ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୋଳିରେ ବୁହାହେଲେ ପ୍ରସୂତି
Advertisement

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୋଳିରେ ବୁହାହେଲେ ପ୍ରସୂତି

ବୁଧବାର ବିଳମ୍ୱିତ ରାତିରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଏଲଗଲ ଗାଁର ସରୋଜିନୀ କାର୍ଯୀଙ୍କ ଗର୍ଭ ଯନ୍ତ୍ରଣା ଆସିଥିଲା। ତାଙ୍କୁ ପରିବାର ଲୋକେ 'ଦୋଳା' ସାହାଯ୍ୟରେ ପ୍ରାୟ ୫ କିମି ବୋହିବା ପରେ ଡଙ୍ଗା ସାହାଯ୍ୟରେ ୩୦ ମିନିଟ ଯାତ୍ରା କରି ବାଘଲଟି ଜଳଭଣ୍ଡାର ପାର୍ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ପ୍ରସବ ପାଇଁ ସଙ୍ଘର୍ଷ

ବ୍ରହ୍ମପୁର: ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହଜାରେ ସରକାରୀ ଯୋଜନା ରହିଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏବେ ବି ଅନେକ ଆଦିବାସୀ ଗାଁକୁ ମୌଳିକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିନାହିଁ। ସେମାନଙ୍କ ପାଇଁ ସ୍ୱପ୍ନ ହସ୍ପିଟାଲ ପାଲଟିଥିବାବେଳେ ଆମ୍ୱୁଲାନ୍ସ ସେବା ଅପହଞ୍ଚ। ତେବେ ଏହା କୌଣସି କେବିକେ ଜିଲ୍ଲା ନୁହଁ ବରଂ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ଦେଖିବାକୁ ମିଳିଛି।

ବୁଧବାର ବିଳମ୍ୱିତ ରାତିରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଏଲଗଲ ଗାଁର ସରୋଜିନୀ କାର୍ଯୀଙ୍କ ଗର୍ଭ ଯନ୍ତ୍ରଣା ଆସିଥିଲା। ତାଙ୍କୁ ପରିବାର ଲୋକେ 'ଦୋଳା' ସାହାଯ୍ୟରେ ପ୍ରାୟ ୫ କିମି ବୋହିବା ପରେ ଡଙ୍ଗା ସାହାଯ୍ୟରେ ୩୦ ମିନିଟ ଯାତ୍ରା କରି ବାଘଲଟି ଜଳଭଣ୍ଡାର ପାର୍ କରିଥିଲେ। ଆଉ ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ସରୋଜିନୀଙ୍କୁ ସକାଳ ୬ଟାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସକାଳ ସାଢ଼େ ୭ଟାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

Also Read: ବିଶ୍ୱରେ ଓମିକ୍ରନ ଆତଙ୍କ; ସପ୍ତାହରେ ଏକ ତୃତୀୟାଂଶ ଓଡ଼ିଶା ସଂକ୍ରମିତ! ଗଡ଼ିଲା ଏତିକି ମୁଣ୍ଡ

ସବୁଠାରୁ ବଡ଼କଥା ହେଲା ଓଡିଶାରେ ଜନନୀ ଯନ୍ତ୍ରଣା କିଛି ନୂଆ କଥା ନୁହେଁ। ପ୍ରତ୍ୟେକ ଦିନ ଏପରି ଶୀର୍ଷକ ଅନେକ ଖବରକାଗଜରେ ଦେଖିବାକୁ ମିଳେ। ତାଡକା ସାହି ଏଲଗଲକୁ ପକ୍କାରସ୍ତା ନିର୍ମାଣ କିମ୍ବା ବାଘଲଟିର ଆରପାରିରେ ଥିବା ଗାଁଗୁଡିକୁ ଥଇଥାନ କରାଯାଉନଥିବାରୁ ଏହା ନିତିଦିନିଆ ଘଟଣା ହୋଇଯାଇଛି। ଲୋକେ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ, କିନ୍ତୁ କୌଣସି ଫଳ ମିଳିଲା ନାହିଁ। ତେଣୁ ସେମାନେ ଭାଗ୍ୟକୁ ଆଦରି ବସିଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗର୍ଭବତୀଙ୍କ ଏଭଳି ବିକଳ ଚିତ୍ର ସରକାରଙ୍କ ବିକାଶର ବାସ୍ତବତାକୁ ପଦାରେ ପକାଉଛି।