ଆଇଆଇଟିରେ ‘ଗ୍ରାମୀଣ ରାସ୍ତାରେ ବ୍ରିଜ୍ ନିର୍ମାଣ ପାଇଁ ସର୍ଭେ ଉପରେ ତାଲିମ ଶିବିର
Advertisement
Article Detail0/zeeodisha/odisha2424667

ଆଇଆଇଟିରେ ‘ଗ୍ରାମୀଣ ରାସ୍ତାରେ ବ୍ରିଜ୍ ନିର୍ମାଣ ପାଇଁ ସର୍ଭେ ଉପରେ ତାଲିମ ଶିବିର

IIT Bhubaneswar: ତାଲିମ କାର୍ଯ୍ୟକ୍ରମରେ ବ୍ରିଜ୍ ଯୋଜନା, ବ୍ରିଜ୍ ପାଇଁ ଡିପିଆର ପ୍ରସ୍ତୁତି, ମୃତ୍ତିକା ଅନୁସନ୍ଧାନ, ହାଇଡ୍ରୋଲିକ୍ ଡିଜାଇନ୍, ବ୍ରିଜ୍ ଉପରେ ଲୋଡ୍ ମୂଲ୍ୟାଙ୍କନ ଏବଂ ଭୂକମ୍ପର ବିଚାର ସହିତ ସୁପରଷ୍ଟ୍ରକଚର, ସବଷ୍ଟ୍ରକଚର ଏବଂ ଫାଉଣ୍ଡେସନର ଡିଜାଇନ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲୋଚନା କରାଯିବ।

ଆଇଆଇଟିରେ ‘ଗ୍ରାମୀଣ ରାସ୍ତାରେ ବ୍ରିଜ୍ ନିର୍ମାଣ ପାଇଁ ସର୍ଭେ ଉପରେ ତାଲିମ ଶିବିର

ଭୁବନେଶ୍ଵର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି) ପକ୍ଷରୁ 'ଗ୍ରାମୀଣ ରାସ୍ତାରେ ବ୍ରିଜ୍ ନିର୍ମାଣ ପାଇଁ ସର୍ଭେ, ଅନୁସନ୍ଧାନ ଏବଂ ଡିପିଆର ପ୍ରସ୍ତୁତି' ଉପରେ ୫ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଯାଇଛି। ପ୍ରତିଷ୍ଠାନର ସ୍କୁଲ୍ ଅଫ୍ ଇନଫ୍ରାଷ୍ଟ୍ରକଚର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମଟି ଆସନ୍ତା ୧୩ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମକୁ ବ୍ରିଜ୍ ଇଞ୍ଜିନିୟର ଅଶୋକ କୁମାର ବାସା ଯୋଗଦେଇ ଉଦ୍ ଘାଟନ କରିଥିଲେ।

ସେହିପରି ସମାରୋହରେ ଏସଏମସିଇ ଇଣ୍ଡିଆର ସିନିୟର ବ୍ରିଜ୍ ଇଞ୍ଜିନିୟର ଅଶ୍ଵିନୀ କୁମାର ପାଢ଼ୀ , ଆଇଆଇଟି ଡିନ୍-ନିରନ୍ତର ଶିକ୍ଷା ପ୍ରଫେସର ଭି. ପାଣ୍ଡୁରଙ୍ଗା, ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚର ମୁଖ୍ୟ ପ୍ରଫେସର ସୁମନ୍ତ ହାଲଦାର ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରିଜ୍ ସମ୍ପର୍କୀୟ ବିଶ୍ଳେଷଣ, ଡିଜାଇନ୍ ତଥା ନିର୍ମାଣରେ ଜଡ଼ିତ ଭାରତର ୪୦ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ବ୍ରିଜ୍ ଯୋଜନା, ବ୍ରିଜ୍ ପାଇଁ ଡିପିଆର ପ୍ରସ୍ତୁତି, ମୃତ୍ତିକା ଅନୁସନ୍ଧାନ, ହାଇଡ୍ରୋଲିକ୍ ଡିଜାଇନ୍, ବ୍ରିଜ୍ ଉପରେ ଲୋଡ୍ ମୂଲ୍ୟାଙ୍କନ ଏବଂ ଭୂକମ୍ପର ବିଚାର ସହିତ ସୁପରଷ୍ଟ୍ରକଚର, ସବଷ୍ଟ୍ରକଚର ଏବଂ ଫାଉଣ୍ଡେସନର ଡିଜାଇନ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲୋଚନା କରାଯିବ। ଏଥିସହ ହାଲୁକା ବ୍ରିଜ୍ ଏବଂ ବ୍ରିଜ୍ ହେଲଥ୍ ମନିଟରିଂ ଭଳି ଉନ୍ନତ ବିଷୟ ଉପରେ ମଧ୍ୟ ଆଲୋଚନା କରାଯିବ। 

କାର୍ଯ୍ୟକ୍ରମରେ ପ୍ରାକ୍ଟିକାଲ ଅନୁଭୂତି ଭାବେ ଅଂଶଗ୍ରହଣକାରୀଙ୍କୁ ଏକ ନିର୍ମାଣାଧୀନ ବ୍ରିଜ୍ ସାଇଟକୁ କ୍ଷେତ୍ର ପରିଦର୍ଶନର ମଧ୍ୟ ଯୋଜନା ରହିଛି ବୋଲି କୁହାଯାଇଛି। କାର୍ଯ୍ୟକ୍ରମକୁ ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚର ସୁରେଶ ଆର ଦାଶ, ଉମେଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ।