୨୦୨୦-୨୧ ବର୍ଷରେ ପୋଖରୀ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ଯକରଣ ନାଁରେ ଗୋଟିଏ ପୋଖରୀର ସମାନ ବର୍ଷରେ ଦୁଇଟି ନାମକରଣ କରି ୨ ଥର ୧୮ ଲକ୍ଷ ଟଙ୍କାର ଅନୁଦାନ ଆଣି ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।
Trending Photos
ବ୍ରହ୍ମପୁର: ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। ଉନ୍ନତିମୂଳକ କାମ ଲାଗି ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ମଧ୍ୟ କରାଯାଉଛି। ହେଲେ ବାସ୍ତବରେ ଏହା କେତେ ଫଳପ୍ରଦ ହେଉଛି ତାହାର ନିଛକ ପ୍ରମାଣ ହାତେଇଛି Zee Odisha।
ଗୋଟିଏ ପୋଖରୀକୁ ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରିବା ଲାଗି ୨୦୨୦-୨୧ ବର୍ଷରେ ପୋଖରୀର ଦୁଇଟି ଭିନ୍ନ ନାମରେ ନାମକରଣ କରି ୨ ଥର ଅନୁଦାନ ଆଣି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ପୋଖରୀର କାମ ସରିବାର କେଇଟା ଦିନ ନ ପୂରଣ ହେଉଣୁ ବିଭିନ୍ନ ସ୍ଥାନରେ ହିଡ ଫାଟି ଆଁ କଲାଣି।
Also Read: ଦଳ ପଙ୍କରେ ଭର୍ତ୍ତି ହେଇରହିଛି ପୋଖରୀ; ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
ବିକାଶ ନାଁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ! ପଦାରେ ପଡିଲା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା! କାମ ସରିବାର ମାସେ ନ ପୁରଣୁ ବିଭିନ୍ନ ସ୍ଥାନରେ ଦେଖାଦେଲାଣି ଫାଟ ଚିହ୍ନ। ଗୋଟିଏ ପୋଖରୀକୁ ଦୁଇଟି ଭିନ୍ନ ନାମରେ ନାମକରଣ କରି ୨ ଥର ଅନୁଦାନ ଆଣି ଅର୍ଥ ଚଳୁ। ବ୍ରହ୍ମପୁର ସହର (Berhampur Town) ଉପକଣ୍ଠସ୍ଥ ଗୋଳନ୍ଥରା ଗ୍ରାମରେ (Golanthara Village) ଦୁର୍ନୀତିର ଏଭଳି ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇଟି ଫଳକ ଉପରେ ଗୋଟିଏ ଫଳକରେ ଦେବାଳୟ ବନ୍ଧ ନାମକରଣ ରହିଥିବା ବେଳେ ଅନ୍ୟ ଫଳକରେ ନାମ କରଣ ରହିଛି ଇସାଣେଶ୍ବର ପୋଖରୀ।
୨୦୨୦-୨୧ ବର୍ଷରେ ପୋଖରୀ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ଯକରଣ ନାଁରେ ଗୋଟିଏ ପୋଖରୀର ସମାନ ବର୍ଷରେ ଦୁଇଟି ନାମକରଣ କରି ୨ ଥର ୧୮ ଲକ୍ଷ ଟଙ୍କାର ଅନୁଦାନ ଆଣି ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ପୋଖରୀର କାମ ସରିବାର ମାତ୍ର କେଇଟା ଦିନ ନ ପୁରଣ ହେଉଣୁ ବିଭିନ୍ନ ସ୍ଥାନରେ ହିଡ ଫାଟି ଆଁ କଲାଣି। ପୋଖରୀର ଚତୁଃପାର୍ଶ୍ବରେ ହୋଇଥିବା ପଥର ପ୍ୟାକିଂ ମଧ୍ୟ ଧସେଇ ଯାଉଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ କରି ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହେବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବା ଲାଗି ଦାବି ହୋଇଛି।
Also Read: ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ କୋରୋନା ସଂକଟ ସମୟରେ ଗୋଟିଏ ମାସରେ ୨ କୋଟି ଶ୍ରମ ଦିବସ ସୃଷ୍ଟି କରି ସାରା ଦେଶରେ ପ୍ରଶଂସା ସାଉଁଟିଥିଲା। ହେଲେ ବାସ୍ତବରେ ଏଭଳି ଦୁର୍ନୀତି କରି ତରବରିଆ ଭାବେ କାମ କରି ହରିଲୁଟ ହୋଇଥିବା ସହରର ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେପଟେ ଏନେଇ ହୋଇଥିବା ଅଭିଯୋଗ ଏବଂ ଏହାର ବାସ୍ତବତାକୁ ଉପଜିଲ୍ଲାପାଳ ଗମ୍ଭୀରତାର ସହ ଗ୍ରହଣ କରି ଏକ ଟିମ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ସେ।