Odisha News Live Updates: ଆଇପିଏଲ୍ ୨୦୨୪ ଟାଇଟଲ୍ ଜିତିଲା କୋଲକାତା, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2264121

Odisha News Live Updates: ଆଇପିଏଲ୍ ୨୦୨୪ ଟାଇଟଲ୍ ଜିତିଲା କୋଲକାତା, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

IPL 2024 Final
LIVE Blog
26 May 2024
22:38 PM

IPL 2024 Final: ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ର ଫାଇନାଲ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ହାସଲ କରିଛି। କେକେଆର୍ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଛି। ପୂର୍ବରୁ ଏହି ଦଳ ୨୦୧୨ ଓ ୨୦୧୪ ରେ ଆଇପିଏଲ ଟାଇଟଲ୍ ଜିତିଥିଲା।

22:24 PM

Cyclonic Remal Update: ବାତ୍ୟା 'ରେମାଲ' ଭୟଙ୍କର ରୂପ ନେଇ ଲ୍ୟାଣ୍ଡଫଲ୍ କରିବା ଆରମ୍ଭ ହୋଇଛି। ରବିବାର ଦିନ ମଧ୍ୟରାତ୍ର ସୁଦ୍ଧା ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଏହି ସୂଚନା ଦେଇଛି।

21:25 PM

KKR vs SRH IPL 2024 Final Live Score: ଫାଇନାଲରେ କୋଲକାତା ୧୧୪ ରନର ବିଜୟ ଲକ୍ଷ୍ୟ ପାଇଛି। ୧୮.୩ ଓଭରରେ SRH ୧୧୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କମିନ୍ସ ହାଇଦ୍ରାବାଦ ତରଫରୁ ଆଉଟ୍ ହୋଇଥିବା ଶେଷ ଖେଳାଳି ଥିଲେ। ସେ ୧୯ ଟି ବଲରେ ୨୪ ରନର ଇନିଂସ ଖେଳି ରସେଲଙ୍କ ବଲରେ ଆଉଟ୍ ହୋଇଥିଲେ।

20:58 PM

Cyclone Remal Update: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ରେମାଲକୁ ନେଇ ଏକ ଉଚ୍ଚ ସ୍ତରୀୟ ବୌଠକ କରିଛନ୍ତି। ଯେଉଁଥିରେ ସେ ରେମାଲ ସହିତ ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରୟାସର ସମୀକ୍ଷା କରିଥିଲେ। ଆଇଏମଡି ଅନୁଯାୟୀ, ଆଜି ମଧ୍ୟରାତ୍ରିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ବାତ୍ୟା ରେମାଲ୍ ସ୍ଥଳଭାଗ ଛୁଇଁବ।

20:53 PM

KKR vs SRH IPL 2024 Final Live Score: ହାଇଦ୍ରାବାଦର ଅଷ୍ଟମ ୱିକେଟ୍ ହେନ୍ରିଚ୍ କ୍ଲାସେନ୍ ରୂପେ ଖସି ଯାଇଛି। କ୍ଲାସେନ୍ କୌଣସି ଚମତ୍କାର ପ୍ରଦର୍ଶନ କରିପାରି ନଥିଲେ। ସେ ୧୭ ବଲର ସମ୍ମୁଖୀନ ହୋଇଥିଲେ ଓ ୧୬ ରନ ସ୍କୋର କରି ଆଉଟ୍ ହୋଇଥିଲେ। ୧୫ ଓଭରର ପ୍ରଥମ ବଲରେ ହର୍ଷିତ ରାଣା କ୍ଲାସେନଙ୍କୁ ବୋଲ୍ଡ କରିଛନ୍ତି।

20:28 PM

Army Chief Manoj Pande: କେନ୍ଦ୍ର ସରକାର ରବିବାର ଦିନ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଏହି କାର୍ଯ୍ୟକାଳ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। ଜେନେରାଲ୍ ମନୋଜ ପାଣ୍ଡେ ମେ ୩୧ ରେ ନିଜ ପଦରୁ ଅବସର ନେବାକୁ ଯାଉଥିଲେ। 

20:22 PM

KKR vs SRH IPL 2024 Final Live Score: ହାଇଦ୍ରାବାଦକୁ ଚତୁର୍ଥ ଝଟକା ନୀତୀଶ ରେଡ୍ଡୀଙ୍କ ରୂପରେ ପଡିଛି। ସେ ବଡ଼ ଇନିଂସ ଖେଳି ପାରିନଥିଲେ। ସେ ୧୦ ବଲରେ ୧୩ ରନ୍ ସଂଗ୍ରହ କରିଥିଲେ। ସପ୍ତମ ଓଭରର ଶେଷ ବଲରେ ହର୍ଷିତ ରାଣାଙ୍କ ବଲରେ ନୀତୀଶ ୱିକେଟ୍ ପଛରେ କ୍ୟାଚ ହୋଇଯାଇଥିଲେ। ସେ ମାର୍କାମଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୨୬ ରନ୍ ଭାଗିଦାରୀ କରିଥିଲେ।

20:07 PM

KKR vs SRH Live Score: ମିଚେଲ ଷ୍ଟାର୍କ ପଞ୍ଚମ ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ତୃତୀୟ ଝଟକା ଦେଇଥିଲେ। ହାଇଦ୍ରାବାଦର ତୃତୀୟ ୱିକେଟ୍ ମୋଟ ୨୧ ସ୍କୋରରେ ଖସି ଯାଇଥିଲା। ରାହୁଲ ତ୍ରିପାଠୀ ଗୋଟିଏ ଚୌକା ସାହାଯ୍ୟରେ ୧୩ ବଲରେ ୯ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

19:09 PM

KKR vs SRH IPL 2024 Final Live Score Updates: ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ ଫାଇନାଲ୍ ଖେଳାଯାଉଛି। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ SRH ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। KKR ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳୁଥିବାବେଳେ SRH ତୃତୀୟ ଥର ପାଇଁ ଫାଇନାଲ୍ ଖେଳୁଛି।

18:37 PM

IPL 2024 Final KKR vs SRH: ରବିବାର ଦିନ ଚେନ୍ନାଇରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଚେପକ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ସେମାନଙ୍କର ଟେନସନ ଟିକେ ବଢ଼ିପାରେ। ଚେନ୍ନାଇର ପାଣିପାଗ ଉପରେ ଏକ ବଡ ଅପଡେଟ୍ ଆସିଛି। ଯେଉଁଥିରେ ପ୍ରାୟ ୪୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ପୂର୍ବାନୁମାନ କରାଯାଉଛି। ଶନିବାର ସନ୍ଧ୍ୟାରେ ଚେନ୍ନାଇରେ ପ୍ରାୟ ଏକ ଘଣ୍ଟା ଧରି ବର୍ଷା ହୋଇଥିଲା। ଯେଉଁଥିପାଇଁ KKR ଅଭ୍ୟାସ ଅଧିବେଶନକୁ ବାତିଲ କରିଦେଇଥିଲା। 

17:28 PM

୩୫ଟି ଘଡିଆଳ କୁମ୍ଭୀର ଶାବକ ଜନ୍ମ 

ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ଅଧିନସ୍ଥ ସୁନାଖଣିଆ ଅଞ୍ଛଳ ମହାନଦୀ ଗର୍ଭରେ ୩୫ ଟି ଘଡିଆଳ କୁମ୍ଭୀର ଶାବକ ଜନ୍ମ ନେଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ରହିଛି l ଘଡିଆଳ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାର ୩୪ ଦିନ ପରେ ଛୁଆ ଜନ୍ମ କରିଥାଏ ବୋଲି ଘଡିଆଳ କୁମ୍ଭୀର ରିସର୍ଚ୍ଚ ଟିମ ସୂଚନା ଦିଆଯାଇଛି।

17:26 PM

Papua new guinea landslide: ଆମେରିକାର ପପୁଆ ନ୍ୟୁ ଗିନି ଦ୍ୱୀପପୁଞ୍ଜରେ ଭୂସ୍ଖଳନ ଯୋଗୁଁ ୬୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଗ୍ରାମବାସୀ ଉଦ୍ଧାର କର୍ମଚାରୀଙ୍କ ସହ ନିଜ ପ୍ରିୟ ଲୋକଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି।

