Heavy Rain Alert: ୬ଟି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2402691

Heavy Rain Alert: ୬ଟି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ଅଗଷ୍ଟ ୩୧ରେ ଛତିଶଗଡ, ଓଡିଶା, ବିଦର୍ଭ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ଯାତ୍ରା ପାଇଁ ଯୋଜନା କରିବାକୁ ବିଭାଗ ଲୋକଙ୍କୁ

Heavy Rain Alert: ୬ଟି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Heavy Rain Alert: ନୂଆଦିଲ୍ଲୀ: ୫ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ଅଗଷ୍ଟ ୩୧ରେ ଛତିଶଗଡ, ଓଡିଶା, ବିଦର୍ଭ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ଯାତ୍ରା ପାଇଁ ଯୋଜନା କରିବାକୁ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି।

ଗାଙ୍ଗେୟ ପଶ୍ଚିମ ବଙ୍ଗ ଉପରେ ରହିଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି ପଶ୍ଚମବଙ୍ଗ-ଉତ୍ତର ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ । ଯଦିଓ ବର୍ତ୍ତମାନ ଏହା ଓଡ଼ିଶାଠାରୁ ଦୂରେ ରହିଛି, ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିପରି ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । 

 

IMD ଦ୍ୱାରା ଜାରି କରାଯାଇଥିବା ପାଣିପାଗ ବୁଲେଟିନ୍ ଅନୁଯାୟୀ ପଶ୍ଚିମବଙ୍ଗ ଉପକୂଳରେ ନିମ୍ନ ଚାପ ସୃଷ୍ଟି ହୋଇଛି । ଫଳରେ ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ତଥା ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତର ଦିଗକୁ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାରେ ଏବଂ ୨୯ ଅଗଷ୍ଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଉପକୂଳରେ ଏକ ନୂଆ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପ୍ରଭାବରେ, ୨୬ ରୁ ୨୭ ଅଗଷ୍ଟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।