Weather Update: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2296665

Weather Update: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


Weather Update: ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଛି ମୁକ୍ତି। ଭୁବନେଶ୍ବରରେ ଅପରାହ୍ନରେ ହୋଇଛି ବର୍ଷା ସାଙ୍ଗକୁ ବିଜୁଳି , ପବନ ସହ ଘଡ଼ଘଡି।  ଯାହା ରାଜଧାନୀବାସୀଙ୍କୁ ସାମାନ୍ୟ ତାତିରୁ ଆଶ୍ବସ୍ତି ଦେଇଛି।  

Weather Update: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଛି ମୁକ୍ତି। ଭୁବନେଶ୍ବରରେ ଅପରାହ୍ନରେ ହୋଇଛି ବର୍ଷା ସାଙ୍ଗକୁ ବିଜୁଳି , ପବନ ସହ ଘଡ଼ଘଡି।  ଯାହା ରାଜଧାନୀବାସୀଙ୍କୁ ସାମାନ୍ୟ ତାତିରୁ ଆଶ୍ବସ୍ତି ଦେଇଛି।  ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ୨ ଜିଲ୍ଲାକୁ ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରିଛି। ସେପଟେ, କେବଳ ରାଜଧାନୀ ନୁହେଁ, ରାଜ୍ୟର ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି ।

 ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା । ବର୍ଷାର ପରିମାଣ,ପବନର ଦିଗ ଓ ତାପମାତ୍ରାରେ ହ୍ରାସ ମୌସୁମୀର ଓଡ଼ିଶା ପ୍ରବେଶର ସମ୍ଭାବନା ବୃଦ୍ଧି କରାଇଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିଛି । ଆଜି ଓଡ଼ିଶାରେ ଦକ୍ଷିଣ ଓ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ଗତ ୩୬ ଘଣ୍ଟା ହେବ ଏହି ସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।