Live Now

Odisha News Live Updates: ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର
Image Credit: Odisha News Live Updates
02 February 2024 06:37 AM (IST)

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା...

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢ଼ନ୍ତୁ ପୂରା ଖବର...

30 January 2024 11:48 PM (IST)

...

ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଲେ ଶତାଧିକ ବିଜେଡି଼-କଂଗ୍ରେସ ନେତା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ବିଜେପି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ରାଜ୍ୟରେ ଛାୟା ସରକାରର ଶାସନ ଚାଲିଛି। ଏହି ସରକାରକୁ ବିତାଡି଼ତ କରାଯିବା ଆବଶ୍ୟକ। ଆଗାମୀ ଦିନରେ ରାଜ୍ୟରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ବିଜେପି ହିଁ ଏକମାତ୍ର ବିକଳ୍ପ ହେବ। ମୋଦି ସରକାରଙ୍କ ଗ୍ୟାରେଣ୍ଟି ଉପରେ ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଛି। ଏହି କ୍ରମରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବ ରାଜ୍ୟର ଦଳୀୟ ସଙ୍ଗଠନକୁ ଆହୁରି ଅଧିକ ମଜବୁତ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା କର୍ମୀଙ୍କ ଭରସା ହରାଉଛନ୍ତି। ବିଜେଡି-କଂଗ୍ରେସ ନେତା ବିଜେପି ମୁହାଁ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବର ଡାୟଲ କରି ଦଳର ସଦସ୍ୟତା ନେବାକୁ କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ପଢନ୍ତୁ ପୁରା ଖବର

30 January 2024 11:46 PM (IST)

...

ବଜେଟ ଅଧିବେଶନ ପୂର୍ବରୁ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ
MP Suspension Revoked Before Budget Session 2024: ଜାନୁଆରୀ ୩୧ ତାରିଖ ବୁଧବାର ଠାରୁ ଆରମ୍ଭ ହେଉଛି ଥିବା ସଂସଦର ବଜେଟ୍ ଅଧିବେଶନ। ହେଲେ ଏହା ପୂର୍ବରୁ ଗତ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ବିରୋଧି ଦଳ ସମସ୍ତ ସାଂସଦଙ୍କ ଉପରୁ ନିଲମ୍ବନ ହଟାଯାଇଛି। ଶୀତ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାର ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହୋଇଥିବା ୧୪୬ ସାଂସଦଙ୍କ ମଧ୍ୟରୁ ୧୩୨ ଜଣ କେବଳ ଶୀତକାଳୀନ ଅଧିବେଶନ ପାଇଁ ନିଲମ୍ବିତ ହୋଇଥିଲେ। ଏହି ନିଲମ୍ବନ ସ୍ୱତପ୍ରବୃତ୍ତ ଭାବେ ସମାପ୍ତ ହୋଇଯାଇଛ। 
ପଢନ୍ତୁ ପୁରା ଖବର

30 January 2024 10:32 PM (IST)

Manipur violence: ମଣିପୁରରେ ପୁଣି ହିଂସା, ଗୁଳିକାଣ୍ଡରେ ୨ମୃତ ୫ ଆହତ...

Manipur violence: ମଣିପୁରରେ ପୁଣି ହିଂସା, ଗୁଳିକାଣ୍ଡରେ ୨ମୃତ ୫ ଆହତ

Manipur violence: ମଣିପୁରରେ ଗୁଳିମାଡ କାରଣରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ୫ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  । ଅଧିକ ପଢ଼ନ୍ତୁ...

30 January 2024 10:17 PM (IST)

US Court sentenced 5 years imprisonment to Russian Stowaway: ବିଶ୍ୱର ସବୁଠାରୁ...

US Court sentenced 5 years imprisonment to Russian Stowaway: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ସଦ୍ୟ ଆମେରିକୀୟ କୋର୍ଟ ଜଣେ ଋଷୀୟ ନାଗରିକଙ୍କୁ ୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଆମେରିକା ଆସି ଜେଲ ଦଣ୍ଡ ପାଇଥିବା ଋଷୀୟ ନାଗରିକଙ୍କ ଅପରାଧ କ'ଣ ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜଣେ ଋଷୀୟ ନାଗରିକ ବିନା ଟିକେଟ୍ ବିନା ପାସପୋର୍ଟ ବିନା ଭିସା ସହାୟତାରେ ୭ ହଜାର କିଲୋମିଟର ଯାତ୍ରା କରି ଆମେରିକାର ଲସ୍ ଆଞ୍ଜେଲସ ଠାରେ ପହଞ୍ଚି ଯାଇଥିଲେ। ପାସପୋର୍ଟ-ଭିସା ବିନା ଆମେରିକା ଠାରେ ଆସି ପହଞ୍ଚିଥିବା ଋଷୀୟ ନାଗରିକଙ୍କୁ ସ୍ଥାନୀୟ ଅଦାଲତ ୫ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହେଲେ ବିନା ପାସପୋର୍ଟ-ଭିସା ସହୟତାରେ ଋଷୀୟ ନାଗରିକ ଜଣଙ୍କ କିପରି ଆମେରିକାରେ ପହଞ୍ଚିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ପଢନ୍ତୁ ପୁରା ଖବର

 

30 January 2024 10:15 PM (IST)

...

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

ପଢନ୍ତୁ ପୁରା ଖବର

30 January 2024 09:20 PM (IST)

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ପୂର୍ବତନ ସାଂସଦ ମନଭେନ୍ଦ୍ରଙ୍କ ପତ୍ନୀଙ୍କ...

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ପୂର୍ବତନ ସାଂସଦ ମନଭେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ

Manvendra Singh Car Accident: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଆଜି ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ପୂର୍ବତନ ସାଂସଦ ମନଭେନ୍ଦ୍ର ସିଂ ଏବଂ ତାଙ୍କ ପତ୍ନୀ ଚିତ୍ରା ସିଂ ପୁଅ ହମିର ସିଂ ଥିଲେ । ଦୁର୍ଘଟଣାରେ ମନଭେନ୍ଦ୍ରଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମନଭେନ୍ଦ୍ର ଏବଂ ପୁଅ ହମିରଙ୍କୁ ଅଲୱାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅଧିକ ପଢ଼ନ୍ତୁ...

30 January 2024 08:37 PM (IST)

Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର...

Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର

Chandigarh Mayor Election: ଚଣ୍ଡିଗଡ ମେୟର ଆସନକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଆସନକୁ ସଫଳତାର ସହ ହାତେଇଛି ବିଜେପି । ଭାରତୀୟ ଜନତା ଦଳର ପ୍ରାର୍ଥୀ ମନୋଜ ସୋନକର ନିଜ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ କୁଳଦୀପ କୁମାରଙ୍କୁ ହରାଇବା ସହ ନୂଆ ମେୟର ଭାବେ ଆସନ ଦଖଲ କରିଛନ୍ତି । ଅଧିକ ପଢ଼ନ୍ତୁ...

30 January 2024 08:35 PM (IST)

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ...

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ୱର: ଆଜି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଶ୍ରୀମତି ମିନାକ୍ଷୀ ବାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ...

30 January 2024 08:05 PM (IST)

ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା; ଜାଣନ୍ତୁ କାହାକୁ...

ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା; ଜାଣନ୍ତୁ କାହାକୁ ମିଳିଲା ଟିକେଟ
Samajwadi Party Candidate for 2024 Election: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ସମାଜବାଦୀ ପାର୍ଟି। ଜାନୁଆରୀ ୩୦ ତାରିଖ ମଙ୍ଗଳବାର ଦଳ ପକ୍ଷରୁ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମଙ୍ଗଳବାର ଜାରି ହୋଇଥିବା ତାଲିକାରେ ୧୬ ଜଣ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି , ରାଷ୍ଟ୍ରୀୟ ଲୋକ ଦଳ ଏବଂ କଂଗ୍ରେସ ସହ ମେଣ୍ଟ କରିଛି। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ୧୧ କଂଗ୍ରେସ ଏବଂ ୭ ସିଟ୍ ରାଷ୍ଟ୍ରୀୟ ଲୋକ ଦଳ ପାଇଁ ଛାଡି଼ ଦେଇଛି। 

ପଢନ୍ତୁ ପୁରା ଖବର

 

 

30 January 2024 08:01 PM (IST)

...

Chhattisgarh Naxal Attack: ସୁକମା-ବିଜାପୁର ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣ; ୩ ଯବାନ ଶଦୀବ 

\Naxal Attack in Sukma Bijapur Border: ଜାନୁଆରୀ ୩୦ ତାରିଖ ମଙ୍ଗଳବାର ପଡୋଶୀ ଛତିଶଗଡ଼ର ସୁକମା-ବିଜାପୁର ଜିଲ୍ଲା ସୀମାରେ ହୋଇଯାଇଛି ଏକ ବଡ଼ ଧରଣର ନକ୍ସଲ ଆକ୍ରମଣ। ମଙ୍ଗଳବାର ରାଜ୍ୟର ଟେକାଲଗୁଡେମ ଅଞ୍ଚଳରେ ନକ୍ସଲ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବାର ଖବର ଆସିଛି। ସିଆରପିଏଫ କୋବ୍ରା ୟୁନିଟ ଏବଂ ଡିଆରଜି ଯବାନଙ୍କ ମିଳିତ ଦଳ ଉପରେ ହୋଇଥିଲା ଆକ୍ରମଣ। ନକ୍ସଲଙ୍କ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଥିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବାର କୁହାଯାଉଛି।

ପଢନ୍ତୁ ପୁରା ଖବର

30 January 2024 07:22 PM (IST)

ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି...

ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

Swami Ramdev's statue: ନ୍ୟୁୟର୍କର ପ୍ରତିଷ୍ଠିତ ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ଯୋଗଗୁରୁ ବାବା ରାମଦେବଙ୍କ ମୂର୍ତ୍ତି । ମ୍ୟାଡାମ୍ ତୁସାଦ ସଂଗ୍ରହାଳୟ ଟାଇମ୍ସ ସ୍କୋୟାରର ମଧ୍ୟ ଭାଗରେ ରହିଛି । ପ୍ରଥମ ସାଧୁ ଭାବରେ ଆମେରିକାର ପ୍ରତିଷ୍ଠିତ ସଂଗ୍ରହାଳୟରେ ବାବା ରାମଦେବ ସ୍ଥାନ ପାଇବାକୁ ଯାଉଛନ୍ତି । ଅଧିକ ପଢ଼ନ୍ତୁ...

30 January 2024 06:37 PM (IST)

OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର...

OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର

OnePlus 12 Sale: ଯଦି ଆପଣଙ୍କୁ ୱାନ୍ ପ୍ଲସ୍ ଫୋନ୍ ଭଲ ଲାଗେ ଏବଂ ଆପଣ ଏହି ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ OnePlus 12 ଶସ୍ତା ତଥା ରିହାତିରେ ଉପଲବ୍ଧ । ଅଧିକ ପଢ଼ନ୍ତୁ...

30 January 2024 05:48 PM (IST)

 ...

 

ଚର୍ଚ୍ଚାରେ ଶବରୀ ରୋଷେଇ; ବିଲ ଦେଖିଲେ ତାଜୁବ ହୋଇଯିବେ ଆପଣ
Ayodhya Shabari Rasoi Bill: ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହୋଇସାରିବା ପରେ ଏବେ ରାମ ଭକ୍ତଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ରାମ ମନ୍ଦିର। ରାମ ମନ୍ଦିରର ମୁଖ୍ୟ ଫାଟକ ଠାରୁ ମାତ୍ର ୩୦୦ ମିଟର ଦୂରରେ ଅବସ୍ଥିତ ରହିଛି ଅରୁନ୍ଧତୀ ମଲ୍ଟି ଲେୟାର ପାର୍କିଂ। ଯାହାର ଚତୁର୍ଥ ମହଲାରେ ରହିଛି ଶବରୀ ରୋଷେଇ। ରାମ ମନ୍ଦିର ପରିସରରେ ଅବସ୍ଥିତ ଏହି ରେସ୍ତୁରାଁ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହାର କାରଣ ହେଉଛି ଭାଇରାଲ୍ ହେଉଥିବା ଶବରୀ ରୋଷେଇ ବିଲ୍ ଫଟୋ। ଯେଉଁଥିରେ ଚା ମୂଲ୍ୟ ୫୫ ଟଙ୍କା ଏବଂ ଟୋଷ୍ଟ ମୂଲ୍ୟ ୬୫ ଟଙ୍କା ବୋଲି ଦର୍ଶାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଯୋଧ୍ୟା ବିକାଶ ପ୍ରାଧିକରଣ ଶବରୀ ରୋଷେଇ ପାଖରୁ ସ୍ପଷ୍ଟୀକରଣ ମାଗିଛି।
ପଢନ୍ତୁ ପୁରା ଖବର

30 January 2024 04:29 PM (IST)

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଦର୍ଶନ...

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ୩୧ ଜାନୁଆରୀ ବୁଧବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ନୀତି ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଶ୍ରୀବିଗ୍ରହଙ୍କର ଗୁପ୍ତନୀତି ହୋଇଥିବାରୁ ବୁଧବାର ଶ୍ରୀମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି । ବନକଲାଗି ନୀତି ପାଇଁ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ । ଅଧିକ ପଢ଼ନ୍ତୁ...

30 January 2024 04:13 PM (IST)

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

30 January 2024 04:07 PM (IST)

Brumation Condition of Alligator: ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି...

Brumation Condition of Alligator: ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି କିମ୍ବା ବିଭିନ୍ନ ସମୟରେ କୌଣସି ପ୍ରକାରର ସ୍ଥିତିରେ ନିଜର ଜୀବନ ବଞ୍ଚାଇବା ପାଇଁ ପ୍ରକୃତି ସହ ସଂଘର୍ଷ କରିଥାନ୍ତି ପଶୁପକ୍ଷୀ। ଏଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ କରିଥାନ୍ତି। ନିକଟରେ ଏକ ବରଫାଚ୍ଛନ ଜଳାଶୟରେ ଏକ କୁମ୍ଭୀର ବରଫରେ ଜମା ହୋଇଯାଇଥିବାର ଦେଖିବାକୁ ମିଳିଛି। ଯିଏ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କୁମ୍ଭୀର ଭଳି ସରୀସୃପ କିପରି ଶୀତ ଦିନେ ସେମାନଙ୍କର ଶକ୍ତି ସଞ୍ଚୟ କରିଥାନ୍ତି। ଶ୍ୱାସରୁଦ୍ଧ ନହେବା ପାଇଁ ସେହି କୁମ୍ଭୀର ବରଫାଚ୍ଛନ ଜଳାଶୟରେ ନିଜର ନାକ ବାହାର କରିଥିବାର ଦେଖାଯାଏ। 

ପଢନ୍ତୁ ପୁରା ଖବର

 

30 January 2024 03:55 PM (IST)

ଏବେ ସପ୍ତାହର ସାତ ଦିନ ଦେଖନ୍ତୁ ଜୀ-ସାର୍ଥକର ସମସ୍ତ ଲୋକପ୍ରିୟ ମେଗା ଧାରାବାହିକ  ...

ଏବେ ସପ୍ତାହର ସାତ ଦିନ ଦେଖନ୍ତୁ ଜୀ-ସାର୍ଥକର ସମସ୍ତ ଲୋକପ୍ରିୟ ମେଗା ଧାରାବାହିକ   

ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଯେଉଁଥି ପାଇଁ ଦର୍ଶକ ଜୀ-ସାର୍ଥକକୁ ସବୁବେଳେ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ଅଗ୍ରାଧିକାର ଦେଇଛନ୍ତି। ସେହି ପରିପ୍ରେକ୍ଷିରେ ଦର୍ଶକଙ୍କ ପସନ୍ଦକୁ ଆଖି ଆଗରେ ରଖି, ଜୀ-ସାର୍ଥକରେ ସମସ୍ତ ଲୋକପ୍ରିୟ ମେଗା ଧାରାବାହିକ ସବୁ ଦର୍ଶକ ଦେଖିବେ ଏବେ ସପ୍ତାହର ସାତ ଦିନ ଅର୍ଥାତ ସୋମବାରରୁ ରବିବାର ପର୍ଯନ୍ତ ଜୀ-ସାର୍ଥକର ଦର୍ଶକ ଦେଖିବେ ତାଙ୍କର ସମସ୍ତ ପ୍ରିୟ ମେଗା ଧାରାବାହିକ ସବୁ । ଅଧିକ ପଢ଼ନ୍ତୁ...

30 January 2024 02:54 PM (IST)

Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ...

Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ

Hemant Soren: ଜମି ସ୍କାମ ମାମଲାରେ ଛନ୍ଦି ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ପିଛା ଛାଡୁନି ସମସ୍ୟା । ହେମନ୍ତ ସୋରେନଙ୍କ କେସରେ ଇଡିର ହସ୍ତକ୍ଷେପ ଏବଂ ରେଡ୍ ପରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ରାଜ ଭବନ ଏବଂ ରାଞ୍ଚିର ଇଡି କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ବଳବତ୍ତର ରହିଛି। ଏହି ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରାଞ୍ଚିରେ ବିଧାୟକ ମାନଙ୍କ ସହ ଏକ ବୈଠକ କରୁଥିବାର ଖବର ଆସିଛି । ଅଧିକ ପଢ଼ନ୍ତୁ...

30 January 2024 12:48 PM (IST)

Imran Khan Latest News: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ ଓ ଶାହ ମହମୁଦ...

Imran Khan Latest News: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ ଓ ଶାହ ମହମୁଦ କୁରେଶୀଙ୍କୁ ଏକ ବଡ଼ ଝଟକା ଲାଗିଛି। ସାଇଫର ମାମଲାରେ ଉଭୟଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ମଙ୍ଗଳବାର ଦିନ ପାକିସ୍ତାନୀ କୋର୍ଟ ପାକିସ୍ତାନ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସାଇଫର ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପଢ଼ନ୍ତୁ ପୂରା ଖବର...

30 January 2024 11:15 AM (IST)

RSS activist Ranjith Sreenivasan Murder Case: ଆରଏସଏସ ନେତା ରଣଜିତ୍ ଶ୍ରୀନିବାସଙ୍କ...

RSS activist Ranjith Sreenivasan Murder Case: ଆରଏସଏସ ନେତା ରଣଜିତ୍ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୯ ଡିସେମ୍ବର ୨୦୨୧ ରେ ରଞ୍ଜିତଙ୍କୁ ଆଲାପୁଜାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ PFI ର ସଦସ୍ୟ ଥିଲେ। ପଢ଼ନ୍ତୁ ପୂରା ଖବର...

30 January 2024 10:32 AM (IST)

Nabarangpur Bandh: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଓଡି଼ଶା ସରକାରଙ୍କ ଜମି...

Nabarangpur Bandh: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଓଡି଼ଶା ସରକାରଙ୍କ ଜମି ଗ୍ରହଣରେ ବିଳମ୍ବ ହେବାରୁ ରାଗିଯାଇ ଭାରତୀୟ ଜନତା ପାର୍ଟି (ବିଜେପି) ର ଯୁବା ମୋର୍ଚ୍ଚା ମଙ୍ଗଳବାର ଦିନ ନବରଙ୍ଗପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଥିବା ବନ୍ଦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ରାସ୍ତା ଅବରୋଧ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି। ପଢ଼ନ୍ତୁ ପୂରା ଖବର...

30 January 2024 10:05 AM (IST)

Land For Job Case: ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଇଡି ବିହାରର ପୂର୍ବତନ ଡେପୁଟି ସିଏମ୍...

Land For Job Case: ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଇଡି ବିହାରର ପୂର୍ବତନ ଡେପୁଟି ସିଏମ୍ ତେଜସ୍ୱୀ ଯାଦବଙ୍କୁ ପଚରାଉଚୁରା ପାଇଁ ଡକାଇଛି। ପଚରାଉଚରା ପାଇଁ ତେଜସ୍ୱୀ ସକାଳ ପ୍ରାୟ ୧୧ ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ଇଡି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ପଢ଼ନ୍ତୁ ପୂରା ଖବର...

 

30 January 2024 10:04 AM (IST)

ISBT Baramunda Project: ଫେବୃୟାରୀ ମଧ୍ୟଭାଗରେ ରାଜ୍ୟର ସର୍ବବୃହତ୍‍ ଆନ୍ତଃ ରାଜ୍ୟ ବସ୍‍...

ISBT Baramunda Project: ଫେବୃୟାରୀ ମଧ୍ୟଭାଗରେ ରାଜ୍ୟର ସର୍ବବୃହତ୍‍ ଆନ୍ତଃ ରାଜ୍ୟ ବସ୍‍ ଟର୍ମିନାଲ୍‍ ବରମୁଣ୍ଡା ବସ୍‍ଷ୍ଟାଣ୍ଡ (ISBT Baramunda project) ଉଦ୍‍ଘାଟନ ହେବ। ଆଜି ୫-ଟି ଅଧ୍ୟକ୍ଷ (5T Chairman vk Pandian ) ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏହି ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ବସ୍‍ଷ୍ଟାଣ୍ଡରେ (ISBT Baramunda project) ଆଗନ୍ତୁକଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆରେ ସୂଚନା ଦେବା ଲାଗି ଆବଶ୍ୟକ ବ୍ୟବସ୍ଥା ହେବ। ପଢ଼ନ୍ତୁ ପୂରା ଖବର...

30 January 2024 10:02 AM (IST)

Malkangiri Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଭୂତ...

Malkangiri Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ  ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ (Sanjaya Kumar Mohanty, Jr.Engineer, CADA Division, Malkangiri) ହୋଇଛି ଚଢାଉ । ଚଢାଉ ସମୟରେ ତାଙ୍କ ଘରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ପଢ଼ନ୍ତୁ ପୂରା ଖବର...

30 January 2024 09:10 AM (IST)

Shaheed Diwas 2024: ୩୦ ଜାନୁଆରୀରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ଯାହା...

Shaheed Diwas 2024: ୩୦ ଜାନୁଆରୀରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ଯାହା ପରେ ଏହି ଦିନ ଶହୀଦ ଦିବସ ଭାବେ ପାଳନ କରାଯିବା ଆରମ୍ଭ ହୋଇଥିଲା ।ନୂଆଦିଲ୍ଲୀର ରାଜଘାଟରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶହୀଦ ଦିବସ ମହାତ୍ମା ଗାନ୍ଧୀଙ୍କ ବଳିଦାନ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରେ ।

 

30 January 2024 08:54 AM (IST)

Mahatma Gandhi Death Anniversary: ପ୍ରତିବର୍ଷ ଦେଶ ୩୦ ଜାନୁଆରୀକୁ ମହାତ୍ମା...

Mahatma Gandhi Death Anniversary: ପ୍ରତିବର୍ଷ ଦେଶ ୩୦ ଜାନୁଆରୀକୁ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ଭାବରେ ପାଳନ କରିଥାଏ। ଆହୁରି ମଧ୍ୟ, ବାପୁଙ୍କ ମୃତ୍ୟୁ ବାର୍ଷିକୀକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ପାଳନ କରାଯାଏ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ୩୦ ଜାନୁଆରୀ ୧୯୪୮ ରେ ନାଥୁରାମ ଗୋଡସେ ଗୁଳି କରିଥିଲେ।

30 January 2024 07:08 AM (IST)

Budget 2024: ବଜେଟ୍ ଅଧିବେଶନ ପୂର୍ବରୁ ସରକାର ମଙ୍ଗଳବାର ଦିନ ସଂସଦରେ ବିଭିନ୍ନ ଦଳର...

Budget 2024: ବଜେଟ୍ ଅଧିବେଶନ ପୂର୍ବରୁ ସରକାର ମଙ୍ଗଳବାର ଦିନ ସଂସଦରେ ବିଭିନ୍ନ ଦଳର ଫ୍ଲୋର ନେତାଙ୍କ ବୈଠକ ଡାକିଛନ୍ତି। ଏହା ଏକ ପାରମ୍ପାରିକ ବୈଠକ ଯାହା ପ୍ରତିବର୍ଷ ବଜେଟ୍ ଅଧିବେଶନ ପୂର୍ବରୁ ହୋଇଥାଏ। ଏହି ବୈଠକରେ ସରକାର ରାଜନୈତିକ ଦଳ ସହ ସଂସଦରେ ଉଠାଯିବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି। ଏଥିସହ ସରକାର ସେମାନଙ୍କୁ ନିଜର ଏଜେଣ୍ଡା ବିଷୟରେ ସୂଚନା ପ୍ରଦାନ କରିଥାନ୍ତି ଏବଂ ସେମାନଙ୍କ ସହଯୋଗ ଲୋଡିଥାନ୍ତି। ପଢ଼ନ୍ତୁ ପୂରା ଖବର...

30 January 2024 07:01 AM (IST)

Odisha Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।...

Odisha Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଓଡି଼ଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ  ଉପକୂଳ ଓଡି଼ଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁବୁଡି଼ (Deep Fog) ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ କେତେକ ଜିଲ୍ଲା ପାଇଁ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ପଢ଼ନ୍ତୁ ପୂରା ଖବର...

30 January 2024 06:58 AM (IST)

Diplomatic Representatives Meeting in Afghanistan: ସୋମବାର ଦିନ (୨୯ ଜାନୁଆରୀ)...

Diplomatic Representatives Meeting in Afghanistan: ସୋମବାର ଦିନ (୨୯ ଜାନୁଆରୀ) ଆଫଗାନିସ୍ତାନର କାବୁଲରେ ତାଲିବାନ ଦ୍ୱାରା କୂଟନୈତିକ ପ୍ରତିନିଧୀଙ୍କ ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଅଂଶଗ୍ରହଣ କରୁଥିବା ୧୦ଟି ଦେଶ ମଧ୍ୟରେ ଭାରତ ମଧ୍ୟ ଭାଗ ନେଇଛି। ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକି ଆଞ୍ଚଳିକ ସହଯୋଗ ଅଭିଯାନ ବୈଠକରେ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ମୁଖ୍ୟତ ଋଷ, ଚୀନ୍, ଇରାନ, ପାକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ, କାଜାଖସ୍ତାନ, ତୁର୍କୀ ଏବଂ ଇଣ୍ଡୋନେସିଆର କୂଟନୀତିଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। 

 

30 January 2024 06:56 AM (IST)

Horoscope Today 30 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି...

Horoscope Today 30 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୩୦ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢ଼ନ୍ତୁ ପୂରା ଖବର...

Add Zee News as a Preferred Source

About the Author