ପ୍ରାୟ ୪୭ କିଲୋମିଟର ପରିମିତ ଏହି ରିଂ ରୋଡ ପ୍ରକଳ୍ପ ଦ୍ୱାରା ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ ଏବଂ ୩ଟି ତହସିଲ ଅଧିନସ୍ଥ ପ୍ରାୟ ୪୨ ଗ୍ରାମର ୬ ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବାର ଲକ୍ଷ ରଖାଯାଇଥିଲା।
Trending Photos
ବ୍ରହ୍ମପୁର: ଦକ୍ଷିଣ ଓଡିଶାର ବ୍ୟବସାୟୀ ପେଣ୍ଠସ୍ଥଳି କୁହାଯାଉଥିବା ବ୍ରହ୍ମପୁର ସହରର ପ୍ରମୁଖ ସମସ୍ୟା ପାଲଟିଛି ଟ୍ରାଫିକ୍ ସମସ୍ୟା। ସହରର ଅଣଓସାରିଆ ରାସ୍ତାରେ ପ୍ରତ୍ୟେକ ଦିନ ଚଳାଚଳ କରୁଥିବା ଭାରୀ ଯାନ ଯେମିତି ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି। ଏହି ସମସ୍ୟାକୁ ନଜରରେ ରଖି ଏଠାରେ ଗତ ୨୦୧୪-୧୫ ବର୍ଷରେ ରିଂ ରୋଡ୍ ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ହେଲେ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ହେଉ ଅଥବା ବିଭାଗୀୟ ଉଦାସୀନତା କାରଣରୁ ଏହି ଯୋଜନା ସହରବାସୀଙ୍କ ଠାରୁ ବହୁ ଦୂରରେ ରହିଥିବା ବେଳେ ପୁଣି ଥରେ ଏନେଇ ଆଶା ଉଦଜୀବିତ ହୋଇଛି।
ବିଭିନ୍ନ ବୁଦ୍ଧିଜୀବି ସଙ୍ଗଠନ ପକ୍ଷରୁ ବାରମ୍ଭାର ଦାବି ହେବା ପରେ ନିକଟରେ ମୁଖ୍ୟ ଶାସନ ସଚିବ ବ୍ରହ୍ମପୁର (Berhampur) ଗସ୍ତରେ ଆସି ଏଠାରେ କାର୍ଯ୍ୟକାରୀ ହେବାକୁ ଥିବା ରିଂ ରୋଡ୍ ଯ଼ୋଜନାର (Berhampur Ring Road Project) ସମୀକ୍ଷା କରିଥିଲେ। ଖୁବ ଶୀଘ୍ର ରିଂ ରୋଡ କାମ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଶୀତଳ ଭଣ୍ଡାରରେ ରାଜ୍ୟ ସରକାରଙ୍କ ରିଂ ରୋଡ ପରିକଳ୍ପନା। ମଉଳି ଯାଉଛି ବ୍ରହ୍ମପୁରବାସୀଙ୍କ ଗ୍ରେଟର ସିଟି ସ୍ବପ୍ନ (Greater Berhampur City)। ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାର ଶୀକାର ହେଉଛନ୍ତି ପପଚାରୀ। ନିଦାବିଷ୍ଣୁ ସାଜିଛନ୍ତି ରିଂ ରୋଡ୍ ଦାୟିତ୍ୱରେ ରହିଥିବା ପୂର୍ତ୍ତ ବିଭାଗ (Berhampur Public Works Department) ଏବଂ ଜାତୀୟ ରାଜପଥ ବିଭାଗ (Natioanl High Way Department)। ସହରର ଟ୍ରାଫିକ ସମସ୍ୟ ହେଉ ଅଥବା ସହର ମଧ୍ୟରେ ଭାରୀଯାନ ଚଳାଚଳ କରିବା କାରଣରୁ ନିତି ଦିନିଆ ଘଟୁଥିବା ଦୁର୍ଘଟଣା ସମସ୍ତଙ୍କୁ ହନ୍ତସନ୍ତ କରୁଛି।
Also Read: ସାମାନ୍ୟ ବର୍ଷାରେ ବେହାଲ ତଳିଆ ଅଞ୍ଚଳ; ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି
ଏହି ସମସ୍ୟାର ସମାଧାନ କରିବା ପାଇଁ ଗତ ୨୦୧୪-୧୫ ବର୍ଷରେ ରିଂ ରୋଡ ପରିଯୋଜନାର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ବ୍ରହ୍ମପୁର ସହର ବାହାରେ ରାସ୍ତା ନିର୍ମାଣ ଲାଗି କୋଠାବାଡି ବିଭାଗ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏନେଇ ରଘୁନାଥପୁର ଠାରୁ ରତନପୁରକୁ ସଂଯୋଗ କରିବା ଲାଗି ଜାତୀୟ ରାଜପଥ ବିଭାଗ ପକ୍ଷରୁ ୧୩.୫ କିମି ରାସ୍ତା ନିର୍ମାଣ ଲାଗି ରୂପରେଖ ପ୍ରସ୍ତୁତ କରାଯିବା ସହ ଉଭୟ ସରକାରୀ ଏବଂ ବେସରକାରୀ ମାଲିକାନାରେ ରହିଥିବା ୨୦୭ ଏକର ଜମି ଅଧିଗ୍ରହଣ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା।
ହେଲେ ବର୍ଷ ବର୍ଷ ଧରି ଏହି ଯୋଜନା ଯେମିତି ଯୋଜନା ଭିତରେ ସମିତ ରହିଯାଇଛି। ଅଟକି ଯାଇଥିବା ଏହି ଯୋଜନାକୁ ଆଗକୁ ବଢାଇବା ଲାଗି ନିକଟରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଏହାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଯାହା ଫଳରେ ରିଂ ରୋଡ କାମ ଆରମ୍ଭ ହେବା ଲାଗି ପୁଣି ଥରେ ପଥ ପରିଷ୍କାର ହୋଇଛି।
ପ୍ରାୟ ୪୭ କିଲୋମିଟର ପରିମିତ ଏହି ରିଂ ରୋଡ ପ୍ରକଳ୍ପ ଦ୍ୱାରା ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ ଏବଂ ୩ଟି ତହସିଲ ଅଧିନସ୍ଥ ପ୍ରାୟ ୪୨ ଗ୍ରାମର ୬ ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବାର ଲକ୍ଷ ରଖାଯାଇଥିଲା। ରିଂ ରୋଡ ଲାଗି ଗୋଟିଏ ପଟେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୬ ପ୍ରତିଶତ ଜମିଅଧିଗ୍ରହଣ ହୋଇ ସାରିଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ମାତ୍ର ୩୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଥିବା ଜଣାପଡି଼ଛି।
Also Read: ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍
ଯାହା ଫଳରେ ପୂର୍ତ୍ତ ବିଭାଗ ପକ୍ଷରୁ କାମ ଅତ୍ୟନ୍ତ କଛପ ଗତିରେ ଚାଲିଥିବା ବେଳେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଯଥା ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ କରାଯିବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ କାରଣରୁ ଏହି ଯୋଜନା ଯୋଜନା ମଧ୍ୟରେ ସୀମିତ ରହିଯୀଇଥିବା କହିଛନ୍ତି ସହରବାସୀ।