CRPF Admit Card 2023: ଆଜି ପ୍ରକାଶ ପାଇବ CRPF ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ, ଏପରି କରିପାରିବେ ଡାଉନଲୋଡ୍
Advertisement

CRPF Admit Card 2023: ଆଜି ପ୍ରକାଶ ପାଇବ CRPF ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ, ଏପରି କରିପାରିବେ ଡାଉନଲୋଡ୍

CRPF Admit Card 2023: ଆଜି କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (Steno) ଓ ହେଡ୍ କନଷ୍ଟେବଳ (Ministerial) ପଦବୀରେ ନିଯୁକ୍ତି ପାଇଁ ଆଡମିଟ୍ କାର୍ଡ ଜାରି ହେବ । ଆପଣ କିପରି ଏହାକୁ ଡାଉନଲୋଡ୍ କରିପାରିବେ ଏଠାରେ ଜାଣନ୍ତୁ ।

ସାଙ୍କେତିକ ଛବି

CRPF Recruitment 2023 Admit Card: ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଆଜି ଅର୍ଥାତ ୧୫ ଫେବୃଆରୀ ୨୦୨୩ ରେଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଓ ହେଡ୍ କନଷ୍ଟେବଳ (ମିନିଷ୍ଟ୍ରିଆଲ) ପଦବୀର ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିବ । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଓ ହେଡ୍ କନଷ୍ଟେବଳ (ମିନିଷ୍ଟ୍ରିଆଲ) ପଦବୀ ପାଇଁ ପରୀକ୍ଷାରେ ଉପସ୍ଥିତ ହେବାକୁ ଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ crpf.gov.in ଓ crpfindia.com ମାଧ୍ୟମରେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ (CRPF Admit Card 2023) କରିପାରିବେ ।

CRPF ହେଡ୍ କନଷ୍ଟେବଲ୍ ନିଯୁକ୍ତି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ, ଯାହା ୨୨ ଫେବୃଆରୀରୁ ୨୮ ଫେବୃଆରୀ ୨୦୨୩ ମଧ୍ୟରେ କରାଯିବ । ପରୀକ୍ଷାରେ ଗୋଟିଏ ପେପରରେ ୧୦୦ ଟି ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ରହିବ ଓ ଦେଢ଼ ଘଣ୍ଟା ମଧ୍ୟରେ ଏହାକୁ ସମାଧାନ କରିବାକୁ ହେବ । ଏହି ପରୀକ୍ଷଣରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ସ୍କିଲ୍ ଟେଷ୍ଟ, PST, ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଓ ବିସ୍ତୃତ ମେଡିକାଲ୍ ପରୀକ୍ଷା ହେବ ।

କହିରଖୁଛି ଯେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୪ଜାନୁୟାରୀ ୨୦୨୩ ରୁ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ CRPF ର ଅଫିସିଆଲ୍ ୱେବସାଇଟ୍ crpf.gov.in ରେ ଚାଲିଥିଲା ​​। ଏହି ନିଯୁକ୍ତି ଡ୍ରାଇଭ୍ ସମୁଦାୟ ୧୪୫୮ ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି, ସେଥିମଧ୍ୟରୁ ୧୪୩ ଟି ପଦବୀ ASI (ଷ୍ଟେନୋ) ଓ ୧୩୧୫ ଟି ହେଡ୍ କନଷ୍ଟେବଳ (ମିନିଷ୍ଟ୍ରିଆଲ) ପଦ ପାଇଁ ରହିଛି ।

ଏହିପରି ଡାଉନଲୋଡ୍ କରି ପାରିବେ ଆଡମିଟ୍ କାର୍ଡ଼

  • ସର୍ବପ୍ରଥମେ CRPF ର ଅଫିସିଆଲ୍ ୱେବସାଇଟ୍  crpf.gov.in କୁ ଯାଆନ୍ତୁ ।
  • ଏହାପରେ ହୋମ ପେଜରେ ଉପଲବ୍ଧ ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ ।
  • CRPF ASI & HC ଆଡମିଟ୍ କାର୍ଡ 2022 ଲିଙ୍କକୁ କ୍ଲିକ କରନ୍ତୁ ଓ ଏକ ନୂତନ ପେଜ୍ ଖୋଲିବ ।
  • ଆବଶ୍ୟକ ବିବରଣୀ ଏଣ୍ଟ୍ରି କରନ୍ତୁ ଓ ସବମିଟ ଉପରେ କ୍ଲିକ୍ କରନ୍ତୁ ।
  • ଆପଣଙ୍କ ଆଡମିଟ୍ କାର୍ଡ ସ୍କ୍ରିନରେ ପ୍ରଦର୍ଶିତ ହେବ ।
  • ଆଡମିଟ୍ କାର୍ଡ ଓ ଡାଉନଲୋଡ୍ ପେଜ୍ ଯାଞ୍ଚ କରନ୍ତୁ ।
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଆଡମିଟ କାର୍ଡର ଏକ ହାର୍ଡ କପି ରଖନ୍ତୁ ।

ଏହା ବି ପଢ଼ନ୍ତୁ: CAPF Recruitment 2023: CRPF-BSF ବାହିନୀରେ ଅଧିକାରୀ ହେବାର ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

ଏହା ବି ପଢ଼ନ୍ତୁ: NIOT Recruitment 2023: ୮୯ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ଦରମା?