Hong Kong Article 23: କ'ଣ ଏହି ହଂକଂ ବିଧାନସଭାର ଧାରା ୨୩; ଯେଉଁଥି ପାଇଁ ଚୀନ୍ ଖୁସି ହୋଇଗଲା ଚୀନ
Advertisement

Hong Kong Article 23: କ'ଣ ଏହି ହଂକଂ ବିଧାନସଭାର ଧାରା ୨୩; ଯେଉଁଥି ପାଇଁ ଚୀନ୍ ଖୁସି ହୋଇଗଲା ଚୀନ

Hong Kong New National Security Law: ନିକଟରେ ହଂକଂ ବିଧାନ ପରିଷଦ ଏକ ନୂତନ ଜାତୀୟ ସୁରକ୍ଷା ଆଇନ ପାରିତ କରିଛି। ଯେଉଁଥି ପାଇଁ ଚୀନ୍ ବେଶ ଖୁସି ହୋଇଯାଇଛି।

Hong Kong Article 23: କ'ଣ ଏହି ହଂକଂ ବିଧାନସଭାର ଧାରା ୨୩; ଯେଉଁଥି ପାଇଁ ଚୀନ୍ ଖୁସି ହୋଇଗଲା ଚୀନ

Hong Kong Legislative Council Passed New National Security Law: ଗତ ମଙ୍ଗଳବାର (ମାର୍ଚ୍ଚ ୧୯) ଏକ ନୂତନ ଜାତୀୟ ସୁରକ୍ଷା ଆଇନ ପାରିତ କରିଛି ହଂକଂ ବିଧାନ ପରିଷଦ। ମଙ୍ଗଳବାର ପାରିତ ହୋଇଥିବା ଏହି ଆଇନ ଅସମମତି ଦୂର କରିବା ପାଇଁ ଏହା ସରକାରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଥାଏ। ଯାହା ଧାରା ୨୩ ନାମରେ ମଧ୍ୟ ଜଣାଶୁଣା। ଗତ ୨୦୧୯ ବର୍ଷରେ ଗଣତନ୍ତ୍ର ସମର୍ଥନରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନକୁ ରାଜନୈତିକ ଉପାୟରେ ଦମନ ପାଇଁ କରିବା ପାଇଁ ଏହି ଆଇନ ହେଉଛି ସଦ୍ୟତମ ପଦକ୍ଷେପ। ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଧିବେଶନରେ ବିଧାନ ପରିଷଦ ଜାତୀୟ ସୁରକ୍ଷା ଆଇନ ପାରିତ କରିଥିଲା। ପ୍ରାୟ ୪ ବର୍ଷ ପୂର୍ବେ ଚୀନ ଠାରେ ଲାଗୁ ହୋଇଥିବା ସମାନ ଆଇନ ଅପେକ୍ଷା ଏହା ଆହୁରି ଅଧିକ କଠୋର ବୋଲି କୁହାଯାଉଛି। ଏହାର ସମାଲୋଚକ ଅନୁଭବ କରୁଛନ୍ତି ଯେ ଏହି ନୂତନ ସୁରକ୍ଷା ଆଇନ ନାଗରିକ ସ୍ୱାଧିନତାକୁ ଆହୁରି ଦୁର୍ବଳ କରିଦେବ।

ହଂକଂ ବିଧାନ ପରିଷଦରେ ରହିଛି ଚୀନ୍ ସମର୍ଥକଙ୍କ ପ୍ରାଧାନ୍ୟ
ନିର୍ବାଚନ ପରିବର୍ତ୍ତନ ପରେ ହଂକଂ ବିଧାନ ପରିଷଦ ଚୀନ୍ ପ୍ରତି ବିଶ୍ୱସ୍ତ ଥିବା ଲୋକଙ୍କ ଉପରେ ପ୍ରାଧାନ୍ୟ ରହିଛି। ବିରୋଧିଙ୍କ ସ୍ୱରକୁ ଦମନ କରିବା ପାଇଁ ଆଇନ ପ୍ରଣୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ବିଧାନ ପରିଷଦ। ଗତ ୮ ତାରିଖରେ ଏହି ବିଲ୍ ଆଗତ ହୋଇଥିଲା। ହଂକଂ ନେତା ଜନ୍ ଲି ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିବା ପରେ ଏକ କମିଟି ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ବୈଠକ କରିଥିଲା।

ଧାରା ୨୩ କ'ଣ?
ଏହି ଆଇନରେ ଏପରି ଅନେକ କାର୍ଯ୍ୟ ପାଇଁ ଆଇନ କଠୋର ଦଣ୍ଡ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ଯାହାକୁ ସରକାର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବିବେଚନା କରିଥାନ୍ତି। ଭବିଷ୍ୟତରେ ଆସିବାତୁ ରହିଥିବା ଆହ୍ୱାନର ମୁକାବିଲା ପାଇଁ ଏହି ନୂତନ ଆଇନ ସରକାରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛି। ଏପରିକି ଦେଶଦ୍ରୋହ ଏବଂ ବିଦ୍ରୋହ ପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ। ଏହି ଆଇନରେ ଅନ୍ୟାନ୍ୟ ଅପରାଧ ପାଇଁ କଠୋର ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଯେଉଁଥିରେ ଗୁଇନ୍ଦାଗିରି ଭଳି କାର୍ଯ୍ୟ ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ଏବଂ ଦେଶ ସହ ଜଡ଼ିତ କୌଣସି ରହସ୍ୟର ବେଆଇନ ଉନ୍ମୋଚନ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। 

ନୂତନ ଆଇନର କିଛି ବ୍ୟବସ୍ଥା ବିଶ୍ୱର ଯେ କୌଣସି ସ୍ଥାନରେ କରାଯାଉଥିବା କୌଣସି କାର୍ଯ୍ୟ ପାଇଁ ଅପରାଧିକ ମାମଲା ଦାୟର କରିବାକୁ ଅନୁମତି ଦେଇଥାଏ। ଏହି ଆଇନ ଅନୁଯାୟୀ ବିଦେଶୀ ସରକାର କିମ୍ବା ସଙ୍ଗଠନ ସହଯୋଗରେ ଅପରାଧ ଘଟାଇଥିବା ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ଉପରେ କଠୋର ଦଣ୍ଡବିଧାନ କରାଯିବ। ଉଦାହରଣ ସ୍ୱରୂପ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାଧାରଣ ଭିତ୍ତିଭୂମିରେ କ୍ଷତି ଘଟାଇ ଦୋଷୀ ସାବ୍ୟସ୍ତ ହୋଇଥିଲେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ ଭୋଗିବାକୁ ହେବ। ଯଦି କୌଣସି ବ୍ୟକ୍ତି ଏପରି କାର୍ଯ୍ୟ କରିବା ପାଇଁ ବିଦେଶୀ ଶକ୍ତିର ସହଯୋଗ ନେଇଥାନ୍ତି।