Odisha News: ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ମୃତ, ତିନି ଆହତ
Advertisement
Article Detail0/zeeodisha/odisha2424769

Odisha News: ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ମୃତ, ତିନି ଆହତ

Odisha News: ଗଣେଶ ପୂଜା ଭସାଣି ବେଳେ ଘଟିଲା ଅଭାବନୀୟ ଘଟଣା। ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲେ ଭର୍ତ୍ତ କରାଯାଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଛ କଟକ ଜିଲ୍ଲା ଧୁରୁସିଆ ଗାଁରେ ଏହି ଅଘଟଣ ଘଟିଛି। 

 

Odisha News: ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ମୃତ, ତିନି ଆହତ
Odisha News: ଗଣେଶ ପୂଜା ଭସାଣି ବେଳେ ଘଟିଲା ଅଭାବନୀୟ ଘଟଣା। ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲେ ଭର୍ତ୍ତ କରାଯାଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଛ କଟକ ଜିଲ୍ଲା ଧୁରୁସିଆ ଗାଁରେ ଏହି ଅଘଟଣ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ମୃତକ ଜଣକ ନାବାଳକ ହୋଇଥିବା ଜଣାପଡିଛି। ଏବେବି ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। 
 
ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ହେଉଥିଲା । ଏହି ସମୟରେ  ଦୁଇ ଗାଁର ପିଲା ମୁହାଁମୁହିଁ ହୋଇଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା।  ପରେ ଏହି ବଚସା ଧିରେ ଧିରେ ଉଗ୍ର ରୂପ ନେଇଥିଲା। ପରେ,  ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ସହ ଭୁଜାଲିରେ ଆକ୍ରମଣ ହୋଇଥିଲା। ଏ-ନେଇ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପରିସ୍ଥିତି ଶାନ୍ତ ପଡିଥିଲା।  ପୋଲିସ୍ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଉଛି। ଗଣ୍ତୋଗଳକୁ ଏଡାଇବା ପାଇଁ ଗାଁରେ ପୋଲିସ୍ ମୃତୟନ କରାଯାଇଛି।