Top 10 News Headlines in Odia: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ, ଖବର ସହିତ ଆରମ୍ଭ କରନ୍ତୁ ଆଜିର ଦିନ..
Advertisement
Article Detail0/zeeodisha/odisha1961395

Top 10 News Headlines in Odia: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ, ଖବର ସହିତ ଆରମ୍ଭ କରନ୍ତୁ ଆଜିର ଦିନ..

Top 10 News Headlines: ଆଜି ଜାତୀୟ ପ୍ରେସ୍‍ ଦିବସ। ସ୍ୱାଧୀନ ଓ ଦାୟିତ୍ୱବାନ ଗଣମାଧ୍ୟମର ଗୁରୁତ୍ୱକୁ ପାଳନ କରିବା ଲାଗି ଆଜିର ଦିନଟି ଉଦ୍ଦିଷ୍ଟ। ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ଭାରତ ପାଳନ କରୁଛି। ୧୯୬୬ ମସିହାର ଆଜିର ଦିନରେ ଦେଶରେ ପ୍ରେସ କାଉନ୍ସିଲ୍‍ ଅଫ୍‍ ଇଣ୍ଡିଆ ପ୍ରତିଷ୍ଠା କରାଯାଇଥିଲା। ଏହି ବିଶେଷ ଦିନରେ ଆସନ୍ତୁ ନଜର ପକାଇବା ସକାଳର ୧୦ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ

Top 10 News Headlines in Odia: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ, ଖବର ସହିତ ଆରମ୍ଭ କରନ୍ତୁ ଆଜିର ଦିନ..

Top 10 News Headlines: 

1. India Enters World Cup Cricket Final: ବିଶ୍ୱକପ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‍ ମ୍ୟାଚରେ ପ୍ରବେଶ କରିଛି ଭାରତ। ପ୍ରଥମ ଟିମ୍‍ ଭାବରେ ଭାରତ ଏହି ମାନ୍ୟତା ହାସଲ କରିଛି। ଗତକାଲି ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଥିଲେ। ଏହାଦ୍ୱାା ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍‍ କ୍ରିକେଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛି। ୧୯୮୩, ୨୦୦୩, ୨୦୧୧ରେ ଭାରତ ଫାଇନାଲ ମ୍ୟାଚ୍‍ ଖେଳିଥିଲା। ଏଥିରୁ ୧୯୮୩ ଏବଂ ୨୦୧୧ରେ ବିଶ୍ୱ ବିଜେତା ଟାଟଲ୍‍ ହାସଲ କରିଥିଲା।  

2. Hundreds of war hit Indian Medical Students get admission: ୟୁକ୍ରେନରେ ଯୁଦ୍ଧହେତୁ ଅଧାରୁ ପାଠ ଛାଡ଼ିଥିବା ଶହ ଶହ ସଂଖ୍ୟାରେ ଡାକ୍ତରୀ ଛାତ୍ରଙ୍କୁ ଉଜବେକିସ୍ତାନରେ ଡାକ୍ତରୀ ପଢ଼ିବାକୁ ସୁଯୋଗ ମିଳିଛ। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଉଜବେକିସ୍ତାନ ସରକାର ଏଥିରେ ରାଜି ହୋଇଛନ୍ତି।  ଏହାଦ୍ୱାରା ଏହି ଛାତ୍ରଛାତ୍ରୀମାନେ ସମରକନ୍ଦ ରାଜ୍ୟ ମେଡିକାଲ୍‍ କଲେଜରେ ନାମ ଲେଖାଇ ପାଠ ଆରମ୍ଭ କରିଛନ୍ତି। 

3. FIFA Academy in Odisha: ଭାରତର ପ୍ରଥମ ଫିଫା ଏକାଡେମୀ ଓଡ଼ିଶାର ଭୁବନେଶ୍ୱରଠାରେ ସ୍ଥାପନ ହେବ। ୨୧ ତାରିଖରେ ଏହାକୁ ଫିଫାର ମୁଖ୍ୟ ଆର୍ସନ ଓ୍ୱଙ୍ଗର ଉଦ୍‍ଘାଟନ କରିବେ। ପ୍ରତିଭା ବିକାଶ କରିବା ଏହି ଏକାଡେମୀର ଉଦ୍ଦେଶ ରହିବ। ଏଥିଲାଗି ଆବଶ୍ୟକ ସହାୟତା ରାଜ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

4. President Murmu to attend Historic Boita Vandana Utsav: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଐତିହାସିକ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ। ପାରାଦୀପ ବନ୍ଦର ଟ୍ରଷ୍ଟ ପକ୍ଷରୁ ଏହି ଉତ୍ସବକୁ ଆୟୋଜନ କରାଯାଇ ଆସୁଛି। ଓଡ଼ିଶା ଗୌରବମୟ ନୌ ଯାତ୍ରାକୁ ମନେ ପକାଇବା ଏହାର ଉଦ୍ଦେଶ୍ୟ। ୨୭ ତାରିଖରେ ଏହି ଉତ୍ସବରେ  ଯୋଗ ଦେବା ଲାଗି ରାଷ୍ଟ୍ରପତି ୨୬ ତାରିଖରେ ଭୁବନେଶ୍ୱର ପହଞ୍ଚିବେ। ଏହା ପୂର୍ବରୁ ୨୦ ରୁ ୨୨ ତାରିଖ ଯାଏ ରାଷ୍ଟ୍ରପତି ମୟୁରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତରେ ରହିବେ। 

5. Weather: ବଙ୍ଗୋପସାଗରରେ ସୃଷ୍ଟ ଳଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜିଠାରୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ କୋହଲା ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାର କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଆସନ୍ତା କାଲି ବର୍ଷା ହୋଇପାରେ। 

6. Farmer Suicide: ପୁଣି ଦେଖା ଦେଇଛି ଚକଡ଼ା ପୋକ ଉତ୍ପାତ। ଏଥିରେ ଆସ୍ଥା ହରାଇ ବଲାଙ୍ଗୀର ଜିଲ୍ଲା ପୁଇଁତଳାର ଜଣେ ଚାଷୀ ରମେଶ କୁମାର ଭୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରମେଶ ୧୦ ଏକର ଜମିରେ ଧାନ ଚାଷ ପାଇଁ ବ୍ୟାଙ୍କ ଓ ଅନ୍ୟ ଲୋକଙ୍କଠାରୁ ଧାର ଉଧାର କରିଥିଲେ। ଫସଲ ବି ଭଲ ହୋଇଥିଲା। କିନ୍ତୁ ଚକଡ଼ା ପୋକ ଲାଗିଯିବାରୁ ୫ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। ଏଥିରେ ହତାଶ ହୋଇ ସେ ବିଷ ପିଇଥିବ ଅଭିଯୋଗ ହୋଇଛି। 

7. Odisha Leads Revenue surplus list: ରାଜସ୍ୱ ବଳକା ରାଜ୍ୟ ଭାବେ ଭାରତ ବର୍ଷରା ଆଗୁଆ ରହିଛି ଓଡ଼ିଶା। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାଜ୍ୟ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ୱ ବଳକା କରିଥିବା ଦେଶର ଅର୍ଥନୀତିକ ମାନଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। ଏହାକୁ ନେଇ ରାଜ୍ୟ ସରକାର ଉତ୍ସାହିତ ରହିଛନ୍ତି। ଦିନେ ଆର୍ଥିକ ନିଅଣ୍ଟ ରାଜ୍ୟ ଭାବେ ମାନ୍ୟତା ପାଇଥିବା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହେବା ଏକ ବିଶେଷ ସଫଳତା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। 

8. 4 days after Tunnel tragedy in Uttakakhand: ଉତ୍ତରାଖଣ୍ଡର ଶିଲ୍କ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଆଜି ୪ ଦିନରେ ପହଞ୍ଚିଛି। ଉତ୍ତରାଖଣ୍ଡର ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରୟାସ ଏଥିଲାଗି ଜାରି ରହିଛି। ଯେଉଁଭଳି ଭାବେ ପରିସ୍ଥିତି ବିପଜ୍ଜନକ ହୋଇଛି ଏବେ ସେଥିରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଥାଇଲ୍ୟାଣ୍ଡ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି। 

9. ASI to start restoration of Nata Pandap Restoration today: ଶ୍ରୀ ଜଗନ୍ନାଥ ମନ୍ଦିରର ନାଟ ମଣ୍ଡପ ମରାମତି ପାଇଁ ଏଏସ୍‍ଆଇକୁ ତାଗିଦ କରିଛନ୍ତି ହାଇକୋର୍ଟ। ଜାନୁୟାରୀ ୨୦ ନୁହେଁ ଆଜିଠାରୁ କାମ ଆରମ୍ଭ କରିବାକୁ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୨୦ ଦିନ ଭିତରେ ସମ୍ପୂର୍ଣ୍ଣ ପ୍ରସ୍ତାବିତ ମରାମତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ଏଥିଲାଗି ଏଏସ୍‍ଆଇ ଦୈନିକ ୬ ଘଣ୍ଟା କାର୍ଯ୍ୟ କରିବ। 

10. Dharmendra’s letter to CM: ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍‍ ଫର ରାଇଜିଂ ଓଡ଼ିଶା ( ପିଏମ୍‍ଶ୍ରୀ) ଯୋଜନା ଅଧୀନରେ ସ୍କୁଲ୍‍ ଖୋଲିବାକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ତୃତୀୟ ଚିଠି ଲେଖିଛନ୍ତି।  ସାରା ଦେଶରେ ଏଥିଲାଗି ୧୪ ହଜାର ୫୦୦ ସ୍କୁଲ୍‍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

Also Read- Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ

Also Read- Vastu Tips: ଏହି ସବୁ ଭୁଲ ଯଦି କରୁଛନ୍ତି ତେବେ କରଜରେ ବୁଡ଼ିବେ, ତୁରନ୍ତୁ ନିଜକୁ ସୁଧାରନ୍ତୁ