)
Weather Update: ରାଜ୍ୟରେ ମେଘୁଆ ପାଗ ସହ ଲାଗି ରହିଛି ଗୁଳୁଗୁଳି। ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସାଙ୍ଗକୁ କାଁ ଭାଁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୨ ଦିନ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ନେଇ ସତର୍କତା ଜାରି ହୋଇଛି। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ,କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାର ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡି଼ ସାଙ୍ଗକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ସେହିପରି ଆସନ୍ତାକାଲି ବାଲେଶ୍ବର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ , ଗଞ୍ଜାମ, ଗଜପତି, ମୟୂରଭଂଜ , କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହାସହ ମାଲକାନଗିରି, ରାୟଗଡା, କୋରାପୁଟ୍, ରାୟଗଡା, ଗଜପତି, ଗଞ୍ଜାମ, ଖୋଦ୍ଧା,କନ୍ଧମାଳ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ୧୩ ତାରିଖ ଦିନ ଅର୍ଥାତ୍ ଶନିବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷାର ବିସ୍ତୁତି ୧୫ ତାରିଖ ଯାଏଁ ଅଧିକ ରହିବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏହାସହ ଗୁରୁବାର ପଶ୍ଚିମ ଓଡି଼ଶାରେ ସ୍ଥାନେ ସ୍ଥାନେ ଭାରି ବର୍ଷା ରେକର୍ଡ଼ ହୋଇଥିବା ବେଳେ କାଁ ଭା ଭାରି ବର୍ଷା ହୋଇଛି। ଜୁନ୍ ୮ରୁ ମୌମୁମୀ ବାୟୁ ଓଡିଶା ଛୁଇଁଥିଲେ ମଧ୍ୟ ଏବେବି ରାଜ୍ୟରେ ଅଭାବି ବର୍ଷା ରେକର୍ଡ଼ ହୋଇଛି। ଜୁନ୍ ୧ ରୁ ବର୍ତ୍ତମାନ ସୁଧା ରାଜ୍ୟରେ ସ୍ବାଭାବିକ ବର୍ଷା ୩୦୪.୨ ମିମି ବଦଳରେ ଏଯାବତ୍ ୨୧୯.୯ମିମି ରେକର୍ଡ଼ ହୋଇଛି।