ଗିରଫ ହେଲା ଚୋର ୪୨୦
Advertisement

ଗିରଫ ହେଲା ଚୋର ୪୨୦

ବଡ କଥା ହେଉଛି ଠକେଇ ଟଙ୍କାରେ ଦାମୀ ଗାଡି ଚଢୁଥିଲା ଆଉ ତାରକା ହୋଟେଲରେ ଖାଉଥିଲ। 

ଗିରଫ ହେଲା ଚୋର ୪୨୦

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଗିରଫ ହେଲା ଚୋର ୪୨୦। ମେଡିକାଲ ସିଟ କରାଇଦେବା ବାହାନାରେ ଠକେଇ କରି ଧରାପଡିଲେ ଦଲାଲ ସାମ୍ବାଦିକ। ତାହା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୁରା ୧୫ ଲକ୍ଷ ଟଙ୍କା ଚୂନ ଲଗାଇଛି ଠକ ୪୨୦।

ବଡ କଥା ହେଉଛି ଠକେଇ ଟଙ୍କାରେ ଦାମୀ ଗାଡି ଚଢୁଥିଲା ଆଉ ତାରକା ହୋଟେଲରେ ଖାଉଥିଲ। ଯୁବକଙ୍କ ନାଁ ସୁନୀଲ ସାମନ୍ତରାୟ ଯିଏକି ଭୁବନେଶ୍ବର (Bhubaneswar) ପଟିଆ ଅଞ୍ଚଳରେ ରୁହନ୍ତି। ବ୍ରହ୍ମପୁର ଏମକେସିଜି କଲେଜରେ ଚାକିରୀ କରାଇବା କହି ନକଲି କାଗଜ ପାତ୍ର ମାଧ୍ୟମରେ ଲୋକଙ୍କୁ ଜାଲରେ ଫସାଇ ଟଙ୍କା ଲୁଟୁଥିଲା। ଅଭିଯୋଗକାରୀ ପି.କେ ଉଦଗାତାଙ୍କ ଅଭିଯୋଗ ଆଧାରରେ ଏମକେସିଜି କଲେଜରେ (MKCG College) ମେଡିକାଲ ସିଟ୍ (Medical Seat) କରାଇବା ଦେବା ନାଁରେ ସୁନିଲ ତାଙ୍କ ଠାରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେବା ପରେ ଧରା ଛୁଆଁ ଦେଇନଥିଲା।

Also Read: MKCGରେ ରୋଗୀ ସମ୍ପର୍କୀୟଙ୍କ କାରନାମା, ପ୍ରସୂତି ୱାର୍ଡକୁ ଯିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲା ଅଭିଯୁକ୍ତ

 

ନା ସେ ଚାକିରି ଦେଉଥିଲା କିମ୍ବା ଟଙ୍କା ଫେରସ୍ତ କରୁଥିଲା। ଦୀର୍ଘଦିନ ଧରି ଛକାପଞ୍ଝା ହେବା ପରେ ଶେଷରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ୧୦ ଲକ୍ଷ ଟଙ୍କା ଫେରସ୍ତ କରିଥିଲା ସୁନୀଲ ସାମନ୍ତରାୟ। ବଳକା ଟଙ୍କା ପାଇଁ ଲୁଚକାଳି ଖେଳିଥିଲା ସେ।

Also Read: ଟେଲି ସେବା ମାଧ୍ୟମରେ ସେବା ଯୋଗାଇବ ଏମକେସିଜି ଡାକ୍ତରଖାନା

 

ଗତ ସୋମବାର ଭୁବନେଶ୍ୱର ଏକ ବାର ସାମ୍ନାରେ ଅଭିଯୁକ୍ତକୁ ନୟାପଲ୍ଲୀ ଥାନା ଗିରଫ କରିଛି। ପୋଲିସ ସୁନୀଲ ଠାରୁ ଦାମୀ ଗାଡି ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଅଭିଯୁକ୍ତ ସୁନୀଲ ଏକ ୱେବ ପୋର୍ଟାଲ ରେ କାମ କରୁଥିବା ଜଣାପଡିଛି। ଗିରଫ କରିବା ପରେ ପୋଲିସ ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋଟ ଚାଲାଣ କରିଥିବା ଥାନା ଅଧିକାରୀ ଶରତ ସାହୁ କହିଛନ୍ତି।