Top 10 News Today: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପେସା ଆଇନ; ଭାରତୀୟଙ୍କୁ ବାଂଲାଦେଶ ବାରଣ ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2368510

Top 10 News Today: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପେସା ଆଇନ; ଭାରତୀୟଙ୍କୁ ବାଂଲାଦେଶ ବାରଣ ଏବଂ ଅନ୍ୟ ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପେସା ଆଇନ; ଭାରତୀୟଙ୍କୁ ବାଂଲାଦେଶ ବାରଣ ଏବଂ ଅନ୍ୟ ପ୍ରମୁଖ ଖବର

1. Life term  for Love Jihaad in Assam: ଆସାମ ସରକାର ଏକ ନୂଆ ନୀତି ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ‘ଲଭ୍‍ ଜିହାଦ୍‍’ରେ ଅଭିଯୁକ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତଙ୍କ ପାଇଁ ଜେଲ୍‍ ଦଣ୍ଡକୁ ଆଜୀବନ କରାଯିବ। ଆସାମ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ଏହି ଆଇନ ସମ୍ପର୍କିତ ବିଲ୍‍ ଆସାମ ବିଧାନସଭାକୁ ଆସିବ। ଗତ ସପ୍ତାହରେ ଉତ୍ତର ପ୍ରଦେଶ ସରକାର ଏପରି ଏକ ବିଧେୟକ ପାରିତ କରିଛନ୍ତି ଯାଉଁଥିରେ, ପ୍ରଲୋଗନ ଦେଖାଇ ବାହା ହୋଇଥିବା ଅଅଭିଯୁକ୍ତଙ୍କ ଜେଲ ଦଣ୍ଡକୁ ବଢ଼ାଇବା ଲାଗି ନିୟମ କରାଯାଇଛି। 

2.PESA to be enacted in Odisha: ଖୁବ୍‍ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ପଞ୍ଚାୟତ ( ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ ୧୯୯୬। ଏହି ଆଇନ ଦ୍ୱାରା ଆଦିବାସୀ ପଞ୍ଚାୟତର କ୍ଷମତା ବଢ଼ିବ। ନିଜ ଅଞ୍ଚଳର ଦାୟିତ୍ୱ ନିଜେ ଆଦିବାସୀ ନେବେ। ବିନା ଗ୍ରାମ ସଭାରେ କୌଣସି ଶିଳ୍ପ, ଜମି ହସ୍ତାନ୍ତର ହେବା ସମ୍ଭବ ହେବ ନାହିଁ। 

3.Jual Said Outsourcing will have an end: ରାଜ୍ୟରେ ଆଗକୁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କିନ୍ତୁ ଏସବୁ ପଦବୀରେ ନିଯୁକ୍ି ଲାଗି ଆଉଟସୋର୍ସିଂ ବ୍ୟବସ୍ଥା ରହିବ ନାହିଁ। ବରଂ ସିଧାସଳଖ ସରକାର ସେମାନଙ୍କୁ ନିଯୁକ୍ତି ଦେବେ ବୋଲି ଇଙ୍ଗିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। 

4.Too Much Officer raaj has ruined the BJD Govt ନିର୍ବାଚିତ ପ୍ରତିନିଧି ହେଉଛନ୍ତି ସରକାର। ଅଧିକାରୀମାନେ ତାଙ୍କ ସହାୟକ। ଅତ୍ୟଧିକ ଅଧିକାରୀଙ୍କ ଉପରେ ନିର୍ଭରଶୀଳତା ହେତୁ ବିଜେଡି ହାରିଲା।ରାଜ୍ୟରେ ବିଜେପି ସରକାର ତାହାକୁ କେବେ ସୁଯୋଗ ଦେବ ନାହିଁ ବୋଲି କହିଛନ୍ତି। 
 
5.Bangladesh Violation, 91 Dead: ବାଂଲାଦେଶରେ ବଢ଼ୁଛି ହିଂସା ଓ ଉତ୍ତେଜନା। ଆରକ୍ଷଣକୁ କେନ୍ଦ୍ର କରି ଏହି ଆନ୍ଦୋଳନ ଦ୍ୱିତୀୟ ଥର ପାଇଁ ତେଜିଛି। ଏହି ଆନ୍ଦୋଳନରେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନାଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ହିଂସାରେ ୯୧ଜଣଙ୍କ ପ୍ରାଣହାନୀ ଘଟିଛି। ଭାରତ ଏହାର ନାଗରିକଙ୍କୁ କଡ଼ା ସତର୍କତା ରକ୍ଷା ସହ ବାହାରକୁ ନବାହାରିବା ଲାଗି ପରାମର୍ଶ ଦେଇଛି। ଅପରପକ୍ଷା ଆସନ୍ତା ତିନି ଦିନ ଲାଗି ବାଂଲାଦେଶକୁ ଛୁଟି ଘୋଷଣା କରଯାଇଛି। 

6.Mahanadi Water Dispute- Odisha to discuss with CG: ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରାଯିବ। ବିଜେଡି ସରକାର ସମୟରେ ମହାନଦୀର ଉପରମୁଣ୍ଡରେ ଛୋଟ ଛୋଟ ଅନେକ ବ୍ୟାରେଜ୍‍ ଛତିଶଗଡ଼ ନିର୍ମାଣ କରି ଜଳ ପ୍ରବାହ ଉପରେ କଟକଣା ଲଗାଉଛି ବୋଲି ଅଭିଯୋଗ ହୋଇଥିଲା। ଏ ନେଇ କେନ୍ଦ୍ରୀୟ ଜଳ ଟ୍ରିବ୍ୟୁନାଲ୍‍ ମଧ୍ୟ ହସ୍ତକ୍ଷେପ କରିଥିଲେ। ହେଲେ କିଛି ଲାଭ ମିଳି ନଥିଲା। ରାଜ୍ୟ ସରକାର ଏନେଇ  ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। 

7.Olympic: India enters Semis: ଭାରତୀୟ ହକି ଦଳ ଅଲମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‍ ୬ ତାରିଖରେ ଅନୁଷ୍ଠିତ ହେବ। ଅପରପକ୍ଷେ ଆଜିପୁରୁଷ ବ୍ୟାଡ୍‍ମିଣ୍ଟନ, ମହିଳା ଟେନିସ,  ଗଲ୍ଫ, ଶୁଟିଂ, ମହିଳା ୪୦୦ ମିଟର ଦୌଡ଼, ମହିଳା ଡିନ୍‍ଘି, ମହିଳା କୁସ୍ତିରେ ଭାରତର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। 

8.Today in Parliament: ଆଜି ସଂସଦର ଅଧିବେଶନରେ ବଜେଟ୍‍ ଆଲୋଚନା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ବାବଦରେ ଆଲୋଚନା ହୋଇପାରେ। ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଶ୍ନୋତ୍ତର କାଳ ପରେ ସରକାର କିଛି ଆବଶ୍ୟକ ଦସ୍ତାବିଜକୁ ଗୃହର ଅନୁମୋଦନ ଲାଗି ଉପସ୍ଥାପନ କରିବେ। ଏହାପରେ ବିଭିନ୍ନ ବିଲ୍‍ ବୀବଦରେ ଆଳଷାଚନା ହେବ। ସରକାର ଗୋଆ ବିଧାନସଭାରେ ଆଦିବାସୀଙ୍କ ଲାଗି ଉଦ୍ଦିଷ୍ଟ ଆସନ ବାବଦରେ ମଧ୍ୟ ଏକ ସ୍ୱତନ୍ତ୍ର ବିଧେୟକ ଆଣିପାରନ୍ତି। 

9.Shravan Monday: ଆଜି ଶ୍ରାବଣ ତୃତୀୟ ସୋମବାର। ମାନସିକ  ଜଳ ଲାଗି ଲାଗି ବିଭିନ୍ନ ଶୈବ ପୀଠରେ କାଉଁଡ଼ିଆଙ୍କ ଗହଳି ଦେଖିବାକୁ ମିଳୁଛି। କିନ୍ତୁ ବିଭନ୍ନ ସ୍ଥାନରେ ଅଘଟଣ ବି ସାମ୍ନାକୁ ଆସିଛି। କଟକର ମହାନଦୀ ଏବଂ ଭୁବନେଶ୍ୱରରେ ଗତକାଲି ସଂଧ୍ୟାରେ ଦୁଇଜଣ କାଉଁଡ଼ିଆ ପାଣିରେ ଭାସିଯାଇଥିବା ଜଣାପଡ଼ିଛି।

10.Wayanad Operation: ୱାୟନାଡ଼ ମୂସ୍ଖଳନକୁ ସାତଦିନ ବିତିଛି। ତଥାପି ମାଟିତଳେ ପୋତି ହୋଇ ରହିଥିବା ମୃତକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ୱତନ୍ତ୍ର ଡ୍ରୋନ୍‍ ରାଡାର ବ୍ୟବହାର କରି ମୃତ ଦେହକୁ ଠାବ କରାଯାଉଛି। ଏବେ ମୃତ୍ୟୁ ସଂଖ୍ୟା ୩୬୦ରେ ପହଞ୍ଚିଛି। ଏବେ ବି ମୃତ ଦେହ ଖୋଜିବା ଲାଗି ଏନ୍‍ଡିଆର୍‍ଏଫ୍ ନିୟୋଜିତ ରହିଛି।