ପ୍ରେମୀଯୁଗଳ ମୃତ୍ୟୁ ରହସ୍ୟର ଖୁଲାସା କେବେ?
Advertisement

ପ୍ରେମୀଯୁଗଳ ମୃତ୍ୟୁ ରହସ୍ୟର ଖୁଲାସା କେବେ?

ପ୍ରେମୀଯୁଗଳ (Couple) ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ (Gurandi Police) , ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇ ତଦନ୍ତ ଜୋରଦାର କରିଥିଲା। ସେଥିରେ ଜିଲ୍ଲା ପୋଲିସ (Gajapati Police) ର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ରଥମେ ଏହାକୁ ଆତ୍ମହତ୍ୟା (suicide) କୁହାଯାଉଥିବା ବେଳେ ପରେ ଜଣେ ଅନ୍ୟ ଜଣକୁ ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଲା।

ପ୍ରେମୀଯୁଗଳ ମୃତ୍ୟୁ ରହସ୍ୟର ଖୁଲାସା କେବେ?

ଗଜପତି: ଆରିବା ପ୍ରେମୀଯୁଗଳ ମୃତ୍ୟୁ ଘଟଣାରେ ପ୍ରାୟ ଗୋଟିଏ ମାସ ବିତି ବାକୁ ଯାଉଛି। କିନ୍ତୁ ଏବେବି ଘଟଣା ଉପରୁ ପରଦା ହଟାଇବାରେ ପୋଲିସ ବିଫଳ। ଉଭୟ ଯୁବକ ଯୁବତୀଙ୍କ ପରିବାର ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ସେପଟେ କିନ୍ତୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ପ୍ରେମୀଯୁଗଳ (Couple) ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ (Gurandi Police) , ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇ ତଦନ୍ତ ଜୋରଦାର କରିଥିଲା। ସେଥିରେ ଜିଲ୍ଲା ପୋଲିସ (Gajapati Police) ର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ରଥମେ ଏହାକୁ ଆତ୍ମହତ୍ୟା (suicide) କୁହାଯାଉଥିବା ବେଳେ ପରେ ଜଣେ ଅନ୍ୟ ଜଣକୁ ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଲା। କିନ୍ତୁ ଘଟଣାର ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ହତ୍ୟାକାଣ୍ଡ (murder) ବୋଲି ପୋଲିସର ବରିଷ୍ଠ ଅଧିକାରୀମାନେ ସ୍ପଷ୍ଟ କରିଥିଲେ। 

Also Read: ଗୋଟିଏ କନ୍ୟାକୁ ସାତ ବର, ଥାନା ପାଲଟିଲା ଶଶୁର ଘର

ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ (Postmortem report) ଆସିବା ପରେ ତଦନ୍ତ ଅଗ୍ରସର ହେବା ସହ ପୋଲିସର ତଦନ୍ତରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଘଟଣା ପରଦିନ ହିଁ ଯୁବତୀଙ୍କ ସର୍ମ୍ପକୀୟ ଗଣମାଧ୍ୟମରେ ଏହା ହତ୍ୟାକାଣ୍ଡ ବୋଲି ଦାବି କରି ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରିଥିଲେ। ଅନ୍ୟପକ୍ଷରେ ଯୁବତୀଙ୍କ ଘରୁ ଉଭୟଙ୍କ ମୃତଦେହ ପଡିରହିଥିବା କାରଣରୁ ଯୁବକଙ୍କ ପରିବାର ମଧ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। 

ସେପଟେ ଏହା ଅନର କିଲିଂ (honor killing)ହୋଇଥାଇପାରେ ବୋଲି ଆଲୋଚନା ହେଉଥିବା ବେଳେ ପୋଲିସର ପାରିବା ପଣିଆ ପଦାରେ ପଡିଛି। କଥିତ ହତ୍ୟା ଘଟଣାର ଗୋଟିଏ ମାସପରେ ବି ଅଭିଯୁକ୍ତଙ୍କୁ ଗିରଫ କରିବା ଦୂରର କଥା, ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ପାରିନାହିଁ। ଯଦି ସେମାନଙ୍କୁ ହତ୍ୟା କରାଯାଇଛି ତାହାହେଲେ କିଏ ହତ୍ୟା କରିଛି? କାହାର ସମ୍ପୃକ୍ତି ରହିଛି ଓ କାହିଁକି କରାଯାଇଛି? ଏଦିଗରେ ପୋଲିସ ବିଫଳ ନା ଆଉ କିଛି କାରଣ ରହିଛି? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ପୋଲିସର ଅପାରଗତାକୁ ଦାୟୀ କରିଛନ୍ତି ଜନସାଧାରଣ।

Also Read: ଶ୍ୱେତପତ୍ରରେ ଲାଲ୍ ଛିଟା

 

ବରିଷ୍ଠ ଆଇନଜୀବୀ କୃଷ୍ଣ ମୋହନ ପଟ୍ଟନାୟକଙ୍କ କହିବା ହେଲା, ପୋଲିସ ଉପରେ ଆକ୍ରମଣ ମାମଲାରେ ପୋଲିସ ମାମଲା ରୁଜୁ କରି ଚୁପ୍ ଵସିଛି।  ନିଜେ ଥାନା ଅଧିକାରୀ ଆହାତ ହେବା ପରେ ମଧ୍ୟ କାର୍ଯାନୁଷ୍ଠାନ ନେବାକୁ ପୋଲିସ ଭୟ କରୁଛି। ଏଭଳି ପୋଲିସଙ୍କ ଠାରୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନର ଭରସା କିଭଳି କରାଯାଇ ପାରିବ?

ପାରଳାଖେମୁଣ୍ଡି (Paralakhemundi) ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି ଯେ, ସାଇଣ୍ଟିଫିକ୍ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ ଜାରି ରହିଛି। ଘଟଣାର ପୂର୍ବ ଓ ପରବର୍ତ୍ତୀ ସମୟରେ ଗ୍ରାମର ସ୍ଥିତି ଏବଂ ଊଭୟଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛୁ। ଯଥାଶୀଘ୍ର ପୋଲିସ ଘଟଣାର ଖୁଲାସା କରିବ। ତେବେ ତଦନ୍ତରେ ବାଧାପ୍ରାପ୍ତ ହେତୁ ତଦନ୍ତର ଦିଗ ଓ ହତ୍ୟାକାଣ୍ଡର ସୁରାକ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିବାକୁ ସେ ମନା କରିଛନ୍ତି। 

Also Read: ଶିଶୁକନ୍ୟା ଯୌନ ଶୋଷଣ ମାମଲାରେ ୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷ ଜେଲ୍

ସୂଚନାଯୋଗ୍ଯ, ମାର୍ଚ୍ଚ ୭ ତାରିଖ ସନ୍ଧ୍ୟା ସମୟରେ ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମର ଏସ ବାବୁ ରାଓଙ୍କ ଘରୁ ତାଙ୍କ କନ୍ୟା ଏସ୍ ଦିଲେଶ୍ୱରୀ ଓ ତାଙ୍କ ସହ ପ୍ରେମିକ ତାଲୁର ଶ୍ରୀନୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ପଡି ରହିଥିବା ଘରକୁ ସିଲ୍ କରିଥିଲା। ପର ଦିନ ସକାଳୁ ପୋଲିସର ବରିଷ୍ଠ ଅଧିକାରୀ, ବ୍ରହ୍ମପୁରରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ନିକଟରୁ ଏକ ଛୁରା ଜବତ କରିଥିବା ବେଳେ ଦମକଳ ବାହିନୀର ସହାୟତାରେ ଘର ଭିତରେ ରହିଥିବା କୁଅ ସୁଖାଈ କୁଅରୁ ଦୁଇଟି ମୋବାଇଲକୁ ପୋଲିସ ଜବତ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ପ୍ରେମୀଯୁଗଳଙ୍କ ମୃତ୍ୟୁ ରହସ୍ୟର ଖୁଲାସା କରିପାରିନାଦ।