Odisha News Live Updates: ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ପଢନ୍ତୁ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2075456

Odisha News Live Updates: ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ପଢନ୍ତୁ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

Odisha News Live Updates: ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ପଢନ୍ତୁ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

24 January 2024
21:52 PM

Black Tiger Safari Similipal Odisha: ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରୁ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଠାରେ କଳାବାଘ ସଫାରୀ ନିର୍ମାଣ ହେବ। ଯାହା ଦର୍ଶକଙ୍କ ଲାଗି ଏହା ଏକ ଭିନ୍ନ ଆକର୍ଷଣ ହେବ। ଭାରତ ବର୍ଷର ପ୍ରଥମ କଳାବାଘ ସଫାରୀ ଭାବେ ଏହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ  ସୂଚନା ଦେଇଛନ୍ତି।

ପଢନ୍ତୁ ପୁରା ଖବର

21:26 PM

Bharat Jodo Nyay Yatra Posters Torn Down in West Bengal: ଗତ ୧୪ ତାରିଖରେ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଠାରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ। ଯାହା ମୁମ୍ବାଇ ଠାରେ ଶେଷ ହେବ। ଏହି ଯାତ୍ରା ପଶ୍ଚିମବଙ୍ଗ ଠାରେ ପହଞ୍ଚିବ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରା। ହେଲେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗ ଠାରେ ପହଞ୍ଚିବା ପୂର୍ବରୁ ରାଜ୍ୟର କୁଚବିହାର ଜିଲ୍ଲାରେ ଦଳ ଦ୍ୱାରା ଲଗାଯାଇଥିବା ପୋଷ୍ଟର ଫାଡ଼ି ଦିଆଯାଇ ଥିବାର ମାମଲା ସାମ୍ନାକୁ ଆସିଛି।ଏହି ପୋଷ୍ଟର କିଏ ଫାଡ଼ିଛି ବର୍ତ୍ତମାନ  ପର୍ଯ୍ୟନ୍ତ ତାହା ଜଣାପଡ଼ିନାହିଁ। ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାନୁଆରୀ ୨୫ ତାରିଖ ଗୁରୁବାର ପଶ୍ଚିମବଙ୍ଗ ଠାରେ ପ୍ରବେଶ କରିବ। ହେଲେ ଏହି ଯାତ୍ରା ରାଜଧାନୀ କୋଲକାତା ଦେଇ ଯିବ ନାହିଁ।

ପଢନ୍ତୁ ପୁରା ଖବର

 

 

 
18:35 PM

TMC-APP withdraws from INDIA: ଯାହା ଆଶା କରାଯାଉଥିଲା ଶେଷରେ ତାହା ଘଟିଲା। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ ଇଣ୍ଡିଆ ବିଚ୍ଛିନ୍ନ ହୋଇଯାଇଛି। ଜାନୁଆରୀ ୨୪ ତାରିଖ ବୁଧବାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଟିମବଙ୍ଗରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଅନ୍ୟପଟେ ପଞ୍ଜାବରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିଳମ୍ବ ହେଉଥିବାରୁ ଏହାକୁ ଅନେକ ଆଲୋଚନା ହେଉଥିଲା। ଯାହା ବିରୋଧି ଏକତା ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଏପରି ନିଷ୍ପତ୍ତି କଂଗ୍ରେସ ନେତୃତ୍ୱ ଲାଗି ଚିନ୍ତା ବଢାଇ ଦେଇପାରେ। କାରଣ ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଏକାକୀ ଚାଲିବାର ରାସ୍ତା ଖୋଜି ପାରିବେ। ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମ ଠାରେ ପହଞ୍ଚିଛି।

ପଢନ୍ତୁ ପୁରା ଖବର

 

 

17:23 PM

West Bengal CM Mamata Banerjee: ବୁଧବାର କାର ଦୁର୍ଘଟଣାରେ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟର ବର୍ଦ୍ଧମାନ ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ ବୈଠକ ସାରି ଫେରିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡ଼ିଛି। ଦୁର୍ଘଟଣା ସମୟରେ କାର ହଠାତ୍ ବ୍ରେକ୍ ମାରିବା କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଦୁର୍ଘଟଣା ସମ୍ପର୍କରେ ଅଧିକ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ହେଲେ ପ୍ରାଥମିକ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର ଯାତ୍ରା କରୁଥିବା ରାସ୍ତାରେ ଏକ ଉଚ୍ଚ ସ୍ଥାନ ଆସିଥିଲା। ଯେଉଁ କାରଣରୁ କାର ଡ୍ରାଇଭର ଅଚାନକ ବ୍ରେକ୍ ମାରିଥିଲେ। ହଠାତ୍ ବ୍ରେକିଂ ମାରିବା ହେତୁ କାର ଯୋଗେ ଯାତ୍ରା କରୁଥିବା ଲୋକ ନିଜର ଭାରସାମ୍ୟ ହରାଇଥିଲେ। ଯେଉଁ କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ପଢନ୍ତୁ ପୁରା ଖବର

 

16:32 PM

Air India Will Pay Fine for Security Breach: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏୟାର ଇଣ୍ଡିଆ ବିରୋଧରେ ୧.୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। କିଛି ଲମ୍ବା ଦୂରତା ରହିଥିବା ମାର୍ଗରେ ଚଳାଚଳ କରୁଥିବା ଏୟାର ଇଣ୍ଡିଆ ବିମାନରେ କେତେକ ଉଂଲଘନ କରିଥିବାରୁ ଜରିମାନା ଆଦାୟ କରାଯାଇଛି। ସୁରକ୍ଷା ଉଲ୍ଲଂଘନ କରିବା କାରଣରୁ ଏୟାର ଇଣ୍ଡିଆ ଜୋରିମାନା ଦେବାକୁ ୟାଉଛି। ବୁଧବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଏୟାରଲାଇନ୍ସ କର୍ମଚାରୀଙ୍କ ଠାରୁ ସ୍ବେଚ୍ଛାକୃତ ସୁରକ୍ଷା ରିପୋର୍ଟ ପାଇବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ କରିଥିଲେ। ଯେଉଁଥିରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ କେତେକ ଗୁରୁତ୍ୱପୂର୍ଣ୍ଣ ଦୂରଗାମୀ ମାର୍ଗରେ ହେଉଥିବା ବିମାନ ଉଡ଼ାଣରେ ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଅଭିଯୋଗ ହୋଇଥିଲା।
ପଢନ୍ତୁ ପୁରା ଖବର

 

12:53 PM

ଓଡ଼ିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରୁ
ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

12:52 PM

ମାଟି ଅତଡ଼ା ଖସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ
କେନ୍ଦୁଝର ଯୋଡ଼ାରେ ଅଘଟଣ । ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଦୁଇ ଜଣ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର । ପଢନ୍ତୁ ପୂରା ରିପୋର୍ଟ...

12:50 PM

ଘାଟିରେ ଓଲଟିପଡ଼ିଲା ଧଉଳି ଗଣନାଟ୍ୟର ଟ୍ରକ
ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ବାଙ୍ଗିରିପୋଷି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡ଼ିବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯାତ୍ରାପାର୍ଟି ଟ୍ରକଟି ଧଉଳି ଗଣନାଟ୍ୟର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବାଙ୍ଗିରିପୋଷି ଦ୍ୱାରକାଶ୍ୱେରୀ ଘାଟିରୁ ଓହ୍ଲାଇଲା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ରହିଛି। ପଢନ୍ତୁ ପୂରା ରିପୋର୍ଟ...

12:49 PM

ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ
ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷଠୁ ଚଳିତ ଅଧିକ ବିଦେଶୀ ପକ୍ଷୀ ମୟୂରଭଞ୍ଜକୁ ଆସିଛନ୍ତି। ଗତବର୍ଷଠାରୁ ଏଥର କମ୍ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡ଼ିଛି। ଗତବର୍ଷ ୧୧ ହଜାର ୯୬୫ଟି ପକ୍ଷୀ ଆସିଥିଲେ। ପଢନ୍ତୁ ପୂରା ରିପୋର୍ଟ...

12:48 PM

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଯୋଗଦେବେ ହର୍ମାନ କୁଲକେ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିବସରେ ଯୋଗଦେବେ ଐତିହାସିକ ପଦ୍ମଶ୍ରୀ ହର୍ମାନ କୁଲକେ। ଜର୍ମାନୀର ବର୍ଲିନ ସହରରେ ଜନ୍ମ ଲାଭ କରିଥିବା ପ୍ରଫେସର କୁଲକେଙ୍କ ଭାରତୀୟ ଉପମହାଦେଶର ଭାଷା, ସଂସ୍କୃତି, ସାହିତ୍ୟ ଓ ଇତିହାସ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଅଗାଧ ପାଣ୍ଡିତ୍ୟ ରହିଛି। ପଢନ୍ତୁ ପୂରା ରିପୋର୍ଟ...

12:26 PM

ମାଆ ସମଲେଇଙ୍କୁ ଚିଠି ଲେଖିଲେ ବର୍ଷା
ମାଆ ସମଲେଶ୍ୱରୀଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ଗୁହାରୀ କଲେ ଭକ୍ତ ପ୍ରେମୀ। ମାଆଙ୍କ ହୁଣ୍ଡୀରୁ ଟଙ୍କା ବାହାର କରି ଗଣିଲା ବେଳେ ବାହାରିଲା ପ୍ରେମ ଚିଠି। ତାକୁ ଦେଖିବା ବେଳେ କେଉଁ ଭକ୍ତଙ୍କ ଗୁହାରୀ ଭାବି ସେଇଟା ମାଁ ସମଲେଶ୍ଵରୀ ଉଦ୍ଦେଶ୍ୟରେ ଗୁହାରୀ କରାଯାଇଥିବା ଏକ ପ୍ରେମ ପତ୍ର ବୋଲି ଜଣା ପଡିଥିଲା। ସମଲେଶ୍ଵରୀ ମନ୍ଦିର ହୁଣ୍ତିରୁ ବାହାରିଲ‍ା ପ୍ରେମ ପତ୍ର । ଦେଖନ୍ତୁ ଭିଡ଼ିଓ...

11:16 AM

ବ୍ୟାଙ୍କ ଅଫ ବରୋଦା ଆଣିଲା ନୂଆ ସ୍କିମ
ଯଦି ଆପଣ ବ୍ୟାଙ୍କ ଅଫ୍ ବରୋଦାର ଉପଭୋକ୍ତା ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଏକ ସ୍ୱଳ୍ପ ମିଆଦି ଫିକ୍ସଡ଼ ଡିପୋଜିଟ ଯୋଜନା ଆରମ୍ଭ କରିଛି। ଏଥିରେ ବିନିଯୋଗ କରି ଆପଣ କମ୍ ସମୟ ମଧ୍ୟରେ ଭଲ ଆୟ ପାଇପାରିବେ। ଏହି ଏଫଡି ଯୋଜନା ଅନୁଯାୟୀ ବ୍ୟାଙ୍କ ଆପଣଙ୍କୁ ୭.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ପଢନ୍ତୁ ପୂରା ରିପୋର୍ଟ...

11:16 AM

ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା ବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
କେନ୍ଦୁଝର ଯୋଡ଼ାରେ ଅଘଟଣ । ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ  ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

 

11:14 AM

୪୩ ବର୍ଷ ବୟସରେ ଇତିହାସ ରଚିଲେ ବୋପନ୍ନା
ଟେନିସ୍ ଇତିହାସରେ ରୋହନ ବୋପାନ୍ନା ବୟସ୍କ ଖେଳାଳି ଭାବେ ବିଶ୍ୱର ନମ୍ବର ୧ ଖେଳାଳି ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ ଓପନ୍ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସେ ଏବଂ ତାଙ୍କ ସାଥୀ ମାଥ୍ୟୁ ଏବଡେନ୍ ଆର୍ଜେଣ୍ଟିନା ଯୋଡି ମ୍ୟାକ୍ସିମୋ ଗୋଞ୍ଜାଲେଜ୍ ଏବଂ ଆଣ୍ଡ୍ରେସ୍ ମଲଟେନିଙ୍କୁ ପରାସ୍ତ କରି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ପଢନ୍ତୁ ପୂରା ରିପୋର୍ଟ...

11:13 AM

କ୍ଷତାକ୍ତ ହରିଣ ଛୁଆ ଉଦ୍ଧାର
ବିଳମ୍ବିତ ରାତିରେ ପାରାଦୀପ ପିଆଇସିଟି କମ୍ପାନୀ ୫ନଂ ଗେଟ୍ ନିକଟରେ ଗୁରୁତର ଅବସ୍ଥାରେ ଏକ ହରିଣ ଉଦ୍ଧାର କରାଯାଇଛି। କମ୍ପାନୀରେ କାର୍ଯ୍ୟ ସାରି ଫେରୁଥିବା ଶ୍ରମିକ ମାନେ କୁକୁର ପଲଙ୍କ ମଧ୍ୟରେ ଫସି ରହିଥିବା ହରିଣଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

09:49 AM

ଜାଣନ୍ତୁ କେତେ ରହିଛି ଭରି ପିଛା ମୂଲ୍ୟ
ଆଜି ଅର୍ଥାତ୍ ବୁଧବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୭,୯୫୦ ଟଙ୍କା ରହିଛି। ସେପଟେ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୩,୨୦୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଗତକାଲି ଏବଂ ଆଜି ସୁନା ଓ ରୂପା ମୂଲ୍ୟରେ କୌଣସି ବୃଦ୍ଧି ଘଟିନଥିବା ଦେଖିବାକୁ ମିଳିଥିଲା। ପଢନ୍ତୁ ପୂରା ରିପୋର୍ଟ...

09:47 AM

ଆଜି ଲୋକାର୍ପିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ
ଆଜି ବୁଧବାର ଜାନୁଆରୀ ୨୪ ତାରିଖରେ ଉଦଘାଟିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ସୌଧ। ଏହା ସହିତ ଦୀର୍ଘ ବର୍ଷର ସ୍ୱପ୍ନ ମଧ୍ୟ ପୂରଣ ହେବାକୁ ଯାଉଛି। ତେବେ ଏହି ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଏକ ରକମ ଶେଷ ହୋଇଛି। ସେପଟେ ସତ୍ୟବାଦୀ ପଞ୍ଚସଖା ଖେଳ ପଡ଼ିଆରେ ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

09:46 AM

ଜାରି ହେଲା ଆଜିର ପେଟ୍ରୋଲ ଡିଜେଲ ଦର
ଜାନୁଆରୀ ୨୪ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

09:42 AM

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
ଆଜିର ଦିନଟିକୁ ଭାରତରେ ଜାତୀୟ କନ୍ୟା ଶିଶୁ ଦିବସ ଭାବେ ପାଳନ କରାଯାଉଛି। କନ୍ୟା ଶିଶୁର ଅଧିକାର ତଥା ସମାଜରେ ଝିଅମାନଙ୍କ ସଶକ୍ତିକରଣ ଲାଗି ପଦକ୍ଷେପ ମନେ ପକାଇବାକୁ ଏହି ଦିବସଟି ଉଦ୍ଦିଷ୍ଟ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ ହେବା ପରେ ଜାନୁୟାରୀ ୨୪କୁ କନ୍ୟା ଶିଶୁ ଦିବସ ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପଢନ୍ତୁ ପୂରା ରିପୋର୍ଟ...

08:50 AM

ବିମାନ ଦୁର୍ଘଟଣା, ୬ ଜଣ ମୃତ
କାନାଡାରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା। କାନାଡାରେ ଗୋଟାଏ ଛୋଟ ଚାର୍ଟର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି । ତେବେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। କାନାଡା(Canada)ର ସୁଦୂର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ପଢନ୍ତୁ ପୂରା ରିପୋର୍ଟ...

08:48 AM

ଆଜି ଜାତୀୟ ବାଳିକା ଦିବସ, କଣ ରହିଛି ଚଳିତ ବର୍ଷର ଥିମ
ଭାରତୀୟ ସମାଜରେ ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତା ତଥା ବାଳିକା ଶିଶୁର ଅଧିକାର ତଥା ମହିଳା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ୨୪ ଜାନୁଆରୀରେ ପାଳନ କରାଯାଏ। ଏହି ଦିନଟି ବେଟି ବଚାଓ, ବେଟି ପଢାଓ ଏବଂ ବେଟି ବାଚାଓ ସମେତ ଭାରତ ସରକାରଙ୍କ ବିଭିନ୍ନ ଅଭିଯାନ ଏବଂ କାର୍ଯ୍ୟକ୍ରମ ସହିତ ଅନୁରୂପ ଅଟେ। ଜାତୀୟ ବାଳିକା ଶିଶୁ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତର ଝିଅମାନଙ୍କୁ ସମର୍ଥନ ଏବଂ ସୁଯୋଗ ଯୋଗାଇବ। ପଢନ୍ତୁ ପୂରା ରିପୋର୍ଟ...

08:47 AM

ରାଜ୍ୟରେ ବର୍ଷା, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଝିପଝିପ ବର୍ଷା । କୋହଲା ପାଗ ସାଙ୍ଗକୁ ଜାରି ରହିଛି ବର୍ଷାର କହର। ଲୋକେ ଘରୁ ବାହାରିଲେ ଶୀତ ବସ୍ତ୍ର ପିନ୍ଧିବେ ନା ବର୍ଷା କପଡ଼ା ପିନ୍ଧିବେ ସେ ନେଇ ଦ୍ୱନ୍ଦରେ ପଡ଼ି ଯାଉଛନ୍ତି। ଦକ୍ଷିଣ ଉପକୂଳ ଓଡିଶା ସମେତ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ୨୬ ଅର୍ଥାତ ଶୁକ୍ରବାର ଠାରୁ ପାଗରେ ପରିବର୍ତ୍ତନର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢନ୍ତୁ ପୂରା ରିପୋର୍ଟ...

08:47 AM

ପ୍ରଥମ ଦିନରେ ରାମମନ୍ଦିରରେ ଲାଗିଲା ଭୟଙ୍କର ଭିଡ଼
ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି। ୨୩ ଜାନୁଆରୀ ଅର୍ଥାତ୍ ମଙ୍ଗଳବାର ଦିନ ରାମଲାଲାଙ୍କ ଦର୍ଶନ ପାଇଁ ଏହି ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଅନୁମାନ କରାଯାଉଥିଲା ଯେ ପ୍ରଥମ ଦିନରେ ଦେଢ଼ ଲକ୍ଷ ଲୋକ ପ୍ରତିଦିନ ଦର୍ଶନ ପାଇଁ ଆସିବେ। ପ୍ରଥମ ଦିନରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ରାମଲାଲାଙ୍କ ପରିଦର୍ଶନ କରିଥିବା ରେକର୍ଡ ହୋଇଛି। ଏତେ ସଂଖ୍ୟକ ଭକ୍ତଙ୍କ ଆଗମନ ହେତୁ ସରକାର ଏବଂ ପ୍ରଶାସନର ମଧ୍ୟ ମୁଣ୍ଡ ବିନ୍ଧା ବଢିଯାଇଥିଲା। ପଢନ୍ତୁ ପୂରା ରିପୋର୍ଟ...

08:29 AM

କୋହଲିଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ ଏହି ବ୍ୟାଟ୍ସମ୍ୟାନ୍ 
ଇଂଲଣ୍ଡ କ୍ରିକେଟ୍ ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତରେ ଅଛି। ପ୍ରଥମ ମ୍ୟାଚ୍ ୨୫ ଜାନୁଆରୀରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ସିରିଜ ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇଟି ମ୍ୟାଚରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନଙ୍କ ସହ ଦମଦାର କପ୍ରଦର୍ଶନ କରୁଥିବା ରାଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

08:28 AM

ଦିଲ୍ଲୀରେ ଝିପଝିପ ବର୍ଷା
କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ସକାଳୁ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ବୁଧବାର ଦିନ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପଢନ୍ତୁ ପୂରା ରିପୋର୍ଟ...

08:27 AM

ଦର୍ଶନ କରନ୍ତୁ ପତିତପାବନଙ୍କ ମହାଆଳତୀ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା ସକାଳ ୫:୨୦ ମିନିଟରେ ସମାପନ ହୋଇଛି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ଦେଖନ୍ତୁ ଭିଡ଼ିଓ...

08:26 AM

ମକର ରାଶିରେ ପ୍ରବେଶ କରିବେ ବୁଧ
ଫେବୃଆରୀ ୧ ତାରିଖରେ ବୁଧ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ ସମସ୍ୟ ୧୨ଟି ରାଶିର ଲୋକଙ୍କ ଉପରେ ରହିବ। ଫେବୃଆରୀ ୨ ତାରିଖ ରାତି ୨:୨୯ ରୁ ବୁଧ ଗ୍ରହ ମକର ରାଶି ପ୍ରବେଶ କରିବେ। ମକର ରାଶିରେ ବୁଧଙ୍କର ପ୍ରବେଶ କିଛି ରାଶିର ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ। ପଢନ୍ତୁ ପୂରା ରିପୋର୍ଟ...

08:25 AM

ଜାଣନ୍ତୁ ଆଜିର ରାଶିଫଳ ଓ କେମିତି ରହିବ ବୁଧବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢି ନିଅନ୍ତୁ ପୂରା ରିପୋର୍ଟ...

08:24 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।