Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2322272

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-Ratna Bhandar:ରତ୍ନ ଭଣ୍ତାର ଖୋଲିବା ନିଷ୍ପତ୍ତି ନେବା ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ନୂଆ କମିଟି । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଯେଇଁଥିରେ ୧୬ ଜଣ ସଦସ୍ୟ ରହିଥିବା ସୂଚନା ମିଳିଛି। କେଉଁ ଦିନ ରତ୍ନ ଭଣ୍ତାର ଖୋଲିବ ଆସନ୍ତାକାଲି ନିଷ୍ପତ୍ତି ଚୁଡାନ୍ତ ହେବ। 

HL2-Paradeep News:ମାଆ ଭୁଲିଗଲା ମମତା । ଟଙ୍କା ଲୋଭ ମାଆକୁ ଅନ୍ଧ କରିଦେଲା। ୫ ଦିନର ଛୁଆକୁ ଅନ୍ୟ ହାତରେ ଟେକି ଦେଲା ମାଆ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ।  ପିଲା ବିକ୍ରି ଅଭିଯୋଗ ବନ୍ଦର ନଗରୀ ପାରାଦୀପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପାରାଦୀପ ଆଦର୍ଶ ଥାନା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। 

HL3-Odisha News: କଂଗ୍ରେସ ଭବନ ସାମ୍ନାରେ ମଙ୍ଗଳବାର ଗଣ୍ତଗୋଳ ଘଟଣା ନେଇ  କଂଗ୍ରେସ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।  ଆଜି  କଂଗ୍ରେସ୍ କର୍ମୀ  କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ କରିବାକୁ ସଜବାଜ ହେଉଛି। ଏନେଇ ଛାତ୍ରକଂଗ୍ରେସ୍ ସଭାପତି ୟାସିର୍ ନଓ୍ବାଜ୍  କହିଛନ୍ତି।  ଏଯାଏଁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଛାତ୍ର କଂଗ୍ରେସ୍ ତରଫରୁ ଆଜି ପ୍ରତିବାଦ କରାଯିବ।  

HL4-Rahul Gandhi Hathras: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ହାଥରସ୍ ଦୁର୍ଘଟଣାର ଶିକାର ହୋଇଥିବା ପରିବାରକୁ ଭେଟିବେ। ଦୁଇ ଦିନ ପୂର୍ବେ ହାଥରସରେ ସତସଙ୍ଗ କାର୍ଯ୍ୟକ୍ରମରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିଲା। କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ ଭେନୁଗୋପାଲ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଏବଂ ରାହୁଲ ଗାନ୍ଧୀ ତାଙ୍କ ଗସ୍ତ ସମୟରେ ପୀଡ଼ିତ ଲୋକଙ୍କ ସହ କଥାବାର୍ତ୍ତା କରିବେ ଏବଂ ସେମାନଙ୍କର ଯନ୍ତ୍ରଣା ବାଣ୍ଟିବେ। 

HL5-Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା।  ଆସନ୍ତା ୭ ତାରିଖ ଦିନ ପୁରୀରେ ପ୍ରବଳ ବର୍ଷା ହେବ।  ୭ ତାରିଖରେ ପୁରୀ ଜିଲ୍ଲା ସମେତ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ରାଜ୍ୟରେ ଆଜି ବିଶେଷ ଭାବେ ବର୍ଷା ନାହିଁ।  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ସେହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ଦେବଗଡ,  ଝାରସୁଗୁଡା ଓ ବରଗଡ। ଏହି ସବୁ ଜିଲ୍ଲା ଗୁଡିକରେ ୮୦ ମିଲିମିଟରରୁ ଅଧିକ ବର୍ଷା ହୋବାର ସମ୍ଭାବନା ରହିଛି ।

HL6-Banakalagi niti: ଆଜି ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ ତେବେ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଭକ୍ତଙ୍କ ଭିଡ ଆରମ୍ଭ ହୋଇଛି। ତିନିରଥ ପ୍ରସ୍ତୁତ। ତିନିରଥରେ କପଡା ପଡିବା ଆରମ୍ଭ ହୋଇଛି। ଏଥର ୫୩ବର୍ଷ ପରେ ଏକ ବିରଳ ରଥଯାତ୍ରା ପଡିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଘୋଷଯାତ୍ରା। ଏଥିଲାଗି ରଥଯାତ୍ରା ପାଇଁ ଦୁଇଦିନିଆ ବ୍ଯବସ୍ଥା କରାଯାଉଛି। ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବାର କାର୍ଯ୍ଯକ୍ରମ ରହିଛି।

HL7-ପରଲୋକରେ କାକଟପୁରର ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକ। ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହୋଇଥିଲା।ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ।  ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।

HL8-ଗୁରୁବାର ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସେ ଗୁରୁବାର ଲୋକସେବା ଭବନରେ ନିଜ ପ୍ରକୋଷ୍ଠରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠ ହେବ ବୋଲି ସେ କହିଛନ୍ତି। ଏନେଇ ପ୍ରଯୁକ୍ତି ବିଦ୍ୟାକୁ ବି ପ୍ରୟୋଗ କରାଯିବ। ଓଡିଶାରେ ଓଡିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହାସହ ଭାଷା କମିଶନ ମଧ୍ୟ ଗଠନ କରାଯିବ।

HL9-POCSO Act case: ଜୁଲାଇ ୧୫ ରେ (POCSO) ମାମଲାରେ ହାଜର ହେବା ପାଇଁ ବେଙ୍ଗାଲୁରୁର ଏକ କୋର୍ଟ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ  ବି.ଏସ୍‌ ୟେଦୁରପ୍ପା ଙ୍କୁ ଡକାଇଛନ୍ତି। ଜୁନ୍ ୨୭ ରେ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଜେପି ନେତାଙ୍କ ବିରୋଧରେ ସିଆଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା। ୟେଦୁରପ୍ପାଙ୍କ ବିରୋଧରେ ନାବାଳିକା ଯୌନ ନିର୍ଯାତନା ଅଭିଯୋଗର ଯାଞ୍ଚ କରୁଥିବା ସିଆଇଡି ଚାର୍ଜସିଟରେ କହିଛି ଯେ ସେ ଏବଂ ଅନ୍ୟ ତିନିଜଣ ପୀଡିତା ଏବଂ ତାଙ୍କ ମାଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦେଇଛନ୍ତି। ପିଡିତାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ଚଳିତ ବର୍ଷ ମାର୍ଚ୍ଚ ୧୪ ରେ ମାମଲା ରୁଜୁ ହୋଇଥିଲା।

HL10-Team India: ଟି -20 ବିଶ୍ୱକପ ଜିତିବା ପରେ ଟିମ୍ ଇଣ୍ଡିଆ ଦେଶକୁ ଫେରିଛି। ଗୁରୁବାର ବିରାଟ ଶୋଭାଯାତ୍ରା ସହ ସହର ପରିକ୍ରମା ପେର ଟିମ୍ ଇଣ୍ଡିଆକୁ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ସମ୍ମାନିତ କରାଯାଇଥିଲା। ଟିମ୍ ଇଣ୍ଡିଆକୁ ବିସିସିଆଇ ଦ୍ୱାରା ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏଥିପାଇଁ ପୁରା ଟିମ୍ ଇଣ୍ଡିଆକୁ ମଞ୍ଚକୁ ଡକାଯାଇଥିଲା। ସମ୍ମାନିତ ହେବା ପରେ ଖେଳାଳିମାନେ ଟ୍ରଫି ସହିତ ପଡ଼ିଆରେ ଏକ ବିଜୟ ଲାପ୍ କରିଥିଲେ।