IAS ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ
Advertisement
Article Detail0/zeeodisha/odisha1061348

IAS ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ

ହେମନ୍ତ ଶର୍ମାଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ବ ,  ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓସଡି ଭାବେ ନିଯୁକ୍ତ କରାଯାଇଛି ।

IAS ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ

ଭୁବନେଶ୍ୱର: ନୂଆବର୍ଷରେ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ଦେଶ ସହ ରାଜ୍ୟରେ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଭୟ ବଢୁଥିବା ବେଳେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପଦରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ରାଜକୁମାର ଶର୍ମା ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇବେ । 
ସେହିପରି ସଂଜୀବ ଚୋପ୍ରା ହେଲେ କୃଷି ଉତ୍ପାଦନ ସଚିବ । ପରିବହନ କମିଶନର(Transport Commissioner) ରୁ ବଦଳିଥିବା ମଧୁ ପାଢୀ ଙ୍କୁ ମିଳିଲା ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସଚିବ ଦାୟିତ୍ବ । ସେପଟେ ବଦଳିଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ଗଣଶିକ୍ଷା ବିଭାଗରୁ ରାଜସ୍ବ ବିଭାଗ ସଚିବ ଭାବେ ଦାୟିତ୍ବ ପାଇଛନ୍ତି ସତ୍ୟବ୍ରତ ସାହୁ । 

Also Read: ଶେଷ ହେଲା ଯାଞ୍ଚ; ଏହା ରହିଛି CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ

ଯାହା ଫଳରେ ଗଣଶିକ୍ଷା ବିଭାଗ (Mass Education Department) ସଚିବ ଭାବେ ଦାୟିତ୍ବ ନେବେ ବିଷ୍ଣୁପଦ ସେଠୀ ।  ଅନୁସୂଚିତ ଜାତି ଜନଜାତିର ସଚିବ ରଂଜନା ଚୋପ୍ରାଙ୍କୁ ଅତିରିକ୍ତ ଏମଏସଏମଇର ସଚିବ ଭାବେ ଦାୟିତ୍ବ  ପ୍ରଦାନ କରାଯାଇଛି। ହେମନ୍ତ ଶର୍ମାଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ବ ,  ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓସଡି ଭାବେ ନିଯୁକ୍ତ କରାଯାଇଛି ।

Also Read: IND vs SA: କାହିଁକି ପ୍ରେସ୍ କନଫରେନ୍ସ କରୁନାହାଁନ୍ତି କୋହଲି? କୋଚ୍ ଦ୍ରାବିଡ କଲେ ଖୁଲାସା

ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ସେହିପରି ଭୁପେନ୍ଦ୍ର ସିଂ ପୁନିଆଙ୍କୁ ମିଳିଲା ଇଡକୋ (Idco) ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ।