Live Now

Odisha news live updates: ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଓ ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର, ପଢନ୍ତୁ ଆଉ କିଛି ଖବର

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates: ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଓ ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର, ପଢନ୍ତୁ ଆଉ କିଛି ଖବର
17 February 2024 11:00 PM (IST)

୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସହିତ ପାଇବାକୁ ଚାହୁଁଛନ୍ତି କି ସବସିଡି? ତେବେ...

୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସହିତ ପାଇବାକୁ ଚାହୁଁଛନ୍ତି କି ସବସିଡି? ତେବେ ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଆରମ୍ଭ କରିଛନ୍ତି। ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତର ସୁବିଧା ଯୋଗାଇବା ପାଇଁ ଏହା ହେଉଛି ମାଗଣା ବିଦ୍ୟୁତ୍ ଯୋଜନା (Free Bijli Yojana) । ଏହି ଯୋଜନା ଅଧୀନରେ ଦେଶର ଏକ କୋଟି ପରିବାରକୁ ସୁବିଧା ଦିଆଯିବ। ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ କେନ୍ଦ୍ର ସରକାର ୭୫,୦୦୦ କୋଟି ଟଙ୍କା ନିବେଶ କରିବେ। ଏହା ବ୍ୟତୀତ ସରକାର ହିତାଧିକାରୀଙ୍କୁ ମଧ୍ୟ ସବସିଡି ଦେବେ। ପଢନ୍ତୁ ପୂରା ରିପୋର୍ଟ

17 February 2024 10:45 PM (IST)

ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ...

ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ
ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ଲାହୋର ୧୯୪୭' ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଚେକ୍ ବାଉନ୍ସ ମାମଲାରେ କୋର୍ଟ ଫିଲ୍ମ ନିର୍ଦ୍ଦେଶକଙ୍କୁ ଦଣ୍ଡ ସହିତ ଦୁଇଗୁଣ ଅର୍ଥ ଦେବାକୁ କହିଛନ୍ତି। ଜାମନଗରର ବିଶିଷ୍ଟ ଶିଳ୍ପପତି ତଥା ସିପିଂ ମ୍ୟାଗ୍ନେଟ୍ ଅଶୋକ ଲାଲ ନିର୍ଦ୍ଦେଶକଙ୍କ ବିରୋଧରେ ଦାବି କରିଛନ୍ତି ଯେ ସେ ଫିଲ୍ମ ନିର୍ଦ୍ଦେଶକଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ୧୦ଟି ଚେକ୍ ପାଇଛନ୍ତି, ଯାହାର ମୋଟ ପରିମାଣ ୧ କୋଟି ଟଙ୍କା ଥିଲା। ଏହି ଚେକ ଗୁଡ଼ିକ ପରବର୍ତ୍ତି ସମୟରେ ବ୍ୟାଙ୍କରେ ବାଉନ୍ସ ହୋଇଥିବା ନେଇ ଜଣାପଡ଼ିଥିଲା ବୋଲି ସେ କହିଥିଲେ। 

17 February 2024 10:30 PM (IST)

ନୂଆ ଓଡ଼ିଆ ସିନେମା ଭୋଟର ଟ୍ରେଲର, ୨୩ରେ ଶୁଭମୁକ୍ତି...

ନୂଆ ଓଡ଼ିଆ ସିନେମା 'ଭୋଟ'ର ଟ୍ରେଲର, ୨୩ରେ ଶୁଭମୁକ୍ତି
"ଭୋଟ" ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି। ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ଭୋଟ ନିର୍ମିତ ହୋଇଛି। ଆସନ୍ତା ୨୩ ଫେବୃଆରୀରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିବା ବେଳେ ଆଜି ଭୁବନେଶ୍ୱରସ୍ଥିତ ଶୀତଲ ହୋଟେଲ ରେ ଏହାର ଟ୍ରେଲର ରିଲିଜ୍ ହୋଇଛି। ଏହି ଟ୍ରେଲର ରିଲିଜ୍ ଅବସରରେ ପ୍ରଯୋଜକ ଅତୀଶ କୁମାର ରାଉତ, ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, କାହାଣୀକାର ଅଜୟ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ ଙ୍କ ସମେତ ସମସ୍ତ କଳାକାର ଯୋଗଦେଇଥିଲେ। ରୁପାଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

17 February 2024 10:15 PM (IST)

ଗଣତନ୍ତ୍ର ସୂଚକାଙ୍କରେ ପାଞ୍ଚଟି ସ୍ଥାନ ଉପରକୁ ଉଠିଲା ଭାରତ...

ଗଣତନ୍ତ୍ର ସୂଚକାଙ୍କରେ ପାଞ୍ଚଟି ସ୍ଥାନ ଉପରକୁ ଉଠିଲା ଭାରତ
ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ଦ୍ୱାରା ବିଶ୍ୱର ଗଣତନ୍ତ୍ରର ସ୍ଥିତି ଉପରେ ଡେମୋକ୍ରାସି ଇଣ୍ଡେକ୍ସ ୨୦୨୩ ରିପୋର୍ଟ ପ୍ରକାଶ ପାଇଛି। ଗତ ବର୍ଷ ତୁଳନାରେ ଭାରତ ପାଞ୍ଚ ପଏଣ୍ଟ ଉନ୍ନତି ସହ ଇଣ୍ଡେକ୍ସରେ ୪୧ ତମ ସ୍ଥାନରେ ପହଞ୍ଚିଛି। ୨୦୨୨ ମସିହାରେ ଏହାର ମାନ୍ୟତା ୪୬ ତମ ସ୍ଥାନରେ ଥିଲା। ଏହି ସୂଚକାଙ୍କରେ ଦେଶଗୁଡ଼ିକୁ ଚାରୋଟି ଶ୍ରେଣୀରେ ସ୍ଥାନିତ କରାଯାଇଛି: ଫୁଲ୍ ଡେମୋକ୍ରାସି, ଫ୍ଲାଡ ଡେମୋକ୍ରାସି, ହାଇବ୍ରିଡ୍ ରେଜିମ୍ ଏବଂ ଅଥରିଟାରୀୟନ ରେଜିମ୍। ଏହି ସୂଚକାଙ୍କରେ ନରୱେ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଇସଲ୍ୟାଣ୍ଡ ଶୀର୍ଷରେ ଥିବାବେଳେ ଉତ୍ତର କୋରିଆ, ମିଆଁମାର ଏବଂ ଆଫଗାନିସ୍ତାନ ତିନୋଟି ସ୍ଥାନ ଅଧିକାର କରିଛନ୍ତି।

17 February 2024 10:00 PM (IST)

Top 10 News Headlines: ଗୁଲଜାର ଓ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର,...

Top 10 News Headlines: ଗୁଲଜାର ଓ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର, ଦିନ ଯାକର ୧୦ ବଡ଼ ଖବର। ପଢନ୍ତୁ ପୂରା ରିପୋର୍ଟ

17 February 2024 09:45 PM (IST)

IND vs ENG 3rd Test: ଭାରତ ୩୨୨ ରନରେ ଆଗୁଆ...

IND vs ENG 3rd Test: ଭାରତ ୩୨୨ ରନରେ ଆଗୁଆ
ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ତୃତୀୟ ଦିନର ଖେଳ ସୁଦ୍ଧା ଭାରତ ତାର ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୨ ୱିକେଟ ହରାଇ ୧୯୬ ରନରେ ଖେଳ ଜାରି ରଖିଛି। ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ଶତକୀୟ ଇନିଂସ ବଳରେ ଭାରତକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଆହତ ସମସ୍ୟା କାରଣରୁ ସେ ପାଭିଲିୟନ ଫେରିଥିଲେ। ସେହିପରି ଶୁବମନ ଗିଲ ଅର୍ଦ୍ଧଶତକୀୟ ଇନିଂସ ସହିତ ଅପରାଜିତ ରହିଛନ୍ତି। ଗୁରୁବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୪୫ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଓପନର୍ ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲିଶ ଟିମ୍ ୨ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ପ୍ରଥମ ଇନିସଂରେ ୩୧୯ ରନରେ ଅଲଆଉଟ ହୋଇଯାଇଥିଲା। 

17 February 2024 09:30 PM (IST)

Odisha News Live: ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ...

Odisha News Live: ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ
ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ଆଜି ଉଭୟକୁ ସମନ ଜାରି ହୋଇଛି। ଶ୍ରୀ ସାମଲ ବିଜେଡ଼ିର ଜଣେ ବରିଷ୍ଠ ବିଧାୟକ ହୋଇଥିବା ବେଳେ ତାଙ୍କର ଏଭଳି ସମୟରେ ଆଜି ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା। ଶ୍ରୀ ଦାସବର୍ମା ଭଦ୍ରକ ଆସି ବିଧାୟକ ଶ୍ରୀ ସାମଲଙ୍କୁ ଭେଟି ଆଲୋଚନା କରିଛନ୍ତି।

17 February 2024 09:15 PM (IST)

Odisha News Live: ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭୨...

Odisha News Live: ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭/୨
ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୪୪୦ ରନ ଜବାବରେ ଦିଲ୍ଲୀ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଛି । ୟଶ ଢୁଲ ୫୭ ରନ କରି ଅପରାଜିତ ରହିଛନ୍ତି । ଗଗନ ଭ୍ୟାଟ୍ସ ୬୬ ଓ ଅନୂଜ ରାୱତ ୪୦ ରନ କରିଛନ୍ତି । ଏଲିଟ ଗ୍ରୂପ ଡିର ଏହି ମୁକାବିଲାରେ ପୂର୍ବ ଦିନର ଅସମାପ୍ତ ଇନିଂସ ୩୧୪/୪ରୁ ଓଡିଶା ବ୍ୟାଟିଂ ଆରମ୍ଭ କରିଥିଲା । ଶୁଭ୍ରାଂଶୁ ସେନାପତି ୧୧୧ ରନ କରି ଆଉଟ ହେବା ପରେ ନାଟକୀୟ ଢ଼ଙ୍ଗରେ ୱିକେଟ ପଡିବା ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ବିପ୍ଲବ ସାମନ୍ତରାୟ ୧୧୦ ରନର ଇନିଂସ ଖେଳିବା ପରେ ଆଉଟ ହୋଇଥିଲେ । ଏହା ତାଙ୍କର ୭ମ ପ୍ରଥମ ଶ୍ରେଣୀ ଶତକ ।

17 February 2024 09:00 PM (IST)

Odisha News Live: ବଲିଉଡ଼ରେ ୫୫ ବର୍ଷ ପୁରଣ କଲେ ୮୧ ବର୍ଷିୟ ଅମିତାଭ ବଚ୍ଚନ...

Odisha News Live: ବଲିଉଡ଼ରେ ୫୫ ବର୍ଷ ପୁରଣ କଲେ ୮୧ ବର୍ଷିୟ ଅମିତାଭ ବଚ୍ଚନ
ହିନ୍ଦୀ ସିନେମାର ଭେଟେରାନ ସୁପରଷ୍ଟାର ତଥା ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ଭାବରେ ଇଣ୍ଡଷ୍ଟ୍ରିରେ ଯାତ୍ରା କରିବାର ଏକ AI ସଂସ୍କରଣ ସେୟାର କରିଛନ୍ତି। ଶତାବ୍ଦୀର ମେଗାଷ୍ଟାର କୁହାଯାଉଥିବା ଅମିତାଭ ବଲିଉଡ଼ରେ ୫୫ ବର୍ଷ ପୂରଣ କରିଛନ୍ତି। ୮୧ ବର୍ଷିୟ ବିଗ୍ ବି ଏହି ବିଶେଷ ଦିନର ଖୁସିକୁ ତାଙ୍କ ପ୍ରଶଂସକଙ୍କ ସହ ଏକ ବିଶେଷ ଉପାୟରେ ସେୟାର କରିଛନ୍ତି। 

17 February 2024 08:45 PM (IST)

Odisha News Live: ଏମଏସପି ଉପରେ ଅଧ୍ୟାଦେଶ ଆଣିବା ପାଇଁ କୃଷକ ସଂଗଠନର ଦାବି...

Odisha News Live: ଏମଏସପି ଉପରେ ଅଧ୍ୟାଦେଶ ଆଣିବା ପାଇଁ କୃଷକ ସଂଗଠନର ଦାବି
ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଏକାଧିକ ଦାବି କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ଆଜି ଆନ୍ଦୋଳନର ଆଜି ପଞ୍ଚମ ଦିନ ଥିଲା। ଏହି ସମୟରେ ଆଜି ଅର୍ଥାତ୍ ଶନିବାର ଦିନ କୃଷକ ନେତା ସୌରଭ ସିଂ ପଣ୍ଢେର ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା) ରେ ଗଣମାଧ୍ୟମକୁ କଥା ହୋଇଥିଲେ। କୃଷକ ନେତା କହିଛନ୍ତି ଯେ ଏମଏସପିରେ ଫସଲରୁ ଉତ୍ପାଦର କିଣାବିକା ପାଇଁ ଆଇନଗତ ଗ୍ୟାରେଣ୍ଟି ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ନିୟମ ଆଣିବା ଉଚିତ। କୃଷକ ସଂଗଠନଗୁଡ଼ିକ କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ଠାରୁ MSP ଉପରେ ଫସଲ କ୍ରୟ ଉପରେ ଏକ ଆଇନ ପ୍ରସ୍ତୁତ କରିବାକୁ ଦାବି କରୁଛନ୍ତି। ବର୍ତ୍ତମାନ ସଂସଦର ବଜେଟ୍ ଅଧିବେଶନ ଶେଷ ହୋଇଛି। ଏଭଳି ପରିସ୍ଥିତିରେ ସଂସଦ ଦ୍ୱାରା କୌଣସି ଆଇନ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ କୃଷକ ସଂଗଠନ ସରକାରଙ୍କୁ ଏମଏସପି ଆଇନ ପାଇଁ ଏକ ନିୟମ ଆଣିବାକୁ ଦାବି କରିଛନ୍ତି।

 

17 February 2024 08:30 PM (IST)

Odisha News Live: ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କଲେ ଦେବାଶିଷ ଓ ସୁଭାଶିଷ...

Odisha News Live: ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କଲେ ଦେବାଶିଷ ଓ ସୁଭାଶିଷ
ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ଦେବାଶିଷ ସାମନ୍ତରାୟ ଓ ସୁଭାଶିଷ ଖୁଣ୍ଟିଆ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଦୁଇଜଣ ଏକ ସଂଗେ ନାମାଙ୍କନ ଭରିଥିବା ବେଳେ ଆଜି ଦୁଇଜଣ ମିଶି କାଳିଆ ଦର୍ଶନ ସହ ପାଇଛନ୍ତି ମହାପ୍ରସାଦ । ଏଭଳି ଅପୂର୍ବ ସୁଯୋଗ କ୍ୱଚିତ ଆସିଥାଏ ବୋଲି କହିଛନ୍ତି ଦେବାଶିଷ। ରାଜନୀତିର ବାଲ୍ଯକାଳରୁ ସୁଭାଶିଷଙ୍କ ସହ ଥିଲା ନିବିଡ ସମ୍ପର୍କ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବହୁ ଦିନରୁ ଇଚ୍ଛା ଥିଲା। ମହାପ୍ରଭୁଙ୍କ ଡାକରା ଆସିବାରୁ ଦିବ୍ଯ ଦର୍ଶନର ସୁଯୋଗ ପାଇଲି ବୋଲି କହିଛନ୍ତି ଦେବାଶିଷ। ତେବେ ମହାପ୍ରଭୁଙ୍କ ଆଶିର୍ବାଦ ଓ ନବୀନ ବାବୁଙ୍କ ଇଚ୍ଛାଶକ୍ତି ଯୋଗୁଁ ପରିକ୍ରମା ପ୍ରକଳ୍ପ ଭଳି ଏକ ମହାନ କାର୍ଯ୍ୟ ହୋଇପାରିଛି। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ କ୍ଷେତ୍ରକୁ ଆସି ଦର୍ଶନର ସୁଯୋଗ ପାଉଛନ୍ତି। ବଡଭାଇ ସାନଭାଇ ସାଙ୍ଗ ହୋଇ ରାଜ୍ଯ ସଭାକୁ ଯାଇଛୁ ତାହା କେବଳ ମହାପ୍ରଭୁଙ୍କ ଇଚ୍ଛା ବୋଲି କହିଛନ୍ତି।

17 February 2024 08:15 PM (IST)

Odisha News: ଶତକ ପରେ ରିଟାର୍ଡ ହଟ୍ ହୋଇ କାହିଁକି ପାଭିଲିୟନକୁ ଫେରିଲେ ଜଶସ୍ବୀ...

Odisha News: ଶତକ ପରେ ରିଟାର୍ଡ ହଟ୍ ହୋଇ କାହିଁକି ପାଭିଲିୟନକୁ ଫେରିଲେ ଜଶସ୍ବୀ ଜୟସ୍ବାଲ
ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଥିବାବେଳେ ଟିମ ଇଣ୍ଡିଆ ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରୁଛି । ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୧୯୨ ରନରେ ଦୁଇଟି ଓ୍ବିକେଟ ହରାଇଥିବାବେଳେ ୩୨୨ ରନର ଲିଡରେ ରହିଛି ରୋହିତ ବାହିନୀ । ଜୟସ୍ବାଲ ଦ୍ବିତୀୟ ପାଳିରେ ଏକ ଦମଦାର ଶତକ ହାସଲ କରିଥିଲେ ସୁଦ୍ଧା ପଡ଼ିଆରେ ଦୀର୍ଘ ସମୟ ରହିପାରିନାହାନ୍ତି । ତାଙ୍କ ପିଠି ଏବଂ ଗୋଡ଼ରେ ଆଘାତ ଲାଗିଥିବାବେଳେ ରିଟାର୍ଡ ହଟ ହୋଇ ପାଭିଲିୟନକୁ ଫେରିଛନ୍ତି । ୧୨୨ ବଲରୁ ଶତକ ହାସଲ କରିଥିବାବେଳେ ଏଥିରେ ୯ଟି ଚୌକା ଏବଂ ୫ଟି ଛକା ରହିଛି ।ଟେଷ୍ଟ କ୍ୟାରିୟରରେ ଏହା ଜୟସ୍ବାଲଙ୍କ ତୃତୀୟ ଶତକ । 

 

17 February 2024 08:00 PM (IST)

Odisha News Live: ଲୋକାର୍ପିତ ହେଲା ‘ଆମ ହସ୍ପିଟାଲ’ ...

Odisha News Live: ଲୋକାର୍ପିତ ହେଲା ‘ଆମ ହସ୍ପିଟାଲ’ 
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି  ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ IVRS ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

17 February 2024 07:45 PM (IST)

Odisha News Live: ବଢିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ...

Odisha News Live: ବଢିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ 
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure)  ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ  ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ ।

17 February 2024 07:30 PM (IST)

Odisha News Live: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି...

Odisha News Live: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ   ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।  ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ  ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ।

17 February 2024 07:15 PM (IST)

Odisha News Live: ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର...

Odisha News Live: ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର
ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରୀ ପୁନରୁଦ୍ଧାର ହେବ। ଦୀର୍ଘ ୧୭ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଚିନରା ପୋଖରୀ ସମେତ ଆଉ ୫ ପୋଖରୀ ପାଇଁ ପାଖାପାଖି ଅଢେଇ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ  ଅଟକଳ କରାଯାଇଥିବା ବେଳେ ୨୦ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ଯାଦେଶ ବଣ୍ଟନ କରାଯାଇଛି ।

 

17 February 2024 07:00 PM (IST)

Odisha News Live: ପ୍ରଶାସନର ଉପସ୍ଥିତିରେ ବିଷ ପିଇଲେ ମହିଳା...

Odisha News Live: ପ୍ରଶାସନର ଉପସ୍ଥିତିରେ ବିଷ ପିଇଲେ ମହିଳା
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କୋଚିଆଖାଲ ଗାଁରେ ସରକାରୀ ଜମି ଉପରେ ନିର୍ମିତ ଏକ ଘରକୁ ଆଜି ପ୍ରଶାସନ ଭାଙ୍ଗିବା ବେଳେ ଜଣେ ମହିଳା ବିଷ ପିଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ମିତା ପାଟଶାଣୀ। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି

17 February 2024 06:45 PM (IST)

Odisha News Live: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର...

Odisha News Live: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର
୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ଘୋଷଣା କରାଯାଇଛି। ଏଥର ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସଂସ୍କୃତ ପାଇଁ ଏବଂ ଗୁଲଜାରଙ୍କୁ ଉର୍ଦ୍ଦୁ ସାହିତ୍ୟ ପାଇଁ ସମ୍ମାନିତ କରାଯିବ।

17 February 2024 06:30 PM (IST)

Odisha News Live: UNରେ ଭାରତର ସ୍ଥାୟୀ ସଦସ୍ୟତାକୁ ପାକର ଘୋର ବିରୋଧ...

Odisha News Live: UNରେ ଭାରତର ସ୍ଥାୟୀ ସଦସ୍ୟତାକୁ ପାକର ଘୋର ବିରୋଧ
ଭାରତ ସବୁବେଳେ ଏହାର ଏକ ମଜବୁତ ଭବିଷ୍ୟତ ପାଇଁ ଚିନ୍ତା କରେ। କିନ୍ତୁ ପ୍ରଗତି ପରିବର୍ତ୍ତେ ପାକିସ୍ତାନ ଭାରତ ପଥରେ ବାଧା ସୃଷ୍ଟି କରିବାକୁ ଚିନ୍ତା କରେ। ଦୁନିଆର ବଡ ପ୍ଲାଟଫର୍ମରେ ମଧ୍ୟ ପାକିସ୍ତାନ ଏଭଳି କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରେ ନାହିଁ। ଜାତିସଂଘର ପ୍ରତିଷ୍ଠିତ ପ୍ଲାଟଫର୍ମରେ ମଧ୍ୟ ପାକିସ୍ତାନ ଭାରତକୁ ବିରୋଧ କରିଛି। ବାସ୍ତବରେ ମିଳିତ ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ଜାତିସଂଘରେ ସଂସ୍କାର ଆଣିବାକୁ ଦାବି କରିଥିଲେ। ମିଳିତ ଜାତିସଂଘରେ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଥିଲେ। ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ଦେଶଗୁଡିକ ଏଥିରେ ଅନ୍ତର୍ଭୂକ୍ତ କରାଯିବା ଉଚିତ୍। ଜାତିସଂଘର ୫ ସ୍ଥାୟୀ ସଦସ୍ୟଙ୍କୁ ତାଗିଦ କରି ସେ କହିଥିଲେ, 'ଦୀର୍ଘ ଦିନ ଧରି ୫ ସଦସ୍ୟ ଦେଶର ଇଚ୍ଛା ୧୮୮ ଦେଶର ସାମୂହିକ ଇଚ୍ଛାକୁ ଅବମାନନା କରିବ। ଏହାକୁ ପରିବର୍ତ୍ତନ କରିବାକୁ ପଡିବ।

17 February 2024 06:15 PM (IST)

Odisha News Live: ମାଡ଼ ମାରିଥିବା ଦୁଇ ଡାକ୍ତରୀ ଛାତ୍ରୀଙ୍କୁ ଦୁଇ ମାସ କ୍ୟାମ୍ପସ ମନା...

Odisha News Live: ମାଡ଼ ମାରିଥିବା ଦୁଇ ଡାକ୍ତରୀ ଛାତ୍ରୀଙ୍କୁ ଦୁଇ ମାସ କ୍ୟାମ୍ପସ ମନା
ମାଡ଼ ମାରିବା ମହଙ୍ଗା ପଡ଼ିଲା। ରାଗିଂ ନାଁରେ ମାଡ଼ ମାରିଥିବା ଦୁଇ ଡାକ୍ତରୀ ଛାତ୍ରୀଙ୍କୁ କରାଯାଇଛି ବ୍ୟାନ୍‌। ଦୁଇ ମାସ ପର୍ଯ୍ୟନ୍ତ ସେମାନେ କ୍ଲାସ୍‌ କରିପାରିବେନି କି ହଷ୍ଟେଲରେ ରହିପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଇନ୍‌ଚାର୍ଜ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ପ୍ରସାଦ ଶତପଥୀ

 

17 February 2024 06:00 PM (IST)

Odisha News Live: NRIଙ୍କ ବିବାହକୁ ନେଇ ଆଶିଲା ବଡ଼ ନିୟମ...

Odisha News Live: NRIଙ୍କ ବିବାହକୁ ନେଇ ଆଶିଲା ବଡ଼ ନିୟମ
ପ୍ରବାସୀ ଭାରତୀୟ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପରେ ହେଉଥିବା ବିବାଦ, ବିଶେଷ କରି ଠକାମୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଲ କମିଶନ। ଏହି ଚିନ୍ତାକୁ ଦୂର କରିବା ପାଇଁ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ସହ ବିବାହର ପଞ୍ଜିକରଣ ଭାରତରେ ବାଧ୍ୟତାମୂଳକ କରିବାକୁ ସୁପାରିଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏନଆରଆଇ ଭାରତୀୟ ନାଗରିକଙ୍କ ସହ ବିବାହ କରିା ପରେ ଠକେଇ ମାମଲା ବଢୁଛି ଯାହା ଚିନ୍ତାଜନକ । ଏଭଳି ମାମଲା ଲଗାତାର ବଢିବାରେ ଲାଗିଛି। ଏଥିରେ ବିଶେଷ କରି ଭାରତୀୟ ମହିଳାଙ୍କୁ ପ୍ରଭାବିତ ହେବାକୁ ପଡୁଛି। ରିପୋର୍ଟରେ ସୁପାରିଶ କରାଯାଇଛି ଯେ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ୱୁ ବିବାହକୁ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ କରାଯିବା ଦରକାର। ଏଥିରେ ବିବାହ ଏବଂ ବିବାହ ବିଛେଦ ବା ଛାଡପତ୍ର, ଭରଣ ପୋଷଣ ନିୟମ ଏବଂ ସର୍ତ୍ତ ସାମିଲ ହେବା ଦରକାର।

17 February 2024 05:45 PM (IST)

Odisha News Live: ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍...

Odisha News Live: ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍
ଆଜି ଆଉ ଏକ ଇତିହାସ ରଚିଛି ଇସ୍ରୋ। ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍। ପାଣିପାଗ, ବର୍ଷା ପରିମାଣର ମଧ୍ୟ ମିଳିବ ସୂଚନା। ଏଥିପାଇଁ ଆଜି ଇସ୍ରୋ ପ୍ରେରଣ କରିଛି INSAT – 3DS ଉପଗ୍ରହ। ଶ୍ରୀହରିକୋଟା ସତିଶ ଧାୱନ୍ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା ୫.୩୫ ମିନିଟରେ ଉତକ୍ଷେପଣ ହୋଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT – 3DS । ଅତ୍ୟାଧୁନିକ ବ୍ୟବସ୍ଥା ଦ୍ଵାରା ସଠିକ୍ ପାଣିପାଗ ସୂଚନା ମିଳିପାରିବ । ମହାକାଶଯାନ GSLV – F14 ଦ୍ଵାରା ଉପଗ୍ରହର ପ୍ରେରଣ କରାଯିବ । ୫୧.୭ ମିଟର ଲମ୍ବ ଜିଓସିନକ୍ରୋନସ୍ ସ୍ପେସ ଲଞ୍ଚିଂ ଭେହିକଲ GSLV – F14 । ୪୨୦ ଟନ ଓଜନର ମହଜାଗତିକ ପଦାର୍ଥ ବୋହିନେବାର ଏହା କ୍ଷମତା ରଖିଛି । ଲଞ୍ଚିଂ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ଶ୍ରୀ ଚେଙ୍ଗାଲାମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

17 February 2024 05:15 PM (IST)

Odisha News Live: ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ : ଇସିଆଇ...

Odisha News Live: ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ : ଇସିଆଇ
ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍ । ଭାରତୀୟ ନିର୍ବାଚନ କମିଶନ କହିଲେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ଭୋଟରଙ୍କୁ ଆହ୍ବାନ କଲେ ନିର୍ବାଚନ କମିଶନର । କହିଲେ ସମସ୍ତ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ । ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ମୋଟ୍ ୩୭, ୮୦୯ ବୁଥରେ ମତଦାନ ହେବ । ୨୨,୬୮୫ ଓ୍ବେବ କାଷ୍ଟି ହେବ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । କେଉଁଠି କିଛି ଗଡ଼ବଡ଼ ହେଲେ ଲୋକେ ନିର୍ବାଚନ କମିଶନଙ୍କୁ ଜଣାଇପାରିବେ । ନାମ ଗୋପନ ରଖି ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିପାରିବେ । ନିର୍ବାଚନ ନେଇ ଜିଲ୍ଲାପାଳ, ଏସପିଙ୍କୁ  କଡ଼ା ନିର୍ଦ୍ଦେଶ । ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ । ନିରପେକ୍ଷ, ସ୍ବଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ।

17 February 2024 05:00 PM (IST)

Odisha News Live: ଅପରାଜିତାଙ୍କୁ ବିରୋଧ କଲେ ବିଜେପି କର୍ମୀ ...

Odisha News Live: ଅପରାଜିତାଙ୍କୁ ବିରୋଧ କଲେ ବିଜେପି କର୍ମୀ 
ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧର ବହ୍ନି ଆହୁରି ବଢୁଛି। ତୀବ୍ର ଅସନ୍ତୋଷ ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡୁଛି ସାଂସଦଙ୍କୁ। ବେଗୁନିଆ- ବୋଲଗଡ଼ରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏହି ସମାନ ଘଟଣା ଦେଖିବାକୁ ମିଳିଛି। ବେଗୁନିଆ- ବୋଲଗଡ଼ରେ ସକ୍ରିୟ ବିଜେପି ସଭ୍ୟମାନେ ଏକାଠି ହୋଇ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ତାଙ୍କ ଦ୍ଵାରା ମନୋନୀତ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆହୁରି ବଢୁଛି ବିରୋଧ।

17 February 2024 04:45 PM (IST)

Odisha News Live: BJP କର୍ମକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ BJD କର୍ମୀ!...

Odisha News Live: BJP କର୍ମକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ BJD କର୍ମୀ!
ବିଧାୟକଙ୍କୁ କଳା ପତାକା ଦେଖାଇବାରୁ BJP କର୍ମକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ BJD କର୍ମୀ! ଯାହାଫଳରେ ବହୁ BJP କର୍ମକର୍ତ୍ତା ଆହତ ହୋଇଥିବା ଅଭିଯୋଗ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରେ ଘଟିଛି। ଏନେଇ ବିଜେପି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି

 

17 February 2024 04:30 PM (IST)

Odisha News Live: ହତ୍ୟାକାରୀ ଭାଇକୁ ଆଜୀବନ ଜେଲ୍‌ ...

Odisha News Live: ହତ୍ୟାକାରୀ ଭାଇକୁ ଆଜୀବନ ଜେଲ୍‌ 
୨୦୧୯ ମସିହାରେ ଘଟିଥିବା ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ହତ୍ୟାକାରୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ପଚାଶ ହଜାର ଟଙ୍କା ଜରିମାନା କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ କୋର୍ଟ ରାୟରେ ଶୁଣାଇଛନ୍ତି।

17 February 2024 04:15 PM (IST)

Odisha News Live: ବଲିଉଡ଼ରେ ୫୫ ବର୍ଷ ପୁରଣ କଲେ ୮୧ ବର୍ଷିୟ ଅମିତାଭ ବଚ୍ଚନ...

Odisha News Live: ବଲିଉଡ଼ରେ ୫୫ ବର୍ଷ ପୁରଣ କଲେ ୮୧ ବର୍ଷିୟ ଅମିତାଭ ବଚ୍ଚନ
ମୁମ୍ବାଇ: ହିନ୍ଦୀ ସିନେମାର ଭେଟେରାନ ସୁପରଷ୍ଟାର ତଥା ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ଭାବରେ ଇଣ୍ଡଷ୍ଟ୍ରିରେ ଯାତ୍ରା କରିବାର ଏକ AI ସଂସ୍କରଣ ସେୟାର କରିଛନ୍ତି। ଶତାବ୍ଦୀର ମେଗାଷ୍ଟାର କୁହାଯାଉଥିବା ଅମିତାଭ ବଲିଉଡ଼ରେ ୫୫ ବର୍ଷ ପୂରଣ କରିଛନ୍ତି। ୮୧ ବର୍ଷିୟ ବିଗ୍ ବି ଏହି ବିଶେଷ ଦିନର ଖୁସିକୁ ତାଙ୍କ ପ୍ରଶଂସକଙ୍କ ସହ ଏକ ବିଶେଷ ଉପାୟରେ ସେୟାର କରିଛନ୍ତି। AI ସଂସ୍କରଣର ଏହି ଫଟୋ ସେୟାର୍ କରିବାବେଳେ ଅମିତାଭ ଲେଖିଛନ୍ତି, 'ସିନେମାର ଏହି ଚମତ୍କାର ଜଗତରେ ୫୫ ବର୍ଷ ... ଏବଂ ଆଉ ଏଆଇ ମୋତେ ଏହାର ପ୍ରକୃତ ଅର୍ଥ ଦେଇଛି ... ଇଏଫ ବି ଦ୍ୱାରା ଉପସ୍ଥାପିତ ... ସେଲ୍ଫ୍ ମେଡ୍' | ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଚିତ୍ରଗୁଡ଼ିକରେ, ବିଗ୍ ବି ତାଙ୍କ ସଫଳତାର ରିପ୍ରେଜେଣ୍ଟେଟିଭ ଭାବରେ ଦେଖାଯାଉଛି। ପ୍ରଥମ ଛବିରେ, ଗୋଟିଏ ଆଖିରେ କ୍ୟାମେରା ଲେନ୍ସ ଏବଂ ଫିଲ୍ମର ରିଲ୍ ତାଙ୍କ ମୁଣ୍ଡରୁ ବାହାରୁଥିବା ଦେଖାଯାଉଛି। ଦ୍ୱିତୀୟ ଚିତ୍ରରେ ମଧ୍ୟ ସମାନ କିଛି ଦେଖିବାକୁ ମିଳେ, କିନ୍ତୁ ପୃଷ୍ଠଭୂମି ବହୁତ ରଙ୍ଗବେରଙ୍ଗ ରହିଥିବା ଦେଖିବାକୁ ମିଳିଛି। 

17 February 2024 04:00 PM (IST)

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର। ଚୁଟକୀରେ ପଢିନିଅନ୍ତୁ ପୂରା ରିପୋର୍ଟ...

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର। ଚୁଟକୀରେ ପଢିନିଅନ୍ତୁ ପୂରା ରିପୋର୍ଟ...

17 February 2024 03:45 PM (IST)

Odisha News Live: ବାଣ କାରଖାନାରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ...

Odisha News Live: ବାଣ କାରଖାନାରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ
ଶନିବାର ଦିନ ଅପରାହ୍ନରେ ତାମିଲନାଡୁରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି, ଯେଉଁମାନେ ଶିବକାଶୀ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁସାରେ, ଏହି ବିସ୍ଫୋରଣ ବିରୁଧୁନଗରର ଭେମ୍ବକୋଟାଇ ନିକଟ ରାମୁ ଦେବନପଟ୍ଟି ଠାରେ ଥିବା ଏକ ବାଣ କାରଖାନାରେ ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାଟି ଏକ ଅଳିଆ ଗଦାରେ ପରିଣତ ହୋଇଯାଇଛି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ, ପ୍ରଶାସନ, ପୋଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

17 February 2024 03:30 PM (IST)

Odisha News Live: ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ...

Odisha News Live: ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ।  ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି । ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

17 February 2024 03:15 PM (IST)

Odisha News Live: କ୍ୟାବିନେଟ୍ ବିସ୍ତାର କଲେ ଚମ୍ପାଇ ସୋରେନ୍...

Odisha News Live: କ୍ୟାବିନେଟ୍ ବିସ୍ତାର କଲେ ଚମ୍ପାଇ ସୋରେନ୍
ବହୁ ଦିନରୁ ଆଲୋଚନା ପର୍ଯ୍ୟାଲୋଚନା ପରେ କ୍ୟାବିନେଟ୍ ବିସ୍ତାର କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ଏଥିରେ ପ୍ରଥମ ତିନିଟି ନୂଆ ଚେହେରା ଅନ୍ତର୍ଭୁକ୍ତ କରାଯାଇଥିଲା। ମନ୍ତ୍ରିମଣ୍ଡଳରେ ବସନ୍ତ ସୋରେନ, ବୈଦ୍ୟନାଥ ରାମ ଏବଂ ଦୀପକ ବିରୁଆଙ୍କୁ ସ୍ଥାନ ଦିଆଯାଇଥିଲା। ସେମାନଙ୍କ ନାମ ମଧ୍ୟ ରାଜ ଭବନକୁ ପଠାଯାଇଥିଲା, କିନ୍ତୁ ପରେ କଂଗ୍ରେସ ବିଧାୟକଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ବୈଦ୍ୟନାଥ ରାମଙ୍କ ନାମ ତାଲିକାରୁ ହଟାଇ ଦିଆଯାଇଥିଲା। ରାଜ ଭବନରେ ଶପଥ ଗ୍ରହଣ ସମାରୋହରେ ରମେଶ୍ୱର ଓରାଓନ୍, ଦୀପକ ବିରୁଆ, ବନ୍ନା ଗୁପ୍ତା, ବାଦଲ, ମିଥିଲେଶ ଠାକୁର, ବସନ୍ତ ସୋରେନ, ହାଫିଜୁଲ ଅନସାରୀ, ବେବି ଦେବୀ ଶପଥ ଗ୍ରହଣ କରିଥିଲେ।

 

17 February 2024 03:00 PM (IST)

Odisha News Live: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଚାଞ୍ଚଲ୍ୟ...

Odisha News Live: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଚାଞ୍ଚଲ୍ୟ
ବଣାଇଁରେ ଚାଞ୍ଚଲ୍ଯ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକରୁ ୪ ଜଣଙ୍କ ମୃତଦେହ ଠାବ। ବିମଳାଗଡ଼-କିରିବୁରୁ ରେଳ ଧାରଣାର କିରିବୁରୁ ପାଖରେ ପଡ଼ିଛି ୪ ମୃତଦେହ। ୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ। ଟ୍ରାକ୍‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପରିବାରକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

17 February 2024 02:45 PM (IST)

Odisha News Live: ଦିଲ୍ଲୀ ନିକଟରେ ଟ୍ରେନ ଦୁର୍ଘଟଣା...

Odisha News Live: ଦିଲ୍ଲୀ ନିକଟରେ ଟ୍ରେନ ଦୁର୍ଘଟଣା
ଓଲଟି ଗଲା ଟ୍ରେନ୍ । ଦିଲ୍ଲୀ ଜାକିରା ଫ୍ଳାଏ ଓଭର୍ ପାଖରେ ଘଟିଛି ଏହି ଦୁର୍ଘଟଣା। ଏକ ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ଲାଇନଚ୍ୟୁତ୍ ହୋଇଛି । ଲାଇନଚ୍ୟୁତ୍‌ ହେବା ଫଳରେ ୮ଟି ବଗି ଟ୍ରାକରୁ ଅଲଗା ହୋଇଯାଇଛି। ତେବେ ଏହା ତଳେ କିଛି ଲୋକ ଚାପି ରହିଥିବା ଅନୁମାନ କରାଯାଉଛି। ଏହି ଟ୍ରେନ୍‌ ଦୁର୍ଘଟଣାଟି ପଟେଲ୍ ନଗରରୁ ଦୟା ବସ୍ତି ଅଞ୍ଚଳ ମଧ୍ୟରେ ଘଟିଛି। ସାଧାରଣତଃ ଏହି ଅଞ୍ଚଳର ଟ୍ରାକ ଆଖପାଖରେ ବସ୍ତି ଥିବାରୁ କିଛି ଲୋକ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରେଲୱେ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି।

17 February 2024 02:23 PM (IST)

Madhya Pradesh Congress: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ...

Madhya Pradesh Congress: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦଳ ଛାଡିପାରନ୍ତି । ସେ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଅଟକଳ ଜୋର ଧରିଛି । କୌଣସି ସମୟରେ କମଲନାଥ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି । ଏହା ଏଥିପାଇଁ କୁହାଯାଉଛି କି, କମଲନାଥଙ୍କ ପୁଅ ନକୁଲନାଥ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ କଂଗ୍ରେସ ଲେଖା ହଟାଇଦେଇଛନ୍ତି । ଏହାସହ କମଲନାଥ ଛିନ୍ଦୱାଡା ଗସ୍ତ ବାତିଲ କରି ଦିଲ୍ଲୀଯାତ୍ରା କରିଛନ୍ତି । ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି ।

17 February 2024 02:15 PM (IST)

Odisha News Live: ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ...

Odisha News Live: ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ
ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ଅଧିବେଶନକୁ ଉଦଘାଟନ କରିବେ। ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହେବ। ଗୋଟିଏ ବୈଠକ ନ୍ୟାସନାଲ କନଭେନସନ ନାମରେ ହେଉଥିବା ବେଳେ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ବସିବ।

 

17 February 2024 02:09 PM (IST)

Goods Train Derail: ଆଜି ଦିଲ୍ଲୀର ଚାରା ମଣ୍ଡି ଅନ୍ତର୍ଗତ ଜଖୀରା ଫ୍ଲାଇଓଭର୍‌ ନିକଟରେ...

Goods Train Derail: ଆଜି ଦିଲ୍ଲୀର ଚାରା ମଣ୍ଡି ଅନ୍ତର୍ଗତ ଜଖୀରା ଫ୍ଲାଇଓଭର୍‌ ନିକଟରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ଅନ୍ୟୂନ ୮ଟି ୱାଗନ୍‌ ଧାରଣାଚ୍ୟୁତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବାକ୍ଷଣି ରେଳବାଇ ଅଧିକାରୀ ଟିମ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୱାଗନ୍‌ ସବୁ ଧାରଣାଚ୍ୟୁତ ହେଉଥିବା କଥା ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି। ସଂଗୃହୀତ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ମାଲ୍‌ବାହୀ ଟ୍ରେନ୍‌ଟି ଗୁଡ଼ାଯାଇଥିବା ଲୁହା ଚାଦର ନେଇ ମୁମ୍ବାଇରୁ ଚଣ୍ଡୀଗଡ଼ ଅଭିମୁଖେ ଯାଉଥିଲା।

17 February 2024 01:27 PM (IST)

Texttile Park: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ଚୌଦ୍ୱାରଠାରେ ...

Texttile Park: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ଚୌଦ୍ୱାରଠାରେ ‘ଟେକ୍ସଟାଇଲ ପାର୍କ’ର ଶିଳାନ୍ୟାସ ହୋଇଛି । ୧୯୫୦ ବେଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ବିକାଶ ପାଇଁ ଚୌଦ୍ୱାରଠାରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପୁଣି ତାହାର ପୁନରୁଦ୍ଧାର ହେବାକୁ ଯାଉଛି । ଏହାସହ ଶିଳ୍ପ କ୍ଷେତ୍ରରେ କଟକ ପୁଣିଥରେ ନୂଆ ପରିଚୟ ପାଇବାକୁ ଯାଉଛି । ବିଶ୍ୱ ସ୍ତରୀୟ ‘ୱେଲସ୍ପନ୍ ଟେକ୍ସଟାଇଲ ଗ୍ରୁପର’ ସହଯୋଗରେ ୩ହଜାର ୫୦ କୋଟି ଟଙ୍କା ନିବେଶରେ ଆଜି ଚୌଦ୍ୱାରରେ ଇଣ୍ଟିଭେଟେଡ୍ ଟେକ୍ସଟାଇଲ କମ୍ଲେକ୍ସ ପାଇଁ ଶିଳାନ୍ୟାସ ହୋଇଛି । ଫଳରେ ଏଠାରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 

17 February 2024 01:06 PM (IST)

Ayodhya Ram Temple: ଦୈନିକ ଅପରାହ୍ଣରେ ରାମ ଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର...

Ayodhya Ram Temple: ଦୈନିକ ଅପରାହ୍ଣରେ ରାମ ଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇ ଥିବାରୁ ଶୁକ୍ରବାର ଠାରୁ ରାମ ମନ୍ଦିର ଦର୍ଶନ ପାଇଁ ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ ବୋଲି ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି। ରାମ ଲଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ ଚିନ୍ତା ପ୍ରକଟ କରିବାରୁ ଏହି ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ। ମୁଖ୍ୟ ପୂଜକ ଗୁରୁତ୍ବାରୋପ କରି କହିଲେ ଯେ, ପ୍ରଭୁ ରାମ ୫ ବର୍ଷର ବାଳକ ଅବସ୍ଥାରେ ଥିବାରୁ ତାଙ୍କ ଉପରେ ମାତ୍ରାଧିକ ଚାପ ପକାଯିବା ଅନୁଚିତ। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଗୁରୁତ୍ବାରୋପ କରି କହିଲେ, ଶ୍ରୀ ରାମ ଲଲ୍ଲା ୫ ବର୍ଷର ବାଳକ ହୋଇଥିବାରୁ ୧୮ ଘଣ୍ଟା ଧରି ଭାରାକ୍ରାନ୍ତ ହୋଇ ରହିପାରିବେ ନାହିଁ। ତେଣୁ, ଦିଅଁଙ୍କର ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେଇ ପ୍ରତିଦିନ ଅପରାହ୍ଣ ୧୨.୩୦ରୁ ୧.୩୦ ପର୍ଯ୍ୟନ୍ତ ମନ୍ଦିର ଦ୍ବାର ବନ୍ଦ ରହିବ। 

17 February 2024 12:37 PM (IST)

Prafulla Samal: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବରପଦା...

Prafulla Samal: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବରପଦା ଇଂଞ୍ଜିନିୟରଂ କଲେଜ ଜମି ମାମଲାରେ ସମନ । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ବି ସମନ ଜାରି 

 

17 February 2024 12:05 PM (IST)

Odisha News: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା। ଓଡ଼ିଶା ଆପାର୍ଟମେଣ୍ଟ...

Odisha News: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ଆସୋସିଏସନ ଗଠନ ଏବଂ ପଞ୍ଜିକରଣ ନେଇ ସବିଶେଷ ନିୟମ ରହିଛି। ୨୦୨୩ ଅକ୍ଟୋବର ୧୩ ତାରିଖରେ ଓଡି଼ଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା। ଧାର୍ଯ୍ୟ ସମୟରେ ଆସିଥିବା ଅଭିଯୋଗ ଓ ମତାମତକୁ ବିଚାର କରାଯାଇଛି। 

17 February 2024 11:47 AM (IST)

Arvind Kejriwal: ଆଜି ଗୃହରେ ଆସ୍ଥା ଭୋଟ୍‌ ହେବ, ପୁଣି ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ...

Arvind Kejriwal: ଆଜି ଗୃହରେ ଆସ୍ଥା ଭୋଟ୍‌ ହେବ, ପୁଣି ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ତେଣୁ ଏହା ପରେ ଯେକୌଣସି ଦିନ ହାଜର ହେବି ବୋଲି ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଦାଲତଙ୍କୁ କହିଛନ୍ତି। ଦିଲ୍ଲୀ ଅଦାଲତ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି। ଅବକାରୀ ନୀତି ମାମଲାରେ ୫ଟି ସମନ୍‌ ଏଡାଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଅଦାଲତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ଅଦାଲତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ଡକାଇଥିଲେ। ମାର୍ଚ୍ଚ ୧୬ ତାରିଖ ଦିନ ୧୦ଟା ବେଳେ ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଏଥିରେ କେଜ୍ରୱାଲ୍‌ ବି ସମ୍ମତି ଜଣାଇଛନ୍ତି।

17 February 2024 11:30 AM (IST)

VK Pandian: ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୁରୀ ଗସ୍ତରେ...

VK Pandian: ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ। ମନ୍ଦିର ପରିସରରେ ପ୍ରାୟ ୪୫ ମିନିଟ ରହିବା ପରେ ବାହାରକୁ ଆସିଥିଲେ। ପରେ ଶ୍ରୀମନ୍ଦିର ପ୍ରରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଥିଲେ 5T ଅଧ୍ୟକ୍ଷ। ଏହି ସମୟରେ ଶୁଭେଚ୍ଛୁଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍। ରାଜ୍ୟସଭା ସାଂସଦ ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସାଙ୍ଗରେ ରହିଥିଲେ। ପ୍ରଦୀକ୍ଷଣ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ 5T ଅଧ୍ୟକ୍ଷ ।

17 February 2024 11:20 AM (IST)

Bikaner Road Accident: ରାଜସ୍ଥାନ ବିକାନେର ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି...

Bikaner Road Accident: ରାଜସ୍ଥାନ ବିକାନେର ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ନୋଖା ପୋଲିସ ଷ୍ଟେସନ ଅଞ୍ଚଳରେ ଭାରତମାଳା ଏକ୍ସପ୍ରେସୱେରେ ଥିବା ନୌରଙ୍ଗସେଦର-ରସିସର ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସକାଳେ ରସିସର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ସମସ୍ତ ମୃତ ବ୍ୟକ୍ତି ଗୁଜୁରାଟର ବାସିନ୍ଦା ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଅଧୀକ୍ଷକ ତେଜସ୍ୱିନୀ ଗୌତମ ଘଟଣାସ୍ଥଳରେ ପହଞ୍ଚିଥିଲେ। 

 

17 February 2024 11:08 AM (IST)

Ravichandran Ashwin: ଭାରତର ଭେଟରାନ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନଙ୍କ ଐତିହାସିକ ରେକର୍ଡ...

Ravichandran Ashwin: ଭାରତର ଭେଟରାନ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନଙ୍କ ଐତିହାସିକ ରେକର୍ଡ। ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲୀଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଛନ୍ତି। ୫୦୦ ୱିକେଟ କୀର୍ତ୍ତିମାନ ହାସଲ କରିବା ଠାରୁ ଅଶ୍ୱିନ ମାତ୍ର ଗୋଟିଏ ୱିକେଟ ପଛରେ ଥିଲେ। ତାଙ୍କ ୱିକେଟ ସଂଖ୍ୟା ୪୯୯ ଥିଲା। ୫୦୦ ୱିକେଟ ଦଖଲ କରିବାର ସ୍ୱପ୍ନ ଆଜି ଅଶ୍ୱିନଙ୍କର ପୂରଣ ହୋଇଛି। ସେହିପରି ରାଜକୋଟ ଟେଷ୍ଟ ଅଧାରୁ ଓହରିଯାଇଛନ୍ତି ଆର. ଅଶ୍ୱିନ୍ । ୫୦୦ ୱିକେଟ ଦଖଲ ପରେ ମ୍ୟାଚରୁ ଓହରିଥିଲେ ଅଶ୍ୱିନ । ସୂଚନାନୁସାରେ ତାଙ୍କ ମା ଅସୁସ୍ଥ ଥିବାରୁ ମ୍ୟାଚରୁ ଓହରିଥିବା ବିସିସିଆଇ ଉପସଭାପତି ଏହି ସୂଚନା ଦେଇଛନ୍ତି । 

17 February 2024 10:46 AM (IST)

Delhi CM Arvind Kejriwal: ବିଧାନସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସତ୍ତ୍ବେ...

Delhi CM Arvind Kejriwal: ବିଧାନସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସ୍ଥା ଭୋଟ୍‌ ପ୍ରସ୍ତାବ ଆଗତ କରିଛନ୍ତି। ଆସନ୍ତାକାଲି ବିଧାନସଭାରେ ଏହା ଉପରେ ଆଲୋଚନା ହେବ। ଦିଲ୍ଲୀର ମୋଟ ୭୦ଟି ଆସନରୁ ଆପ୍‌ର ୬୨ ଜଣ ବିଧାୟକ ଥିବା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପ୍ରସ୍ତାବ ଉପସ୍ଥାପନ କରି କେଜ୍ରିଵାଲ କହିଛନ୍ତି ଯେ ସେ ଲୋକଙ୍କୁ ଦେଖାଇବାକୁ ଚାହୁଛନ୍ତି ଯେ ଆପ୍‌ର କୌଣସି ବିଧାୟକ ଅନ୍ୟ କେଉଁଠିକୁ ଯାଇନାହାନ୍ତି। ଦିଲ୍ଲୀ ବିଧାନସଭାରେ ଉଦ୍‌ବୋଧନ ଦେଇ କେଜ୍ରିଵାଲ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

17 February 2024 10:20 AM (IST)

Bus Accident: ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର...

Bus Accident: ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା କ୍ଷୀରଚୋରା ନାମକ ପାସେଞ୍ଜର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଏହି ବସ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସ୍ ର ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ପାଖାପାଖି ୨୫ ଜଣ ପାସେଞ୍ଜର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି। ଦୁର୍ଘଟଣା ଗ୍ରସ୍ତ ବସ୍ ର ନମ୍ବର ହେଲା (ଓଡି୦୧ଏଏମ୩୮୫୯ )। 

17 February 2024 10:09 AM (IST)

Plus Two Exam: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା (Plus Two Arts) ଓ ବାଣିଜ୍ୟ...

Plus Two Exam: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା (Plus Two Arts) ଓ ବାଣିଜ୍ୟ ପରୀକ୍ଷା । ଏହି ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ, ଧନ୍ଦାମୂଳକରେ ବି ୫ ହଜାର ୭୯୨ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପଢନ୍ତୁ ପୂରା ଖବର...

17 February 2024 09:42 AM (IST)

ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବା ଘଟଣା, ମାର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ...

ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବା ଘଟଣା, ମା'ର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ

Shocking News: ଫେବୃଆରୀ ୧୦ ତାରିଖରେ ଘଟିଥିଲା ଏମିତି ଏକ ଭୟଙ୍କର ଘଟଣା ଯାହା ବଲାଙ୍ଗୀର ଜିଲ୍ଲାର ପାଟଣାଗଡକୁ ଥରାଇ ଦେଇଥିଲା। ପରିବାରର ସମସ୍ତେ ବସି ଟିଭି ଦେଖୁଥିଲେ । ଆଉ ସେତିକି ବେଳେ ଫାଟିଥିଲା ଗ୍ୟାସ ସିଲିଣ୍ଡର। ପଢନ୍ତୁ ପୂରା ଖବର...

17 February 2024 09:39 AM (IST)

Defence Deal: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ । କିଣାଯିବ ୮୪ ହଜାର...

Defence Deal: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ । କିଣାଯିବ ୮୪ ହଜାର ୫୬୦ କୋଟି ଟଙ୍କାର ବିମାନ, ଟର୍ପିଡୋ ଓ ଯୁଦ୍ଧାସ୍ତ୍ର ! କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଡିଫେନ୍ସ ଆକ୍ୟୁଜିସନ କାଉନସିଲ ବା DAC । ଭାରତୀୟ ସଶସ୍ତ୍ର ବଳ ଏବଂ କୋଷ୍ଟଗାର୍ଡ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ କିଣାଯିବ । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଡିଲ୍ ରେ ନୂଆ ଆଣ୍ଟି ଟ୍ୟାଙ୍କ, ମାଇନ୍ସ, ହେଭି ୱେଟ୍ ଟର୍ପିଡୋ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି। 

17 February 2024 09:32 AM (IST)

ISRO: ଚନ୍ଦ୍ରାୟନ -୩ ଏବଂ ଆଦିତ୍ୟ ଏଲ୍ -୧ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO...

ISRO: ଚନ୍ଦ୍ରାୟନ -୩ ଏବଂ ଆଦିତ୍ୟ ଏଲ୍ -୧ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍-୩ ଡିଏସ୍ (INSAT 3DS)ଉତକ୍ଷେୁଣ କରିବାକୁ ଯାଉଛି।  ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।  ଏହି ସାଟେଲାଇଟ୍ ସ୍ପେଶ୍ ଏଜେନ୍ସିର 'ନଟି ବଏ' (naughty boy) ବୋଲି କୁହାଯାଉଛି । ସନ୍ଧ୍ୟା ୫ ଟା ବାଜି ୩୫ ମିନିଟରେ GSLV F14 ସାହାଯ୍ୟରେ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ସତର୍କତାରେ ସହାୟକ ହେବ। 

 

17 February 2024 08:55 AM (IST)

BJP National Council Meeting: ଆଜି ଠାରୁ ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ହେବାକୁ...

BJP National Council Meeting: ଆଜି ଠାରୁ ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ମାଧ୍ୟମରେ ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ​​ବିଜୟର ହ୍ୟାଟ୍ରିକ୍ ନେଇ ମନ୍ଥନ କରିବ। ବୈଠକର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭୦ ଟି ଆସନ ଜିତିବା ପାଇଁ ୧୧ ହଜାର ୫୦୦ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଶନିବାର ଆଲୋଚନାରେ ମଧ୍ୟ ଭାଗ ନେବେ। ଗତ ନିର୍ବାଚନ ତୁଳନାରେ ଭୋଟ୍ ୧୦ ପ୍ରତିଶତ ବୃଦ୍ଧି ଏବଂ ୬୭ ଟି ସିଟ୍ ବୃଦ୍ଧି ହେବାର ସମ୍ଭାବନା ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରିବା ସମ୍ଭବ। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବୈଠକକୁ ଉଦଘାଟନ କରିବେ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖପାତ୍ର ସମ୍ବିତ ପାତ୍ର ଏବଂ ମାନସ ମହାନ୍ତି ଭାଗ ନେବେ। 

17 February 2024 08:49 AM (IST)

Texttile Park Foundation:ଆଜି କଟକ ଚୌଦ୍ୱାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓଟିଏମ...

Texttile Park Foundation:ଆଜି କଟକ ଚୌଦ୍ୱାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର କରିବେ ଶିଳାନ୍ୟାସ । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର ୫୦କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ବେଳେ ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ଯୋଗାଇଦେବେ ସରକାର ।

 

17 February 2024 08:34 AM (IST)

MSME Appointment:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା,...

MSME Appointment:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ । ଭାରତରେ ଅଣୁ ମଧ୍ୟମ ତଥା କ୍ଷୁଦ୍ର ବର୍ଗର ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ତଦ୍ୱାରା ୧୬ କୋଟି ୮୭ ଲକ୍ଷ ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ଲୋକସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ଉଦ୍ୟମ ପୋର୍ଟାଲ୍‍ ଏବଂ ଉଦ୍ୟମ ଆରମ୍ଭ ଦିନଠାରୁ ଜାନୁୟାରୀ ସୁଦ୍ଧା ୩ କୋଟି ୬୪ ଲକ୍ଷ ୮୨ ହଜାର ୪୫୬ଟି ଏମ୍‍ଏସ୍‍ଏମ୍‍ଇ ସୃଷ୍ଟି ହୋଇଛି। ଏହାଦ୍ୱାରା ୧୬ କୋଟି ୮୭ ଲକ୍ଷ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟଓ୍ୱାରୀ ତଥ୍ୟ ଉପସ୍ଥାପନ କରି ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି, ଏମ୍‍ଏସ୍‍ଏମ୍‍ଇ  କ୍ଷେତ୍ରକୁ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ନିକଟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 

17 February 2024 07:52 AM (IST)

SHG Women Assistance: ରାଜ୍ୟର ପ୍ରତି SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା।...

SHG Women Assistance: ରାଜ୍ୟର ପ୍ରତି SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା। ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର। ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ ୧ ହଜାର ଲେଖାଏଁ ମିଳିବ। SHG ଏଜିକ୍ୟୁଟିଭ୍ ମେମ୍ବର ମାନଙ୍କୁ ମିଳିବ ଆଉ ୨ ହଜାର। ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ ୩ ହଜାର ଟଙ୍କା ମିଳିବ। SHG ସଦସ୍ୟାଙ୍କୁ ୟୁନିଫର୍ମ ଦେବା ନେଇ କ୍ୟାବିନେଟ ନିଷ୍ପତ୍ତି। ୟୁନିଫର୍ମ ଓ ବ୍ଲେଜର ବାବଦରେ ମୋଟ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। 

 

17 February 2024 07:37 AM (IST)

Odisha Weather:  ଫେବୃଆରୀ ସରିନି କିନ୍ତୁ ରାଜ୍ୟରୁ ଗାଏବ ହୋଇ ଗଲାଣୀ ଶୀତ ।...

Odisha Weather:  ଫେବୃଆରୀ ସରିନି କିନ୍ତୁ ରାଜ୍ୟରୁ ଗାଏବ ହୋଇ ଗଲାଣୀ ଶୀତ । ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ଦୁଇ ଦିନ କୋରପୁଟ୍, କନ୍ଧମାଳ, ରାୟଗଡା, କଟକ, ଢେଙ୍କାନାଳ, ଅନୁଗୋଳ ସମେତ ଦକ୍ଷିଣ ଉପକୂଳ ଓଡି଼ଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡରେ ଅତି ଘନ କୁହୁଡି଼ ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ସେହିଭଳି ରାଇରଙ୍ଗପୁର ଠାରେ ୨୮ ମିମି,  ବିଜାତଳା ଓ ଜାମଦାରେ ୧୭ ମିମି, ରାସଗୋବିନ୍ଦପୁରରେ ୧୫ ମିମି , ତିରିଙ୍ଗିରେ ୮.୨, ବହଳଦାରେ ୭ ମିମି ବର୍ଷା ହୋଇଛି।  

 

17 February 2024 07:23 AM (IST)

Election Commissioner: ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ନିର୍ବାଚନ...

Election Commissioner: ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ଭୁବନେଶ୍ୱର ଆସି ଭୋଟ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଇଭିଏମ, ସୁରକ୍ଷା ବ୍ୟବସ୍ଥା, ଭୋଟ୍ ବେଳେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ସଂପର୍କରେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଦିଲ୍ଲୀରୁ ଆସିଥିବା ଟିମ୍ ଆଲୋଚନା କରିଛି। ଅନ୍ୟପକ୍ଷରେ ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କୁ ଭେଟିଥିବା ରାଜନୈତିକ ଦଳଙ୍କ ପ୍ରତିନିଧି। 

17 February 2024 07:07 AM (IST)

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା...

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ.... ଦେଖନ୍ତୁ ଫଟୋ ଗ୍ୟାଲେରୀ 

Add Zee News as a Preferred Source

About the Author