15:51 PM

CHSE Odisha 12th Result 2024: ରବିବାର ଦିନ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ଏକ ସଙ୍ଗାରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାଫଳ ପ୍ରକାଶ ପାଇଛି। ଏଥର କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଛି। ଏଥି ସହିତ ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ରହିଛି। କହିରଖୁଛୁ ଯେ ଗତ ୧୬ ଫେବ୍ରୁଆରୀରୁ ୨୦ ମାର୍ଚ୍ଚ ୨୦୨୪ ମଧ୍ୟରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। 

14:14 PM

Odisha News Live Updates: ବାତ୍ୟା 'ରେମାଲ' ଭୀଷଣ ରୂପ ନେଇଛି। ରେମାଲ ଆଜି ମଧ୍ୟ ରାତ୍ରିରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି! ତେଣୁ    ଏହାର ପ୍ରଭାବରେ ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପରେ ଆଜି ମୟୂରଭଞ୍ଜର ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ବିଜେପି ଦଳର ‘ବିଜୟ ସଂକଳ୍ପ ସଭା’ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଯୋଗଦାନକୁ ବାତିଲ କରିଛନ୍ତି।  ସେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଖରାପ ପାଗ ଯୋଗୁଁ ମୟୂରଭଞ୍ଜର ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ଦଳର ‘ବିଜୟ ସଂକଳ୍ପ ସଭା’ରେ ଯୋଗଦେଇ ପାରୁନାହିଁ। ଏଥିପାଇଁ ମୁଁ ଦୁଃଖିତ। ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଅଛି। ମୁଁ ଏବେ ସଡ଼କ ପଥ ଦେଇ ମୋରଡ଼ା ଅଭିମୁଖେ ଗସ୍ତ କରିବା ସହ ସେଠାରେ ହେବାକୁ ଥିବା ନିର୍ବାଚନ ସଭା ଓ ବାରିପଦାରେ ରୋଡ୍ ସୋ’ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚେଷ୍ଟା କରୁଛି ବୋଲି ଲେଖିଛନ୍ତି।

13:51 PM

ଆଇପିଏଲ୍ ଫାଇନାଲକୁ ନେଇ ଉତ୍ସାହ, ଡୁଡଲରେ କ୍ରିକେଟକୁ ସ୍ଥାନ ଦେଲା ଗୁଗଲ୍ 

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୪ । ଆଇପିଏଲର ଚଳିତ ସଂସ୍କରଣରେ ୭୩ଟି ମ୍ୟାଚ୍ ସରିବା ପରେ ଆଜି ରବିବାର ଚେନ୍ନାଇର ଚିପକରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ଟ୍ରଫି ପାଇଁ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ ହେବ । ଅଧିକ ପଢ଼ନ୍ତୁ

13:40 PM

Odisha News Live Updates: କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗର ସାଇ ମନ୍ଦିର ନିକଟରେ ମଦ ମାଫିଆର ଆକ୍ରମଣ ଜଣେ ଗୁରୁତର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଯୁବକ ହେଲେ ଅଞ୍ଚଳର ତାରିଣୀ ସେଠୀ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଅଧିକ ପଢ଼ନ୍ତୁ

13:20 PM

Odisha News Live Updates:  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୪ଟି ନୂଆ ବିଭାଗ ଯୋଡି ହୋଇଛି । ଏନଭରମେଣ୍ଟାଲ ଷ୍ଟଡିଜ୍, ଲାଇବ୍ରେରୀ ଏବଂ ଇନଫର୍ମେସନ ସାଇନ୍ସ, ବାୟୋଟେକ୍ନୋଲୋଜି, ଟୁରିଜିମ୍ ଏବଂ ଟ୍ରାଭେଲ୍ ଷ୍ଟଡିଜ୍ ରହିଛି । ମୋଟ ପିଜି ବିଭାଗ  ସଂଖ୍ୟା ୨୪ରେ ପହଞ୍ଚିଛି ।

13:12 PM

Chardham Yatra 2024: ଦେବଭୂମୀରେ ଧନବର୍ଷା, ମାତ୍ର ୧୫ ଦିନରେ ୨୦୦ କୋଟି କାରବାର

Chardham Yatra 2024: ଚଳିତ ଥର ରେକର୍ଡ ସଂଖ୍ୟା ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ସାମିଲ ହୋଇଛନ୍ତି । ଏହାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡିଛି । ଯାତ୍ରା ମାର୍ଗରେ ବିଭିନ୍ନ ବ୍ୟବସାୟୀମାନେ ଭଲ ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଗତ ୧୫ ଦିନ ମଧ୍ୟରେ, ହୋଟେଲ- ଢାବା ମାଲିକ ଏବଂ ଭ୍ରମଣ ମାର୍ଗରେ ଥିବା ଟ୍ରାଭେଲ ଏଜେନ୍ସି ଭଲ ବ୍ୟବସାୟ କରିଛନ୍ତି ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

12:44 PM

Odisha News Live Updates: ଛାତିଥରା ଦୁର୍ଘଟଣା। ତିର୍ଥଯାତ୍ରା ହେଲା ଶେଷ ଯାତ୍ରା । ଅକାଳରେ ଚାଲିଗଲା ୧୧ ଜୀବନ । ଯାତ୍ରୀବାହୀ ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି।  ଉତ୍ତରପ୍ରଦେଶର ଶାହାଜନପୁର ଜିଲ୍ଲା ଖୁଟୁର ଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା।  ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି।

12:38 PM

Matric Results 2024: ସର୍ବାଧିକ ପାସହାରରେ ରେକର୍ଡ କଲା ଖୋର୍ଦ୍ଧା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

Matric Results 2024: ପ୍ରକାଶ ପାଇଛି ମ୍ୟାଟ୍ରିକ ରେଜଲ୍ଟ, ଚଳିତଥର ମୋଟ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ସମୟରେ କୌଣସି ସ୍କୁଲରେ ୦ ପ୍ରତିଶତ ରେଜଲ୍ଟ ହୋଇନାହିଁ । ଅନ୍ୟପଟେ ଏଥର ପାସହାରରେ ରେକର୍ଡ କରିଛି ଖୋର୍ଦ୍ଧା । ୯୭.୯୮ ପ୍ରତିଶତ ରେଜଲ୍ଟ କରି ଆଗରେ ରହିଛି ଜିଲ୍ଲା । ଅଧିକ ପଢ଼ନ୍ତୁ

12:09 PM

Odisha News Live Updates : ଆଇପିଏଲ୍ ୨୦୨୪ର ଫାଇନାଲ୍ ମୁକାବିଲାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରାତି ସାଢ଼େ ୭ଟାରେ ଆରମ୍ଭ ହେବ ମୁକାବିଲା । ଏଥିପାଇଁ ସନ୍ଧ୍ୟା ୭ଟାରେ ପଡ଼ିବ ଟସ୍ ।  ଚଳିତ ଆଇପିଏଲ୍ ସଂସ୍କରଣରେ ଏହି ୨ ଟିମ୍ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର-୧ ଖେଳା ଯାଇଥିଲା । ଯେଉଁଥିରେ କୋଲକାତା ୮ ୱିକଟରେ ମ୍ୟାଚ୍ ଜିତି ନେଇଥିଲା । ଆଜି ପ୍ରଥମଥର ପାଇଁ ଆଇପିଏଲ୍ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଚତୁର୍ଥ ଥର ଲାଗି କୋଲକାତା ଫାଇନାଲରେ ପହଞ୍ଚିଥିବା ବେଳେ ହାଇଦ୍ରାବାଦ ତୃତୀୟ ଥର ଲାଗି ଟ୍ରଫି ପାଇଁ ଖେଳିବାକୁ ଯାଉଛି । ୨ ବର୍ଷ ପରେ କୋଲକାତା ଓ ୫ ବର୍ଷ ପରେ ହାଇଦ୍ରାବାଦ ଟିମ୍ ଫାଇନାଲ୍ ଖେଳୁଛି ।

 

11:06 AM

Matric Result 2024: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।  ସେହିପରି ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ,  ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୬.୩୯% । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌  ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି । 

10:53 AM

Odisha News Live Updates:  ସମ୍ବଲପୁର, ପୋଲିଂ ସାରି ଇଭିଏମ୍ ଓ ଭିଭିପାଟ୍ ଧରି ଫେରୁଥିବା ବେଳେ ପୋଲିଂ କର୍ମଚାରୀଙ୍କ ବସ ଦୁର୍ଘଟଣା ହୋଇଛି। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଜମନକିରା  ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଏଥିରେ ୧୮ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନଯୋଗ୍ୟ ଯେ, ଗତକାଲି ରାତିରେ ମତାଦାନ ସରିବା ପରେ ୩ଟି ବୁଥ ୨୫୮, ୨୫୯ ଓ ୨୬୦ ର ଭୋଟ୍ ସାରି ୧୮ ଜଣ ପୋଲିଂ କର୍ମଚାରୀ ବସରେ ଫେରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ଜାତୀୟ ରାଜପଥ ବଡ଼ରମା ବୁଲାଣି ଘାଟିରେ ବସ୍ ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଜମନକିରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଇଭିଏମ୍ ଓ ଭିଭିପାଟ୍ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡ଼ିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ୍ ସେଣ୍ଟରକୁ ପଠାଇଥିବା ଜଣାପଡ଼ିଛି ।

10:26 AM

Odisha News Live Updates:  ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶେଷ ହୋଇସାରିଛି। ଆସନ୍ତା ଜୁନ ୧ତାରିଖରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଅପେକ୍ଷା। ଏଥିପାଇଁ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରାଯାଇଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗସିଂହପୁର ଓ ଯାଜପୁର ଲୋକସଭା ଆସନକୁ ଅପେକ୍ଷା କରାଯାଇଛି। ଏଥିପାଇଁ ବିଭିନ୍ନ ଦଳର ନେତା ଓ କର୍ମୀ ସେଠାରେ ଡେରା ପକାଇଛନ୍ତି। ନିଜ ନିଜ ପ୍ରାର୍ଥିଙ୍କୁ କିପରି ଜିତାଇବେ ସେଥିପାଇଁ ଭୋଟରଙ୍କୁ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ମୟୂରଭଞ୍ଜ ଲୋକସଭା ଆସନରୁ ୭ଟି ନିର୍ବାଚନ ମଣ୍ଡଳୀର ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀ ରହିଛି। ସେହିପରି ବାଲେଶ୍ଵର ଲୋକସଭା ଆସନରୁ ବଡ଼ସାହି, ଜନେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ଵର ସଦର, ରେମୁଣା, ନୀଳଗିରି ରହିଛି। ଭଦ୍ରକ ଲୋକସଭାରେ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ଧାମନଗର, ବାସୁଦେବପୁର, ଚାନ୍ଦବାଲି ରହିଛି। କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ରହିଛି। ଜଗସିଂହପୁର ଲୋକସଭା ଆସନରେ ନିଆଳି, ପାରାଦ୍ଵୀପ, ତିର୍ତ୍ତୋଲ, ବାଲିକୁଦା - ଏରସମା, ଜଗସିଂହପୁର, କାକଟପୁର, ନିମାପଡ଼ା ରହିଛି। ସେହିପରି ଯାଜପୁର ଲୋକସଭା ଆସନରୁ ବିଂଝାରପୁର, ବଡ଼ଚଣା, ବରି, ସୁକିନ୍ଦା, କୋରେଇ, ଧର୍ମଶାଳା ଓ ଯାଜପୁର ରହିଛି

09:49 AM

Odisha News Live Updates: ଦିଲ୍ଲୀର ବିବେକ ବିହାର ସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର୍ ସେଣ୍ଟରରେ ଶନିବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡରେ ଆଖି ବୁଜିଛନ୍ତି ୬ ନବଜାତ । ଅଗ୍ନିକାଣ୍ଡ ପରେ ଦମକଳ ବାହିନୀ ଦ୍ୱାରା ୫ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ନିଆଁ ଲାଗିଥିବା ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗର ପ୍ରାୟ ୧୬ଟି ନିଆଁ ଲିଭା ଗାଡ଼ି । ପ୍ରାୟ ଦେଢ଼ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା । ଅଗ୍ନିକାଣ୍ଡ ସମୟରେ ବେବି କେୟାର୍ ସେଣ୍ଟରରେ ପ୍ରାୟ ୧୨ ଜଣ ନବଜାତ ଆଡମିଟ୍ ଥିଲେ ବୋଲି ଜଣାପଡ଼ିଛି । ସେଥିରୁ ଜଣଙ୍କ ମୃତ୍ୟୁ ନିଆଁ ଲାଗିବା ପୂର୍ବରୁ ହୋଇ ଯାଇଥିଲା । ନିଆଁ ଲାଗିବା ଫଳରେ ହସ୍ପିଟାଲ୍ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ହସ୍ପିଟାଲ୍ ଭିତରେ ଧୂଆଁ ସମସ୍ତଙ୍କୁ ଅଣନିଶ୍ୱାସୀ କରି ଦେଇଥିଲା । ଫଳରେ ଆଡମିଟ୍ ହୋଇଥିବା ୧୧ ନବଜାତଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗମ୍ଭୀର ହୋଇ ପଡ଼ିଥିଲା । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ସେଥିରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ବେବି କେୟାର୍ ସେଣ୍ଟରରେ ଲାଗିଥିବା ନିଆଁ ନିକଟରେ ଥିବା ଏକ ରେସିଡେନ୍ସିଆଲ୍ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା । ଉକ୍ତ ବିଲ୍ଡିଂରୁ ଉଦ୍ଧାରକାରୀ ଦଳ ୧୧ରୁ ୧୨ ଜଣଙ୍କୁ ଉଦ୍ଧାର କରିଛନ୍ତି ।

 

09:40 AM

Rajkot Fire Tragedy: ଗୁଜୁରାଟର ରାଜକୋଟର ଟିଆରପି ଗେମିଂ ଜୋନରେ ବ୍ୟାପକ ଅଗ୍ନିକାଣ୍ଡ ଘଟଣା। ଏହି ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି।  ସର୍ଟ ସର୍କିଟ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।  ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଏହି ଅଘଟଣ ଘଟିଥିଲା।  ଗ୍ରୀଷ୍ମ ଛୁଟି ଏବଂ ଶନିବାର ଥିବାରୁ ଏଠାକୁ ବହୁ ପିଲାମାନେ ଆସିଥିବାର କୁହାଯାଉଛି। ଫଳରେ ଗେମିଂ ଜୋନରେ ହଠାତ୍ ନିଆଁ ଲାଗିଯାଇଥିଲା।  ଫାଇବରରେ ନିର୍ମିତ ଗେମିଂ ଜୋନ୍ ଟି କ୍ଷଣିକ ମଧ୍ୟରେ ନିଆଁରେ ପୋଡି ପାଉଁଷ ହୋଇଯାଇଥିଲା। ଅଗ୍ନିକାଣ୍ତ ଏତେ ଭୟଙ୍କର ଥିଲା ଯେ, ପୂରା ପରିବେଶ ଧୂଆଁମୟ ହୋଇଯାଇଥିଲା। ଗେମିଂ ଜୋନ୍ ମାଲିକ ପ୍ରକାଶ ଜୈନ୍ ଏବଂ ଯୁବରାଜ ସିଂଙ୍କୁ ପୋଲିସ ଗିରଫ କରିଛି। ଉଭୟଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଅଣାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି। ସହକାରୀ ପୋଲିସ କମିଶନର ରାଧିକା ଭରାଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି।  କେତେକ ଶରୀର ଏତେ ଜଳିଯାଇଛି ଯେ ସେମାନଙ୍କୁ ଚିହ୍ନଟ କରିହେଉ ନାହିଁ।  କିନ୍ତୁ ବିଳମ୍ବିତ ରାତିରେ ନ୍ୟୁଜ୍ ଏଜେନ୍ସି (IANS) ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି। 

