Odisha News: ଅଧା କର୍ମଚାରୀରେ ଚାଲିଛି ୩୧ ସରକାରୀ ଉଦ୍ୟୋଗ, ୨ ରେ ଆଉଟ୍‍ସୋର୍ସ, ଗୋଟିଏ କର୍ମଚାରୀ ବିହୀନ
Advertisement
Article Detail0/zeeodisha/odisha2424850

Odisha News: ଅଧା କର୍ମଚାରୀରେ ଚାଲିଛି ୩୧ ସରକାରୀ ଉଦ୍ୟୋଗ, ୨ ରେ ଆଉଟ୍‍ସୋର୍ସ, ଗୋଟିଏ କର୍ମଚାରୀ ବିହୀନ

ଭୁବନେଶ୍ୱର: ଅଧାରୁ କମ୍‍ କର୍ମଚାରୀଙ୍କ ଦ୍ୱାରା ଚାଲିଛି ରାଜ୍ୟର ସମସ୍ତ ସରକାରୀ ଉଦ୍ୟୋଗ। ଖାଲି ସେତିକି ନୁହେଁ ଗୋଟିଏ ସରକାରୀ ଉଦ୍ୟୋଗରେ କୌଣସି କର୍ମଚାରୀ ନାହାନ୍ତି ତଥାପି ତାହା ଚାଲିଛି। ଆଉ ଦୁଇ ସଂସ୍ଥାରେ ଉଦ୍ୟୋଗ ଚଳାଇଛନ୍ତି ଆଉଟ୍‍ ସୋର୍ସିଂ ଠିକା କର୍ମଚାରୀ। ଏ ତଥ୍ୟ ରଖିଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତଥାପି

Odisha News: ଅଧା କର୍ମଚାରୀରେ ଚାଲିଛି ୩୧ ସରକାରୀ ଉଦ୍ୟୋଗ, ୨ ରେ ଆଉଟ୍‍ସୋର୍ସ, ଗୋଟିଏ କର୍ମଚାରୀ ବିହୀନ

Odisha News: ଭୁବନେଶ୍ୱର: ଅଧାରୁ କମ୍‍ କର୍ମଚାରୀଙ୍କ ଦ୍ୱାରା ଚାଲିଛି ରାଜ୍ୟର ସମସ୍ତ ସରକାରୀ ଉଦ୍ୟୋଗ। ଖାଲି ସେତିକି ନୁହେଁ ଗୋଟିଏ ସରକାରୀ ଉଦ୍ୟୋଗରେ କୌଣସି କର୍ମଚାରୀ ନାହାନ୍ତି ତଥାପି ତାହା ଚାଲିଛି। ଆଉ ଦୁଇ ସଂସ୍ଥାରେ ଉଦ୍ୟୋଗ ଚଳାଇଛନ୍ତି ଆଉଟ୍‍ ସୋର୍ସିଂ ଠିକା କର୍ମଚାରୀ। ଏ ତଥ୍ୟ ରଖିଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତଥାପି କୌଣସି ସଂସ୍ଥା ଋଗ୍‍ଣ ନୁହେଁ କି ୧୦ ବର୍ଷ ହେଲା ବନ୍ଦ ହୋଇ ନାହିଁ ବୋଲି ଶ୍ରୀ ମହାପାତ୍ର ବିଧାନସଭାରେ ଉତ୍ତର ରଖିଛନ୍ତି। 

ବିଧାନସଭାରେ ରଖାଯାଇଥିବା ଉତ୍ତର ଅନୁସାରେ ରାଜ୍ୟରେ ସମୁଦାୟ ୩୧ଟି ସରକାରୀ ଉଦ୍ୟୋଗ ରହିଛି। ଏଥିରୁ ମାତ୍ର ଗୋଟିଏ ସଂସ୍ଥା ବା ଓଡ଼ିଶା ପର୍ଯ୍ୟଟନ ନିଗମ ଲିମିଟେଡ୍‍ ପାଖରେ କୌଣସି ପଦବୀ ଖାଲି ପଡ଼ି ନାହିଁ। କିନ୍ତୁ ଅନ୍ୟ ୩୦ ସଂସ୍ଥାରେ ଖାଲିଥିବା କର୍ମଚାରୀଙ୍କ ସଂଖ୍ୟା କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟାଠାରୁ ଅଧିକ। ଏହି ସଂସ୍ଥାଗୁଡ଼ିକରେ ସମୁଦାୟ ୧୨୮୯୦ ପଦବୀ ଖାଲିପଡ଼ିଛି। ଅପରପକ୍ଷେ ୩୦ ସଂସ୍ଥାରେ ୧୨୩୦୭ କର୍ମଚାରୀ କାର୍ଯ୍ୟ କରୁଛନ୍ତି। 

ସବୁଠାରୁ ଅଧିକ କର୍ମଚାରୀ ପଦବୀ ଖାଲିଥିବା ସଂସ୍ଥାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ଓଡ଼ିଶା ଶକ୍ତି ସଞ୍ଚାରଣ ଲିମିଟେଡ୍‍ ବା ଓପିଟିସିଏଲ୍‍। ଏଠାରେ ୩୧୪୧ଟି ପଦବୀ ଖାଲି ପଡ଼ିଥିବା ବେଳେ ୨୨୭୫୩ କର୍ମଚାରୀରେ ଚାଲିଛି ସଂସ୍ଥା। ଏହା ତଳକୁ ରାଜ୍ୟ ଯୋଗାଣ ନିଗମରେ ୨୨୬୦ ପଦବୀ ଖାଲି ପଡ଼ିଥିବା ମନ୍ତ୍ରୟ୍ରୀ ଦର୍ଶାଇଛନ୍ତି। ସେହିପରି ଜଳ ବିଦ୍ୟୁତ୍‍ ନିଗମରେ ୧୦୧୪ ପଦବୀ, ଖଣି ନିଗମରେ ୧୪୩୩ କର୍ମଚାରୀ, ଉଠା ଜଳ ସେଚନ ନିଗମରେ ୧୦୮୧ ପଦବୀ ଖାଲିପଡ଼ିଛି। 

ଓଡ଼ିଶା କୋଇଲା ଓ ଶକ୍ତି ଲିମିଟେଡ ବା ଓସିପିଏଲ୍‍ରେ ସମସ୍ତ ଖାଲିପଡ଼ିଥିବା ପଦବୀ ଆଉଟସୋର୍ସ କର୍ମଚାରୀଙ୍କ ଦ୍ୱାରା ପୂରଣ କରାଯାଇଛି। ଜେଡ୍‍କୋଲରେ ଜଳ ବିଦ୍ୟୁତ୍‍ ନିଗମରୁ କର୍ମଚାରୀଙ୍କୁ ଅଣାଯାଇ କାର୍ଯ୍ୟ ଚାଲିଛି। ଅପରପକ୍ଷେ ଜଳ ବିଦ୍ୟୁତ୍‍ ନିଗମରେ ୧୦୧୪ ପଦବୀ ଖାଲିପଡ଼ିଛି। କଳିଙ୍ଗ ଷ୍ଟୁଡିଓରେ କୌଣସି କର୍ମଚାରୀ ନାହାନ୍ତି, ତଥାପି ଷ୍ଟୁଡିଓ ଚାଲିଛି।  ଏହା ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରୀ ପ୍ରତି ସରକାରଙ୍କ ଉଦାସୀତାକୁ ସ୍ପଷ୍ଟ କରୁଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଦ୍‍ୱାରା ପଚରାଯାଇଥିବା ପ୍ରଶ୍ନରେ ଶ୍ରୀ ମହାପାତ୍ର ଏହା କହିଛନ୍ତି। 

ଅନ୍ୟଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ରାଜ୍ୟରେ କୌଣସି ସରକାରୀ ଉଦ୍ୟୋଗ ଋଗ୍‍ଣ ନୁହେଁ। ଅର୍ଥାତ୍‍ ସମସ୍ତ ଶିଳ୍ପ ଲାଭରେ ବା ବିନା କ୍ଷତିରେ ଚାଲୁଛନ୍ତି। ତଥାପି ଏସବୁ ଅନୁଷ୍ଠାନରେ ପଦବୀ ଖାଲି ରହିବା ରାଜ୍ୟରେ ଏବେ ୩୨ ହଜାରରୁ ଅଧିକ ଶିକ୍ଷିତ ଯୁବକଙ୍କ ଲାଗି କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛି।  ଏ କ୍ଷେତ୍ରରେ ଯଦି ସରକାର ଉଚିତ ପଦକ୍ଷେପ ନେବେ ତେବେ ନିଗମସବୁ ରାଜ୍ୟର ଯୁବା ବର୍ଗଙ୍କୁ ନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ।