ନିଜ ଦୋଷ ଲୁଚାଇବାକୁ ଯାଇ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରି ସାହିବାସୀଙ୍କୁ ନାକାବନ୍ଦି କରାଯାଇଛି। ଯହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
Trending Photos
ବ୍ରହ୍ମପୁର: ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନାମରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୋଲିସ ନାଲିଆଖି ଦେଖାଉଛି। ବ୍ରହ୍ମାନଗର ଅଞ୍ଚଳରେ ଯୋଜନାବଦ୍ଧ ଭାବେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ମାମଲାର ସାତ ଦିନ ପରେ ବି ଗିରଫ କରିବାରେ ବୈଦ୍ୟନାଥପୁର ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଉ ଡାକ୍ତର ସୁମିତଙ୍କ ଘରର ତାଲା ଭାଙ୍ଗି ଘରେ ପସିବା ଲାଗି ହୋଇଥିବା ଯୋଜନା ପଛରେ ଥିବା ଅଦୃଶ୍ୟ ଶକ୍ତିକୁ ଥାନା ବାବୁ ଘଣ୍ଟ ଘୋଡାଉଛନ୍ତି। ଏବେ ନିଜ ଦୋଷ ଲୁଚାଇବାକୁ ଯାଇ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରି ସାହିବାସୀଙ୍କୁ ନାକାବନ୍ଦି କରାଯାଇଛି। ଯହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ସୋମବାର ତପସ୍ବିନୀଙ୍କ ଲାଇଭ ପ୍ରତିକ୍ରିୟା ସଂଗ୍ରହ ଉପରେ ଗଣମାଧ୍ୟମକୁ ପୋଲିସ ଲଗାମ ଲଗାଇବାକୁ ପ୍ରୟାସ କରିଛି। ଖବର ସଂଗ୍ରହ ବେଳେ ବୈଦ୍ୟନାଥପୁର ପୋଲିସ ଔଦ୍ଧତ୍ଯତା ଦେଖାଥିଲା। ଆଇନ ସୃଖଳା ନିୟନ୍ତ୍ରଣ ଆଳରେ ଏକ ସପ୍ତାହ ଧରି ବ୍ରହ୍ମପୁରର ବ୍ରହ୍ମାନଗରରେ ୧୪୪ ଧାରା ଜାରି କରାଯାଇଛି। ବୈଦ୍ୟନାଥପୁର ପୋଲିସର ଆଚରଣ ଯୋଗୁଁ ଏବେ ପୁରା ବିଭାଗ ନିନ୍ଦିତ ହେଉଛି।
Also Read: ବଢ଼ିଲା ତପସ୍ୱିନୀଙ୍କ ଅଡୁଆ; ଶ୍ୱଶୁର ଦେଲେ ଏତଲା, ବ୍ରହ୍ମାନଗରରେ ୧୪୪ ଧାରା
ସୁମିତ ଓ ତପସ୍ବିନୀଙ୍କ ପାରିବାରିକ କଳହରେ ଯୋଜନାବଦ୍ଧ ଭାବେ ଲୋକଙ୍କୁ ଏକତ୍ରିତ କରି ସୁମିତଙ୍କ ଘରର ତାଲା ଭାଙ୍ଗି କିଛି ନିର୍ଦ୍ଦିଷ୍ଟ ମହିଳା ଧସେଇ ପସିବାକୁ ଉଦ୍ଯମ କରିଥିବା ବେଳେ ବୈଦ୍ୟନାଥପୁର ପୋଲିସ ଦେଖଣାହାରି ସାଜିଥିଲା। ଏପରିକି ହିସାଂକାଣ୍ଡ ଘଟାଇବା ଲୋକଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଲାଗି ସୁମିତଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୁକ୍ତଙ୍କୁ ଠାବ କରିବା ବଦଳରେ ପୋଲିସ ଦୋଷୀକୁ ଏବେ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି।
ପୋଲିସ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ବହ୍ମାନଗର ଅଞ୍ଚଳରେ ୧୪୪ ଧାରା ଲଗାଇବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଦାଚରଣ କରୁଛି। ପୋଲିସର କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଖବର ସଂଗ୍ରହ ଲାଗି ଗଣମାଧ୍ୟମ ଉପରେ ସେଭଳି କୌଣସି ଅଙ୍କୁଶ ଲଗାଯାଇନାହିଁ। ଅଞ୍ଚଳରେ ଲୋକଙ୍କ ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ନିୟନ୍ତ୍ରଣ ଆଣିବା ଲାଗି ପୋଲିସ ୧୪୪ ଧାରା ଜାରି ରଖିଥିବା ଏସପି ବୟାନ ଦେଇଛନ୍ତି।
Also Read: ହଟିଲା ତପସ୍ୱିନୀଙ୍କ ମିଛ ଅଭିଯୋଗ ଉପରୁ ପରଦା...
ଏଠି ପ୍ରଶ୍ନ ଉଠୁଛି ଥାନା ବାବୁ କାହିଁକି ନିଜର ଦାଇତ୍ୱରୁ ଊର୍ଦ୍ଧ୍ୱରେ ରହି ଏଭଳି ଆଚରଣ ଦେଖାଉଛି? ସୁମିତଙ୍କ ଘର ଫାଟକ ଭଙ୍ଗାଯିବା ଘଟଣାର ସାତ ଦିନ ପରେ ବି କାହିଁକି ଅଭିଯୁକ୍ତଙ୍କୁ ଗିରଫ କରାଗଲାନାହିଁ? କାହା ଛତ୍ରଛାୟା ତଳେ ହିସାଂକାଣ୍ଡ ଘଟାଇବା ପଛର ଅଦୃଶ୍ୟ ଶକ୍ତି? ଫାଟକ ଭାଙ୍ଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ବି ଉପସ୍ଥିତ ଥିଲା। କିନ୍ତୁ ଫାଟକ ଭାଙ୍ଗିବା ଲୋକଙ୍କୁ ଖାକି କେମିତି ଚିହ୍ନପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।