ଆଗାମୀ ଦିନରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେବି: ରୀନା ପ୍ରଧାନ
Advertisement
Article Detail0/zeeodisha/odisha993451

ଆଗାମୀ ଦିନରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେବି: ରୀନା ପ୍ରଧାନ

ଆଇଏଏସ ହେବା ପାଇଁ ରୀନା ପୂର୍ବରୁ ଦୁଇ ଥର UPSC ପରୀକ୍ଷା ଦେଇ ବିଫଳ ହୋଇ ମଧ୍ୟ ହାରି ନଥିଲେ। ୨୦୨୦ ବ୍ୟାଚରେ ପୁଣିଥରେ ପରୀକ୍ଷାରେ ଭାଗନେଇ ଶୁକ୍ରବାର ପ୍ରକାଶ ପାଇଥିବା ଥିବା ରିଜଲ୍ଟ ରେ ସେ ସଫଳ ହୋଇ ଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

ଆଗାମୀ ଦିନରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେବି: ରୀନା ପ୍ରଧାନ

ଝାରସୁଗୁଡା: ଜିଲ୍ଲାର ଝିଅ ହେଲେ ଆଇଏଏସ। ୟୁପିଏସସି ପରୀକ୍ଷାରେ ଜାତୀୟ ସ୍ତରରେ ୧୯୪ ରାଙ୍କ ପାଇଲେ ରୀନା ପ୍ରଧାନ। ରୀନା ୨୦୧୭ ମସିହାରେ MBBS ପାସ କରିବା ପରେ ଡାକ୍ତର ଭାବରେ ଯୋଗଦେଇ ଥିଲେ। ବର୍ତ୍ତମାନ ନବରଙ୍ଗପୁର ଜିଲା ସାନମସିଗାଁ ସିଏଚସିରେ ସେ କାର୍ଯ୍ୟରତ ଥିଲେ। 

ଆଇଏଏସ ହେବା ପାଇଁ ରୀନା ପୂର୍ବରୁ ଦୁଇ ଥର UPSC ପରୀକ୍ଷା ଦେଇ ବିଫଳ ହୋଇ ମଧ୍ୟ ହାରି ନଥିଲେ। ୨୦୨୦ ବ୍ୟାଚରେ ପୁଣିଥରେ ପରୀକ୍ଷାରେ ଭାଗନେଇ ଶୁକ୍ରବାର ପ୍ରକାଶ ପାଇଥିବା ଥିବା ରିଜଲ୍ଟ ରେ ସେ ସଫଳ ହୋଇ ଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଅବସରପ୍ରାପ୍ତ ଅତିରିକ୍ତ ବିଡ଼ିଓ ଧରଣୀଧର ପ୍ରଧାନ ଏବଂ କଲ୍ୟାଣି ପ୍ରଧାନଙ୍କ ବଡ ଝିଅ ରୀନା IAS ପାଇ ଝାରସୁଗୁଡା ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ। 

Also Read: ସପ୍ତମରେ ସଫଳ! UPSC ପରୀକ୍ଷାରେ 184 Rank ରଖିଲେ ସମ୍ବଲପୁରର ଅଙ୍କିତ ବର୍ମା

ରୀନା ଚାକିରି କରୁଥିବା ସ୍ଥାନରେ ନେଟୱର୍କ ସମସ୍ୟା ଥିବାରୁ ନୀତିଦିନ ଦୁଇ କିଲୋମିଟର ଯାଇ ଖବର କାଗଜ ଆଣିବାକୁ ଯାଉଥିଲେ। ଏପରି ଭାବରେ ସଂଘର୍ଷ ଭରା ଯାତ୍ରା ଅବଲମ୍ବନ କରି ସିଏ IASର ସଫଲତାକୁ ଛୁଇଁଛନ୍ତି। ଆଗାମୀ ଦିନରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସେକ୍ଟର ଉପରେ ପ୍ରାଧାନ୍ୟ ଦେବେ ବୋଲି ରୀନା କହିଛନ୍ତି। 

fallback

ଅନ୍ୟପକ୍ଷରେ ରୀନାଙ୍କର ଏହି ସଫଳତାରେ ବେଶ ଖୁସି ପରିବାର ବର୍ଗ। ରୀନା ଜଣେ ପରିଶ୍ରମୀ ହେବା ସଂଗେ ସଂଗେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ନିଜ ଲକ୍ଷ୍ୟକୁ ଧ୍ୟାନ ଦିଅନ୍ତି ଯାହାର ଫଳାଫଳ ଆଜି IAS ବୋଲି ତାଙ୍କର ପରିବାର ବର୍ଗ କହିଛନ୍ତି।

fallback