Top 10 News Today: ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2335777

Top 10 News Today: ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ଏବଂ ଅନ୍ୟ ଅପଡେଟ

ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଅପଡେଟ

Top 10 News Today: ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ଏବଂ ଅନ୍ୟ ଅପଡେଟ

1. ଖୋଲିଲା ରତ୍ନ ଭଣ୍ଡାର
ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲାଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର। ପ୍ରଥମେ ବାହାର ରତ୍ନ ଭଣ୍ଡାରକୁ ଅପରାହ୍ଣ ୧ଟା ୨୮ ମିନିଟ ସମୟରେ ଖୋଲାଯାଇଥିଲା। ଏହାପରେ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ନିର୍ଦ୍ଧାରିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ୧୪ଟି ସିନ୍ଦୁକ ବ୍ୟବସ୍ଥା କରାଯାଇଛି। କିଛି ସିନ୍ଦୁକକୁ ଆଜି ଶ୍ରୀମନ୍ଦିରକୁ ପ୍ରବେଶ କରାଯାଇଛି। 

2. ଏସଓପି ଅନୁଯାୟୀ ଚାଲିଛି ରତ୍ନଭଣ୍ଡାର ଖୋଲା ପ୍ରକ୍ରିୟା
ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ମାର୍ଗ ଦର୍ଶିକା ଅନୁସାରେ ପ୍ରଥମେ ନିର୍ଦ୍ଧାରିତ ଦଳ ପ୍ରବେଶ କରିଥିଲେ। ସେବକ ପ୍ରତିନିଧି ଶ୍ରୀ ଲୋକନାଥଙ୍କଠାରୁ ଆଜ୍ଞାପାଳ ଆଣିଥିଲେ। ଏହା ସହ ମହାଲକ୍ଷ୍ମୀ ଓ ବିମଳାଙ୍କ ଆଶୀର୍ବାଦ ଅଣାଯାଇ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ଜିଲ୍ଲା ପ୍ରଶାସନ ପାଖରେ ଥିବା ଚାବିକୁ ଶ୍ରୀମନ୍ଦିର ପ୍ରଶାସନକୁ ଏଥିପାଇଁ ହସ୍ତାନ୍ତର କରାଯାଇଛି। 

3. ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ
ଗତକାଲି ବିଳମ୍ବିତ ରାତିରେ ଉଚ୍ଚ କ୍ଷମତାପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସ୍ଥିତି ଯାଞ୍ଚ କରାଯାଇଥିଲା। ଆଜି ସକାଳେ କମିଟି ପକ୍ଷରୁ ମାର୍ଗ ଦର୍ଶିକା ବାବଦରେ ଆଲୋଚନା କରାଯାଇ କେମିତି କାର୍ଯ୍ୟକୁ ଠିକଣା ଭାବେ ପରିଚାଳନା କରାଯାଇପାରିବ ସେ ବାବଦରେ ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଧାରିତ କମିଟି ବ୍ୟତୀତ ଅନ୍ୟ କାହାକୁ ଭଣ୍ଡାର ଘର ଭିତରକୁ ପ୍ରବେଶର ଅନୁମତି ଦିଆଯାଇ ନାହିଁ। 

4. ଯାଞ୍ଚ ହେବ ରତ୍ନ ଭଣ୍ଡାରର ପରିସ୍ଥିତି
ଆଜି ରତ୍ନ ଭଣ୍ଡାରର ସଦ୍ୱିତୀୟ କୋଠରୀ ଖୋଲାଯାଇ ପରିସ୍ଥିତି ଯାଞ୍ଚ କରାଯିବ। ଏହାସହ ସମୟ ମିଳିଲେ ଅଳଙ୍କାର ସ୍ଥାନାନ୍ତରିତ କରାଯିବ। ଆଜି ଗଣତି ମଣତିର କୌଣସି ବ୍ୟବସ୍ଥା କରାଯାଇ ନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

5. ଆଜି ଆଡ଼ପ ମଣ୍ଡପରେ ଶେଷ ଦର୍ଶନ
ଆଜି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବଦିନାଙ୍କ ଯାତ୍ରାର ଶେଷ ଦର୍ଶନ। ଏଥିଲାଗି ଭକ୍ତଙ୍କ ପ୍ରବଳ  ଭିଡ଼  ଦେଖିବାକୁ ମିଳିଛି। କିନ୍ତୁ ସନ୍ଧ୍ୟା ୫ଟା ଯାଏ ଏହି ଦର୍ଶନ ଉପଲବ୍ଧ ହୋଇପାରିବ। ଏହାପରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି କରିବେ ଶ୍ରୀମନ୍ଦିର ପ୍ରଶାସନ। 

