ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ; ତଦନ୍ତ ଦିଗହରା କରୁଛନ୍ତି ଏ ସରକାରୀ ବାବୁ !
Advertisement

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ; ତଦନ୍ତ ଦିଗହରା କରୁଛନ୍ତି ଏ ସରକାରୀ ବାବୁ !

ପ୍ରଥମ ଦିନ ଚିକିତ୍ସାଳୟ ପରିସରରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ସମୟର ଦୃଶ୍ୟ । ଗହଳି ଚହଳି ସମୟରେ ଉପସ୍ଥିତ ଅଛନ୍ତି ଏ ବାବୁ ଜଣକ । ପ୍ରତିକ୍ରିୟା ନେବା ପାଇଁ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଗଣମାଧ୍ୟମ ପହଞ୍ଚିବା ସମୟର ।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ; ତଦନ୍ତ ଦିଗହରା କରୁଛନ୍ତି ଏ ସରକାରୀ ବାବୁ !

ସୁଜିତ ବିଷୋୟୀ, ଗଜପତି:  ପାରଳାଖେମୁଣ୍ଡି ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୬ଦିନ ବିତିବାକୁ ବସିଲାଣି । ପୋଲିସର ତଦନ୍ତର ଅଗ୍ରଗତି ପାଇଁ ଖିଅ ଖୋଜି ପାଉନି । ଏହି ଭଳି ସ୍ପର୍ଶକତାର ସମୟରେ ତଦନ୍ତକୁ ଦିଗହରା କଲା ଭଳି ଜଣେ ବନ  ଅଧିକାରୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଯାହାର ଇଙ୍ଗିତରେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇ ଦିନ ପରେ ଦିନ ଗଡି଼ ଚାଲିଛି ।  

ଆମେ କହୁଥିବା ଏ ବ୍ୟକ୍ତି ଜଣକ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନରେ କାର୍ଯ୍ୟରତ ଆଉଜଣେ ବନ ସଂରକ୍ଷକ । ଯେ କି ଘଟଣା ଘଟିବା ଦିନ ଠାରୁ ଏବେ ପର୍ଯ୍ୟନ୍ତ ସବୁ ସମୟରେ ଉପସ୍ଥିତ ରହିଛନ୍ତି । ସୌମ୍ୟରଞ୍ଜନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି (ParalaKhemundi) ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ଠାରୁ ଆଜି ଯାଏଁ ସବୁଠି ଉପସ୍ଥିତ ରହିବାର କାରଣ କଣ ତାହା ଏବେ ସନ୍ଦେହ ଘେରରେ । ଆମ କ୍ୟାମେରାରେ  କଏଦ ହୋଇଥିବା ଏହି ଚିତ୍ର ଗୁଡିକ ଏବେ ନୂଆ ସନ୍ଦେହ ଉପୁଜାଇଛି । 

Also Read: ଯଦି ଆତ୍ମହତ୍ୟା ନୁହେଁ ତାହେଲେ ସୌମ୍ୟଙ୍କୁ ମାରିଲା କିଏ ?

ପ୍ରଥମ ଦିନ ଚିକିତ୍ସାଳୟ ପରିସରରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ସମୟର ଦୃଶ୍ୟ । ଗହଳି ଚହଳି ସମୟରେ ଉପସ୍ଥିତ ଅଛନ୍ତି ଏ ବାବୁ ଜଣକ । ପ୍ରତିକ୍ରିୟା ନେବା ପାଇଁ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଗଣମାଧ୍ୟମ ପହଞ୍ଚିବା ସମୟର ,  ବନ ବିଭାଗର ଅନ୍ୟ କର୍ମଚାରୀଙ୍କୁ ପୋଲିସ (Police) ର ପଚରାଉଚରା ସମୟର,  ପୋଲିସ ରୋଷେୟାକୁ ପଚରାଉଚରା ସମୟରେ । ଆଉ ଜଣେ ଏସିଏଫଓ (ACFO) ଙ୍କ ବୟାନ ରେକର୍ଡ ସମୟରେ ।  ଏସ୍ପିଙ୍କ ଘଟଣା ସ୍ଥଳ ପରିଦର୍ଶନ କରିବା ସମୟରେ ଥିଲେ ଉପସ୍ଥିତ । 

Also Read: Corona Third Wave ନିଶ୍ଚିତ ! ଅସ୍ତ୍ର ପାଲଟିବ ଡବଲ ଡୋଜ୍

ଏଠି ପ୍ରଶ୍ନ ଉଠୁଛି  ବନଖଣ୍ଡ ଅଧିକାରୀଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଥିବା ବେଳେ ପୋଲିସର ବିଭିନ୍ନ ତଦନ୍ତ ସମୟରେ ସେହି ବିଭାଗର ଆଉ ଜଣେ ଏସିଏଫ କାହିଁକି ସବୁଠି ଉପସ୍ଥିତି ରହୁଛନ୍ତି। ଏହାକୁ ଦେଖିଲେ ମନେ ହେଉଛି ବାବୁ ଜଣକ ବିଭାଗର ନିଜ ଦାୟିତ୍ୱ ଛାଡି କେବଳ ଡିଏଫଓ (DFO) ଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି କି ? ଡିଏଫଓ ନିଜ ସୁରକ୍ଷା ପାଇଁ କ୍ଷମତାର ଅପ ବ୍ୟବହାର କରୁଛନ୍ତି କି  ?  ଏହି ଅଧିକାରୀଙ୍କ ଉପସ୍ଥିତି ଯୋଗୁଁ ଚାପରେ ପୋଲିସକୁ ଭୁଲ ତଥ୍ୟ ଦେଇ ନାହାନ୍ତି ତ !  ତାହା ବି ତଦନ୍ତ ସାପେକ୍ଷ ।