Nitrogen Gas Execution: ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ କିପରି ଦିଆଯାଏ ମୃତ୍ୟୁଦଣ୍ଡ? ଜାଣନ୍ତୁ
Advertisement
Article Detail0/zeeodisha/odisha2080368

Nitrogen Gas Execution: ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ କିପରି ଦିଆଯାଏ ମୃତ୍ୟୁଦଣ୍ଡ? ଜାଣନ୍ତୁ

Nitrogen Gas Execution: ମୃତ୍ୟୁ ଦଣ୍ଡ ଦେବା ପାଇଁ ବ୍ୟବହାର କରାଯାଇଛି ନାଇଟ୍ରୋଡେନ ଗ୍ୟାସ। ଏନେଇ କାର୍ଯ୍ୟକାରୀ ହେଉଥିବା ପ୍ରକ୍ରିୟାକୁ ବୈଷୟିକ ଭାଷାରେ ନାଇଟ୍ରୋଜେନ୍ ହାଇପୋକ୍ସିଆ କୁହାଯାଏ।

 Nitrogen Gas Execution: ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ କିପରି ଦିଆଯାଏ ମୃତ୍ୟୁଦଣ୍ଡ? ଜାଣନ୍ତୁ

Nitrogen Gas Execution US: ଜଣେ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବହାର କରାଯାଇଛି ନାଇଟ୍ରୋଜେନ୍ ଗ୍ୟାସ୍। ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ରାଜ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁଦଣ୍ଡ ଦିଆଯାଇଛି। ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି କୌଣସି ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ହେଉଛି ପ୍ରଥମ ଘଟଣା। ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କେନେଥ ୟୁଜିନ ସ୍ମିଥ (୫୮) ସୁପ୍ରିମକୋର୍ଟ ଏବଂ ସଂଘୀୟ ଅଦାଲତରେ ଏକ ଆବେଦନ କରିଥିଲେ। ଦୋଷୀ ସ୍ମିଥ୍ ଯୁକ୍ତି କରିଛନ୍ତି ଯେ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁ ଦଣ୍ଡ ଦେବାର ପଦ୍ଧତି ହେଉଛି ବର୍ବର ଏବଂ ଅଦ୍ଭୂତ। ଗତ ୨୦୨୨ ବର୍ଷରେ ତାଙ୍କୁ ପ୍ରାଣଘାତକ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲେ।  ୧୯୮୯ ମସିହାରେ କେନେଥ ୟୁଜିନ ସ୍ମିଥ ସୁପାରୀ ନେଇ ଏଲିଜାବେଥ୍ ସେନେଟଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ  କରାଯାଥିଲା।

ବିଫଳ ହେଲା ପ୍ରଣଘାତକ ଇଞ୍ଜେକ୍ସନ; ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ ଦିଆଯିବ ମୃତ୍ୟୁଦଣ୍ଡ 
ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ପ୍ରାୟ ୪ ଦଶନ୍ଧି ପୂର୍ବରୁ କୌଣସି ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରାଣଘାତକ ଇଞ୍ଜେକ୍ସନ ଦେବା ପକ୍ରିୟା ଆରମ୍ଭ ହୋଇଥିଲା। ଦେଶର ଯେଉଁ ୨୭ ରାଜ୍ୟରେ ଯେଉଁଠାରେ ମୃତ୍ୟୁଦଣ୍ଡ ଦିଆଯାଏ, ସେଠାରେ ପ୍ରାୟତଃ ପ୍ରାଣଘାତକ ଇଞ୍ଜେକ୍ସନ ଦେବା ପଦ୍ଧତି ଗ୍ରହଣ କରାଯାଇଥାଏ। ଅବଶ୍ୟ ଧିରେ ଧିରେ ସାଂଘାତିକ ଇଞ୍ଜେକ୍ସନ ପାଇଁ ବ୍ୟବହୃତ ହେଉଥିବା ଔଷଧକୁ ଏଥିରେ ପ୍ରବେଶ କରିବା କଷ୍ଟକର ହୋଇଗଲା। ଅନ୍ୟ ଔଷଧ ବ୍ୟବହାର କରିବା କାରଣରୁ ଅନେକ ସମସ୍ୟା ଉପୁଜିଲା। ଗତ ୨୦୨୨ ନଭେମ୍ବର ମାସରେ ଆଲାବାମା ରାଜ୍ୟରେ  କେନେଥ ୟୁଜିନ ସ୍ମିଥ ଙ୍କୁ ସାଂଘାତିକ ଇଞ୍ଜେକ୍ସନ ଦେବାକୁ ଚେଷ୍ଟା କରାଯାଇଥିଲା। ହେଲେ କର୍ତ୍ତପକ୍ଷ ଏକ IV Line ଖୋଜିବାରେ ଅସମର୍ଥ ହୋଇଥିଲେ ଏବଂ ୱାରେଣ୍ଟ ଅବଧି ସମାପ୍ତ ହୋଇଯାଇଥିଲା।

ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ କିପରି ଦିଆଯାଏ ମୃତ୍ୟୁଦଣ୍ଡ?
ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ ମୃତ୍ୟୁଦଣ୍ଡ ଦେବା ପ୍ରକ୍ରିୟାକୁ ବୈଷୟିକ ଭାଷାରେ ନାଇଟ୍ରୋଜେନ୍ ହାଇପୋକ୍ସିଆ କୁହାଯାଏ। ଏହି ପଦ୍ଧତିରେ ଦୋଷୀକୁ ଏକ ଖଟ ଉପରେ ଶୁଆଇ ଦିଆଯାଇ ତାହାର ହାତ ଗୋଡ଼ ବାନ୍ଧି ଦିଆଯାଏ। ପରେ ଦୋଷୀର ପାଟିରେ ଏକ ମାସ୍କ ରଖାଯାଏ। ପରେ ବାୟୁ ବଦଳରେ ନାଇଟ୍ରୋଜେନ୍ ଗ୍ୟାସ୍ ମାସ୍କ ଭିତରକୁ ଛାଡ଼ି ଦିଆଯାଏ। ଯାହା ଫଳରେ ଦୋଷୀ ଶୁଦ୍ଧ ନାଇଟ୍ରୋଜେନ ନିଶ୍ୱାସ ପ୍ରଶ୍ୱାସ ନେଇଥାଏ। ଏହା ଦ୍ୱାରା ତାହାର ଶରୀରକୁ ଅମ୍ଳଜାନ ମିଳେ ନାହିଁ। ଶରୀରେ ରହିଥିବା କୋଷ ଭାଙ୍ଗିବା ଆରମ୍ଭ କରିଥାଏ। କିଛି ସେକେଣ୍ଡ ମଧ୍ୟରେ ଜଣେ ଚେତାଶୂନ୍ୟ ହୋଇଯାଏ। ଏହା ପରେ ମାତ୍ର କିଛି ମିନିଟ୍ ସମୟ ମଧ୍ୟରେ ମୃତ୍ୟ ହୋଇଥାଏ।

କେନେଥ ୟୁଜିନ ସ୍ମିଥଙ୍କ ଶେଷ ମୁହୂର୍ତ୍ତ କିପରି ରହିଥିଲା?
ପ୍ରାୟ ୫ ଜଣ ଗଣମାଧ୍ୟମ ବ୍ୟକ୍ତି ହୋମନ୍ କରେକସନ୍ ଫ୍ୟାସିଲିଟି ଠାରେ ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ ଦିଆଯାଇଥିବା ମୃତ୍ୟୁଦଣ୍ଡର ସାକ୍ଷୀ ହୋଇଥିଲେ। ଖବର ଅନୁଯାୟୀ ଗ୍ୟାସ୍ ତାଙ୍କ ମାସ୍କ ଭିତରେ ପ୍ରବେଶ କରିବା ବେଳେ ସ୍ମିଥ୍ ହସି ତାଙ୍କ ମୁଣ୍ଡ ନୁଆଁଇ କହିଥିଲେ ଯେ ମୁଁ ମୋ ପରିବାରକୁ ଭଲ ପାଏ। ସାକ୍ଷୀଙ୍କ କହିବା ଅନୁଯାୟୀ ସ୍ମିଥ୍ ପ୍ରାୟ ୨-୪ ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ ନେବାକୁ ସଂଘର୍ଷ ଜାରି ରଖିଥିଲେ। କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆଲାବାମା ରାଜ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ ଶୁଂଘାଇ ମୃତ୍ୟୁଦଣ୍ଡ ଦେବାର ପ୍ରକ୍ରିୟା ମୋଟ ୩୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା।  ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶର କେବଳ ୩ ରାଜ୍ୟ ଆଲାବାମା, ଓକଲାହୋମା ଏବଂ ମିସିସିପି ନାଇଟ୍ରୋଜେନ୍ ଗ୍ୟାସ୍ ଶୁଂଘାଇ ମୃତ୍ୟୁଦଣ୍ଡ ଦେବା ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି।