Gold Silver Price: ଆସିଲା ନୂଆ ଦର, ୪୫ ହଜାର ଛୁଇଁଲା ସୁନା ଦର
Advertisement
Article Detail0/zeeodisha/odisha2373896

Gold Silver Price: ଆସିଲା ନୂଆ ଦର, ୪୫ ହଜାର ଛୁଇଁଲା ସୁନା ଦର

Gold Silver Price: ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ତା ପୂର୍ବରୁ ଲଗାତାର ଦୁଇ ଦିନ ହେବ ଖସିଥିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। 

Gold Silver Price: ଆସିଲା ନୂଆ ଦର, ୪୫ ହଜାର ଛୁଇଁଲା ସୁନା ଦର

Gold Silver Price: ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ତା ପୂର୍ବରୁ ଲଗାତାର ଦୁଇ ଦିନ ହେବ ଖସିଥିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ସାଧାରଣତଃ ପାର୍ବଣ ସମୟରେ ଅଧିକାଂଶ ଲୋକେ ସୁନା ଅଳଙ୍କାର କିଣି ଥାଆନ୍ତି। ଆଜି ମଧ୍ୟ ସୁନା ଦରରେ ସେଭଳି କିଛି ଖାସ୍ ପରିବର୍ତ୍ତନ ଦେଖିବାକୁ ମିଳିନି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବାକୁ ପ୍ଲାନ୍ ରଖିଛନ୍ତି । ତେବେ, ଏ-ହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

ALSO READ: Gajalakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଗାଡି ସାଙ୍ଗକୁ...

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩ ହଜାର ୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେ ଦାମ୍ ୬୯ ହଜାର ୨୭୦ ଟଙ୍କା ରହିଛି। ତେବେ, ୨୨ ଓ ୨୪ କ୍ୟାରେଟ୍ ରେ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩ ହଜାର ୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୬୯ ହଜାର ୪୨୦ ଟଙ୍କା ରହିଛି।  ଏଠାରେ ମଧ୍ୟ ଦର ସ୍ଥିର ରହିଛି। ସେପଟେ,  ବୁଲିଅନ ବଜାର ଅନୁଯାୟୀ ଆଜି ୨୩୮୦ ଟଙ୍କା ସୁନା ବ୍ୟବସାୟ ଆରମ୍ଭ କରିଥିଲା। ବୁଲିୟନ୍ ବଜାର ଅନୁଯାୟୀ ଗୁରୁବାର ଦିନ ୧୪ କ୍ୟାରେଟ୍ ସୁନା ଭରି ପିଛା ୪୪୪୭ କାରବାର କରୁଥିବା ଦେଖିବାକୁ ମିଳିଛି। 

ସେପଟେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଦରରେ ଆଜି କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୯ ହଜାର ୨୭୦ ଟଙ୍କା ରହିଛି। ସେପଟେ, ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୫୦୦ ଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୬୯,୨୭୦ ଟଙ୍କା ରହିଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ, ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୬୯, ୨୭୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ସୁନା ଦରରେ ଆଜି କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ।