କେମିତି ମଲେ ମା'-ଝିଅ? ୪୮ ଘଣ୍ଟା ପରେ ବି ପୋଲିସ ପାଇନି ସୁରାକ୍
Advertisement

କେମିତି ମଲେ ମା'-ଝିଅ? ୪୮ ଘଣ୍ଟା ପରେ ବି ପୋଲିସ ପାଇନି ସୁରାକ୍

ଶନିବାର ଠାରୁ ଘର ଛାଡି ନିଜ ଶଢୁଙ୍କ ଘର ସୁନ୍ଦରଗଡ ଯାଇଥିବା ମୃତ ମହିଳାଙ୍କ ସ୍ୱାମୀ କଣ ପାଇଁ ୪ ଦିନ ଯାଏଁ ଯୋଗାଯୋଗରେ ନଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଚି ହେଉଛି।

କେମିତି ମଲେ ମା'-ଝିଅ? ୪୮ ଘଣ୍ଟା ପରେ ବି ପୋଲିସ ପାଇନି ସୁରାକ୍

ସମ୍ବଲପୁର: କିସିଣ୍ଡାରେ ବନ୍ଦଘରୁ ମାଆ-ଝିଅଙ୍କ ମୃତଦେହ ମିଳିବା ଘଟଣାକୁ ୪୮ ଘଣ୍ଟା ବିତିଗଲାଣି। ହେଲେ ଏହା ହତ୍ୟା, ଆତ୍ମହତ୍ୟା ନା ଗଣଦୁଷ୍କର୍ମ ପରେ ହତ୍ୟା ତାହା ସାମ୍ନାକୁ ଆସିପାରିନାହିଁ। ସେପଟେ ଶନିବାର ଠାରୁ ଘର ଛାଡି ନିଜ ଶଢୁଙ୍କ ଘର ସୁନ୍ଦରଗଡ ଯାଇଥିବା ମୃତ ମହିଳାଙ୍କ ସ୍ୱାମୀ କଣ ପାଇଁ ୪ ଦିନ ଯାଏଁ ଯୋଗାଯୋଗରେ ନଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଚି ହେଉଛି।

କିଏ ଓ କାହିଁକି ମାଆ-ଝିଅଙ୍କୁ ହତ୍ୟା (Double murder) କରିବ ଏହି ପ୍ରଶ୍ନ ଏବେ ରହସ୍ୟ ଭିତରକୁ ଠେଲି ହୋଇଯାଉଛି। ଘର ଭିତରେ ମୃତଦେହ ପଡି ରହିଥିବା ବେଳେ ବାହାର କବାଟ ଖୋଲାଥିବା ଘଟଣା ହତ୍ୟାକୁ ଇଙ୍ଗିତ କରୁଛି। ସେପଟେ ପୋଷ୍ଟମର୍ଟମ ରିପୋର୍ଟ (Postmortem Report) ଆସିବା ପରେ ସବୁ କଥା ସାମ୍ନାକୁ ଆସିବ ବୋଲି ପୋଲିସ (Sambalpur Police) କହିଛନ୍ତି।

Also Read: ହୋମିଓପ୍ୟାଥିକ କଲେଜରେ ରାଗିଂ ସଂକ୍ରମଣ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ (Redhakhol) ଅନ୍ତର୍ଗତ କିସିଣ୍ଡାରେ ବନ୍ଦ ଘରେ ମାଆ-ଝିଅଙ୍କ ମୃତଦେହ ମିଳିବାର ୪୮ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ଖଟ ଉପରେ ଶୋଇଥିବା ଅବସ୍ଥାରେ ଜଣେ ଝିଅ ଓ ମାଆଙ୍କ ମୃତଦେହ ମିଳିବା ହତ୍ୟା ଆଡକୁ ଇଙ୍ଗିତ କରୁଛି। ମାଁ ସୁଜାତା ଓ ଝିଅ ରଶ୍ମୀଙ୍କୁ କେହି ମାରି ଶୁଆଇ ଦେଇନି ତ? ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। 

ଯଦି ମାଆ-ଝିଅଙ୍କୁ କେହି ମାରି ନାହାନ୍ତି ତେବେ, ଘରର ବାପା ଓ ମାଆଙ୍କୁ ସୁଜାତା ସୁନ୍ଦରଗ଼ଡ ପଠାଇଥିବାବେଳେ କାହିଁକି ଆତ୍ମହତ୍ୟା କରିବେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ସବୁ ଦିଗକୁ ଅନୁମାନ କଲେ ଏହା ସୁପରିକଳ୍ପିତ ହତ୍ୟା (Planing murder) ବୋଲି ସନ୍ଦେହ ହେଉଛି। କେବେ ହତ୍ୟା ହୋଇଛି, କେଉଁ ପରିସ୍ଥିତିରେ ହତ୍ୟା କରାଯାଇଛି ତାହାର କୌଣସି ବି ସୁରାକ ପୋଲିସ ହାତରେ ଲାଗି ପାରିନାହିଁ। ଏଭଳି କେସରେ ସତ୍ୟ ଉନ୍ମୋଚନ ପାଇଁ ବହୁତ ପରିଶ୍ରମ ସହିତ ଯଥେଷ୍ଟ ପ୍ରମାଣ ଆବଶ୍ୟକତା ଥିବାଆଇନଜୀବୀ ପ୍ରମୋଜ ରଥ କହିଛନ୍ତି।

Also Read: ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା

ମୃତ ସୁଜାତା ପଟେଲଙ୍କ ବାପା ଉପେନ୍ଦ୍ର ନାୟକ ଘଟଣାରେ ସମ୍ପର୍କରେ ମୁହଁ ଖୋଲିଥିବାବେଳେ ସେ ହତ୍ୟା ନା ଆତ୍ମହତ୍ୟା ଜାଣିପାରୁନାହାନ୍ତି। ସେପଟେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରେଢାଖୋଲ ଏସଡିପିଓ ହାଡିବନ୍ଧୁ ସ୍ୱାଇଁ କହିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍, ସନ୍ଧାନୀ କୁକୁର ଦ୍ୱାରା ପୋଲିସ ତଦନ୍ତ କରିସାରିଛି। ତେବେ ଘରୁ ଭିତରୁ ସେ କୌଣସି ଜିନିଷ ନମିଳିବା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଉଛି।

ସୂଚନା ଅନୁସାରେ ଗୁରୁବାର ଦିନ କିସିଣ୍ଡାରେ ବନ୍ଦଘରୁ କିଶୋର ପଟେଲଙ୍କ ସ୍ତ୍ରୀ ସୁଜାତା ପଟେଲ ଓ ଝିଅ ରଶ୍ମୀ ପଟେଲଙ୍କ ମୃତଦେହ ପଡିଥିଲା। ଶାଶୁ, ଶ୍ୱଶୁର ଓ ବଡ ଝିଅଙ୍କୁ ସାଙ୍ଗରେ ନେଇ ଶନିବାର ଠାରୁ ସୁନ୍ଦରଗଡ ଯାଇଥିବା କିଶୋର ପଟେଲ ଘରକୁ ଫେରିଲା ପରେ ଝିଅ ଓ ସ୍ତ୍ରୀର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।