ହଠାତ୍ ବନ୍ୟାଜଳରେ ଫୁଲିଲା ଗଙ୍ଗାନଦୀ, ଫସିଲେ କାଉଡିଆ
Advertisement
Article Detail0/zeeodisha/odisha2364942

ହଠାତ୍ ବନ୍ୟାଜଳରେ ଫୁଲିଲା ଗଙ୍ଗାନଦୀ, ଫସିଲେ କାଉଡିଆ

ହଠାତ ନଦୀର ଜଳସ୍ତର ବଢିବା କାରଣରୁ କାଉଡିଆମାନେ କିଛି ଉପାୟ ନପାଇ ଜୀବନ ରକ୍ଷା ପାଇଁ ଏକ ନିର୍ମାଣଧୀନ ବ୍ରିଜ୍ ଉପରକୁ ଚଢିଯାଇଥିଲେ । ବ୍ରିଜରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ହଠାତ୍ ବନ୍ୟାଜଳରେ ଫୁଲିଲା ଗଙ୍ଗାନଦୀ, ଫସିଲେ କାଉଡିଆ

ହରିଦ୍ୱାର: ହର କି ପୋଡି ନିକଟରେ ଗଙ୍ଗା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ହଠାତ ବନ୍ୟାଜଳ ଆସିବା କାରଣରୁ କିଛି କାଉଡିଆ ନଦୀ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ନଦୀରେ ଜଳ ସ୍ତର ବଢିବା ପୂର୍ବରୁ କିଛି କାଉଡିଆ ଗଙ୍ଗା ଘାଟରୁ ଜଳ ଆଣିବା ଲାଗି ବାହାରିଥିଲେ । କିନ୍ତୁ ହଠାତ ନଦୀର ଜଳସ୍ତର ବଢିବା କାରଣରୁ କାଉଡିଆମାନେ କିଛି ଉପାୟ ନପାଇ ଜୀବନ ରକ୍ଷା ପାଇଁ ଏକ ନିର୍ମାଣଧୀନ ବ୍ରିଜ୍ ଉପରକୁ ଚଢିଯାଇଥିଲେ । ବ୍ରିଜରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ବାସ୍ତବରେ, ଗଙ୍ଗାରେ ଜଳସ୍ତର ବୃଦ୍ଧି ନେଇ ଜଳସେଚନ ବିଭାଗ ପକ୍ଷରୁ ଗୁରୁବାର ଦିନ ସୂଚନା ଦିଆଯାଇଥିଲା । ଗଙ୍ଗାନଦୀରେ ଜଳ ପ୍ରବାହ ସର୍ବନିମ୍ନ ସ୍ତରରୁ ବୃଦ୍ଧି ହୋଇ ଶୁକ୍ରବାର ଦିନ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିଲା । ତେବେ ବନ୍ୟାଜଳ ଆସିବା ପୂର୍ବରୁ ହିଁ କାଉଡିଆମାନେ ନଦୀ ଗର୍ଭକୁ ଜଳ ଆଣିବାକୁ ଯାଇଥିଲେ । ନଦୀରେ କାଉଡିଆଙ୍କୁ ଫସିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ପୋଲିସ ଏବଂ ଏସଡିଆରଏଫ ଆଟେଣ୍ଡାଣ୍ଟ ଘଟଣାସ୍ଥଳରେ ପହଞ୍ଚି କାଉଡିଆଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଶିବ ସେତୁ ନିକଟରୁ ୧୬ ଜଣ କାଉଡିଆଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତତକ୍ଷଣାତ କାଉଡିଆଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଧନ୍ୟବାଦ ଦେଇଥିବା ଜଣାପଡିଛି । କାଉଡିଆ ଫସି ରହିବାଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଶେଷ ହେବା ଯାଏ ସେଠାରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ।

Also Read- Grah Gochar 2024: ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ୫ ରାଶି ଭାଗ୍ୟରେ ଧନ ବର୍ଷା

Also Read- Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