Advertisement
Article Detail0/zeeodisha/odisha876071

ଲୋକଙ୍କୁ ଉପାସ ରଖି ଖତ କରିଦେଲେ ଚୂଡା

ସରକାରୀ ଅର୍ଥକୁ ଅଳିଆ ଗଦାରେ ଫୋପାଡ଼ିବାରେ ଏମାନେ ମାହିର। ଯାହାର ଜ୍ୱଳନ୍ତ ଉଦାହରଣ ଯାଜପୁକର ବରୀ ଅଞ୍ଚଳରେ ଦିଖିବାକୁ ମିଳିଛି। ବନ୍ୟା ବାତ୍ୟା ସମୟରେ ଲୋକଙ୍କ ପାଇଁ ଆସିଥିବା ଚୂଡ଼ାକୁ ନ ଦିଆଯାଇ ଦୀର୍ଘ ଦଶ ବର୍ଷ ଧରି ଗୋଦାମ ଘରେ ପକାଇ ରଖାଯାଇଥିଲା।

ଲୋକଙ୍କୁ ଉପାସ ରଖି ଖତ କରିଦେଲେ ଚୂଡା
ଲୋକଙ୍କୁ ଉପାସ ରଖି ଖତ କରିଦେଲେ ଚୂଡା

ଯାଜପୁର: ଓଡ଼ିଆରେ ଦୁଇଟି ଢଗ ଅଛି, 'ଛେଳି ଗୋଡ଼ରେ ଧାନ ମକଚିବା' ଏବଂ 'ତିନି ପାଞ୍ଜିରୁ ଯିବା'। ପ୍ରଥମ ଢଗର ଅର୍ଥ ହେଉଛି, ଅଯୋଗ୍ୟ ବ୍ୟକ୍ତିକୁ ଦାୟିତ୍ୱ ଦେବା। ସେହିପରି ଦ୍ୱିତୀୟ ଢଗର ଅର୍ଥ ହେଉଛି ଯଶ ହରାଇବା। ଏହି ଢଗ ଆମ ରାଜ୍ୟ ସରକାର ଓ ପ୍ରାଶାସନିକ ଅଧିକାଙ୍କ ଉପରେ ଠିକ ବସୁଛି। ସରକାରୀ ଅର୍ଥକୁ ଅଳିଆ ଗଦାରେ ଫୋପାଡ଼ିବାରେ ଏମାନେ ମାହିର। ଯାହାର ଜ୍ୱଳନ୍ତ ଉଦାହରଣ ଯାଜପୁକର ବରୀ ଅଞ୍ଚଳରେ ଦିଖିବାକୁ ମିଳିଛି। ବନ୍ୟା ବାତ୍ୟା ସମୟରେ ଲୋକଙ୍କ ପାଇଁ ଆସିଥିବା ଚୂଡ଼ାକୁ ନ ଦିଆଯାଇ ଦୀର୍ଘ ଦଶ ବର୍ଷ ଧରି ଗୋଦାମ ଘରେ ପକାଇ ରଖାଯାଇଥିଲା।

କିଏ ରଖିଥିଲା ଏତେ ପରିମାଣର ଚୂଡ଼ା? କେବେ ଆସିଥିଲା ଚୂଡ଼ା? କାହିଁକି ବଣ୍ଟା ହୋଇ ନ ଥିଲା ? ବରୀ ବାସିନ୍ଦାଙ୍କୁ ଏବେ ଘାଇଁ ଘାଇଁ କରି ଘାରୁଛି ଏଭଳି ପ୍ରଶ୍ନ। ବ୍ଲକ୍ ଗୋଦାମର ଘରୁ ବାହାରିଥିବା ଚୂଡ଼ାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବରୀ ବିଡିଓଙ୍କ ସୂଚନା ଅନୁସାରେ, ଏହି ଚୂଡ଼ା ୨୦୧୧ ମସିହା ବନ୍ୟା ସମୟରେ ଆସିଥିଲା। ମାତ୍ର, ବଣ୍ଟା ହୋଇ ନ ଥିଲା। ଆଉ ନିୟମ ମୁତାବକ ଜିଲ୍ଲାପାଳଙ୍କ ଠାରୁ ଅନୁମତି ମିଳିବା ପରେ ଏବେ ନଷ୍ଟ ହୋଇଥିବା ଚୂଡ଼ା (Poha) କୁ ପୋତି ଦିଆଯାଇଛି।

Also Read: ରାଜ୍ୟର ଶିକ୍ଷାନୁଷ୍ଠାନରେ କୋରୋନା ବିସ୍ଫୋରଣ, ମନ୍ତ୍ରୀ କହିଲେ...

Add Zee News as a Preferred Source

ଯଦି ବନ୍ୟା ବିପନ୍ନ (Flood) ଙ୍କ ପାଇଁ ଆସିଥିଲା, ତେବେ କାହିଁକି ସେମାନଙ୍କୁ ବଣ୍ଟା ଯାଇ ନ ଥିଲା ? ନା ଜାଣିଶୁଣି ପକେଟକୁ ଟଙ୍କା ଗୁଞ୍ଜିବା ବାହାନାରେ ଇଏ ସ୍ଥାନୀୟ ପ୍ରଶାସନର ଗୋଳିଆ ଚାଲ ଥିଲା? ଯାହା ଧରା ପଡ଼ିଯିବା ପରେ ପୋଲ୍ ଖୋଲିଯାଇଛି। କିଏ ସେ ଅଧିକାରୀ,  ଯାହାଙ୍କ ପାଇଁ ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା? ଅନ୍ୟପଟେ ସଂପୃକ୍ତ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଜିଲ୍ଲା  ବିଜେପି। ସେହିପରି ଜିଲ୍ଲାପାଳ (Jajpur Collector) ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

 

About the Author