Advertisement

Mohana news

alt
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧମେଟୁ ଗ୍ରାମ ନିକଟରେ ଜଣେ ମଦ୍ୟପ ଯୁବକ ଘରୋଇ କଳହକୁ ନେଇ ଅତି ଉଚ୍ଚସମ୍ପର୍ଣ୍ଣ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଅଞ୍ଚଳ ବାସୀନ୍ଦା ଓ ଗାରବନ୍ଧ ଥାନା ଅଧିକାରୀ ଗବିନ୍ଦ ଗୌଡ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମ କ୍ରମେ ଏକ ଜୀବନ ବଞ୍ଚି ଯାଇଥିବାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଅଛି । ଘଟଣାରୁ ପ୍ରକାଶ ଯେ, ଗାରବନ୍ଧ ଗ୍ରାମ ନିକଟସ୍ଥ ପିଲୁରୁ ଗ୍ରାମର ଜଣେ ଯୁବକ ଏସ୍‌.ଯୋଗେନ୍ଦ୍ର (୩୦) ଆଜି ସକାଳୁ ସକାଳୁ ତାଳଚେର-ବାଙ୍ଗାଲୁରୁ ଯାଇଥିବା ଅତି ଉଚ୍ଚସମ୍ପର୍ଣ୍ଣ ବିଦ୍ୟୁତ ଟାୱାର ଉପରେ ଚଢିଥିବାର କିଛି ପଥଚାରୀ ଦେଖିଥିଲେ । ଏହାପରେ ସ୍ଥାନୀୟ ଗ୍ରାମାଞ୍ଚଳବାସୀ ପହଞ୍ଚି ଯୁବକ ଜଣକଙ୍କୁ ଓହ୍ଲାଇବା ନିମନ
Aug 7,2023, 19:52 PM IST

Trending news