼ିଛି। 

6.Arindam Dakua new Secretary to CM: କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ରମନ୍ତ୍ରୀ ମୋହନ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ସଚିବ ଭାବେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

7.Union Cabinet to meet today: ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ରହିଛି। ଆସନ୍ତା ୨୨ ତାରିଖରେ ବଜେଟ୍‍ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କ୍ୟାବିନେଟ୍‍ ରେ ଆଜି ବଜେଟ୍‍କୁ ଅନୁମୋଦନ ମିଳିପାରେ। ଏହା ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପନ ହେବ। ଏହାସହ ନୂଆସରକାରଙ୍କ କିଚଇ ନୀତି ମଧ୍‍ୟ ଏଥିରେ ମଞ୍ଜୁରୀ ପାଇବା ସମ୍ଭାବନା ରହିଛି। 

8.State Cabinet to Meet in the Morning: ସକାଳ ୯ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରପରିଷଦ ବୈଠକ ବସିବ। ବଜେଟ୍‍ ଚିଠାକୁ ଏଠାରେ ଅନୁମୋଦନ ମିଳିପାରେ। ଏହାଛଡ଼ା ସରକାରଙ୍କ ପ୍ରମୁଖ ନୀତି ବାବଦୀୟ ଘୋଷଣା ମଧ୍ୟ ବଜେଟ୍‍ ରେ ସ୍ଥାନ ପାଇବ ବୋଲି ସମ୍ଭାବନା ରହିଛି। 

9.Maharastra announces un employment pension: ଦ୍ୱାଦଶ ପାସ କରିଥିବା ଯୁବକଙ୍କୁ ମହାରାଷ୍ଟ୍ର ସରକାର ମାସିକ ୧୦ ହଜାର ଟଙ୍କା ଯାଏ ଭତ୍ତା ଦେବେ ମହାରାଷ୍ଟ୍ର ସରକାର। ଏଥିଲାଗି ଏକ ‘ଲାଡ୍‍ଲା ଭାଇ’ ଯୋଜନା ଆରମ୍ଭ କରିଛନ୍ତି। ଯେଉଁମାନେ ଦ୍ୱାଦଶ ପାସ୍‍ କରିଛନ୍ତି ସେମାନଙ୍କୁ ମାସିକ ୬ ହଜାର, ଡିପ୍ଲୋମାଧାରକଙ୍କ ଲାଗି ୮ ହଜାର ଏବଂ ସ୍ନାତକ ଶେଷ କରିଥିବା ଛାତ୍ରଙ୍କ ଲାଗି ୧୦ ହଜାର ଟଙ୍କାର ଭତ୍ତା ପ୍ରଦାନ ଲାଗି ସରକାର ପ୍ରସ୍ତାବ ଅନୁମୋଦନ କରିଛନ୍ତି। 

10.Rain in Odisha for 5 days: ଆସନ୍ତା କାଲି ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୦ ତାରିଖରୁ ପ୍ରବଳ ବର୍ଷା ହୋଇପାରେ। ଏହା ୪ ଦିନ ଯାଏ ଲାଗି ରହିବ େବାଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।