6. ବାହୁଡ଼ା ପାଇଁ ନୀତି ନିର୍ଘଣ୍ଟ
ବାହୁଡ଼ା ଯାତ୍ରା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଛି। ଶ୍ରଅୀମନ୍ଦିର ପକ୍ଷରୁ ପ୍ରକାଶିତ ନୀତି ତାଲିକା ଅନୁସାରେ ଆସନ୍ତା କାଲି ପ୍ରାତ!ଃ ୪ଟାରେ ମଙ୍ଗଳ ଆଳତି ହେବ। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷହୋଇ ଗୋପାଳ ବଲ୍ଲଭ ଖେଚୁଡ଼ି ଭୋଗ ହେବ। ସକାଳ ସାତଟା ସୁଦ୍ଧା ଏସବୁ ନୀତି ଶେଷ ହୋଇ ସେନାପଟା ଲାଗି ହେବ। ଦିନ ୧୨ଟାରେ ଆରମ୍ଭ ହେବ ବାହୁଡ଼ା ପହଣ୍ଡି। ଅପରାହ୍ଣ ୪ଟାରେ ରଥଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। 

7. ବିଭିନ୍ନ ଅଞ୍ଚଳରେ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି।  ଆସନ୍ତା କାଲି ଘୂର୍ଣ୍ଣି ବଳୟ ଲଘୁଚାପ ରୂପ ନେବାକୁ ଥିବାରୁ ବାହୁଡ଼ାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାବାଦ ୧୮ ତାରିଖରେ ଆଉ ଏକ ଲଘୁଚାପ ହେବାର ଆକଳନ କରାଯାଇଛି। 

8. ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାର ଉଦ୍ୟମ ହୋଇଛି। ଏକ ନିର୍ବାଚନ ଶୋଭାଯାତ୍ରାରେ ସେ ଯୋଗ ଦେଇଥିବା ବେଳେ ଜଣା ଆତତାୟୀ ତାଙ୍କୁ ଗୁଳି ମାରିବାକୁ ଆସିଥିଲେ। ତାଙ୍କୁ ଅଳ୍ପ ବାଜି ଗୁଳି ଚାଲି ଯାଇଥିଲା। ପରେ ତାଙଘ୍କୁ ମଞ୍ଚା ଉପରୁ ନିଆଯାଇଥିଲା। ଆତତାୟୀର ଗୁଳିରା ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁଳିମାରିଥିବା ଆତତାୟୀକୁ ଚିହ୍ନଟ କରାଯାଇଛି। ସେ ହେଉଛି ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ। ଆମେରିକୀୟ ସିକ୍ରେଟ ସର୍ଭିସ୍‍ ଦ୍ୱାରା ସା ନିହତ ହୋଇଛି। 

9. ପୂଜାଙ୍କ ଗାଡ଼ି ଜବତ କଲା ପୁନେ ପୁଲିସ
ବିବାଦୀୟ ଆଇଏଏସ୍‍ ଟ୍ରେନି  ଅଧିକାରୀ ପୂଜା ଖେଦକରଙ୍କ ସୌଖିନ ଅଡି କାର୍‍କୁ ପୁନେ ପୁଲିସ ଜବତ କରିଛି। ଏହି ଗାଡ଼ିରେ ସେ ନାଲି ଓ ନୀଳବତୀ ଲଗାଇଥିବା ଅଭିଯୋଗ ହୋଇଥିଲା। ନିଜ ପାଇଁ ସ୍ୱାଚ୍ଛାନ୍ଦ୍ୟୃ, ବ୍ୟକ୍ତିଗତ ସହାୟକ ଓ ସୁବିଧା ମାଗି ସେ ଚର୍ଚ୍ଚାକୁ ଆସିଥିଲେ। ପୁଲିସ ପକ୍ଷରୁ ତାଙ୍କୁ ଦିଆଯାଇଥିବା ବନ୍ଧୁକ ଲାଇସେନ୍ସ ବାବଦରେ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। 

10. ମଣିପୁରରେ ଉତ୍ତେଜନା
ପୁଣିଥରେ ମଣିପୁରରେ ଉତ୍ତେଜନା ଓ ହିଂସା ସାମ୍ନାକୁ ଆସିଛି। ଉଗ୍ରବାଦୀ ଗୋଷ୍ଠୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ସିଆରପିଏଫ୍‍ ଯବାନଙ୍କ ମୃତ୍ୟୁ ହୋଇଛି। ଜିବରାମ ଜିଲ୍ଲାରେ କୁକି ଉଗ୍ରବାଦୀଙ୍କ ସହ ଗୁଳି ବିନିମୟରେ ତାଙ୍କ ମ୍ୟତ୍ୟୁ ହୋଇଥିବା ଜଣାପଡ଼ିଛି।