ସାମାନ୍ୟ ବର୍ଷାରେ ବେହାଲ ତଳିଆ ଅଞ୍ଚଳ; ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି
Advertisement
Article Detail0/zeeodisha/odisha981401

ସାମାନ୍ୟ ବର୍ଷାରେ ବେହାଲ ତଳିଆ ଅଞ୍ଚଳ; ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

ବର୍ଷ ବର୍ଷ ଧରି ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ କରିବା ଲାଗି ଲୋକେ ଦାବି କରି ଆସୁଥିଲେ ମଧ୍ୟ ରାଜନୈତିକ ଅଭିସନ୍ଧି ହେଉ ଅଥବା ପ୍ରଶାସନିକ ଉଦାସୀନତା କାରଣରୁ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ। 

ସାମାନ୍ୟ ବର୍ଷାରେ ବେହାଲ ତଳିଆ ଅଞ୍ଚଳ; ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

ବ୍ରହ୍ମପୁର: ସହରବାସୀଙ୍କ ପିଛା ଛାଡୁ ନାହିଁ ଡ୍ରେନେଜ ସମସ୍ୟା। ସାମାନ୍ୟ ବର୍ଷା ହେଲେ ସହରର ତଳିଆ ଅଞ୍ଚଳରେ ରହିଥିବା ରାସ୍ତା ଉପରେ ଡ୍ରେନ ପାଣି ଲହଡି ଭାଙ୍ଗୁଥିବା ବେଳେ ଲୋକେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ଡ୍ରେନେଜ ପାଣି ସଠିକ ଉପାୟରେ ନିଷ୍କାସିତ ହୋଇପାରୁନଥିବା ହେତୁ ସହରର ଅନେକ ତଳିଆ ଅଞ୍ଚଳବାସୀଙ୍କୁ ଜଳବନ୍ଦୀ ଅବସ୍ଥାରେ ରହିବାକୁ ପଡୁଛି।

ବ୍ରହ୍ମପୁର ମହାନଗର ନିଗମ ବିଏମସି ଅଧିନସ୍ଥ ୧ନଂ ୱାର୍ଡ ଶାନ୍ତିନଗର ବାସିନ୍ଦା ଗତକାଲି ହୋଇଥିବା ଲଗାଣ ବର୍ଷାରେ ଉବୁଟୁବୁ ହୋଇଥିବା ବେଳେ ଏହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିଲାଣି। ବର୍ଷ ବର୍ଷ ଧରି ଏଠାକାର ଲୋକେ ଏହି ସମସ୍ୟାର ସମାଧାନ କରିବା ପାଉଁ ଦାବି କରି ବିଫଳ ହେବା ପରେ ଏବେ ସେମାନେ ନିଜ ଭୋଗୁଥିବା ସମସ୍ୟା ବାବଦରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେଣି।  

ସହର ମଧ୍ୟରେ କୃତ୍ରିମ ବନ୍ୟାର ଭ୍ରମ! ରାସ୍ତା ଉପରେ ଢେଉ ଭାଙ୍ଗୁଛି ଡ୍ରେନ ପାଣି। ଜଳ ବନ୍ଦୀ ଘେରରେ ପାଖାପାଖି ୨ ହଜାର ପରିବାର। ବ୍ରହ୍ମପୁର ସହରର ୧ନଂ ୱାର୍ଡ ଶାନ୍ତି ନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗତକାଲି ହୋଇଥିବା ଲଗାଣ ବର୍ଷା କାରଣରୁ ଘରେ ଘରେ ପାଣି ପଶି ଯାଇଥିବା ବେଳେ ଅନେକ ଲୋକଙ୍କ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳର ପ୍ରଥମ ଠାରୁ ପଞ୍ଚମ ଗଳିକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଉପରେ ୩-୪ ଫୁଟ ଉଚ୍ଚତାର ଡ୍ରେନ ପାଣି ପ୍ରବାହିତ ହେଉଥିବା ଘରୁ ବାହାରକୁ ବାହାରିବା ସ୍ଥାନୀୟ ଲୋକଙ୍କ ପାଇଁ ମୁସ୍କିଲ୍ ହୋଇପଡିଛି। 

Also Read: ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍

ବର୍ଷ ବର୍ଷ ଧରି ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ କରିବା ଲାଗି ଲୋକେ ଦାବି କରି ଆସୁଥିଲେ ମଧ୍ୟ ରାଜନୈତିକ ଅଭିସନ୍ଧି ହେଉ ଅଥବା ପ୍ରଶାସନିକ ଉଦାସୀନତା କାରଣରୁ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ।  ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ପ୍ରାୟ ୨ ହଜାରରୁ ଉର୍ଦ୍ଧ ପରିବାରକୁ ଜଳବନ୍ଦୀ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଡ୍ରେନ ପାଣି ସମସ୍ୟା ସମାଧାନ କରିବାକିୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। 

ଶହ ଶହ ବର୍ଷର ଏହି ପୁରାତନ ସହରର ଅନେକ ଗଳି କନ୍ଦିରେ ରହିଥିବା ଡ୍ରେନ ପୋତି ହୋଇରହିଛି। ଏପରିକି ଅନେକ ସ୍ଥାନରେ ଅଣଓସାରିଆ ଡ୍ରେନରେ ବର୍ଷା ପାଣି ଠିକ ଭାବେ ନିଷ୍କାସିତ ହୋଇପାରୁନାହିଁ। ଯାହା ଫଳରେ ସହରର ମଧ୍ୟ ଭାଗ ଦେଇ ଯାଇଥିବା ବାହାନା ନାଳ ଏବଂ ସାପୁଆ ନାଳକୁ ସଂଯୋଗ କରୁଥିବା ସମସ୍ତ ଶାଖାନାଳର ପୁନଃରୁଦ୍ଧାର ସଠିକ୍ ସମୟରେ ହୋଇନପାରିବା କାରଣରୁ ମୁଖତଃ ଗଜପତି ନଗର, ନାଳାଞ୍ଚଳ ନଗର, ଜୟପ୍ରକାଶ ନଗର, ସେଲଟେକ୍ସ ଛକ, ଗାନ୍ଧୀନଗର, ଶକ୍ତି ନଗର, ପ୍ରେମ ନଗର, ହାଉସିଂ ବୋର୍ଡ ଭଳି  ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ ସେଠାକାର ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

Also Read: ପୋଖରୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍ ଅଭିଯୋଗ

 ଜନ ସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମସି ଡେପୁଟି କମିସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଅସୁବିଧାକୁ ସ୍ବୀକାର କରିଛନ୍ତି। ଅତି ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ଲାଗି ମଧ୍ୟ ପ୍ରତିଶୃତି ଦେଇଛନ୍ତି ସେ।