ଶୀତଳଭଣ୍ଡାରରୁ ବାହାରି କାର୍ଯ୍ୟକ୍ଷମ ହେବ ଶୀତଳାପଲ୍ଲୀ ରେଳ କାରଖାନା
Advertisement

ଶୀତଳଭଣ୍ଡାରରୁ ବାହାରି କାର୍ଯ୍ୟକ୍ଷମ ହେବ ଶୀତଳାପଲ୍ଲୀ ରେଳ କାରଖାନା

ଦୀର୍ଘ ୧୦ ବର୍ଷ ପରେ ୱାଗନ ହେଉ ଅଥବା କମ୍ପନେଣ୍ଟ କାରଖାନା ସ୍ଥାପନ ଲାଗି ରାସ୍ତା ସଫା ହୋଇଛି। 

ଶୀତଳଭଣ୍ଡାରରୁ ବାହାରି କାର୍ଯ୍ୟକ୍ଷମ ହେବ ଶୀତଳାପଲ୍ଲୀ ରେଳ କାରଖାନା

ବ୍ରହ୍ମପୁର: ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଉଦଜୀବିତ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ହେବାକୁ ଥିବା ପ୍ରସ୍ତାବିତ ୱାଗନ କାରଖାନା ସ୍ବପ୍ନ। ଓଡିଶା ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେବା ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆଗେଇ ଆସିଛି ଭାରତୀୟ ରେଳବାଇ। 

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ (Railway Minister Ashwini Vaishnaw) ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳବାଇ (East Coast Railway) ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ (EcoR General Manager Vidya Bhusan) ନେତୃତ୍ୱରେ ୨୦ ଜଣ ବିଭାଗୀୟ ବରିଷ୍ଠ ଅଧିକାରୀ ଶୀତଳାପଲ୍ଲୀ ଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରେଳବାଇକୁ (Indian Railway) ଦିଆଯାଇଥିବା ୧୦୦ ଏକର ଜମିରେ ଆସନ୍ତା ୬ ମାସ ମଧ୍ୟରେ ୱାଗନ (Railway Wagon Factory) କିମ୍ବା କମ୍ପୋନେଣ୍ଟ କାରଖାନା (Railway Components Factory) ହେବ ସେ ନେଇ ନିଷ୍ପତ୍ତି ନିଆଯିବା ସହ ଆସନ୍ତା ୨୦୨୪ ସୁଦ୍ଧା ଏହି ପ୍ରକଳ୍ପକୁ ବାସ୍ତବ ରୁପ ଦେବା ଲାଗି ଦୃଢୋକ୍ତି ପ୍ରକାଶ କରିଛି ରେଳ ମନ୍ତ୍ରଣାଳୟ (Railway Ministry)।

ରାଜ୍ୟ ଉପରେ ରେଳମନ୍ତ୍ରୀଙ୍କ ଶୁଭ ଦୃଷ୍ଟି। ଗଞ୍ଜାମ (Ganjam) ଜିଲ୍ଲାର ଶୀତଳାପଲ୍ଲୀ (Sitalapalli) ଠାରେ ଅତି ଶୀଘ୍ର ସ୍ଥାପନ ହେବ ରେଳ କାରଖାନା (Railway Factory)। ଦୀର୍ଘ ୧୦ ବର୍ଷ ପରେ ୱାଗନ ହେଉ ଅଥବା କମ୍ପନେଣ୍ଟ କାରଖାନା ସ୍ଥାପନ ଲାଗି ରାସ୍ତା ସଫା ହୋଇଛି। ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସି ଫେରିବା ପରେ ଏବେ ଆସିଛି ଏଭଳି କିଛି ଖୁସି ଖବର। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ମହାପ୍ରବନ୍ଧକଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଶୀତଳାପଲ୍ଲୀ ଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି। 

Also Read: ଆଗେଇ ପାରୁନାହିଁ ପ୍ରକଳ୍ପ; କେବେ ରେଳପଥ ଯୋଗେ ଯୋଡି ହେବ ଦକ୍ଷିଣ-ପଶ୍ଚିମ ଓଡି଼ଶା?

ଶୀତଳଭଣ୍ଡାରରେ ପଡି ରହିଥିବା ୱାଗନ କାରଖାନା ଶୀତଳାପଲ୍ଲୀ ଠାରେ ସ୍ଥାପନ ହେବା କେତେ ଦୂର ପ୍ରଯୁଜ୍ୟ ତାହାର ସମୀକ୍ଷା କରିବା ସହ ରେଳବାଇ ପାଇଁ ଆବଶ୍ୟକ ପଡୁ଼ଥିବା କମ୍ପୋନେଣ୍ଟ କାରଖାନା ଅଥବା ରେଳଡବା ମରାମତି କାରଖାନ (Railway Carriage & Repair Workshop) ସ୍ଥାପନ କଲେ କ'ଣ କ'ଣ ଆବଶ୍ୟକତା ରହିବ ତାହାକୁ ନେଇ ବିଶେଷଜ୍ଞ ଦଳ ପୂଙ୍ଖାନୁପୂଙ୍ଖ ସମୀକ୍ଷା କରିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ୱାନ କାରଖାନ ଅଥବା ରେଳବାଇର କେଉଁ କାରଖାନା ସ୍ଥାପନ କରାଯିବ ସେ ବାବଦରେ ଘୋଷଣା କରାଯିବା ସହ ଆସନ୍ତା ୨୦୨୪ ସୁଦ୍ଧା ଏହି କାରଖାନାକୁ ବାସ୍ତବ ରୂପ ଦେଇ ସ୍ଥାନୀୟ ଅଞ୍ଚଳରେ କର୍ମ ନିଯ଼ୁକ୍ତିର ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଳବାଇ ମହାପ୍ରବନ୍ଧକ। 

ଗଞ୍ଜାମ ଜିଲ୍ଲାରେ କର୍ମ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ୨୦୧୦-୧୧ ମସିହାରେ ତତ୍କାଳୀନ କେନ୍ଦ୍ରରେ କ୍ଷମତାସୀନ ୟୁପିଏ ସରକାରଙ୍କ ପକ୍ଷରୁ ଶୀତଳାପଲ୍ଲୀ ଠାରେ ୱାଗନ କାରଖାନା ସ୍ଥାପନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରକଳ୍ପ ପାଇଁ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ ଏକର ଜମି ଯୋଗାଇ ଦିଆଗଲା। ହେଲେ କାଳକ୍ରମେ ଏହି ପ୍ରକଳ୍ପ ଯେମିତି ଶୀତଳଭଣ୍ଡାରକୁ ଠେଲି ହୋଇଯାଇଥିଲା।

Also Read: ସରିନାହିଁ ଜମି ଅଧିଗ୍ରହଣ; କେବେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଅବଗତ କରାଯିବା ପରେ ଏନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି। ରାଜ୍ୟରୁ ରାଜସଭାକୁ ପ୍ରତିନିଧିତ୍ୱ କରୁଥିବା ଅଶ୍ୱିନୀ ବୈଷ୍ଣବ  ଅ ରେଳମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ପ୍ରକଳ୍ପକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା।