Miami Airport US: ଉଡ଼ାଣ ଭରିବା ସମୟରେ ବିମାନରେ ଲାଗିଲା ନିଆଁ; ଦେଖନ୍ତୁ ଭିଡ଼ିଓ
Advertisement
Article Detail0/zeeodisha/odisha2068037

Miami Airport US: ଉଡ଼ାଣ ଭରିବା ସମୟରେ ବିମାନରେ ଲାଗିଲା ନିଆଁ; ଦେଖନ୍ତୁ ଭିଡ଼ିଓ

Miami International Airport: ଶୁକ୍ରବାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଆଟଲାସ୍ ଏୟାର ବୋଇଙ୍ଗ ୭୪୭-୮ କାର୍ଗୋ ବିମାନରେ ଲାଦି ୟାଇଥିଲା ନିଆଁ।

Miami Airport US: ଉଡ଼ାଣ ଭରିବା ସମୟରେ ବିମାନରେ ଲାଗିଲା ନିଆଁ; ଦେଖନ୍ତୁ ଭିଡ଼ିଓ

fire caught in plane during take off in usa: ଉଡ଼ାଣ ଭରିବା ସମୟରେ ବିମାନରେ ଲାଗିଯାଇଛି ନିଆଁ। ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନରେ ନିଆଁ ଲାଗିଯିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ଆମେରିକାର ମିଆମି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଆଟଲାସ୍ ଏୟାର ବୋଇଙ୍ଗ ୭୪୭-୮ କାର୍ଗୋ ବିମାନ। ଉଡ଼ାଣ ବେଳେ ଏହି ବିମାନର ଏକ ଇଞ୍ଜିନ୍ ରେ ଲାଗିଯାଇଥିଲା ନିଆଁ। ବିମାନର ବାମ ପାର୍ଶ୍ୱରେ ରହିଥିବା ଡେଣାରେ ନିଆଁ ଲାଗିଥିବାର ଜଣାପଡ଼ିଥିଲା। ହେଲେ ପାଇଲଟ ଦକ୍ଷତାର ସହ ବିମାନକୁ ନିୟନ୍ତ୍ରଣ କରିଥିଲେ। ସେ ନିରାପଦରେ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ କରିଥିଲେ। ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ଆସିନାହିଁ।

ଆଟଲାସ୍ ଏୟାର ବୋଇଙ୍ଗ ୭୪୭-୮ କାର୍ଗୋ ବିମାନରେ (Atlas Air Boeing 747-8 Cargo Aircraft) ନିଆଁ ଲାଗିବା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ​​ଯେତେବେଳେ ବିମାନ ଉଡ଼ାଣ ଭରୁଥିଲା। ଏହା ପରେ ବିମାନର ଗୋଟିଏ ଇଞ୍ଜିନ୍ ରେ ନିଆଁ ଲାଗିଯାଇଥିଲା। ଏନେଇ କାର୍ଗୋ କମ୍ପାନୀ ଆଟଲାସ ଏୟାର (Cargo Company Atlas Air) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କହିଛି ଯେ ବିମାନର ଚାଳକ ଦଳ ସଦସ୍ୟ (Atlas Air Boeing 747-8 Cargo Aircraft Crew Member) ସମସ୍ତ ମାନକ ପ୍ରଣାଳୀ ଅନୁସରଣ କରି ମିଆମି ଅନ୍ତର୍ଜାତୀୟ ବିମାନବନ୍ଦର (Miami International Airport) ଠାରେ ଆଟଲାସ୍ ଏୟାର ବୋଇଙ୍ଗ ୭୪୭-୮ କାର୍ଗୋ ବିମାନକୁ ନିରାପଦରେ (Atlas Air Boeing 747-8 Cargo Aircraft Safe Landing in Miami Airport) ଅବତରଣ କରିଥିଲେ। ଏହି ଘଟଣାର ତଦନ୍ତ କରାଯିବ ବୋଲି କମ୍ପାନୀ କହିଛି। ହେଲେ ଉଡ଼ାଣ ଭରିବା ସମୟରେ ନିଆଁ ଲାଗି ଯାଇଥିବା ବିମାନରେ କେତେଜଣ ଚାଳକ ଦଳ ସଦସ୍ୟ ରହିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ଉଡ଼ାଣ ଭରିବା ସମୟରେ ବୋଇଙ୍ଗ ୭୪୭-୮ କାର୍ଗୋ ବିମାନରେ ନିଆଁ ଲାଗିବା ଘଟଣାରେ ଆଟଲାସ୍ ଏୟାର ପକ୍ଷରୁ ପ୍ରତକ୍ରିୟା ରଖାଯାଇଛି। ଏନେଇ ଏହି କାର୍ଗୋ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା  ବିବୃତ୍ତିରେ କୁହାଯାଇଛି ଯେ ମିଆମି ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ (Atlas Air Boeing 747-8 Cargo Aircraft Take Off from Miami Airport) ଭରିବା କିଛି ସମୟ ପରେ ବୋଇଙ୍ଗ ୭୪୭-୮ କାର୍ଗୋ ବିମାନର ଇଞ୍ଜିନ ବିଫଳ ହୋଇଥିଲା। ଯାହ ଫଳ ସ୍ୱରୂପ ବିମାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ବିମାନକୁ ସୁରକ୍ଷିତ ଭାବେ ମିଆମି ବିମାନବନ୍ଦରରେ ଅବତରଣ (Miami Airport US) କରାଯାଇଥିଲା। ହେଲେ ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।