09:16 AM

Odisha News Live Updates:  ସୁରକ୍ଷାକର୍ମୀଙ୍କ  ଏନକାଉଣ୍ଟରକୁ ବିରୋଧ କପି ପଡୋଶୀ ଛତିଶଗଡରେ ବନ୍ଧ ଡାକରା ଦେଇଛନ୍ତି ମାଓବାଦୀ । ଆଜି ବନ୍ଦ ପାଳନ କରିବାକୁ  ସମର୍ଥନ କରି ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି।  ଏଥିପାଇଁ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି।

08:48 AM

Odisha Election 2024: ଭୁବନେଶ୍ୱର: ବନ୍ଧା ହେଲେ ବାହୁବଳୀ ବିଧାୟକ । ବୁଥ୍ ଭିତରେ ଇଭିଏମ୍ ଭଙ୍ଗାରୁଜା ସହ ପୋଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ ।ଶନିବାର ଅପରାହ୍ଣରେ ମତଦାନ ଚାଲିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥକୁ ଭୋଟ୍ ଦେବାକୁ ଯାଇଥିଲେ । ସେଠାରେ ମାରପିଟ୍ କରିବା ସହ ସେ କୁଆଡ଼େ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରିଥିଲା ।

 

08:38 AM

Odisha News Live Updates: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହୋଇଥିବା ବେଳେ କେତେକ ବୁଥରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ହୋଇଛି । ବିଭିନ୍ନ ବୁଥରେ ରାତି ପର୍ଯ୍ୟନ୍ତ ଭୋଟରଙ୍କ ଲମ୍ବା ଲାଇନ୍ ଲାଗି ରହିଥିଲା । ବିଳମ୍ବିତ ରାତିରେ ମତଦାନ ସରିବା ପରେ ପୋଲିଂ ପାର୍ଟି ଇଭିଏମକୁ ଷ୍ଟ୍ରଙ୍ଗରୁମରେ ଜମା କରିଛନ୍ତି । ଇଲେକ୍ସନ କମିଶନଙ୍କ ତଥ୍ୟ ଅନୁସାରେ, ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୭୦.୯୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ ପୋଷ୍ଟାଲ୍‍ ବ୍ୟାଲଟକୁ ହିସାବକୁ ନିଆଯାଇନି । ୧୭ ସି ଫର୍ମ ଅନୁସନ୍ଧାନ ପରେ ଆହୁରି ବଢ଼ିପାରେ ଭୋଟିଂ ହାର । ସକାଳ ୭ଟା ସୁଦ୍ଧା ନିର୍ବାଚନ କମିଶନ ଅଲୋଡ୍ କରିଥିବା ତଥ୍ୟ ଅନୁସାରେ ଭୋଟ୍ ପଡ଼ିଥିବା ରାଜ୍ୟର ୬ ସଂସଦୀୟ କ୍ଷେତ୍ର ମଧ୍ୟରୁ ସମ୍ବଲପୁରରେ ସର୍ବାଧିକ ୭୬.୩୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ପୁରୀରେ ୭୩.୮୧ ପ୍ରତିଶତ, ଢେଙ୍କାନାଳରେ ୭୩.୬୯ ପ୍ରତିଶତ, କେନ୍ଦୁଝରରେ ୭୩.୩୦ ପ୍ରତିଶତ, କଟକରେ ୬୭.୩୬ ପ୍ରତିଶତ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ୬୨ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

08:23 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର :Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

07:57 AM

Naxalites surrender: ମାଓ ସଂଗଠନକୁ  ପୁଣି ଶକ୍ତ ଝଟକା ଲାଗିଛି। ସୀମାନ୍ତ ଛତିଶଗଡ ବିଜେପୁର ଜିଲ୍ଲା ପୋଲିସ୍ ନିକଟରେ ୩୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ସମସ୍ତ ନକ୍ସଲ  ବିଜାପୁର ଜିଲ୍ଲା ଗାଙ୍ଗୁଲୁର ଏରିୟା କମିଚିର ସଦସ୍ୟ ବୋଲି ଜଣାପଡିଛି।

07:10 AM

Odisha News Live Updates:  ଆଜି  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ।  କଟକ ବଜ୍ରକବାଟି ରୋଡ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ ପରେ  ଦିନ ୧୧ଟା ୩୦ ରେ ବୋର୍ଡ଼ ଓ୍ବେବସାଇଟ୍  WWW.bseodisha.ac.inରୁ ପରୀକ୍ଷାର୍ଥୀମାନେ  ଅନଲାଇନରେ ଫଳ ପାଇପାରିବେ ବୋଲି  ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ପରୀକ୍ଷାଫଳ ଜାଣିବା ଲାଗି ରାଜ୍ୟରେ ସାଢେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଚାହିଁ ବସିଛନ୍ତି। ସେହିପରି ସଂସ୍କୃତ ମଧ୍ୟମା ଓ ଷ୍ଟେଟ୍ ଓପେନ୍ ସ୍କୁଲ୍ ସାର୍ଟିପିକେଟ୍ ( ଏସଓଏସସି୍) ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି  ଉକଣ୍ଠାର ସହ ଅପେକ୍ଷା କରିଛନ୍ତି।  ଚଳିତ ଥର ସିବିଏସଇ ପରୀକ୍ଷାଫଳ ହାର ୯୩.୬ ପ୍ରତିଶତ  ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ର ପରିଚାଳନା ମାଟ୍ରିକର ପାସ୍ ହାର ଏଥର ୯୬  % ରୁ ଅଧିକ ହୋଇଥିବାର ବିଶେଷ ସୂତ୍ରରୁ ଜଣାପଡିଛି। ସେହିପରି ଅପରାହ୍ନ ୩ଟାରେ ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଧାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.orissaresult.nic.inରେ ପରୀକ୍ଷା ରୋଲ୍ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।  ଏଥିଲାଗି ଶିକ୍ଷାର୍ଥୀମାନେ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଇ-ସ୍ପେସ୍  ଏବଂ ଡିଜିଲକରରୁ ନିଜର ରେଜଲ୍ଟ  ଓ ମାର୍କସିଟ୍ କପି କରିପାରିବେ। ସୂଚନା ଯୋଗ୍ୟ ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ଏଥିରୁ ୩ ଲକ୍ଷ ୮୨ ହଜାର ୬୦୦ ପିଲା ପରୀକ୍ଷା ଦେଇଛନ୍ତି। 

 

07:08 AM

Odisha Daily News Live: ବାତ୍ୟା ରେମାଲ୍ କୁ ନେଇ ଆସିଛି ବଡ଼଼ ଅପଡେଟ୍ ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ରେମାଲ୍' । ଉତ୍ତର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  କେନ୍ଦ୍ରୀଭୂତ ଅବପାତ  ଶନିବାର ସଂନ୍ଧ୍ୟାରେ ବାତ୍ୟା ରୂପ ନେଇଛି।  ଏହା ଉତ୍ତର ଦିଗରେ ଅଗ୍ରସର  ହୋଇ ଆଜି ସକାଳୁ ଭୀଷଣ ବାତ୍ୟା ରୂପ ନେବ। ଆଜି (ରବିବାର) ମଧ୍ୟ ରାତ୍ରୀରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ  ସାଗର ଦ୍ବୀପ ଓ ଖେପୁପରା ମଝିରେ ଏହା ଲ୍ୟାଣ୍ତଫଲ୍ କରିବ ବୋଲି ଆଇଏମଡି଼ ପୂର୍ବାନୁମାନ କରିଛି।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Weather Update: ଆଜି ଲ୍ୟାଣ୍ତଫଲ୍ କରିବ ବାତ୍ୟା 'ରେମାଲ୍', ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବହିବ ପବନ

07:07 AM

Odisha Daily News Live:  ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୬ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର