ୱେବ୍ ମିଡିଆ ଉପରେ ରହିବ ସତର୍କ ନଜର; ନିଷ୍ପତ୍ତି ନେଇ ଆସିଲା ମିଶ୍ରିତ ପ୍ରତିକ୍ରିୟା
Advertisement
Article Detail0/zeeodisha/odisha983000

ୱେବ୍ ମିଡିଆ ଉପରେ ରହିବ ସତର୍କ ନଜର; ନିଷ୍ପତ୍ତି ନେଇ ଆସିଲା ମିଶ୍ରିତ ପ୍ରତିକ୍ରିୟା

ଯଦି କୌଣସି ୱେବ୍ ମିଡି଼ଆ ନିଜ ସଂସ୍ଥା ମାଧ୍ୟମରେ କାହାକୁ ବ୍ଲାକମେଲ କରିଥାଏ ତାହେଲେ ନିର୍ଭୟରେ ଆସି ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି।

ୱେବ୍ ମିଡିଆ ଉପରେ ରହିବ ସତର୍କ ନଜର; ନିଷ୍ପତ୍ତି ନେଇ ଆସିଲା ମିଶ୍ରିତ ପ୍ରତିକ୍ରିୟା

ବ୍ରହ୍ମପୁର: ୱେବ୍ ମିଡିଆ ସଂସ୍ଥାର ସ୍ୱଚ୍ଛତା ଉପରେ ଏଣିକି ନଜର ରଖିବ ପୋଲିସ। କିଛି ବ୍ଯକ୍ତି ଅସାମାଜିକ ତଥା ଅପରାଧିକ ମାମଲାରେ ଲିପ୍ତ ରହି ୱେବ୍ ମିଡିଆ ମାଧ୍ୟମକୁ ସୁରକ୍ଷା କବଚ ଭାବେ ଆପଣାଇ ନେଇଥିବା ବେଳେ ଅନେକ ସମୟରେ ଏହାର ସାମ୍ବାଦିକ କହି ବ୍ଲାକମେଲିଂ ଏପରିକି ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହେଉଛି। ଯାହାକୁ ଆଧାର କରି ପୋଲିସ ଏବେ ଆକ୍ସନ ମୋଡ୍କୁ ଆସିଯାଇଛି। 

ଯଦି କୌଣସି ଏଭଳି ୱେବ୍ ମିଡି଼ଆ ନିଜ ସଂସ୍ଥା ମାଧ୍ୟମରେ କାହାକୁ ବ୍ଲାକମେଲ କରିଥାଏ ତାହେଲେ ନିର୍ଭୟରେ ଆସି ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି। ସାବଧାନ! ଠକ ୱେବ୍ ମିଡିଆ ଉପରେ ଏବେ ସତର୍କ ନଜର ରଖିବ ପୋଲିସ। ଯାଞ୍ଚ ହେବ ୱେବ୍ ଗଣ ମାଧ୍ୟମ ସଂସ୍ଥାର ସ୍ବଚ୍ଛତା। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ୱେବ୍ ମିଡିଆ ନାମରେ କ୍ଷମତାର ଅପବ୍ଯବହାର କଲେ ପଡିବ ହାତକଡି।

Also Read: WhatsApp ରେ ଏହି ସାମାନ୍ୟ ଭୁଲ୍ କରି ମହିଳା ହରାଇଲେ ୩ ଲକ୍ଷ ଟଙ୍କା, ଆପଣ ମଧ୍ୟ ଜାଣିରଖନ୍ତୁ

ବିଗତ କିଛି ଦିନ ଧରି କିଛି ୱେବ୍ ମିଡିଆ ଦ୍ୱାରା କରାଯାଉଥିବା କଳା କରନାମା ପଦାକୁ ଆସିବା ପରେ ଏବେ ଆକ୍ସନ ମୋଡ୍କୁ ଆସିଯାଇଛି ବ୍ରହ୍ମପୁର ପୋଲିସ୍। ବିଗତ କିଛି ବର୍ଷ ମଧ୍ୟରେ ଅନେକ ଅଣପଞ୍ଜୀକୃତ ସଂସ୍ଥା ନିଜର ମାଲିକାନା ଜାହିର କରି ଅଯୋଗ୍ୟ ବ୍ଯକ୍ତିଙ୍କୁ ସାମ୍ବାଦିକର ପରିଚୟ ପତ୍ର ଦେଇ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରିବା ସହ କ୍ଷମତାର ଅପବ୍ଯବହାର କରୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ଵରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯିବା ସହ ପ୍ରଥମେ ସମସ୍ତ ୱେବ୍ ଗଣମାଧ୍ୟମ ସଂସ୍ଥାର ତାଲିକା ପ୍ରସ୍ତୁତ କରାଯିବ।

ଏହା ସହ ସଂସ୍ଥାର କାଗଜପତ୍ର ଯାଞ୍ଚ କରାଯିବା ସହ ମାଲିକଙ୍କ ଯୋଗ୍ୟତା ତଥା ଅପରାଧିକ ପୃଷ୍ଠଭୂମି ଉପରେ ତନାଘନା କରାଯିବ। ଯଦି ସେଭଳି କିଛି ନଜରକୁ ଆସେ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ପି କହିବା ସହ କୌଣସି ସଂସ୍ଥା ଯଦି ବ୍ଲାକ ମେଲ କରୁଥାଏ ତେବେ ନିର୍ଭୟରେ ଆସି ଅଭିଯୋଗ କରିବାକୁ ଜନ ସାଧାରଣ ଙ୍କୁ  ଆହ୍ବାନ ଦେଇଛନ୍ତି । 

ପୋଲିସ ପକ୍ଷରୁ ନିଆୟାଇଥିବା ଏଭଳି ନିଷ୍ପତ୍ତିକୁ ନେଇ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମରେ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା। ପୋଲିସର ଏହି ନିଷ୍ପତ୍ତି ଏବଂ ଆହ୍ବାନକୁ ଯଦିଓ ସମସ୍ତେ ସ୍ବାଗତ କରିଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ନାମରେ ସାମାଜିକ ଗଣମାଧ୍ୟମର କଣ୍ଠରୋଧ ନକରାଯାଉ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏପରିକି ସାମାଜିକ ଗଣମାଧ୍ୟମ ସଂସ୍ଥା ଦ୍ବାରା ଅନେକ ଲୋକଙ୍କ ପର୍ଦ୍ଦାଫାଶ ହେଉଥିବା ବେଳେ ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରଙ୍କ ପରୋକ୍ଷ ଇସାରାରେ ପୋଲିସ ଏଭଳି ପଦକ୍ଷେପ ନେଇଥିବା କିଛି ବରିଷ୍ଠ ସାମ୍ବାଦିକ। ଏଣୁ ନିରପେକ୍ଷ ତଦନ୍ତ କରିବା ସହ ସମସ୍ତ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। 

Also Read: Fake News: ୱେବ୍ ପୋର୍ଟାଲ୍ ଓ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ବିଷୟବସ୍ତୁକୁ ନେଇ ଏହି ମତ ରଖିଲେ ସୁପ୍ରିମକୋର୍ଟ

ୱେବ୍ ମିଡିଆ ସଂସ୍ଥାର ସ୍ବଚ୍ଛାତାକୁ ନେଇ ପୋଲିସର ଏପରି ଅଚାନକ ପଦକ୍ଷେପ ବିଭିନ୍ନ ମହଲରେ କମ୍ପାନ ସୃଷ୍ଟି କରିଥିବା ବେଳେ ପୋଲିସ ପଞ୍ଝାରେରେ ପ୍ରଥମେ କାହା ପାଳି ପଡୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।