Top 10 News: ନୂଆ ବିଧାୟକମାନଙ୍କ ଆରମ୍ଭ ହେଲା ପାଠଶାଳା, WODC ଅଧ୍ୟକ୍ଷ ପଦ ଛାଡିଲେ ଅସିତ ତ୍ରିପାଠୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2388944

Top 10 News: ନୂଆ ବିଧାୟକମାନଙ୍କ ଆରମ୍ଭ ହେଲା ପାଠଶାଳା, WODC ଅଧ୍ୟକ୍ଷ ପଦ ଛାଡିଲେ ଅସିତ ତ୍ରିପାଠୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines: ରାଜ୍ୟରେ ନୂଆ ବିଧାୟକମାନଙ୍କ ଆରମ୍ଭ ହେଲା ପାଠଶାଳା।  ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରନ ରିଜ୍ଜୁ ଉଦଘାଟନ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 17 August 2024

Top 10 News Headlines 17 August 2024: H1. Asit Tripathi resigns: ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତପା ଦେଇଛନ୍ତି। ପୂର୍ବ ସରକାର ସମୟରେ ଅସିତ ତ୍ରିପାଠୀ WODC ଅଧ୍ୟକ୍ଷ ହୋଇଥିଲେ। ସେ ମଧ୍ୟ ରାଜ୍ୟର ୪୩ ତମ ମୁଖ୍ୟ ଶାସନ ସଚିବ ରହିସାରିଛିନ୍ତି।

H2. Orientation Programme for New Odisha MLAs: ରାଜ୍ୟରେ ନୂଆ ବିଧାୟକମାନଙ୍କ ଆରମ୍ଭ ହେଲା ପାଠଶାଳା।  ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରନ ରିଜ୍ଜୁ ଉଦଘାଟନ କରିଛନ୍ତି।  ଆଜିଠୁ ୨ ଦିନ ଧରି ଏହି ପ୍ରଶିକ୍ଷଣ ଚାଲିବ। 

H3. Bhubaneswar SIM box case: ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୭ଟି ସିମ୍‌ ବକ୍ସ ଠାବ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଗିରଫ ହୋଇଥିବା ରାଜୁ ମଣ୍ଡଳଙ୍କ ଏହି ମାମଲାରେ ବାଂଲାଦେଶ ଲିଙ୍କ୍‌ ରହିଛି। ସିମ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚୁଛି। କଟକ-ଭୁବନେଶ୍ଵର ପୁଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି।  

H4. BJD To Organise Orientation Programme For Its New MLAs: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। ଆସନ୍ତା ୨୫ତାରିଖ ସକାଳ ୧୦ଟାରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ନୂଆ ସଦସ୍ୟମାନଙ୍କୁ ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ। 

H5. Kendrapara ACSO Placed Under Arrest by Vigilance: ଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆଜି ବନ୍ଧାଯାଇଛି। 

H6. Doctors Nationwide Strike: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ୨୪ ଘଣ୍ଟା ପାଇଁ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଏବଂ ଓପିଡି ସେବା ବନ୍ଦ କରିବାକୁ ନିବେଦନ କରିଛି। ଏହାର ପ୍ରଭାବ ବିଭିନ୍ନ ରାଜ୍ୟରେ ମଧ୍ୟ ଦେଖାଯାଇଛି। ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଦିନ ଦେଶବ୍ୟାପୀ ଧର୍ମଘଟ ବନ୍ଦ କରିବାକୁ ଡାକ୍ତରମାନଙ୍କୁ ନିବେଦନ କରିଛି। ଏଥିସହ ସ୍ୱାସ୍ଥ୍ୟଗତ କର୍ମୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରସ୍ତାବ ଦେବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ନିଶ୍ଚିତ କରାଯାଇଛି।

H7. Gita Gopinath Meets FM: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆଇଏମଏଫର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଗୀତା ଗୋପୀନାଥଙ୍କୁ ଭେଟିଥିଲେ। ଏହି ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଇଏମଏଫ ସହ ସହଯୋଗ ବୃଦ୍ଧି ପାଇଁ ଭାରତ ଅଧିକ ଉପାୟ ଅନୁସନ୍ଧାନ କରିବାକୁ ପ୍ରସ୍ତୁତ। ଏହି ବୈଠକରେ ଗୋପୀନାଥ ଆର୍ଥିକ ଏକୀକରଣରେ ନୀତି ନିରନ୍ତରତା ପାଇଁ ଅର୍ଥମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

H8. Sabarmati Express Derail in Kanpur: ଆଜି ସାବରମତି ଏକ୍ସପ୍ରେସ ଉତ୍ତରପ୍ରଦେଶର କାନପୁରରେ ଦୁର୍ଘଟଣା ଗସ୍ତ ହୋଇଛି। ଏହି ସମୟରେ ଟ୍ରେନର ୨୫ ଟି କୋଚ୍ ଟ୍ରାକ୍ ତଳକୁ ଖସିଯାଇଥିଲା। ଟ୍ରେନ୍ ବାରାଣାସୀରୁ ଅହମ୍ମଦାବାଦ ଯାଉଥିଲା। ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାଁନ୍ତି। ତେବେ କିଛି ଯାତ୍ରୀ ଆହତ ହୋଇଛନ୍ତି।

H9. Health minister JP Nadda reviews mpox situation: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପୁନର୍ବାର MPOX କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶନିବାର ଦିନ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି MPOX ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମନ୍ତ୍ରଣାଳୟ ସମସ୍ତ ପରିସ୍ଥିତି ଉପରେ ନଜର ରଖିଛି।

H10. Vinesh Phogat On Medal: ଭାରତୀୟ ମହିଳା ରେସଲର ବିନେଶ ଫୋଗାଟ ପ୍ୟାରିସରୁ ଦିଲ୍ଲୀ ଫେରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ବିଷୟରେ କହିଛନ୍ତି। ବିନେଶ କହିଛନ୍ତି ଯେ ମୁଁ ପାଇଥିବା ପ୍ରେମ ଓ ସମ୍ମାନ ହେଉଛି ୧୦୦୦ ସ୍ୱର୍ଣ୍ଣ ପଦକ ଠାରୁ ଅଧିକ। ଭାରତୀୟ ମହିଳା କୁସ୍ତିଯୋଦ୍ଧା ଆଜି ପ୍ୟାରିସରୁ ଫେରିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ବିନେଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଶଂସକଙ୍କ ବ୍ୟତୀତ ତାଙ୍କର ସମସ୍ତ ସହକର୍ମୀମାନେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ।