Live Now

Odisha News Live Updates: ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ସଂକ୍ଷେପରେ ପଢ଼ନ୍ତୁ ଆଜିର ସମସ୍ତ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

Odisha News Live Updates: ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ସଂକ୍ଷେପରେ ପଢ଼ନ୍ତୁ ଆଜିର ସମସ୍ତ ଖବର
Image Credit: President Draupadi
25 January 2024 10:46 PM (IST)

Adhir Ranjan Chowdhury vs Mamata Banerjee Enmity: ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଏକାକୀ ଲଢିବ ଟିଏମସି। ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା କଂଗ୍ରେସ ଚକିତ ହୋଇଯାଇଛି। ପଶ୍ଚିମବଙ୍ଗରେ ବିରୋଧି ଦଳଙ୍କ ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିବାର ଦେଖାଯାଉଛି। କଂଗ୍ରେସ-ଟିଏମସି ମଧ୍ୟରେ ଆସନ ବୁଝାମଣାକୁ ନେଇ କୌଣସି  ସହମତି ହୋଇ ପାରିଲ ନାହିଁ। ଅନ୍ୟପଟେ ସିପିଆଇ-ଏମ ନେତୃତ୍ୱାଧୀନ ବାମ ମେଣ୍ଟ ମଧ୍ୟ ଟିଏମସି ସରକାରକୁ ଟାର୍ଗେଟ କରିବାରେ ଲାଗିଥିଲା। ଟିଏମସି-କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ପଛରେ ରାଜନୀତି କମ ବ୍ୟକ୍ତିଗତ କାରଣ ରହିଥିବାର ମନେହୁଏ। ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀଙ୍କୁ ଜବାବ ଦେବାକୁ ଏକାଠି ହୋଇଥିଲେ ଟିଏମସି ନେତା। ଟିଏମସି ନେତା ଡେରେକ ଓ’ବ୍ରାଇନ୍ ପିଟିଆଇ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ  ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ବିଫଳ ହେବାର କାରଣ ହେଉଛନ୍ତି ଅଧିର ରଞ୍ଜନ ଚୌଧରୀ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅଧିର ରଞ୍ଜନ ଚୌଧୁରୀଙ୍କ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଟିଏମସି-କଂଗ୍ରେସ ଏକାଠି ହୋଇପାରିଲେ ନାହିଁ ବୋଲି କୁହାଯାଉଛି। 

ପଢନ୍ତୁ ପୁରା ଖବର

25 January 2024 10:44 PM (IST)

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

ପଢନ୍ତୁ ପୁରା ଖବର

25 January 2024 07:29 PM (IST)

Padma Awards 2024 List: ଗଣତନ୍ତ୍ର ଦିବସ ଅବସରରେ ୩୪ ହିରୋଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଏହି ସମ୍ମାନିତ ଲୋକମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ। ପଢ଼ନ୍ତୁ ପୂରା ଖବର...

25 January 2024 07:20 PM (IST)

Rahul Gandhi Left Bharat Jodo Nyay Yatra in Midway: ଜାନୁଆରୀ ୨୫ ତାରିଖ ଗୁରୁବାର ବିଭିନ୍ନ କାରଣକୁ ନେଇ ସରଗରମ ହୋଇଉଠିଛି ଦେଶର ରାଜନୈତିକ ପାଣିପାଗ। ବିଶେଷ କରି ବିହାର ରାଜନୀତିରେ ଅପ୍ରତ୍ୟାଶିତ ଭାବକେ ଘଟିବାରେ ଲାଗିଛି ବିଭିନ୍ନ ଘଟଣାକ୍ରମ। କୁହାଯାଉଛି ଯେ ଜେଡିୟୁ-ଆରଜେଡି ମଧ୍ୟରେ ଚାଲିଥିବା ବିବାଦ ବର୍ତ୍ତମାନ ଆହୁରି ତେଜିବାରେ ଲାଗିଛି। ଏହି ବିବାଦକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି ଦିଲ୍ଲୀ ଫେରିଛନ୍ତି। ଯଦି କଂଗ୍ରେସ ପକ୍ଷରୁ ଆୟୋଜିତ ହେଉଥିବା ନ୍ୟାୟ ଯାତ୍ରାର କାର୍ଯ୍ୟସୂଚୀ ଉପରେ ନଜର ପକାଯାଏ ତାହେଲେ ଆସନ୍ତା ୨୭-୨୮ ତାରିଖ ଅର୍ଥାତ୍ ଶନିବାର ଏବଂ ରବିବାର ପାଇଁ ଏକ ଛୁଟି ପୂର୍ବରୁ ରଖାଯାଇଥିଲା। ହେଲେ ଗୁରୁବାର ନିଜେ ରାହୁଲ ଗାନ୍ଧୀଙ୍କ ଆକସ୍ମିକ ଭାବେ ଭାରତ  ଯୋଡ଼ ନ୍ୟାୟ ଯାତ୍ରା ଛାଡି଼ବାକୁ ନେଇ ଅନେକ ପ୍ରକାରର ଅନୁମାନ କରାଯାଉଛି। 

ପଢନ୍ତୁ ପୁରା ଖବର

 

 

 

25 January 2024 07:07 PM (IST)

President Draupadi Murmu Speech: ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଗୁରୁବାର ଦିନ (୨୪ ଜାନୁଆରୀ) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ମୁଁ ଦେଶକୁ ଶୁଭେଚ୍ଛା ଜଣାଉଛି। ଆସନ୍ତାକାଲି ଆମେ ସମ୍ବିଧାନର ଆରମ୍ଭ ଉତ୍ସବ ପାଳନ କରିବୁ। ସମ୍ବିଧାନର ପ୍ରାରମ୍ଭ ଆମେ ଲୋକମାନଙ୍କଠାରୁ ଆରମ୍ଭ। ଏହି ଶବ୍ଦଗୁଡ଼ିକ ଆମର ସମ୍ବିଧାନର ମୌଳିକ ଧାରଣାକୁ ସୂଚିତ କରେ। ପଢ଼ନ୍ତୁ ପୂରା ଖବର...

25 January 2024 06:58 PM (IST)

Bihar Politics: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର INDIA ମେଣ୍ଟ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ପ୍ରଥମେ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏକାକୀ ବେଙ୍ଗଲ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ INDIA ମେଣ୍ଟ ଗଠନ କରିଥିବା ନୀତୀଶ କୁମାର ମଧ୍ୟ ଏଥିରୁ ଅଲଗା ହୋଇପାରନ୍ତି। ଖବର ଅନୁସାରେ, ନୀତୀଶ କୁମାର ପୁନର୍ବାର ମେଣ୍ଟ ବଦାଳାଇ ପରିବର୍ତ୍ତନ କରିପାରନ୍ତି। ତାଙ୍କୁ ପୁଣିଥରେ ଏନଡିଏରେ ଯୋଗଦେବାର ସମସ୍ତ ସମ୍ଭାବନା ଅଛି। ପଢ଼ନ୍ତୁ ପୂରା ଖବର...

25 January 2024 06:53 PM (IST)

Virat Kohli ICC Awards: ଗୁରୁବାର ଦିନ ଆଇସିସି ଏହାର ଅନେକ ପ୍ରମୁଖ ପୁରସ୍କାର ବିଜେତା ନାମ ଘୋଷଣା କରିଛି। ଯେଉଁଥିରେ ଭାରତର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ ବର୍ଷ ପାଇଁ ଆଇସିସି ODI କ୍ରିକେଟ ଅଫ୍ ଦି ଇୟର (ICC ODI Cricketer of the Year) ଭାବରେ ମନୋନୀତ ହୋଇଛନ୍ତି। କୋହଲି ଗତ ବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଏହି ଆଧାରରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଥିଲେ। ପଢ଼ନ୍ତୁ ପୂରା ଖବର...

25 January 2024 06:10 PM (IST)

PM Nnarendra Modi Odisha Visit: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ୍ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଧାର୍ଯ୍ୟ ହୋଇଥିଲା। ହେଲେ ପରେ ଏହି ଗସ୍ତକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।

ପଢନ୍ତୁ ପୁରା ଖବର

 

25 January 2024 06:08 PM (IST)

Jagadish Shettar Come Back to BJP: ଗୁରୁବାର କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁନର୍ବାର ବିଜେପି ହାତ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବିଜେପି ନେତା  ଜଗଦୀଶ ଶେଟ୍ଟାର ଦଳ ଛାଡି କଂଗ୍ରେସ ହାତ ଧରିଥିଲେ। ହେଲେ ବର୍ଷେ ଭିତରେ ତାଙ୍କର ଘର ବାହୁଡ଼ା ହୋଇଛି। ହେଲେ ସେ ବିଜେପି ଶିବିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦଳର ସ୍ଥିତି ମଜବୁତ ହେବ ବୋଲି କୁହାଯାଉଛି। 

ପଢନ୍ତୁ ପୁରା ଖବର

 

25 January 2024 06:07 PM (IST)

Jagadish Shettar Come Back to BJP: ଗୁରୁବାର କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁନର୍ବାର ବିଜେପି ହାତ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବିଜେପି ନେତା  ଜଗଦୀଶ ଶେଟ୍ଟାର ଦଳ ଛାଡି କଂଗ୍ରେସ ହାତ ଧରିଥିଲେ। ହେଲେ ବର୍ଷେ ଭିତରେ ତାଙ୍କର ଘର ବାହୁଡ଼ା ହୋଇଛି। ହେଲେ ସେ ବିଜେପି ଶିବିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦଳର ସ୍ଥିତି ମଜବୁତ ହେବ ବୋଲି କୁହାଯାଉଛି। 

ପଢନ୍ତୁ ପୁରା ଖବର

25 January 2024 02:59 PM (IST)

ଗୋଆ ବଦଳରେ ଅଯୋଧ୍ୟା ନେବାରୁ ସ୍ୱାମୀଙ୍କୁ ଛାଡପତ୍ର ମାଗିଲେ ସ୍ତ୍ରୀ

Husband wife case: ଜଣେ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ତାଙ୍କ ଅପେକ୍ଷା ନିଜ ପରିବାରକୁ ଅଧିକ ସମୟ ଦିଅନ୍ତି, ଯେଉଁଥିପାଇଁ ସେ ବିବାହ ପରଠୁ ଅବହେଳିତ ଅନୁଭବ କରୁଛନ୍ତି। ଅଧିକ ପଢ଼ନ୍ତୁ...

25 January 2024 01:38 PM (IST)

Jharsuguda news : ମହିଳା ଓ ଶିଶୁ କନ୍ୟାଙ୍କ ଭବିଷ୍ୟତ ସଜାଡ଼ିବ ନନ୍ଦଘର

ନନ୍ଦଘର ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ। ସେମାନେ ସୁସ୍ଥ ରହି ଉନ୍ନତ ଶିକ୍ଷା ଉପକରଣ ବ୍ୟବହାର କରି ସେମାନଙ୍କ ପ୍ରାକ ବିଦ୍ୟାଳୟ ସ୍ତରରେ ନିଜକୁ ସକ୍ଷମ କରାଇପାରିବେ। ଅଧିକ ପଢ଼ନ୍ତୁ...

25 January 2024 01:36 PM (IST)

Odisha Politics: ସରିଲା ବିଜେଡି-ବିଜେପି ବାହାଘର

ଭୁବନେଶ୍ୱର:  ସାହାନାଇ ବାଜିବା ସହିତ ସାଧାରଣ ବାହାଘର ପରି ସଜ ହୋଇଥିବା ବେଦୀରେ ପଡିଲା ହାତଗଣ୍ଠି । ପୂର୍ବରୁ ମିଳିଥିବା ନିମନ୍ତ୍ରଣ କାର୍ଡକୁ ଆଧାର କରି ବାହାଘରରେ ଯୋଗ ଦେଇଥିଲେ ବରଯାତ୍ରୀ । ଅଧିକ ପଢ଼ନ୍ତୁ...

25 January 2024 12:41 PM (IST)

୨୭୭ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ପୁରସ୍କାର
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଁ ଅନୁମୋଦନ କରିଛନ୍ତି। ୨୭୭ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 12:41 PM (IST)

ଆଗାମୀ ବଜେଟରେ କରଦାତାଙ୍କୁ ଖୁସିଖବର ଦେଇପାରନ୍ତି ସରକାର
ଆଗାମୀ ମଧ୍ୟବର୍ତ୍ତୀକାଳିନ ବଜେଟକୁ ନେଇ ସାଧାରଣ ଲୋକଙ୍କର ଅନେକ ଆଶା ଅଛି। ଏପରି ପରିସ୍ଥିତିରେ ପୁରୁଣା ପେନ୍ସନ୍ ଯୋଜନା ଅନେକ ରାଜ୍ୟରେ ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ପେନ୍ସନ୍ ବ୍ୟବସ୍ଥା ଅର୍ଥାତ୍ NPS କୁ ଆକର୍ଷଣୀୟ କରିବାକୁ ଘୋଷଣା କରିପାରନ୍ତି। ନିଯୁକ୍ତିଦାତାଙ୍କ ଅବଦାନ ପାଇଁ ଟିକସ ସାମ୍ନାରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅଫିସରେ (ଇପିଏଫଓ) “ସମାନତା” ଆଣିବାକୁ ପେନ୍ସନ୍ ପାଣ୍ଠି ନିୟନ୍ତ୍ରକ PFRDA ଅନୁରୋଧ କରିଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 12:40 PM (IST)

ଅବସର ଖବରକୁ ଖଣ୍ଡନ କଲେ ମ୍ୟାରି କମ
ନିଜର ଅବସର ଖବରକୁ ଖଣ୍ଡନ କରିଛନ୍ତି ମହିଳା ବକ୍ସର ମ୍ୟାରି କମ। ଏଠାରେ କହି ରଖୁ କି ବୁଧବାର ବିଳମ୍ବିତ ରାତିରେ ମ୍ୟାରି କମଙ୍କ ଅବସର ଖବର ଗଣମାଧ୍ୟମରେ ବ୍ୟାପି ଯାଇଥିଲା। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ସମଗ୍ର ଇଣ୍ଟରନେଟରେ ଅବସର ପାଇଁ ମ୍ୟାରି କମଙ୍କୁ ତାଙ୍କର ଉଜ୍ଜ୍ୱଳ କ୍ୟାରିୟର ପାଇଁ ଧନ୍ୟବାଦ ଦେଉଥିଲେ। ପଢନ୍ତୁ ପୂରା ରିପୋର୍ଟ...

25 January 2024 12:38 PM (IST)

ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ମାରିଦେବା ଘଟଣା
ବାସ୍ତବ ନିଶା ନିବାରଣ କେନ୍ଦ୍ରର କଳା ସତ୍ୟ! ଫିଟୁଛି ଧୀରେ ଧୀରେ ଗୁମର, ପ୍ରବଳ ମାରନ୍ତି ଓ ଖାଇବା ପାଇଁ ଦିଅନ୍ତି ନାହିଁ । ଏମିତି କିଛି କହିଛନ୍ତି ବାସ୍ତବ ନିଶାନିବାରଣ କେନ୍ଦ୍ର ର କିଛି ଅନ୍ତେବାସୀ। ଯାଜପୁର ଅଂଚଳର କେଦାରନାଥ ପରିଡାଙ୍କୁ ପିଟି ପିଟି ମରିଦେବା ଅଭିଯୋଗ ପରେ ଏବେ ଗୋଟିଏ ପାରେ ଗୋଟିଏ ଅଭିଯୋଗର ସତ୍ୟତା ସାମ୍ନାକୁ ଆସୁଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 12:36 PM (IST)

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର
ଜାନୁଆରୀ ୨୫ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 12:35 PM (IST)

ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ
ଗଣତନ୍ତ୍ର ଦିବସ ପରେଡକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ମେଟ୍ରୋର ସମୟକୁ ପରିବର୍ତ୍ତନ କରାଯାଇଛି। ସକାଳ ୪ଟା ସମୟରୁ ମେଟ୍ରୋ ସେବା ପାଇପାରିବେ ଲୋକେ । ପଢନ୍ତୁ ପୂରା ରିପୋର୍ଟ...

25 January 2024 12:22 PM (IST)

Ayodhya Ram Mandir: ପ୍ରବଳ ଭିଡ ଲାଗି ବଦଳିଲା ଶ୍ରୀରାମ ମନ୍ଦିରର ଦର୍ଶନ ସମୟ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷାଧିକ ଭକ୍ତ ରାମ ମନ୍ଦିର ନିକଟରେ ପହଞ୍ଚି ଠାକୁରଙ୍କ ଦର୍ଶନ ପାଇଁ ଭିଡ ଲଗାଉଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାମ ମନ୍ଦିରରେ ଦର୍ଶନ ପାଇଁ ଏକ ନୂଆ ସମୟ ରିଲିଜ୍ କରାଯାଇଛି । ଅଧିକ ପଢ଼ନ୍ତୁ...

25 January 2024 11:59 AM (IST)

୨୭୭ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ପୁରସ୍କାର
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଁ ଅନୁମୋଦନ କରିଛନ୍ତି। ୨୭୭ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଗ୍ୟାଲେଣ୍ଟ୍ରି ପୁରସ୍କାର ମଧ୍ୟରୁ ଅଧିକାଂଶ, ବାମପନ୍ଥି ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୧୧୯ ଜଣ କର୍ମଚାରୀ, ଜାମ୍ମୁ କାଶ୍ମୀର ଅଞ୍ଚଳର ୧୩୩ ଜଣ କର୍ମଚାରୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ୨୫ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 11:41 AM (IST)

Dhanuyatra: କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ
ବରଗଡ଼ ଧନୁଯାତ୍ରାର ନବମ ଦିନ ଗୋପପୁରରେ କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ । ଧନୁଯାତ୍ରାର ନବମ ଦିନରେ ଗୋପପୁରରେ କୃଷ୍ଣ ବଳରାମ ବେନିଭାଇଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରବାସୀ ବେନିଭାଇଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

25 January 2024 11:03 AM (IST)

Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...

ଗଣତନ୍ତ୍ର ଦିବସ ପରେଡକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ମେଟ୍ରୋର ସମୟକୁ ପରିବର୍ତ୍ତନ କରାଯାଇଛି। ସକାଳ ୪ଟା ସମୟରୁ ମେଟ୍ରୋ ସେବା ପାଇପାରିବେ ଲୋକେ । ଅଧିକ ପଢ଼ନ୍ତୁ...

25 January 2024 10:38 AM (IST)

Suna Besa: ଆଜି ରତ୍ନସିଂହାସନରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ, ଜାଣନ୍ତୁ ଏହାର ମହତ୍ତ୍ୱ

ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି। ପୁଷ ପୂର୍ଣ୍ଣିମା ନାମରେ ଏହା ପରିଚିତ ଅଟେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଟ ଯାତ୍ରା ଅଟେ ଆଜିର ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ଅଧିକ ପଢ଼ନ୍ତୁ...

25 January 2024 10:12 AM (IST)

GOLD PRICE: ଖସିଲା ସୁନାଦର, ହାତଛଡା କରନ୍ତୁନି ଏହି ସୁଯୋଗ

ଯଦି ଆପଣ ସରାଫ ବଜାରରୁ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ଖବର । ଯଦି ଆପଣ ସୁନା କିଣିବାରେ ବିଳମ୍ବ କରନ୍ତି ତେବେ ଆପଣ ପଛରେ ଅନୁତାପ କରିପାରନ୍ତି । ବିବାହ ଋତୁରେ ସୁନା ଏହାର ସର୍ବୋଚ୍ଚ ସ୍ତରଠାରୁ ବହୁତ ଶସ୍ତାରେ ବିକ୍ରି ହେଉଛି । ଯାହା ଗ୍ରାହକଙ୍କ ପାଇଁ ଏକ ସୁବର୍ଣ୍ଣ ଅଫର ପରି । ଅଧିକ ପଢ଼ନ୍ତୁ...

25 January 2024 09:46 AM (IST)

ଅବସର ଖବରକୁ ଖଣ୍ଡନ କଲେ ମ୍ୟାରି କମ
ନିଜର ଅବସର ଖବରକୁ ଖଣ୍ଡନ କରିଛନ୍ତି ମହିଳା ବକ୍ସର ମ୍ୟାରି କମ। ଏଠାରେ କହି ରଖୁ କି ବୁଧବାର ବିଳମ୍ବିତ ରାତିରେ ମ୍ୟାରି କମଙ୍କ ଅବସର ଖବର ଗଣମାଧ୍ୟମରେ ବ୍ୟାପି ଯାଇଥିଲା। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ସମଗ୍ର ଇଣ୍ଟରନେଟରେ ଅବସର ପାଇଁ ମ୍ୟାରି କମଙ୍କୁ ତାଙ୍କର ଉଜ୍ଜ୍ୱଳ କ୍ୟାରିୟର ପାଇଁ ଧନ୍ୟବାଦ ଦେଉଥିଲେ। କିନ୍ତୁ ହଠାତ୍ ମେରି କୋମ୍ ସାମ୍ନାକୁ ଆସି ତାଙ୍କ ଅବସର ଖବରକୁ ମିଥ୍ୟା ବୋଲି ଅଭିଯୋଗ କରି ବିବୃତ୍ତିକୁ ବିକୃତ କରି ଉପସ୍ଥାପନ କରାଯାଇଥିବା ନେଇ କହିଥିଲେ। ପଢନ୍ତୁ ପୂରା ରିପୋର୍ଟ...

25 January 2024 09:43 AM (IST)

ଉତ୍ତର ଭାରତରେ ଘନ କୁହୁଡ଼ି

ତମାମ ଦେଶରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ନିଆଁ ଜାଳି ଏହି ହାଡ଼ ଭଙ୍ଗା ଜାଡ଼ରୁ ନିଜକୁ ରକ୍ଷା କରୁଛନ୍ତି। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆଜି ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଜାନୁଆରୀ ୨୮ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 09:23 AM (IST)

Weather Report: କୋହଲା ପାଗରେ ଥରୁଛି ରାଜ୍ୟ, ଆଜି ଏହି ସ୍ଥାନରେ ବର୍ଷା...

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ କାରଣରୁ ଶୀତର ପ୍ରକୋପ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେହିପରି ଆଜି ମଧ୍ୟ ୧୨ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

25 January 2024 09:16 AM (IST)

ଆଜି ଠାରୁ ହାଇଦ୍ରାବାଦ ଟେଷ୍ଟ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହାଇଦ୍ରାବାଦ ଟେଷ୍ଟ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ପ୍ରାୟ ୬ ବର୍ଷ ପରେ ହାଇଦ୍ରାବାଦରେ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ସହିତ ଏହି ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲା।ପଢନ୍ତୁ ପୂରା ରିପୋର୍ଟ...

25 January 2024 08:55 AM (IST)

ଆଜି ପୌଷ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କରିବେ ପ୍ରଭୁ ଅଲାରନାଥ

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା କାରଣରୁ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମଗିରିର ମହାପ୍ରଭୁ ଅଲାରନାଥଙ୍କ ପୀଠ । ଆଜି ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ...

25 January 2024 08:24 AM (IST)

Top 10 news headlines ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

25 January 2024 08:10 AM (IST)

ଆଜିଠୁ ମାଗଣାରେ ଶ୍ରୀକ୍ଷେତ୍ର ଭ୍ରମଣ ସୁଯୋଗ... ଖର୍ଚ୍ଚ ବହନ କରିବେ ସରକାର

ପୁରୀ: ରାଜ୍ୟର ପ୍ରାୟ ୧ ଲକ୍ଷ ୭୫ ହଜାର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ବୁଲେଇନେବେ ସରକାର । ମାଗଣାରେ ବସରେ ଆସିବା ସହ ମହାପ୍ରଭୁଙ୍କ ଦର୍ଶନ ଏବଂ ପରିକ୍ରମା ପ୍ରକଳ୍ପ ଭ୍ରମଣର ସୁଯୋଗ ମିଳିବ । ଅଧିକ ପଢ଼ନ୍ତୁ...

25 January 2024 07:22 AM (IST)

ଆଜି ଠାରୁ ହାଇଦ୍ରାବାଦ ଟେଷ୍ଟ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହାଇଦ୍ରାବାଦ ଟେଷ୍ଟ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ପ୍ରାୟ ୬ ବର୍ଷ ପରେ ହାଇଦ୍ରାବାଦରେ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ସହିତ ଏହି ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଥିଲା। ପଢନ୍ତୁ ପୂରା ରିପୋର୍ଟ...

25 January 2024 07:21 AM (IST)

ଅବସର ଘୋଷଣା କଲେ ମେରି
ଅବସର ଘୋଷଣା କରିଛନ୍ତି ଭାରତର ଅନ୍ତର୍ଜାତୀୟ ଷ୍ଟାର ମହିଳା ବକ୍ସର ମେରି କୋମ। ଫଳରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛି। ଏଠାରେ କହି ରଖୁ କି ମେରି କୋମ୍ ୬ଥର ବିଶ୍ୱ ଚାମ୍ପିଅନ୍ ଏବଂ ୨୦୧୨ ଅଲିମ୍ପିକ୍ ପଦକ ବିଜେତା। ତାଙ୍କର ପୂର୍ଣ୍ଣ ନାମ ହେଉଛି ମ୍ୟାଙ୍ଗେଟ ଚୁଙ୍ଗନେଇଜାଙ୍ଗ ମେରି କୋମ୍। ସେ ତାଙ୍କ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ବିଶ୍ୱ ମଞ୍ଚରେ ଭାରତକୁ ଗର୍ବିତ କରିଥିଲେ। ମେରି କୋମଙ୍କ ଅବସର ପରେ ବକ୍ସିଂ ଦୁନିଆରେ ଏକ ଯୁଗ ଶେଷ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

25 January 2024 07:20 AM (IST)

ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୂଙ୍କ ଦ୍ୱାର ଫିଟା ଦର୍ଶନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା  ସକାଳ ୪ଟା ୪ ମିନିଟରେ ସମାପନ ହୋଇଛି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଦେଖନ୍ତୁ ଏହି ପବିତ୍ର ଭିଡ଼ିଓ...

25 January 2024 07:19 AM (IST)

ମକର ରାଶିରେ ମଙ୍ଗଳ ଚଳନ
ବର୍ତ୍ତମାନ ଧନୁ ରାଶିରେ ଚଳନ କରୁଛନ୍ତି ମଙ୍ଗଳ । ଫେବୃଆରୀ ୫ ତାରିଖରେ ମଙ୍ଗଳ ମକର ରାଶିରେ ପ୍ରବେଶ କରିବେ । ୨୦୨୪ ମସିହାରେ ଏହା ମଙ୍ଗଳ ଗ୍ରହର ପ୍ରଥମ ଚଳନ ହେବ ବୋଲି ବିବେଚନା କରାଯାଉଛି । ମଙ୍ଗଳଙ୍କ ଚଳନନ ପ୍ରାୟ ୪୦ ଦିନ ପରେ ହୋଇଥାଏ । ମଙ୍ଗଳଙ୍କ ଏହି ଚଳନ ଫେବୃଆରୀ ୫ ସୋମବାର ଦିନ ୯.୫୬ ରେ ହେବ। ଏହାପୂର୍ବରୁ, ମଙ୍ଗଳ ୨୮ ଡିସେମ୍ବର ୨୦୨୩ରେ ଧନୁ ରାଶିରେ ଚଳନ କରିଥିଲେ। ପଢନ୍ତୁ ପୂରା ରିପୋର୍ଟ...

25 January 2024 07:18 AM (IST)

ଆଜି ଆସିବେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‍
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ ଦୁଇଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିବେ। ୭୫ତମ ଗଣରାଜ୍ୟ ଦିବସରେ ଆୟୋଜିତ ପରେଡରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆଜି ଜୟପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଜୟପୁରରେ ଭାରତର ଐତିହ୍ୟ ସହ ପରିଚିତ କରାଇବେ। ପଢନ୍ତୁ ପୂରା ରିପୋର୍ଟ...

25 January 2024 07:16 AM (IST)

ଏହିସବୁ ରାଶିରେ ରହିଛି ଘାତ ବାର, ପଢିନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

Add Zee News as a Preferred Source

About the Author