Advertisement

Odisha Puri News

alt
ପୁରୀରେ ନୂତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ।ଦାୟିତ୍ୱ ନେବା ପରେ ସେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଗୁଣ୍ଡିଚା ମନ୍ଦିର ଯାଇ ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରି ଅଶୀର୍ବାଦ ନେଇଥିଲେ।ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରଥ ଉପରେ ଫୋଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା କରାଯିବ।କୌଣସି ପରିସ୍ଥିତିରେ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ l ସବୁ ନିଯୋଗ ସହ ଆଲୋଚନା ହୋଉ ସମନ୍ୱୟ ରକ୍ଷା କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ ଓ ପି ଓ ନିର୍ଦ୍ଦେଶକୁ ପାଳନ କରାଯିବ।ଆଡପ ପହଣ୍ଡି ଦିନ ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ପଡିଯିବା ଘଟଣାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତ
Jul 12,2024, 17:26 PM IST
alt
ଜନ୍ମବେଦୀରେ ମହାବାହୁ ।ଆଜି ଶ୍ରୀଗୁଣ୍ଡିଚାର ୪ର୍ଥ ଦିନରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର ।ଆଜି ଠାରୁ ଭକ୍ତଙ୍କୁ ଆଡ଼ପ ମଣ୍ଡପ ରେ ଦର୍ଶନ ଦେବେ ବିଶ୍ୱନିଅନ୍ତା ।ଗତକାଲି ରାତ୍ର ୧୨ ଟା ୧୦ ସୁଦ୍ଧା ଶେଷ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ନୀତି ।ଆଜି ମଙ୍ଗଳ ଆଳତି ନୀତି ପରେ ତଡପଲାଗି ଅବକାଶ ହୋଇ ଅନ୍ୟ ନୀତି ବଢିବ। ସକାଳ ଧୂପରେ ବାହାରିବ ଆଡ଼ପ ଅବଢ଼ା। ପଥ କ୍ଳାନ୍ତ ମହାପ୍ରଭୁଙ୍କ ପାଖରେ ତିନି ଦିନ ପରେ ଲାଗି ହେବ ଅବଢ଼ା ମହାପ୍ରସାଦ ।ତେଣୁ ଶ୍ରୀକ୍ଷେତ୍ରରେ ଜମିଛି ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ।ସେପଟେ ଆଜି ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି ।ଦତ୍ତ ମହାପାତ୍ର ସେବକ ମାନେ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ସିଂହାର କରି ମଳିନ ପଡ଼ିଥିବା ଶ୍ରୀମୁଖରେ ଚମକ୍ ଆଣିବେ ।ଅନ୍ୟପଟରେ ଆସନ୍ତାକାଲି ଗୁରୁବାର ହେରା ପଞ୍ଚମୀ ତିଥିରେ ରଥ
Jul 10,2024, 12:52 PM IST
alt
ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୂଢ ଶ୍ରୀଜୀୟୁ ମାନଙ୍କୁ ଦିବ୍ଯ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ନିଜ ଯନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଏବେ ଦିବ୍ଯମୟ ହୋଇଯାଇଛି। ଆଜି ସକାଳୁ ସକାଳୁ ରଥାରୂଢ ଶ୍ରୀଜୀୟୁଙ୍କ ନି
Jul 9,2024, 15:13 PM IST
alt
୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ। ସେବକ ସମୟରେ ସାଢେ ଦୁଇଟାରେ ପହଣ୍ଡି ଆରମ୍ଭ ହୋଇଥିଲା କିନ୍ତୁ ଏଥର ସାଢେ ଦୁଇଟା ସମୟରେ ପହଣ୍ଡି ଶେଷ ହେବ ରଥଟଣା ହେବ ୫ଟାରେ କିନ୍ତୁ ବିଡମ୍ବନା ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ରେ ଭକ୍ତଙ୍କ ପ୍ରବେଶ ନାହିଁ, ପହଣ୍ଡି ଟିକେଟ ନାହିଁ। ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ କ୍ରାଉଡ କଣ୍ଟ୍ରୋଲ ପାଇଁ ଦୁଇଦିନିଆ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ସୁନିୟନ୍ତ୍ର ଓ ବଡଦାଣ୍ଡ କୁ ଭେଇକିଲ ପ୍ରବେଶ ନାହିଁ ବୋଲି କହିଛନ୍ତି ପୁରୀ (ଭିଓ୧) ୧୯୦୯ ମସିହା ନୁହ
Jun 25,2024, 20:00 PM IST
alt
ଦିବ୍ଯ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ଲାଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଧାରିତ ସମୟ ସକାଳ ପ୍ରାୟ ୭ଟା ୧୪ ମିନିଟରେ କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କ କାର୍କେଟ ଶ୍ରୀମନ୍ଦିର ନିକଟରେ ଲାଗିଥିଲା। ସେଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଦଳିଅ ନେତା ଓ ମନ୍ତ୍ରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସହ ସ୍ୱାଗତ କରିଥିଲେ। ପ୍ରଥମେ ଅରୁଣସ୍ତମ୍ବ ନିକଟରେ ମୁଣ୍ଡିଆ ମାରିବା ପରେ ଶ୍ରୀମନ୍ଦିରକୁ ସିଂହଦ୍ଵାର ବାଇଶିପାହାଚ ଦେଇ ପାଛୋଟି ନେଇଥିଲେ। ସେତେବେଳେ ମହାପ୍ରଭୁଙ୍କର ମଙ୍ଗଳାଳତୀ ସରିଥାଏ। ବଡସିଂହାର ବେଶରେ ସଜେଇ ହୋଇ ରତ୍ନବେଦୀରେ ବିରାଜମାନ କରିଥାନ୍ତି ମହାବାହୁ। ପ୍ରଥମେ ଗର୍ଭଗୃହରେ ରତ୍ନବେଦୀରେ ବିରାଜିତ ତିନି ଠାକୁରଙ୍କ ନିକଟରେ ଦକ୍ଷିଣା ଦେଇ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥିଲେ
May 20,2024, 15:39 PM IST
alt
ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା। ଆଜି ପୂର୍ବାହ୍ନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି। ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଭାବ ବିଭୋର ହୋଇଥିବା ଗଣମାଧ୍ୟମକୁ କହିଛନ୍ତି। ଓଡିଶା ଏବଂ ରାଜସ୍ଥାନ ବାସୀଙ୍କ ସହ ଦେଶର ମଙ୍ଗଳ ଓ ସମୃଦ୍ଧି ନେଇ ସେ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି। ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର ଗଠନ କରିବା ସହ ଓଡ଼ିଶାରେ ମଧ୍ୟ ବିଜେପି ଦ
May 18,2024, 18:39 PM IST
alt
ଗାଁ ମେଳଣ ଯାତରେ ଅଘୋରୀଙ୍କ ଜୀଅନ୍ତା ‘ନାଗ’ ଖେଳ। ପାରମ୍ପରିକ ମେଳନରେ ଅଘୋରି ଙ୍କୁ ପ୍ରବେଶ ଅପସଂସ୍କୃତି ସୃଷ୍ଟି କରିବ। ମାତ୍ର ପୁରୀର ଅନେକ ମେଳଣରେ ଅଘୋରିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଘୋରୀ ବିଭୂତି ଉଡ଼ାଇ କରୁଛନ୍ତି ତାଣ୍ଡବ ନୃତ୍ୟ ପ୍ରଦର୍ଶନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ଛଇତନା ଅଞ୍ଚଳରେ।ଏଭଳି ଅଭାବନୀୟ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଅଘୋରୀଙ୍କ ତାଳେ ତାଳେ ଶିବ ଓ ପାର୍ବତୀ ବେଶଧାରୀ ମଧ୍ୟ ଡିଜେ ମ୍ୟୁଜିକରେ ନୃତ୍ୟ କରୁଛନ୍ତି । ଅଘୋରୀମାନେ ଶିବଙ୍କ ହାତକୁ ମଝିରେ ମଝିରେ ନାଗ ସାପ ବଢ଼େଇ ଦେଉଛନ୍ତି। ପରେ ସାପ ସହ ଶିବଙ୍କ ବେଶଧାରୀ । ଖେଳ ଦେଖାଉଛନ୍ତି। ଛଇତନା ବଜାରରେ ଖେଳ ଦେଖାଇବା ସମୟରେ ଶିବ ବେଶଧାରୀ ବ୍ୟକ୍ତିଙ୍କ ନାକକୁ ନାଗ ସାପ କାମୁଡ଼ି ଦେଇଥିବା ମଧ୍ୟ
Apr 23,2024, 17:58 PM IST
alt
ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ। ଶ୍ରୀକ୍ଷେତ୍ର ବାସୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ସମସ୍ତଙ୍କ ଆଶିର୍ବାଦ ରହିଲେ ସେ ସଫଳତା ପାଇବେ ବୋଲି କହିଛନ୍ତି। ଶ୍ରୀକ୍ଷେତ୍ର ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ଧାର୍ମିକ ପିଠ ଓ ପର୍ଯ୍ଯଟନ କ୍ଷେତ୍ର ଭାବେ ପରିଚିତ। ମାତ୍ର ଏଠାରେ ଭକ୍ତ ଓ ପର୍ଯ୍ଯଟକଙ୍କ ସମସ୍ଯା ତାଙ୍କୁ ଗଭୀର ମର୍ମାହତ କରିଥିବାରୁ ନିର୍ବାଚନରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମାଟିରେ ଅନେକ ସମସ୍ଯା ଥିବା ବେଳେ ସମାଧାନର ବାଟ ମିଳିଲା ନାହିଁ ଫଳରେ ଏଭଳି ପଦକ୍ଷେପ ନେବାକୁ ନିର୍ବାଚନକୁ ଓହ୍ଲା
Apr 8,2024, 11:39 AM IST
alt
ଆସନ୍ତା କାଲି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ସୂନା ଅଳଙ୍କାରରେ ବିଭୁଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦୋଳପୂର୍ଣ୍ନିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ରତ୍ନବେଦୀରୁ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ,ଶ୍ରୀଦେବୀ,ଭୂଦେବୀ ଦୋଳବେଦୀକୁ ବିଜେ କରିବେ । ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । ବିଶେଷକରି ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠ
Mar 24,2024, 12:39 PM IST
alt
ନିଜ ଦେଶକୁ ଫେରିଲେ ଟାକ୍ସି ଚାଳକ ଦ୍ୱାରା ଲୁଟର ଶିକାର ହୋଇଥିବା ନେଦରଲ୍ଯାଣ୍ଡର ୭୨ ବର୍ଷିୟ ବିଦେଶୀ ପର୍ଯ୍ଯଟକ ଆନ୍ଥୋନି ଭ୍ୟାନ ଅର୍କେଲ । ଆଜି ପୁଲିସ ପକ୍ଷରୁ ଟିଆଇ ପରେଡ କରାଯାଇଥିବା ବେଳେ ଆନ୍ଥୋନୀ ଟାକ୍ସି ଡ୍ରାଇଭର ସାଗର ମଲ୍ଲିକକୁ ଚିହ୍ନଟ କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନଥାନା ପୁଲିସ । ତେବେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ସେମାନେ ଅଭିଯୁକ୍ତ ସାଗର ମଲ୍ଲିକକୁ ରାଜ୍ଯ ବାହାରୁ ଗିରଫ କରି ଆଣିବା ପରେ ଆଜି ତାକୁ ବିଦେଶୀ ପର୍ଯ୍ଯଟକ ଚିହ୍ନିବା ପରେ ଗିରଫ କରାଯାଇଛି । ସେପଟେ ଆନ୍ଥୋନୀଙ୍କର ମାର୍ଚ୍ଚ ୧୫ରେ ତାଙ୍କର ନାଗପୁରରୁ ଫ୍ଲାଇଟ ଥିବାରୁ ଆଜି ଜିଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ଯେଉଁଥିରେ ପର୍ଯ୍ଯଟନ ଅଧିକାରୀ ଓ କ୍ରୀଡା ଅଧିକାରୀ ଦୁଇଜଣ ଭୁବନେଶ୍ୱରରୁ ନାଗପୁର ଫ
Mar 14,2024, 16:26 PM IST
alt
Feb 22,2024, 16:52 PM IST
alt
Jan 13,2024, 17:00 PM IST
Read More

Trending news